ବାତ୍ୟା ମୁକାବିଲା ପାଇଁ ଟେବୁଲ ଟପ୍‌ ଏକ୍ସରସାଇଜ୍‌

ଜଗତ୍‌ସିଂହପୁର ଅଫିସ,୧୯।୬: ଜଗତ୍‌ସିଂହପୁର ଏକ ବାତ୍ୟା, ବନ୍ୟା ପ୍ରବଣ ଜିଲା। ବର୍ଷା ଋତୁ ଆସିଲେ ଜିଲାର ବିଶେଷକରି ସମୁଦ୍ର ନିକଟବର୍ତ୍ତୀ ଗ୍ରାମଗୁଡିକରେ ଅତୀତର ସ୍ମୃତି ମନେପଡେ। ୧୯୯୯ ମହାବାତ୍ୟାରେ ଜିଲାର ବହୁ କ୍ଷତି ହୋଇଥିଲା। ବହୁ ଲୋକଙ୍କ ମୃତ୍ୟୁ ସାଙ୍ଗକୁ ଧନ, ଜୀବନହାନି ହୋଇଥିଲା। ବର୍ଷାଦନେ ଜିଲାର ଜଳ ନିଷ୍କାସନ ଚିନ୍ତା ବଢିଯାଏ। ଏ ପରିସ୍ଥିତିରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଲେ ପରିସ୍ଥିତି ଅଣାୟତ ହୋଇପଡ଼େ। ପ୍ରତିବର୍ଷ ବର୍ଷା ପୂର୍ବରୁ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳଗୁଡିକ ପ୍ରସ୍ତୁତ ରହିବା ପାଇଁ ପଦକ୍ଷେପ ନିଆଯାଉଥିବା ସୂଚନା ଦିଆଯାଏ। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ମକଡ୍ରିଲ୍‌ କରାଯାଏ। କିନ୍ତୁ ଦେଖାଦେଇଥିବା ସମସ୍ୟାଗୁଡିକର ସ୍ଥାୟୀ ସମାଧାନ ହୁଏ ନାହିଁ। ରବିବାର ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ମୁକାବିଲା ନେଇ ମକଡ୍ରିଲ୍‌ ହେବ। କିନ୍ତୁ ଆଗକୁ ବିପର୍ଯ୍ୟୟ ତାର କିଭଳି ମୁକାବିଲା କରାଯାଉଛି ସମୟ କହିବ।
ଜିଲାରେ ଥିବା ୪୫ ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀରେ ଏହି ମକ୍‌ଡ୍ରିଲ୍‌ ହେବ। ଏହାକୁ ଠିକ ଭାବେ ପରିଚାଳନା କରିବା ପାଇଁ ଶନିବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଜିଲାସ୍ତରୀୟ ଟେବୁଲ୍‌ ଟପ୍‌ ଏକ୍ସରସାଇଜ୍‌ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଜିଲାପାଳ ପାରୁଲ୍‌ ପଟଓ୍ବାରୀ ପୌରୋହିତ୍ୟ କରି ଜଗତସିଂହପୁର ରାଜ୍ୟର ଏକ ବାତ୍ୟା ଓ ବନ୍ୟା ପ୍ରବଣ ଜିଲା ହୋଇଥିବାରୁ ବିପର୍ଯ୍ୟୟ ପରିଚାଳନା ପାଇଁ ସବୁବେଳେ ପ୍ରସ୍ତୁତ ରହିବାକୁ କହିଥିଲେ। ଏଥିରେ ଓସ୍‌ଡମାର ଜିଆଇଏସ୍‌ ଏକ୍ସପର୍ଟ ଡ. ଭୋଳାନାଥ ମିଶ୍ର ଯୋଗଦେଇ କହିଥିଲେ, ଜଗତ୍‌ସିଂହପୁର ଜିଲାକୁ ଏକ ବିପର୍ଯ୍ୟୟପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି ା କୌଣସି ପ୍ରକାର ପ୍ରାକୃତିକ ବିପଯର୍ର୍‌ୟୟ ପାଇଁ ପୂର୍ବରୁ ପ୍ରସ୍ତୁତ ରହିବା ପାଇଁ କାର୍ଯ୍ୟକ୍ରମ କରାଯାଉଛି ା ମକଡ୍ରିଲ୍‌ ଜରିଆରେ ବାତ୍ୟା ଆସୁଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଏକ ଡମି ମେସେଜ୍‌ ଜରିଆରେ ଗତ ୧୭ ତାରିଖରୁ ଆସିସାରିଛି। ତେଣୁ କାହାର କ’ଣ ଦାୟିତ୍ୱ ରହିବ ସେନେଇ ଜିଲାସ୍ତରରୁ କ୍ଷେତ୍ରୀୟ ବିଭାଗ ପର୍ଯ୍ୟନ୍ତ ସମସ୍ତଙ୍କୁ ସଜାଗ ରହିବାକୁ କୁହାଯାଇଛି। ରାଜ୍ୟ ଜରୁରୀ କେନ୍ଦ୍ରରୁ ଜିଲାକୁ ଡମି ମେସେଜ୍‌ ଆସିଗଲାପରେ ଏହାକୁ ବ୍ଲକ ଓ ବହୁମୁଖୀ ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀକୁ ପ୍ରେରଣ କରାଯିବ। ଏଥିରେ ଆଶ୍ରୟସ୍ଥଳୀ ଦାୟିତ୍ୱରେ ଥିବା ପରିଚାଳନା କମିଟି ଏବଂ ବିଭିନ୍ନ ଗୋଷ୍ଠୀର ସଦସ୍ୟମାନେ ସାମିଲ ହେବେ। ମୋଟାମୋଟି ଭାବେ ତତ୍କାଳ ବିପର୍ଯ୍ୟୟର ମୁକାବିଲା ନେଇ କି ପଦକ୍ଷେପ ନିଆଯିବ ତା’ଉପରେ ଧ୍ୟାନ ଦିଆଯିବ। ବୈଠକରେ ଅତିରିକ୍ତ ଜିଲାପାଳ ଚିନ୍ମୟୀ ବିଶ୍ୱାଳ ଯୋଗଦେଇ ବହୁମୁଖୀ ଆଶ୍ରୟସ୍ଥଳୀରେ ହେବାକୁ ଥିବା ମକ୍‌ଡ୍ରିଲ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ କହିଥିଲେ, ବାତ୍ୟାଆଶ୍ରୟସ୍ଥଳରେ ଆସ୍କାଲାଇଟ୍‌, ଜେନ୍‌ସେଟ୍‌, ପାୱାର କଟର ଆଦି ରଖାଯାଇଛି। ପାୱାର ବୋଟ୍‌, ଡିଜିଟାଲ୍‌ ମୋବାଇଲ୍‌ ରେଡିଓ ରହିଛି। ପ୍ରତ୍ୟେକ ବ୍ଲକରେ ମକ୍‌ଡ୍ରିଲ ତଦାରଖ ପାଇଁ ବରିଷ୍ଠ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜିଲା ପ୍ରଶାସନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସର୍ବଦା ଜିରୋ କାଜୁଆଲିଟିକୁ ପ୍ରାଧାନ୍ୟ ଦେଇଆସୁଛି ବୋଲି ବିଶ୍ୱାଳ ପ୍ରକାଶ କରିଥିଲେ। ମକ୍‌ଡ୍ରିଲରେ ବିପର୍ଯ୍ୟୟ ସମ୍ପର୍କିତ ପୂର୍ବ ସୂଚନା, ପ୍ରସ୍ତୁତି, ଉଦ୍ଧାର, ରିଲିଫ୍‌ କାର୍ଯ୍ୟ ଓ ବିପର୍ଯ୍ୟୟ ପରେ ଥଇଥାନ ସମ୍ପର୍କିତ ପଦକ୍ଷେପ ସମ୍ପର୍କରେ ପାୱାର ପଏଣ୍ଟ ଜରିଆରେ ପ୍ରେଜେଣ୍ଟଟେସନ୍‌ କରାଯାଇଥିଲା। ସ୍ବାସ୍ଥ୍ୟ, ପାନୀୟ ଜଳ, ପରିମଳ, ସାଧାରଣ ବଣ୍ଟନ, ଅଗ୍ନିଶମ, ଓଡ୍‌ରାଫ୍‌, ପୋଲିସ, ପୂର୍ତ୍ତ ଜଳ ସମ୍ପଦ, ଡ୍ରେନେଜ୍‌, ପ୍ରାଣୀ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ ବିଭାଗ, ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଟେବୁଲ ଟପ୍‌ ଏକ୍ସରସାଇଜ୍‌ରେ ଆଲୋଚନା ହୋଇଥିଲା ା ଏଥିରେ ଉପ-ଜିଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲାପାଳ (ଜରୁରୀ)ଙ୍କ ସମେତ ଜିଲାସ୍ତରୀୟ ଓ କ୍ଷେତ୍ରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri