Posted inଫୁରସତ

ମଞ୍ଚ ମାୟା

କାହିଁ କେଉଁ କାଳରୁ ଲୋକକଳାର ସୃଷ୍ଟି। ମୁକ୍ତାକାଶର ଖୋଲାମଞ୍ଚ ହେଉ କିମ୍ବା ସୌଖୀନ ରଙ୍ଗମଞ୍ଚ। ନାଟ୍ୟକଳା ପରିବେଷଣରେ କିଛି ଫରକ ପଡ଼େନା ଅଭିନୟ କରୁଥିବା କଳାକାରଙ୍କୁୁ। କ୍ଷୁଦ୍ର ନାଟକ ହେଉ କି ବୃହତ୍‌ କିମ୍ବା ପଥପ୍ରାନ୍ତ, ମଞ୍ଚମାୟାରେ ପଡ଼ିଯାଆନ୍ତି ନାଟ୍ୟପ୍ରେମୀ । ଏଥିପାଇଁ ସାରା ବିଶ୍ୱରେ ମଞ୍ଚ ନାଟକର ସ୍ବତନ୍ତ୍ର ପରିଚୟ ରହିଛି। ବିଭିନ୍ନ ରଙ୍ଗମଞ୍ଚକୁ ଭିତ୍ତିକରି ବହୁ ନାଟ୍ୟକାର ନାଟକ ଲେଖିଥାନ୍ତି। ପୌରାଣିକ, ଐତିହାସିକ, ସାମାଜିକ ଚଳଣିର ରୀତିନୀତି ଓ ଭକ୍ତିରସର ପ୍ରାବଲ୍ୟରେ ଭରପୁର ନାଟକମଞ୍ଚସ୍ଥରେ ନାଟ୍ୟମଞ୍ଚ ହୋଇଉଠେ ରଙ୍ଗାୟିତ। ତେବେ ଉତ୍କଳୀୟ ପରମ୍ପରାକୁ ନେଇ ଗଢ଼ି ଉଠିଥିବା କେତୋଟି ପେସାଦାର ରଙ୍ଗମଞ୍ଚ ମଧ୍ୟରୁ ଆଜିକାଲି କେତୋଟି ଅଚଳ ହୋଇଯାଇଥିବା ବେଳେ କେତୋଟିରେ ନାଟକ ଏବେବି ମଞ୍ଚସ୍ଥ ହେଉଛି। ତେବେ ଆଜିବି ଓଡ଼ିଶାର ରଙ୍ଗମଞ୍ଚକୁ ବଞ୍ଚାଇ ରଖିଥିବା କେତୋଟି ନାଟ୍ୟାନୁଷ୍ଠାନ ଓ ନାଟ୍ୟ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ….।

ନାଟ୍ୟାଭିନୟ ଓ ମଞ୍ଚକଳା ବହୁ ପ୍ରାଚୀନ। ମାତ୍ର ଅନେକ ଓଡ଼ିଆ ଦର୍ଶକ ଚାହାନ୍ତି ଗୋଟିଏ ଆଦର୍ଶ ମୂଲ୍ୟବୋଧ ଓ ସମ୍ବେଦନଶୀଳ କାହାଣୀ। ଦିନଥିଲା ଗାଁଗାଁରେ ମଞ୍ଚନାଟକ ଦେଖିବାକୁ ମିଳୁଥିଲା । ସଞ୍ଜ ନଇଁ ଆସୁଥିବ, ନାଟ୍ୟମଞ୍ଚର ଖୁଣ୍ଟରେ ବନ୍ଧା ଯାଇଥିବା ଦୁହୁଡ଼ି ନିଆଁ ହେଉ କିମ୍ବା ପେଟ୍ରୋମାକ୍ସର ଆଲୁଅ ରାତିର ଅନ୍ଧାରକୁ ଭେଦି ଦିକ୍‌ଦିକ୍‌ ଜଳୁଥିବ। ଏମିତି ବେଳରେ ନାଟ୍ୟମଞ୍ଚ ନିକଟରେ ଲୋକଙ୍କ ଭିଡ଼ଜମୁଥିବ। ମାତ୍ର ସମୟକ୍ରମେ ଅନେକ ପରିବର୍ତ୍ତନ ଘଟିଛି। ପେଟ୍ରୋମାକ୍ସର ପରିବର୍ତ୍ତେ ମଞ୍ଚରେ ଡିଜିଟାଲ ବିଦୁତ୍‌ ଆଲୁଅର ସାଜସଜ୍ଜା ଦେଖିବାକୁ ମିଳୁଛି, କିନ୍ତୁ ମଞ୍ଚ ନାଟକ ଲୋକପ୍ରିୟତା ଭିତରେ ଆସିଛି ଆକାଶ ପାତାଳ ଫରକ। ତଥାପି କେତେକ ନାଟ୍ୟାନୁଷ୍ଠାନ ମଞ୍ଚ ନାଟକକୁ ବଞ୍ଚେଇ ରଖିବାର ଉଦ୍ୟମ ଜାରି ରଖିଛନ୍ତି।
