Posted inଖେଳ

ଟି୨୦ ବିଶ୍ୱକପ ଭେନ୍ୟୁ ୫କୁ କମିପାରେ

ନୂଆଦିଲ୍ଲୀ, ୧।୫(ପି.ଟି.)-
ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ୁଥିଲେ ହେଁ ଆସନ୍ତା ଅକ୍ଟୋବରରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବାନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୃଢ଼ ଆଶାବାଦୀ। ତେବେ ପୂର୍ବରୁ ଏହା ୯ଟି ଭେନ୍ୟୁରେ ହେବାକୁ ଥିବାବେଳେ ଏବେ ଏହି ସଂଖ୍ୟା ୫କୁ କମାଇ ଦେବାକୁ ଚିନ୍ତା କରାଯାଉଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଗତ ୧ ବର୍ଷ ହେଲା ୟୁଏଇକୁ ବ୍ୟାକ୍‌ଅପ୍‌ ଭେନ୍ୟୁ ଭାବେ ପ୍ରସ୍ତୁତ ରଖିଛି। ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ୍‌ ବିଭିନ୍ନ ବାୟୋ-ବବ୍‌ଲ ପରିବେଶରେ ଅନୁଷ୍ଠିତ ହେଉଛି। ମାତ୍ର ଆଇସିସି ଟୁର୍ନାମେଣ୍ଟ ଅବସରରେ ବିସିସିଆଇ ବଡ଼ ପରୀକ୍ଷାର ସମ୍ମୁଖୀନ ହେବ। ” ପ୍ରତିଯୋଗିତା ହେବା ପାଇଁ ୫ ମାସ ଥିବାରୁ ଦେଶର ଅନେକ ଲୋକ ଟିକା ନେଇ ସାରିଥିବେ। ତେଣୁ ଆମେ ଟି୨୦ ବିଶ୍ୱକପ ଆୟୋଜନ କରିବାନେଇ ଏବେ ମଧ୍ୟ ଆଶାବାଦୀ ଅଛୁ। ତେବେ ଭେନ୍ୟୁ ସଂଖ୍ୟା କାଟଛାଣ୍ଟ କରାଯାଇ ୫ରେ ସୀମିତ ରଖାଯିବ“ ବୋଲି ଜଣେ ସିନିୟର ବିସିସିଆଇ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଏକ ଆଇସିସି ଟିମ୍‌ ଏପ୍ରିଲ ୨୬ରେ ଦିଲ୍ଲୀ ଆସି ଆଇପିଏଲ ପାଇଁ ହୋଇଥିବା ଜୈବ-ସୁରକ୍ଷିତ ବ୍ୟବସ୍ଥାକୁ ଅନୁଧ୍ୟାନ କରିବାର ଥିଲା। ମାତ୍ର ବିମାନ ବାତିଲ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି। ସ୍ଥିତି ସ୍ବାଭାବିକ ହେଲେ ସେମାନେ ଆସି ବ୍ୟବସ୍ଥାର ଅନୁଧ୍ୟାନ କରିବେ ବୋଲି ଉକ୍ତ ବିସିସିଆଇ କର୍ମକର୍ତ୍ତା କହିଛନ୍ତି।
ୟୁଏଇକୁ ବ୍ୟାକ୍‌ଅପ୍‌ ଭେନ୍ୟୁ ରଖାଯାଇଛି ବୋଲି ବିସିସିଆଇର ଜେନେରାଲ ମ୍ୟାନେଜର (ଗେମ୍‌ ଡେଭ୍‌ଲପ୍‌ମେଣ୍ଟ) ଧୀରଜ ମାଲହୋତ୍ରା ପ୍ରକାଶ କରିଛନ୍ତି। ନିୟମ ଅନୁସାରେ ୟୁଏଇକୁ ସବୁବେଳେ ଦ୍ୱିତୀୟ ପସନ୍ଦ ଭେନ୍ୟୁ ରଖାଯାଇଥାଏ ବୋଲି ଅନ୍ୟ ଜଣେ କର୍ମକର୍ତ୍ତା କହିଛନ୍ତି। ସାଧାରଣତଃ ଶ୍ରୀଲଙ୍କା ଏବଂ ବାଂଲାଦେଶ ପରି ଦେଶରେ ଆଇସିସି ଟି୨୦ ବିଶ୍ୱକପ ୩ କିମ୍ବା ୪ ଭେନ୍ୟୁରେ ହୋଇଥାଏ। ମାତ୍ର ବୋର୍ଡ ରାଜନୀତି ଏବଂ ଏ ସମ୍ପର୍କିତ ବାଧ୍ୟବାଧକତା ଯୋଗୁ ଭାରତରେ ତାହା ସମ୍ଭବ ହୋଇ ନ ଥାଏ। ୨୦୧୧ ଦିନିକିଆ ବିଶ୍ୱକପ ଏବଂ ୨୦୧୬ ଟି୨୦ ବିଶ୍ୱକପ ସମୟରେ ଆୟୋଜକ କମିଟିରେ ସ୍ଥାନ ପାଇଥିବା ଜଣେ ପୂର୍ବତନ ବିସିସିଆଇ କର୍ମକର୍ତ୍ତା ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ସଭାପତି ସୌରଭ ଗାଙ୍ଗୁଲିଙ୍କ ସହର କୋଲକାତା, ଉପସଭାପତି ରାଜୀବ ଶୁକ୍ଳାଙ୍କ ସହର ଲକ୍ଷ୍ନୌ, ସମ୍ପାଦକ ଜୟ ଶାହାଙ୍କ ସହର ଅହମଦାବାଦ ଏବଂ କୋଷାଧ୍ୟକ୍ଷ ଅରୁଣ ଧୁମାଲଙ୍କ ସହର ଧର୍ମଶାଳା। ଏହାବ୍ୟତୀତ ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ଶ୍ରେଷ୍ଠ ଷ୍ଟାଡିୟମଗୁଡ଼ିକ ରହିଛି। କୌଣସି ଟୁର୍ନାମେଣ୍ଟ ସମୟରେ ଏଥିରୁ କୌଣସି ଭେନ୍ୟୁକୁ ଅଣଦେଖା କରାଯିବା କଷ୍ଟକର ହୋଇଥାଏ ବୋଲି ସେ ସୂଚନା ଦେଇଛନ୍ତି। ମ୍ୟାଚ ବାଣ୍ଟିବା ବିସିସିଆଇ ପାଇଁ ସବୁବେଳେ ସ୍ପର୍ଶକାତର ସମସ୍ୟା ସୃଷ୍ଟି କରିଥାଏ। ତେବେ ଯଦି ଟି୨୦ ବିଶ୍ୱକପ ଯୋଜନା ଅନୁସାରେ ହୁଏ ତେବେ କେତେକ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ। ଟୁର୍ନାମେଣ୍ଟ ସରିଲେ ବିଦେଶରୁ ଆସିଥିବା ଦଳଗୁଡ଼ିକ କିପରି ସ୍ବଚ୍ଛନ୍ଦରେ ଫେରିପାରିବେ ତାକୁ ମଧ୍ୟ ଧ୍ୟାନରେ ରଖାଯାଇଥାଏ। ପାକିସ୍ତାନ ପାଇଁ ସବୁବେଳେ ଦିଲ୍ଲୀ ଏବଂ ଲକ୍ଷ୍ନୌରେ ଖେଳିବା ସୁରକ୍ଷିତ ହୋଇଥାଏ। ସେହିପରି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପାଇଁ ମୁମ୍ବାଇରେ ଖେଳିବା ସୁବିଧାଜନକ ହୋଇଥାଏ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri