
ଦିଗପହଣ୍ଡି,୨ା୭(ଅଶେଷ ନାଥ ମିଶ୍ର): ଶ୍ରୀଗୁଣ୍ଡିଚା ଯାତ୍ରା ଉପଲକ୍ଷେ ସାମାଜିକ ନାଟକ ‘ମଝି ନଇରେ ମୋ ଜୀବନ ଡଙ୍ଗା’ ଦିଗପହଣ୍ଡି ବ୍ଲକ ଭ୍ରମରପୁର ବଡ଼ଦାଣ୍ଡ ବ୍ରାହ୍ମଣ ସାହିରେ ମଞ୍ଚସ୍ଥ ହୋଇଛି। ଗ୍ରାମର ଶ୍ରୀ ଗୋପୀନାଥ ମନ୍ଦିର ପରିଚାଳନା କମିଟି ସଭାପତି ସୁଶାନ୍ତ ଷଡଙ୍ଗୀଙ୍କ ସହଯୋଗରେ ପରିବେଷିତ ନାଟକକୁ ନୂଆପଡ଼ା ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଏସଆଇ ଜଗବନ୍ଧୁ ବାର୍ଲା ଉଦ୍ଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ରୂପେ ଗୌଡ଼ଗାଁ ସରପଞ୍ଚ ପ୍ରତିନିଧି ଆଦିତ୍ୟ ସାହୁ, ପୀତବାସ ଚଣ୍ଡ, କୈଳାସ ସାହୁ ଯୋଗ ଦେଇଥିଲେ। ନାଟ୍ୟ ନିର୍ଦ୍ଦେଶକ ରାଧାକାନ୍ତ ନାୟକଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଗ୍ରାମର କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ଆମୋଦିତ କରିଥିଲା।