ନାଟ୍ୟ ଚେତନା: ୧୯୮୪ ମସିହା କଥା। ସେତେବେଳେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ନାଟକ ବିଭାଗର କେତେଜଣ ଛାତ୍ର ଭୁବନେଶ୍ୱରସ୍ଥିତ ରଘୁନାଥ ନଗର (ଡୁମୁଡୁମା) ବସ୍ତିରେ ଏନ୍‌ଏସ୍‌ଏସ୍‌ ଶିବିରର ଏକ କାର୍ଯ୍ୟକ୍ରମ ଚାଲିଥାଏ। ଏହି ଶିବିରରେ ଯୋଗ ଦେଇଥିବା ସଦସ୍ୟମାନଙ୍କୁ ନେଇ ଗୋଟିଏ ଛୋଟ ନାଟକଟିଏ ମଞ୍ଚସ୍ଥ ହୋଇଥିଲା। ଯାହା ଏଠାକାର ଦର୍ଶକଙ୍କ ଉପରେ ଖୁବ୍‌ ପ୍ରଭାବ ପକାଇଥିଲା। ଏହି ନାଟକଟିକୁ ରଚନା କରିଥିଲେ ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ତଥା ନାଟ୍ୟ ଚେତନାର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକ। ସେ କୁହନ୍ତି, ଏହି ଅନୁଭୂତି ପରେ ଏକ ନୂଆ ନାଟକର ଧାରା ତିଆରି କରିବାର ଇଚ୍ଛା ମନରେ ଉଦ୍ରେକ ହୋଇଥିଲା। ଯେଉଁଥିରେ କଳାତ୍ମକ ଦିଗ ଥିବ, ମନୋରଞ୍ଜନ ଥିବ; କିନ୍ତୁ ନାଟକ ଶେଷରେ ଦର୍ଶକ ଏହାର ବିଷୟ ନେଇ ଆଲୋଚନା କରିବେ। ଅର୍ଥାତ୍‌ ନାଟ୍ୟ କର୍ମ ମାଧ୍ୟମରେ ସମାଜର ସମସ୍ୟା ବାବଦରେ ଚେତନାପାଇଁ ଦର୍ଶକେ ଚିନ୍ତା କରିପାରୁଥିବେ। ଏମିତି ଉଦ୍ଦେଶ୍ୟରେ ୧୯୮୫ ମସିହାରେ ଜନ୍ମନେଲା ଏକ ନାଟ୍ୟ ସଂଗଠନ ‘ନାଟ୍ୟ ଚେତନା’। ଯାହା ୧୦ ନଭେମ୍ବର ୧୯୮୬ ମସିହାରେ ପଞ୍ଜୀକରଣ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ନଭେମ୍ବର ୧୦କୁ ନାଟ୍ୟ ଚେତନାର ପ୍ରତିଷ୍ଠା ଦିବସ ଭାବରେ ପାଳନ କରାଯାଉଛି। ଖୋର୍ଦ୍ଧା ଜିଲା ସଦର ମହକୁମାଠାରୁ ପ୍ରାୟ ୩କିମି ଦୂର ଖୋର୍ଦ୍ଧା-ବାଜପୁର ଯିବାରାସ୍ତାରେ ଗଲେ ପଡିବ ଶିଆଳିଆ ଗ୍ରାମ; ଯେଉଁଠି ରହିଛି ନାଟ୍ୟଗ୍ରାମ। ଏହି ଅନୁଷ୍ଠାନଟି ୧୯୯୧-୯୨ ମସିହାରେ ପ୍ରାୟ ୬ ଏକର ଜାଗାରେ ପ୍ରତିଷ୍ଠା ହୋଇଛି। ଏଠାକୁ ଆସୁଥିବା ଅତିଥି କଳାକାରମାନେ ନାଟ୍ୟଶାଳାରେ ନଟଦେବତାଙ୍କୁ ପ୍ରାର୍ଥନା କରିଥାନ୍ତି। ପରେ ପଞ୍ଚରସ ପ୍ରଦାନ କରାଯାଇଥାଏ। ଏଠାରେ ନାଟକର ପାଣ୍ଡୁଲିପି ଲେଖାଠାରୁ ନିର୍ଦ୍ଦେଶନା, ଅଭିନୟ, ମଞ୍ଚ ପରିଚାଳନା, ନାଟକ ଦେଖିବା ସହିତ ଗବେଷଣାର ଖୋରାକ ମଳିଥାଏ। ତେବେ ନାଟ୍ୟଗ୍ରାମରେ ଗ୍ରାମୀଣ ଲୋକଙ୍କ କଥା, ଭାଷା, ନାଚ, ଗୀତ ଓ ବାଜା ବଜାଇ କଳାପରିବେଷଣ କରାଯାଇଥାଏ। ଏଠାରେ ଥିବା ନାଟ୍ୟଜ୍ଞାନ କକ୍ଷରେ ବିଭିନ୍ନ ପ୍ରକାରର ଲୋକବାଦ୍ୟକୁ ସଂଗ୍ରହ କରି ରଖାଯାଇଛି। ନାଟ୍ୟଲିପି କକ୍ଷରେ ବିଭିନ୍ନ ନାଟକ ବହିର ରଚନାଶୈଳୀ ରହିଛି। ଏହି ଅନୁଷ୍ଠାନ ଦ୍ୱାରା ଦେଶ ବ୍ୟତୀତ ବିଦେଶରେ ବିଭିନ୍ନ ଓଡ଼ିଆ ମଞ୍ଚ ନାଟକ (ଥିଏଟର) ପ୍ରଦର୍ଶନ କରିବାରେ ଗୌରବ ମଧ୍ୟ ନାଟ୍ୟ ଚେତନା ଲାଭ କରିଛି। ଏମିତିରେ ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟର ଆଇସିସି ଦ୍ୱାରା ୨୦୦୭ରେ ସ୍ବୀକୃତି ପାଇବା ଆଗରୁ ନାଟ୍ୟ ଚେତନା ଏକାଧିକଥର ବିଦେଶରେ ନାଟକ ପ୍ରଦର୍ଶନ କରିସାରିଛି। ଆଜିଯାଏ ଅନ୍ତର୍ଜାତୀୟ ନାଟକ ସଂଘର ସଦସ୍ୟ ରହିଛି। ଏସିଆ ଆଞ୍ଚଳିକ ଥିଏଟର ଓ ଶିକ୍ଷା ନେଟ୍‌ଓ୍ବାର୍କର ପ୍ରତିଷ୍ଠାତା। ଏଠାରେ ପ୍ରତିବର୍ଷ ପ୍ରାୟ ଫେବୃଆରୀ ପ୍ରଥମ ସପ୍ତାହରୁ ୭ଦିନଧରି ନାଟ୍ୟମେଳା ଅନୁଷ୍ଠିତ ହୋଇଥାଏ। ନାଟ୍ୟଗ୍ରାମକୁ ଆସୁଥିବା ଅତିଥିମାନଙ୍କ ପାଇଁ ସୁବ୍ୟବସ୍ଥା ହୋଇଥାଏ।

ଗଞ୍ଜାମ କଳା ପରିଷଦ: ଦକ୍ଷିଣ ଓଡ଼ିଶାର କଳାକ୍ଷେତ୍ର ବ୍ରହ୍ମପୁର ରଙ୍ଗଭୂମିର ସର୍ବପ୍ରାଚୀନ କଳାମନ୍ଦିର କୁହାଯାଉଥିବା ଗଞ୍ଜାମ କଳାପରିଷଦ ଦୀର୍ଘ ୬୦ ବର୍ଷରୁ ଅଧିକ ସମୟଧରି ନୃତ୍ୟ, ସଙ୍ଗୀତ, ନାଟକ ତଥା ଚିତ୍ରକଳା କ୍ଷେତ୍ରରେ ଅଧ୍ୟାବଧି ସାଧନା ଜାରି ରଖିଛି। ଗଞ୍ଜାମ କଳା ପରିଷଦର ସଂପାଦକ, ଅଭିନେତା ତଥା ନାଟ୍ୟନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ କୁହନ୍ତି, ଗଞ୍ଜାମ କଳାପରିଷଦରେ କବିସୂଯର୍‌ୟ ରଙ୍ଗମଞ୍ଚ ନାମରେ ଏକ ନିଜସ୍ବ ପ୍ରେକ୍ଷାଳୟ ଓ କୋଠାଘର ରହିଛି। ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ଅନୁଦାନ ମଧ୍ୟ ମିଳିଥାଏ। ଏହି ଅନୁଷ୍ଠାନଟି ପ୍ରାଚୀନ କଳାକେନ୍ଦ୍ର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁଶାସିତ ହୋଇ ଏଠାରେ ଏକ ନିଜସ୍ବ ସଙ୍ଗୀତ ଓ ଚିତ୍ରକଳା ବିଦ୍ୟାଳୟ ଗଢ଼ିଛି। ପ୍ରତିବର୍ଷ ପ୍ରାୟ ୫୦/୬୦ଜଣ ଛାତ୍ରୀଛାତ୍ର ଶିକ୍ଷାଲାଭ କରନ୍ତି। ବିଭିନ୍ନ ସମୟରେ ଏହି ଅନୁଷ୍ଠାନର ସଦସ୍ୟମାନେ ଗ୍ରୀଷ୍ମାବକାଶ, ବର୍ଷାବିଭୋର ଶୀତ, ବସନ୍ତ ସଂଭୋଗ ଆଦି ବିଭିନ୍ନ ଉତ୍ସବ ପାଳନରେ ନାଟକ ମଞ୍ଚସ୍ଥ କରିଥା’ନ୍ତି। ପ୍ରତିବର୍ଷ ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାଯର୍‌ୟକ୍ରମରେ ଏହି ଅନୁଷ୍ଠାନର ଛାତ୍ରୀଛାତ୍ରମାନେ ଭାଗ ନେଇଥା’ନ୍ତି। ଏମିତିରେ ଗୋପାଳପୁର ମହୋତ୍ସବରେ ବିଭିନ୍ନ ନୃତ୍ୟାଭିନୟ କରିଥା’ନ୍ତି। ଗଞ୍ଜାମ କଳା ପରିଷଦର ନାଟକ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ରହିଛି। ରାଜ୍ୟ ଓ ଜାତୀୟସ୍ତରରେ ଭିନ୍ନ ପରିଚୟ ରହିଛି। ତେବେ ୧୯୬୦ ମସିହାରେ ଗଞ୍ଜାମ କଳା ପରିଷଦର ପ୍ରଥମ ନାଟକ ‘ପରିଶୋଧ’ ମଞ୍ଚସ୍ଥ ହୋଇଥିଲା। ପରେ ପଲାଶ, ମହାବଳ, ନିମତ୍ତମାତ୍ର, ଧୂସର ବନାନୀ, ଶେଷ ପାହାଚ ଆଦି ନାଟକ ମଞ୍ଚସ୍ଥ ହୋଇଛି। ଗୁରୁ ଦୋଳଗୋବିନ୍ଦ ରଥ, ରଞ୍ଜନ ପତି ନିର୍ଦ୍ଦେଶକ ଭାବେ ଯୋଗଦେଇଛନ୍ତି। ଏମିତିରେ ପ୍ରାୟ ୩୦୦ରୁ ଅଧିକ ନାଟକ ମଞ୍ଚସ୍ଥ ହୋଇ ସାରିଲାଣି। ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ, ସ୍ବର୍ଗତ ବସନ୍ତ ପାଣିଗ୍ରାହୀ, ବାଳକୃଷ୍ଣ ଦାସ, ଶ୍ରୀକାନ୍ତ ଦାସ, ଶୋଭନ ଦାସ, ସୁରେନ୍ଦ୍ର ପ୍ରସାଦ ଦାସ, ନୃସିଂହନନ୍ଦ ମହାପାତ୍ର, ରାଜକିଶୋର ପାଢ଼ୀ ପ୍ରମୁଖ ପରିଚାଳନା କରିଛନ୍ତି।

