ଏହି ଦେବୀପୀଠରେ କେବଳ ପୂଜକ ଭାବେ ପୂଜା କରନ୍ତି ଦଳିତ ମହିଳା, ଭିତରକୁ ପୁରୁଷଙ୍କ ପ୍ରବେଶ ନିଷେଧ

କେନ୍ଦ୍ରାପଡ଼ା, ୧୮ା୧୦ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାରୁ ବଗପାଟିଆକୁ ସ୍ଥାନାନ୍ତରିତ ମା’ପଞ୍ଚୁବରାହୀଙ୍କ ପୀଠ ଦୁର୍ଗା ପୂଜା ଉତ୍ସବ ପାଇଁ ଚଳଚଞ୍ଚଳ ହୋଇଛି। ଏହି ପୀଠରେ ଏବେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି। ସହସ୍ରଧିକ ଶ୍ରଦ୍ଧାଳୁ ଏଠାକୁ ଦୈନିକ ଆସୁଥିବା ବେଳେ ପର୍ଯ୍ୟଟନ ଭିତ୍ତିଭୂମି ଅଭାବ ରହିଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ବ୍ୟବସ୍ଥା ସହ ଗମନାଗମନ ପଥର ବିକାଶ ସହ ଏହାକୁ ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ସ୍ବର ଉଠିଛି। ଏହି ପୀଠର ଅନ୍ୟ ଏକ ବିଶେଷତ୍ତ୍ୱ ମା’ଙ୍କ ମନ୍ଦିରରେ କେବଳ ଦଳିତ ମହିଳାଙ୍କୁ ପୂଜକ ଭାବେ ସ୍ବୀକୃତି ମିଳିଥାଏ। ଏପରି କି ମନ୍ଦିର ଭିତରକୁ ପୁରୁଷଙ୍କ ପ୍ରବେଶ ନିଷେଧ ରହିଛି। ଯାହା ରାଜ୍ୟର ଅନ୍ୟ କେଉଁଠାରେ ଦେଖିବାକୁ ମିଳେ ନାହିଁ। ପ୍ରାୟ ୫୦୦ ବର୍ଷ ଧରି ଏହି ପରମ୍ପରା ଚାଲିଆସୁଛି। କଳା ମୁଗୁନି ପଥରରେ ନିର୍ମିତ ୫ ଦେବୀଙ୍କର ଏହି ପୂଜକଙ୍କୁ ପାଉଣା ଆକାରରେ ସରକାରୀ ପ୍ରୋତ୍ସାହନ ଏବେ ବି ମିଳିନାହିଁ ା ସ୍ଥାନୀୟ ଅଞ୍ଚଳର ଶସ୍ୟ, ଫଳମୂଳ ଓ କେତେକ କ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ସାମାନ୍ୟ ଅର୍ଥ ପାଉଣା ଭାବେ ଗ୍ରହଣ କରାଯାଉଥିବା ନେଇ ଶୁକ୍ରବାର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ସୁଦର୍ଶନ ରାଉତ କୁହନ୍ତି, ମା’ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ପ୍ରତ୍ୟକ୍ଷ ଦେବୀ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ହେଉ ଅଥବା ସୁଖ ଦୁଃଖ ବେଳେ ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ କରିବାରେ ସିଦ୍ଧହସ୍ତା। ସମ୍ପ୍ରତି ମନ୍ଦିରରେ ୪ ଜଣ ଦଳିତ ମହିଳାଙ୍କୁ ପୂଜା ଦାୟିତ୍ୱ ଅର୍ପଣ କରାଯାଇଛି। ସେମାନେ ହେଉଛନ୍ତି ସୁଜାତା ଦଳେଇ, ବନଲତା ଦଳେଇ, ରାଣୀ ଦଳେଇ ଓ ସାବିତ୍ରୀ ଦଳେଇ। ଏଠାରେ କେବଳ ବିବାହିତା ମହିଳା ପୂଜକ ଭାବେ ସ୍ବୀକୃତି ପାଇଥାନ୍ତି। ମଙ୍ଗଳବାର ମା’ଙ୍କ ପୂଜାରେ ଶ୍ରଦ୍ଧାଳୁଙ୍କୁ ସାମିଲ କରାଯାଏ ନାହିଁ। ପୁରୁଷ ଶ୍ରଦ୍ଧାଳୁଙ୍କୁ ମା’ଙ୍କ ପ୍ରତିମୂର୍ତ୍ତିକୁ ମନ୍ଦିରର କାନ୍ଥ ମଧ୍ୟରେ ଥିବା ଗଳା ବାଟରେ ଦେଖିବାକୁ ପଡ଼େ। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଆଧ୍ୟାତ୍ମିକ ପୀଠର ଉନ୍ନତି ହେଉଥିବା ବେଳେ ମା’ଙ୍କ ପୀଠର ବିକାଶ ହେଲେ ଉପାନ୍ତ ଅଞ୍ଚଳର ଅର୍ଥନୀତି ନିଶ୍ଚିତ ଉନ୍ନତି ହେବ ବୋଲି ସେ ମତ ରଖିଛନ୍ତି।
ଗବେଷକ ଡ. ସର୍ବେଶ୍ୱର ସେଣ କହିଛନ୍ତି, ରାଜ୍ୟରେ ଏହି ମନ୍ଦିର ଏକ ବ୍ୟତିକ୍ରମ। ଦଳିତ ମହିଳା ଏଠାରେ ପୂଜାରୀ ଭାବେ କାର୍ଯ୍ୟ କରନ୍ତି। ଦେଶର ଅଳ୍ପ କେତୋଟି ସ୍ଥାନରେ ମହିଳା ପୂଜକ ଦେଖିବାକୁ ମିଳେ। ତାମିଲନାଡୁର ଶ୍ରୀବୈଷ୍ଣବ ମନ୍ଦିରରେ କ୍ରିଷ୍ଣାବେଣୀ, ଏସ୍‌ ରାମୟା ଓ ଏନ ରଞ୍ଜିଥାଙ୍କୁ ପୂଜକ ଭାବେ ନିକଟରେ ଗ୍ରହଣ କରାଯାଇଛି। ସେହିପରି କେରଳର ଥିରୁଭାନନ୍ଥପୁରମ୍‌ର ଅଟ୍ଟୁକାଲ ମନ୍ଦିର, ଚକୁଲାଠୁକାବୁ ମନ୍ଦିର, ତାମିଲନାଡୁର ଭଗବତୀ ମା’ମନ୍ଦିର, ବିହାରର ମାତା ମନ୍ଦିର ଆଦିରେ ପୁରୁଷଙ୍କ ପ୍ରବେଶ ନିଷେଧ ଅଛି।
ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ ଧ୍ରୁବ ଚରଣ ସାହୁ କୁହନ୍ତି, ସାତଭାୟା ପଞ୍ଚାୟତ ବରାହୀପୁର ନିକଟରେ ମା’ଙ୍କ ମନ୍ଦିର ଥିଲା। ଏଠାରେ ସମୁଦ୍ର ତଟକ୍ଷୟ ପାଇଁ ଦେବୀଙ୍କୁ ସ୍ଥାନାନ୍ତର ଆବଶ୍ୟକ ପଡିଲା। ସେଠାରୁ ଏହି ପଞ୍ଚାୟତର ପ୍ରାୟ ୧୨ କି.ମି.ଦୂର ବଗପାଟିଆକୁ ୨୦୨୦ ରେ ସ୍ଥାନ୍ତାନ୍ତର ହୋଇଛନ୍ତି। ବଗପାଟିଆରେ ଏବେ ମା’ଙ୍କ ମନ୍ଦିର ପ୍ରତିଷ୍ଠା ସହ ସେହି ଅଞ୍ଚଳର ୫୭୧ ପରିବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନ ଓ ଘର ମିଳିଛି। ଏବେ ଏହି ପୀଠକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପାଇଁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?