ଆସନ୍ତା ୫ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା…
ଭୁବନେଶ୍ୱର,୧୮ା୬(ଅନୁରାଧା ମହାରଣା) – ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଥିବାବେଳେ ସାରା ଓଡ଼ିଶାରେ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଆସନ୍ତା ୫ଦିନ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିବ। ତେବେ ୨ ଦିନ ଧରି କେତେକ…
ନିରପେକ୍ଷ ଶାନ୍ତି ଆନ୍ଦୋଳନ ପୃଥିବୀକୁ ବିପଦରୁ ଉଦ୍ଧାର କରିପାରିବ
ଭଞ୍ଜନଗର,୧୮ା୬(ବାବୁଲା ପ୍ରଧାନ)- ଭଞ୍ଜନଗର ସହରତଳି ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାର ଠାରେ ପାଲେଷ୍ଟାଇନ ସଂହତି ଦିବସ ପାଳନ ଅବସରରେ ‘ଯୁଦ୍ଧ ନୁହେଁ ମୁକ୍ତ ପାଲେଷ୍ଟାଇନ’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟ ତରଫରୁ ଏହି ଆଲୋଚନାଚକ୍ର ହୋଇଥିଲା। ବର୍ତ୍ତମାନ…
କାର୍ଯ୍ୟରେ ଅବହେଳା: ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ସସ୍ପେଣ୍ଡ
ଧର୍ମଶାଳା,୧୮।୬(ଶିବ ପ୍ରସାଦ ମହାନ୍ତି): ଯାଜପୁରରେ ବ୍ୟାପୁଛି ଝାଡ଼ାବାନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ଥିତି ଗମ୍ଭୀର ରହିଛି। ଏଭଳି ସ୍ଥିତିରେ କାର୍ଯ୍ୟରେ ଅବହେଳା ଲାଗି ଜଣେ ଡାକ୍ତରଙ୍କୁ ସସପେଣ୍ଡ କରାଯାଇଛି। ସେ ହେଲେ ଡା. ହେମନ୍ତ କୁମାର ମହାରଣା। ତାଙ୍କ…
କାମ ସାରି ଘରକୁ ଫେରିବା ବାଟରେ ଅଘଟଣ: ମଇଁଷି ଚାଲି ଆସିବାରୁ ସ୍ବାମୀସ୍ତ୍ରୀ…
ଦାରିଙ୍ଗବାଡି, ୧୮।୬ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ ନଂ ରାଜପଥର ସିମନବାଡିର ସାରୁମାହା ସାହି ନିକଟରେ ବୁଧବାର ସଂନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି। ବାଇକ ଆଗକୁ ମଇଁଷି ଚାଲି ଆସିବା ଫଳରେ ବାଇକରେ ଯାଉଥିବା ଚାଳକ ଓ…
ମା’ଙ୍କୁ ମାଡ଼, ଘରୁ ଟଙ୍କା ଚୋରି କରି ନେଉଥିଲେ; ଚନ୍ଦନଙ୍କୁ ଜେଲ ପଠାଇଲା ଦିଗପହଣ୍ଡି ପୋଲିସ
ଦିଗପହଣ୍ଡି,୧୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମର ଆର. ଚନ୍ଦନ ପାତ୍ର ଙ୍କୁ ବୁଧବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଥାନାରେ ମାମଲା ନଂ.୨୧୩/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ…
ମଲାଡ଼ ପଞ୍ଚାୟତରେ ବିକାଶ ବାହନ ଶୁଭାରମ୍ଭ
ଗଞ୍ଜାମ,୧୮ା୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବୁଧବାର ସରକାରଙ୍କ ବିକାଶ ବାହନ ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଶୁଭାରମ୍ଭ କରିଥିଲେ। ବ୍ଲକ୍ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବିଡ଼ିଓ ଅଚ୍ୟୁତାନନ୍ଦ ନନ୍ଦ ଜାନୀ, ସରପଞ୍ଚ ମମତା ବେହେରା,…
୧୦ ଦଫା ଦାବିରେ ସଚେତନ ନାଗରିକ ମଞ୍ଚର ଧାରଣା; କେସିଙ୍ଗାରୁ ଭୁବନେଶ୍ୱରରୁ ଟ୍ରେନ୍ ଚଳାଚଳ ସହ…
କେସିଙ୍ଗା,୧୮।୬(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୦ଦଫା ଦାବି ନେଇ କେସିଙ୍ଗା ସଚେତନ ନାଗରିକ ମଞ୍ଚ ତରଫରୁ ଧାରଣା ଦିଆଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ସହର ସ୍ଥିତ ପୁରୁଣା ଷ୍ଟେଟ…
ହୃଦୟ ଜିତିଲା ‘ସ୍ବାମୀମାନେ ସାବଧାନ’ ନାଟକ
ଗଞ୍ଜାମ,୧୮ା୬(ବିଦ୍ୟାଧର ସାହୁ):ଗଞ୍ଜାମ ସହର ନିକଟସ୍ଥ ଅଗସ୍ତି ନୂଆଗାଁ ଠାକୁରାଣୀ ଯାତ୍ରା ତ୍ରୟୋଦଶ ଦିବସରେ ପହଞ୍ଚତ୍ଛି। ଏହି ଉପଲକ୍ଷେ ଗ୍ରାମର ମା’ ବୁଢ଼ୀ ଠାକୁରାଣୀ ଯୁବ ନାଟ୍ୟ ସାଂସଦ ପକ୍ଷରୁ ମଙ୍ଗଳବାର ସାମାଜିକ ନାଟକ ସ୍ବାମୀମାନେ ସାବଧାନ ମଞ୍ଚସ୍ଥ ହୋଇଥିଲା। ସ୍ବାମୀ ସ୍ତ୍ରୀର…
କୂଳ ଲଂଘୁଛି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ; ୨୪ରୁ ଧାରଣା ଦେବେ…
ଛତ୍ରପୁର,୧୮ା୬(ଦିଲୀପ ସାମଲ): ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ନିକଟରେ ସମୁଦ୍ର କୂଳ ଲଂଘୁଛି । ପୂର୍ବରୁ ସମୁଦ୍ରଠାରୁ ୨ କି.ମି. ଦୂରରେ ଗାଁଗୁଡିକ ଥିଲା। ବର୍ତ୍ତମାନ ଗାଁଠାରୁ ମାତ୍ର ୫୦ ମିଟର ଦୂରରେ ସମୁଦ୍ର ରହିଛି। ଏଥିଯୋଗୁ ଗଙ୍ଗାଦେବୀ ଏବଂ ଠାକୁରାଣୀ…
କୋଟପାଡ଼ରେ ଦୁର୍ଘଟଣା: ଚାଲିଗଲା ନୀଳାମ୍ବରଙ୍କ ଜୀବନ, ଜଣଙ୍କ ପରିଚୟ ଖୋଜୁଛି…
କୋଟପାଡ଼,୧୮।୬(ରାଜଶେଖର): କୋରାପୁଟ ଜ଼ିଲା କୋଟପାଡ଼ ଅଞ୍ଚଳରେ ବୁଧବାର ୨ଟି ସ୍ଥାନରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ହେଇଥିବା ଜଣାପଡିଛି । ଅପରାହ୍ନ ୩ଟାରେ କୋଟପାଡ଼ ସହ କୁସୁମୀକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ବୋବେୟା ପଞ୍ଚୟତ ଚିଲିଗୁଡା…
ଦୁର୍ଘଟଣାରେ ଚାଲିଗଲା ତ୍ରୀନାଥଙ୍କ ଜୀବନ,କ୍ଷତିପୂରଣ ଦାବିରେ ରାସ୍ତାରେ ବସିଛନ୍ତି ରଘୁନାଥପୁର ଗ୍ରାମବାସୀ
ଆନନ୍ଦପୁର,୧୮।୬.(ସୁଶାନ୍ତ କୁମାର ସାହୁ): ଅଜଣା ଗାଡି ଧକ୍କାରେ ରଘୁନାଥପୁର ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ତେବେ ପରିବାରକୁ କ୍ଷତିପୂରଣ ଦାବିରେ ରଘୁନାଥପୁର ଗ୍ରାମବାସୀ ବୁଧବାର ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି। ବର୍ଷା ହେଉଥିଲେ ସୁଦ୍ଧା ଲୋକେ ସେମାନଙ୍କ ଜିଦ୍ରେ ଅଟଳ…
ଭଞ୍ଜନଗର ଡିଏଫ୍ଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା: କାଠ ଚୋରିକୁ ରୋକିବା, ନୂତନ ବନୀକରଣରେ ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା
ଭଞ୍ଜନଗର,୧୮।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବୁଧବାର ଅପରାହ୍ନରେ ଡିଏଫ୍ଓ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସିଏଫ୍ ପ୍ରଦୀପ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ। ଡିଏଫ୍ଓ ଆଚାର୍ଯ୍ୟ ସଭାରେ…