ଉତ୍ତରାୟଣୀ କ୍ଲବ: ଉତ୍ତରାୟଣୀ କ୍ଲବ, ଜଟଣୀ,ଖୋର୍ଦ୍ଧା ରାଜ୍ୟର ଏକ ସର୍ବପୁରାତନ ନାଟ୍ୟଅନୁଷ୍ଠାନ। ୯୩ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଏହି ଅନୁଷ୍ଠାନ ସମ୍ପର୍କରେ ଅଭିନେତା, ନାଟ୍ୟ ନିର୍ଦ୍ଦେଶକ, ଅନୁଷ୍ଠାନର ସଂପାଦକ ବିପ୍ଳବ କେଶରୀ ଶତପଥୀ କୁହନ୍ତି- ୧୯୨୧ ମସିହା କଥା। ସେତେବେଳେ ଜଟଣୀ ଅଞ୍ଚଳର ଗୋବର୍ଦ୍ଧନ ଶତପଥୀ ନାମକ ଜଣେ ଯୁବକ କଲିକତା ଯାଇଥିଲେ। ସେଠାରେ ରାମ-ରାବଣ ବିଷୟକୁ ନେଇ କେତେଜଣ କଳାକାର ଗୋଟିଏ ମଞ୍ଚରେ ଅଭିନୟ କରୁଥିବାର ସେ ଦେଖିଥିଲେ । ଏହାକୁ ଥିଏଟର କୁହନ୍ତି ବୋଲି ସେମାନଙ୍କଠାରୁ ଶୁଣିଥିଲେ।ଏହାପରେ ସେ ଜଟଣୀକୁ ଫେରିଲାପରେ ଏଠାରେ କିପରି ଏମିତି ଏକ ଥିଏଟର କରିପାରିବେ, ସେଥିପାଇଁ ସେ ଚିନ୍ତାକରିଥିଲେ । ତା’ପରେ ଜଟଣୀ ଅଞ୍ଚଳର ଏକ କୋରୁଆଁ ବଣରେ କେତେଜଣ ଯୁବକ ଏକାଠି ହୋଇ ଏକ ଡ୍ରାମାମଞ୍ଚସ୍ଥ ନିମନ୍ତେ ଯୋଜନା କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ସ୍ବର୍ଗତ ବୈରାଗୀ ଶତପଥୀ, ବନମାଳୀ ଶତପଥୀ, ଗଦାଧର ଶତପଥୀ, ମାଧବ ମହାରଣା, ବାଳକୃଷ୍ଣ ଜେନାଙ୍କ ସମେତ ସ୍ଥାନୀୟ ଗଁାର ଆଉ କେତେଜଣ କଳାପ୍ରେମୀ ଉତ୍ସାହୀ ବାଳକ। ସେମାନେ ପ୍ରଥମେ ବଡ଼ନୂଆଗଁା ଡ୍ରାମାଟିକ୍‌ ଆସୋସିଏଶନ ନାମରେ ଏକ ଅନୁଷ୍ଠାନ ଗଢ଼ିଥିଲେ। ସେତେବେଳେ ସଞ୍ଜବେଳେ କୋରୁଆଁବଣରେ କଞ୍ଚାବାଉଁଶ ବାଡ଼ିରେ କନାଗୁଡ଼ାଇ ଡିଜେଲ ବ୍ୟବହାରକରି ମଶାଲ ଆଲୁଅରେ ପ୍ରଥମେ ଛିନ୍ନମସ୍ତା ନାଟକ ମଞ୍ଚସ୍ଥ କରିଥିଲେ। ତା’ପରେ ଏହି ବଡ଼ନୂଆଗଁା ଡ୍ରାମାଟ୍ରକ୍‌ ଆସୋସିଏଶନ ସ୍ଥାନୀୟ ଅଞ୍ଚଳରେ ଅଧିକ ଜନାଦୃତ ହେବା ଉଦ୍ଦେଶ୍ୟରେ ଏହାକୁ ଉତ୍ତରାଣୀ ଡ୍ରାମା କ୍ଲବ ରୂପେ ୧୯୨୯ ମସିହାରେ ପରିଚିତ କରାଗଲା। ଏହି ଅନୁଷ୍ଠାନରେ ଅଭିମନ୍ୟୁ ତ୍ରିପାଠୀ, ଶୌରୀ ଚରଣ ଜେନା, ବଲେଇଚାନ୍ଦ ବାନାର୍ଜୀ ପ୍ରମୁଖ ଯୋଗଦେଇଥିଲେ । ସମୟକ୍ରମେ ପ୍ରତିବର୍ଷ ଏହି ଅନୁଷ୍ଠାନ ପକ୍ଷରୁ ପଞ୍ଚୁଲାଇଟ୍‌, ପରେ ପେଟ୍ରୋମାକ୍ସ ଆଲୁଅରେ ବିଭିନ୍ନ ନାଟକ ମଞ୍ଚସ୍ଥ ହେଉଥିଲା। ତେବେ ୧୯୪୫ ମସିହାରେ ଜଟଣୀର ବିଶ୍ୱନାଥ ରାଇସ ମିଲର ମାଲିକ ବୈରାଗୀ ବାବୁ (ଭାଲୁବାବୁ)ଙ୍କ ସହଯୋଗରେ ସେତେବେଳ ତାଙ୍କର ରାଇସ୍‌ମିଲ ପାଇଁ ଆସିଥିବା ଏକ ଜେନେରେଟରରୁ ଏଠାରେ ପ୍ରଥମେ (ଡୁମ) ବିଦ୍ୟୁତ୍‌ ବଲ୍‌ବ ଜଳାଇ ନାଟକ ମଞ୍ଚସ୍ଥ ହୋଇଥିଲା। ମାଷ୍ଟର ରାମଚନ୍ଦ୍ର ମାଣିଆ, ବ୍ୟୋମକେଶ ତ୍ରିପାଠୀ, ଗୋବିନ୍ଦ ତ୍ରିପାଠୀଙ୍କ ସମେତ ଅନେକ କଳାପ୍ରେମୀ ଯୁବକ ଏହି ଅନୁଷ୍ଠାନରେ ଯୋଗଦେଇଥିଲେ। କିନ୍ତୁ ପ୍ରତିବର୍ଷ ଦଶହରା ଉପଲକ୍ଷେ ଏହି ଅନୁଷ୍ଠାନ ତରଫରୁ ବାର୍ଷିକ ଉତ୍ସବ ପାଳନ ହୋଇଥାଏ। ଏଥିରେ ଯୋଗ ଦେଉଥିବା କଳାକାରମାନେ ନାଟ୍ୟଶାଳାରେ ନାଟକ ଅଭ୍ୟାସବେଳେ ମା’ ଉତ୍ତରାୟଣୀଙ୍କ ପର୍ବ ମନେକରି ନିଷ୍ଠାର ସହିତ ଅନୁଷ୍ଠାନର ନୀତିନିୟମକୁ ପାଳନ କରିଥା’ନ୍ତି। ପ୍ରତ୍ୟେକ ଦିନ ନାଟ୍ୟାଭ୍ୟାସ ପରେ ସମସ୍ତ କଳାକାର ମା’ ଉତ୍ତରାୟଣୀଙ୍କ ପ୍ରସାଦ ସେବନ କରି ଘରକୁ ଫେରିଥା’ନ୍ତି। ଏଯାଏ ଶତାଧିକ ନାଟକ ମଞ୍ଚସ୍ଥ ହୋଇ ସାରିଲାଣି। ପ୍ରାୟ ୨୦୦ ସଦସ୍ୟ ଅଛନ୍ତି।
ଶତାବ୍ଦୀର କଳାକାର: ଓଡ଼ିଆ ମଞ୍ଚନାଟକ ଜଗତରେ ଏକ ପରିଚତ ନାଁ ଧୀର ମଲ୍ଲିକ। ନାଟକ ରଚନା, ନିର୍ଦ୍ଦେଶନା, ଅଭିନୟରେ ତାଙ୍କର ରହିଛି ଦକ୍ଷତା। ଓଡ଼ିଶା ସଂଗୀତ ନାଟକ ଏକାଡେମୀର ପୂର୍ବତନ ସଚିବ। ସେ କୁହନ୍ତି, ୧୯୭୫ ମସିହା ବେଳକୁ ଯେତେବେଳେ ସାଧାରଣ ରଙ୍ଗମଞ୍ଚଗୁଡ଼ିକ ମଉଳି ଯାଉଥିଲା, ଠିକ୍‌ ଏହି ସମୟରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗରେ ମୁଁ ଏବଂ ଆଉ କେତେଜଣ ନାଟ୍ୟପ୍ରେମୀ ଯୁବକ ନାମ ଲେଖିଥିଲୁ। କିନ୍ତୁ ପରେ ନିଜକୁ ଓ ନିଜର କଳାକୁ କିପରି ପ୍ରକାଶ କରିପାରିବୁ, ଏଥିପାଇଁ ଚିନ୍ତାକରି ଏକ ନାଟ୍ୟାନୁଷ୍ଠାନ ଗଠନ କରିଥିଲୁ, ଯାହାର ନାଁ ହେଲା ଶତାବ୍ଦୀର କଳାକାର। ୧୮ ଏପ୍ରିଲ ୧୯୭୬ ମସିହାରେ ଏଥିରେ ରମାକାନ୍ତ ବାନାର୍ଜୀ, ରତିରଞ୍ଜନ ମିଶ୍ର, ମନୋଜ ପଟ୍ଟନାୟକ, ପ୍ରଦୀପ ସାମଲ, ନୃସିଂହ ସ୍ବାଇଁ, ମନିଦୀପା ମଲ୍ଲିକ, ଗୋକୁଳାନନ୍ଦ ସାହୁ ପ୍ରମୁଖ ମିଶି ଏହି ଅନୁଷ୍ଠାନକୁ ଗଠନ କରିଥିଲୁ। ୧୯୭୬ ମସିହା ଜୁନ୍‌ ମାସରେ ରବୀନ୍ଦ୍ର ମଣ୍ଡପରେ ଶତାବ୍ଦୀର କଳାକାରର କଳାକାରଙ୍କ ଦ୍ୱାରା ଉମାକାନ୍ତ ବାନାର୍ଜୀଙ୍କ ନାଟକ ‘ନିସ୍ତରଙ୍ଗ’ ପ୍ରଥମେ ନାଟକ ଭାବେ ଏଠାରେ ମଞ୍ଚସ୍ଥ ହୋଇଥିଲା। ସମୟକ୍ରମେ ବିଭିନ୍ନ ବିଭାଗ ସହଯୋଗରେ କେତୋଟି ନାଟକ ମଞ୍ଚସ୍ଥ ହେଲା। ଏମିତିରେ ରିଜର୍ଭ ବ୍ୟାଙ୍କର କଳାକାରମାନେ ମଧ୍ୟ ଆମ ସହିତ ସାମିଲ ହେଲେ। ଏବେ ଏହି ଅନୁଷ୍ଠାନର ନିଜସ୍ବ ଉଦ୍ୟମରେ ଚିଲ୍‌ଡ୍ରେନ ଥିଏଟର ଫେଷ୍ଟିଭାଲ ଓ ଓ୍ବାର୍କଶପ୍‌ ଏବଂ କଳିଙ୍ଗ ନାଟ୍ୟ ମହୋତ୍ସବ ୨୪ତମ ମହୋତ୍ସବ ସରିଛି। ବର୍ଷକୁ ପ୍ରାୟ ୩ରୁ୪ଟି ନାଟକ ମଞ୍ଚସ୍ଥ ହୋଇଥାଏ। ଅନୁଷ୍ଠାନର ପ୍ରାୟ ୧୧୧ଜଣ ସଦସ୍ୟ ଅଛନ୍ତି। ଶତାବ୍ଦୀର କଳାକାର ତରଫରୁ ଦେଶର ବିଭିନ୍ନ ସହରରେ ନାଟକ ମଞ୍ଚସ୍ଥ ହୋଇସାରିଛି। ଏହି ଅନୁଷ୍ଠାନଟି ପ୍ରଥମେ ଚାଳଛପର ଘରେ ଚାଲୁଥିଲା। ଏବେ କୋଠାଘର ହୋଇଛି। ଏହାର ପରିସରରେ ନାଟ୍ୟମଞ୍ଚ, ଗ୍ରୀନ୍‌ରୁମ, ପାଠାଗାର, ଅଡିଟୋରିୟମ, ଅତିଥି କକ୍ଷ ଓ ଶ୍ରେଣୀକକ୍ଷ ରହିଛି। ଏଯାଏ ଶତାଧିକ ନାଟକ ମଞ୍ଚସ୍ଥ ହୋଇ ସାରିଲାଣି। ବିଶେଷକରି ନାଟକୀୟ ଉପାଦାନ ଓ ଭାଷା ନାଟକ ଚୟନରେ ବିଶେଷ ଭୂମିକା ନେଇଥାଏ।

