Posted inଖେଳ

ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ: ଭାରତୀୟ ଦଳରେ ସୂର୍ଯ୍ୟକୁମାର, ଇଶାନ, ଟଓ୍ବୋଟିଆ

ନୂଆଦିଲ୍ଲୀ,୨୧।୨: ଆଗାମୀ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟି୨୦ ସିରିଜ ପାଇଁ ଶନିବାର ଏକ ୧୯ ଜଣିଆ ଦଳ ଘୋଷଣା କରାଯାଇଛି। ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୦ ସଂସ୍କରଣରେ ଦମ୍‌ଦାର ପ୍ରଦର୍ଶନ କରିଥିବା ୩ଜଣ ଖେଳାଳି ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ, ଉଇକେଟକିପର ଇଶାନ କିଷନ ଓ ଅଲ୍‌ରାଉଣ୍ଡର ରାହୁଲ ଟଓ୍ବୋଟିଆଙ୍କୁ ଏହି ଦଳରେ ସାମିଲ କରାଯାଇଛି। ଏଥିସହିତ ଦଳକୁ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଓ ସ୍ପିନର ବରୁଣ ଚକ୍ରବର୍ତ୍ତୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆହତ ହୋଇଥିବା ମନୀଷ ପାଣ୍ଡେ, ସଞ୍ଜୁ ସାମ୍‌ସନ ଓ ମୟଙ୍କ ଅଗ୍ରଓ୍ବାଲଙ୍କୁ ଦଳରେ ନିଆଯାଇନାହିଁ। ସେହିପରି ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କୁ ମଧ୍ୟ ସାମିଲ କରାଯାଇ ନାହିଁ। ଅହମଦାବାଦ୍‌ରେ ସବୁ ୫ଟି ଯାକ ମ୍ୟାଚ୍‌ ଖେଳାଯିବ। ମାର୍ଚ୍ଚ ୧୨, ୧୪, ୧୬, ୧୮ ଓ ୨୦ ତାରିଖରେ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ଟି୨୦ ମ୍ୟାଚ୍‌ ଖେଳାଯିବ।
ଭାରତୀୟ ଦଳ:
ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଲୋକେଶ ରାହୁଲ, ଶିଖର ଧାଓ୍ବନ, ଶ୍ରେୟାସ ଆୟାର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ (ଉଇକେଟକିପର), ଇଶାନ କିଷନ (ଉଇକେଟକିପର), ୟୁଜବେନ୍ଦ୍ର ଚହଲ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ, ଓ୍ବାଶିଂଟନ ସୁନ୍ଦର, ରାହୁଲ ଟଓ୍ବୋଟିଆ, ଟି. ନଟରାଜନ, ଭୁବନେଶ୍ୱର କୁମାର, ଦୀପକ ଚହର, ନବଦୀପ ସଇନି ଓ ଶାର୍ଦ୍ଦୁଳ ଠାକୁର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ କ୍ରିକେଟ ଟ୍ରେନିଂ ଦେଉଛନ୍ତି ବୀରେନ୍ଦ୍ର ସେହ୍ବାଗ, ଶେୟାର କଲେ ଫଟୋ

ନୂଆଦିଲ୍ଲୀ,୧୪।୨: ପୁଲଓ୍ବାମା ଆକ୍ରମଣକୁ ବର୍ଷେ ପୂରିଛି। ଏହି ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର...

କୋହଲି ଜଣେ ରନ୍‌ ମେଶିନ: ଲାରା

ନଭି ମୁମ୍ବାଇ, ୫।୭(ପି.ଟି.)- କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଗୁରୁବାର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଜଣେ ରନ୍‌ ମେଶିନ ବୋଲି ଆଖ୍ୟା ଦେଇଛନ୍ତି।...

ସ୍ବର୍ଣ୍ଣ ଆଣିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ

ଟୋକିଓ,୪ା୯: ଜାପାନର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ବର୍ଣ୍ଣ ଜିତି ଇତିହାସ ରଚିଛନ୍ତି। ଫାଇନାଲରେ ବ୍ରିଟେନ ପ୍ରତିଦ୍ୱନ୍ଦ୍ୱୀ ଡାନ୍‌...

ଭବିଷ୍ୟବାଣୀ କଲେ ଯୁବରାଜ

ନୂଆଦିଲ୍ଲୀ,୯।୮: ଭାରତ ତୃତୀୟ ଥର ପାଇଁ ବିଶ୍ୱକପ ଜିତିବାର ସ୍ବପ୍ନ ଏଥର ଟୁର୍ନାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିବ। ବିଶ୍ୱକପ ପୂର୍ବରୁ ଭାରତୀୟ ଦଳର ସବୁଠାରୁ...

ନକ୍‌ଆଉଟରେ ଆର୍ଜେଣ୍ଟିନା, ପୋଲାଣ୍ଡ

ଦୋହା, ୨।୧୨:ପ୍ରାରମ୍ଭିକ ବିପର୍ଯ୍ୟୟକୁ ଏଡ଼ାଇ ଆର୍ଜେଣ୍ଟିନା ଚଳିତ ଫିଫା ବିଶ୍ୱକପର ନକ୍‌ଆଉଟରେ ପ୍ରବେଶ କରିଛି। ନିଜର ପ୍ରଥମ ମ୍ୟାଚରେ ସାଉଦି ଆରବଠାରୁ ହାରିବାପରେ ଦ୍ୱିତୀୟ ମ୍ୟାଚରେ...

ସ୍ପଟ୍‌ ଫିକ୍ସିଂ ପରେ ଅମିରଙ୍କୁ ମାଡ଼ ମାରିଥିଲେ ଆଫ୍ରିଦୀ

କରାଚୀ,୧୨।୬(ପିଟି): ପାକିସ୍ତାନ ଦଳର ପୂର୍ବତନ ଦିନିକିଆ ଅଧିନାୟକ ଶାହିଦ ଆଫ୍ରିଦୀ ମାଡ଼ ମାରିବା ପରେ ମହମ୍ମଦ ଅମିର ସ୍ପଟ୍‌ ଫିକ୍ସିଂ ମାମଲାରେ ଜଡ଼ିତ ଥିବା ଦୋଷ...

ବକ୍ସିଂ ମ୍ୟାଚ୍‌ ପରେ କୋମାରେ ୟୁଏସ୍‌ ବକ୍ସର

ଲସ୍‌ ଏଞ୍ଜେଲସ,୧୪।୧୦(ଏଏଫ୍‌ପି)- ଆମେରିକୀୟ ବକ୍ସର ପାଟ୍ରିକ ଡେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଶନିବାର ରାତିରେ ଶିକାଗୋ ଓ୍ବନଷ୍ଟ୍ରଷ୍ଟ ଏରିନାଠାରେ ଅନୁଷ୍ଠିତ ଚାର୍ଲସ କନଓ୍ବେଲଙ୍କ...

ଋତୁରାଜ, ଦୀପକଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛୁ

ନୂଆଦିଲ୍ଲୀ,୧୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଟିମ୍‌ ମ୍ୟାନେଜମେଣ୍ଟ ଏବେ ବି ଦଳର ପ୍ରମୁଖ ଖେଳାଳି ଋତୁରାଜ ଗାଏକ୍ୱାଡ ଏବଂ ଦୀପକ ଚହରଙ୍କ ମେଡିକାଲ ରିପୋର୍ଟକୁ...

Advertisement
Archives

Model This Week