ସ୍ପନ୍ଦନ: ସେଦିନ ଥିଲା ୧୯୮୨ ମସିହା ଡିସେମ୍ବର ୨୭ ତାରିଖ। ସୁନ୍ଦରଗଡ଼ ଜିଲାର ଇସ୍ପାତ ନଗରୀ ରାଉରକେଲାଠାରେ ପ୍ରତିଷ୍ଠା ହୋଇଥିଲା କଳା, ସାହିତ୍ୟ ଓ ସଂସ୍କୃତିର ଭିନ୍ନ ଏକ ଅନୁଷ୍ଠାନ ସ୍ପନ୍ଦନ। ଏହି ଅନୁଷ୍ଠାନର ସାଧାରଣ ସଂପାଦକ ପ୍ରଫେସର ଡ. ସମର ମୁଦାଲି କୁହନ୍ତି, କଳାସଂସ୍କୃତି ଓ ପ୍ରତିଭାର ବିକାଶ ନିମନ୍ତେ ସ୍ପନ୍ଦନର ସୃଷ୍ଟି। ଏହି ଅନୁଷ୍ଠାନର କଳାକାରଙ୍କ ଦ୍ୱାରା ପ୍ରଥମେ ସଚ୍ଚି ଦାସଙ୍କ ରଚିତ ନାଟକ ‘ଜହର ଜହ୍ନ’ ସିଭିକ୍‌ ସେଣ୍ଟରଠାରେ ମଞ୍ଚସ୍ଥ ହୋଇଥିଲା। ଏମିତିରେ ପ୍ରାୟ ୩୩ବର୍ଷ ଧରି ସ୍ପନ୍ଦନ ତା’ର ନାଟକ ପରିବେଷଣକୁ ବଞ୍ଚାଇ ରଖିଛି। ପ୍ରାୟ ୩ଟି ସର୍ବଭାରତୀୟ ନାଟକ ମହୋତ୍ସବ ସାରିଛି ଏବଂ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ପ୍ରତ୍ୟକବର୍ଷ ଡିସେମ୍ବରରେ ଆୟୋଜନ ହୋଇଥାଏ। ଏପରିକି ଆଦିବାସୀଙ୍କ ଲୋକକଳା ନୃତ୍ୟକୁ ପ୍ରାଧାନ୍ୟ ଦେଇଆସୁଛୁ। ଅଣଶାସ୍ତ୍ରୀୟ ଓ ପୁରୁଣା ସିନେମା ସଂଗୀତକୁ ନେଇ ନୃତ୍ୟ କରାଯାଇଥାଏ। ସର୍ବଭାରତୀୟ ଶିଶୁ ଥିଏଟର ମହୋତ୍ସବ ୪ଦିନ ଧରି ଆୟୋଜନ ହୋଇଥାଏ। ଅନୁଷ୍ଠାନର ଏକ ମୁଖପତ୍ର ‘ସ୍ପନ୍ଦନ’ ପ୍ରକାଶ କରାଯାଇଥାଏ। ଏବେ ସ୍ପନ୍ଦନ ପ୍ରାୟ ୪୦ବର୍ଷରେ ପହଞ୍ଚତ୍ଲାଣି। ନିଜସ୍ବ କାର୍ଯ୍ୟାଳୟ, ନାଟକ ପରିବେଷଣ ପାଇଁ ନିଜସ୍ବ ନାଟ୍ୟମଞ୍ଚ ରହିଛି। ଏହି ଅନୁଷ୍ଠାନରେ ପ୍ରଥମ ସଭାପତି ଥିଲେ ଅସିତ୍‌ ତ୍ରିପାଠୀ (ଆଇଏଏସ୍‌), ଅଜିତ୍‌ ପୂଜାରୀ, ପ୍ରକାଶଚନ୍ଦ୍ର ଦାଶ ଏବଂ ଯୁଗ୍ମ ସାଧାରଣ ସଂପାଦକ ଭାବେ ସତ୍ୟ ନାରାୟଣ ମିଶ୍ର ପ୍ରମୁଖ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷେ ରାଜ୍ୟରେ ଏମିତି ଆହୁରି କେତୋଟି ହାତଗଣତି ନାଟ୍ୟଅନୁଷ୍ଠାନ ରହିଛି। କାହାରୀ ନିଜସ୍ବ ଜାଗା ରହିଛି ତ ପୁଣି କାହାର ନାହିଁ। ଏମିତିରେ ଏକାଧିକ ପ୍ରତିଷ୍ଠିତ ସୌଖୀନ ମଞ୍ଚନାଟ୍ୟ ଅନୁଷ୍ଠାନଗୁଡ଼ିକ ସମାଜରେ ଗଠନମୂଳକ ବିଚାରଧାରାକୁ ନେଇ ନାଟକ ମଞ୍ଚସ୍ଥ କରିଥାନ୍ତି।

– ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?