Posted inଖେଳ

ଟି୨୦ କ୍ରିକେଟ: ଇଂଲଣ୍ଡକୁ ହରାଇଲା ପାକିସ୍ତାନ

ନଟିଂହାମ୍‌, ୧୮ା୭ (ଏପି)-ବାବର ଆଜାମ ଓ ମହମ୍ମଦ ରିଜଓ୍ବାନ ପ୍ରଥମ ଉଇକେଟରେ ୧୫ ଓଭରରେ ୧୫୦ ରନ ଯୋଗ କରିବାରୁ ସ୍ଥାନୀୟ ଟେଣ୍ଟବ୍ରିଜ୍‌ଠାରେ ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ପାକିସ୍ତାନ ୩୧ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଅଧିନାୟକ ଆଜାମ ୪୯ ବଲ୍‌ରୁ ୮୫ ଏବଂ ରିଜଓ୍ବାନ ୪୧ ବଲ୍‌ରୁ ୬୩ରନ କରିଥିଲେ। ପାକିସ୍ତାନ ନିର୍ଦ୍ଧାରିତ ଓଭରରେ ରେକର୍ଡ ୨୩୨/୬ ସ୍କୋର କରିଥିଲା। ଜବାବରେ ବ୍ୟାଟିଂ କରିବାକୁ ଯାଇ ଇଂଲଣ୍ଡ ପ୍ରଥମ ୭ ଓଭରରେ ୪ଉଇକେଟ ହରାଇ ସଂକଟରେ ପଡ଼ିଥିଲା। ଲିଆମ ଲିଭିଂଷ୍ଟୋନ୍‌ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ୧୦୩ ରନ ସଂଗ୍ରହ କରି ଦଳ ପାଇଁ ସମ୍ଭାବନା ସୃଷ୍ଟି କରିଥିଲେ। ତେବେ ୧୭ତମ ଓଭରରେ ସେ ୭ମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହେବାପରେ ଇଂଲଣ୍ଡ ୪ ବଲ୍‌ ବାକିଥାଇ ୨୦୧ରନରେ ଅଲଆଉଟ ହୋଇଯାଇଥିଲା।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ : ୨୦ ଓଭରରେ ୨୩୨/୬ (ବାବର ଆଜାମ-୮୫, ରିଜଓ୍ବାନ-୬୩, ଫଖର ଜମାନ-୨୬; ଟମ୍‌ କୁରାନ-୨/୪୭)।
ଇଂଲଣ୍ଡ: ୧୯.୨ ଓଭରରେ ୨୦୧/ଅଲଆଉଟ (ଲିଭିଂଷ୍ଟୋନ୍‌-୧୦୩, ଜାସନ ରୟ-୩୨; ସାହିନ ଆଫ୍ରିଦୀ-୩/୩୦, ସାଦାବ ଖାଁ-୩/୫୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ

ସାଉଥାମ୍ପଟନ, ୧୩ା୭ (ଏପି)-ଜର୍ମେନ ବ୍ଲାକ୍‌ଉଡ୍‌ଙ୍କ ଲଢୁଆ ୯୫ରନ ସହାୟତାରେ ସ୍ଥାନୀୟ ରୋଜ୍‌ ବାଓଲଠାରେ ବିନା ଦର୍ଶକରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ...

କଟକ ଦିନିକିଆରେ ଖେଳିବେ ନାହିଁ ଦୀପକ

ନୂଆଦିଲ୍ଲୀ,୧୯।୧୨- କଟକର ବାରବାଟୀ ଷ୍ଟାଡିୟମରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ୍‌ର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରୁ...

ଡେବ୍ୟୁ ମ୍ୟାଚ୍‌ରେ ସିଦ୍ଧୁଙ୍କ ୩୩ ବର୍ଷର ରେକର୍ଡ ଭାଙ୍ଗିଲେ ଏହି ଯୁବ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୨୨।୧: ଆବୁଧାବିରେ ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ କମାଲ କରିଦେଖାଇଛନ୍ତି ଯୁବ ଓପନର ରହମାନୁଲ୍ଲାହ ଗୁରବାଜ୍‌। ଆଫଗାନିସ୍ତାନର ଏହି ୧୯ ବର୍ଷୀୟ କ୍ରିକେଟର ଗୁରୁବାର କ୍ୟାରିୟରର ପ୍ରଥମ...

ଜେଲ୍‌ ଗଲେ ଏହି କ୍ରିକେଟର୍‌

ସିଡନୀ,୨।୩: ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍ସମ୍ୟାନ ଲୁକ ପୋମର୍ସବାକଙ୍କୁ ଅ ଡ୍ରଗ୍ସ ଏବଂ ଚୋରି ମାମଲାରେ ତାଙ୍କୁ ପୋଲିସ ଗିରଫ କରିଛି। ଚଳିତ ବର୍ଷ ଜାନୁୟାରୀ ୨୪ରୁ...

ଏଟିପି ଫାଇନାଲ୍ସ: ଥିମ୍‌- ମେଡ୍‌ଭେଡେଭ ଫାଇନାଲ ମୁକାବିଲା

ଲଣ୍ଡନ,୨୩।୧୧(ଏପି): ବର୍ଷ ଶେଷରେ ଏଠାରେ ଚାଲିଥିବା ହାଇପ୍ରୋଫାଇଲ ଏଟିପି ଫାଇନାଲ୍ସ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଏହି ଇନ୍‌ଡୋର ହାର୍ଡକୋର୍ଟ ଟୁର୍ନାମେଣ୍ଟ...

ରୋଷେଇ କରୁଛନ୍ତି ଚେନ୍ନାଇ କ୍ରିକେଟର୍‌

ମୁମ୍ବାଇ,୧୨।୪: ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସର ଆଇପିଏଲ ୨୦୨୧ ଆରମ୍ଭ ବହୁତ ଭଲ ନ ଥିଲା। ଦଳ ପ୍ରଥମ ମ୍ୟାଚରେ ରିଷଭ...

ଅନୈତିକ ସମ୍ପର୍କ ରଖିଥିଲେ ପ୍ରସିଦ୍ଧ କ୍ରିକେଟର

ବିବାହିତ ହୋଇ ମଧ୍ୟ ଅନ୍ୟ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ବିଶ୍ୱ କ୍ରିକେଟରେ ନୂଆ ଘଟଣା ନୁହେଁ। କିଛି ପ୍ରସିଦ୍ଧ କ୍ରିକେଟର ଅନ୍ୟ ମହିଳାଙ୍କ...

ଟି୨୦ ବିଶ୍ୱକପ୍‌; ଜୁଲାଇ ପୂର୍ବରୁ ନିଷ୍ପତ୍ତି ନେଇ ହେବନି: ହ୍ବାଇଟ୍‌

ଖ୍ରୀଷ୍ଟଚର୍ଚ୍ଚ,୨୩।୪ (ପି.ଟି.): କୋଭିଡ୧୯ ସଂକ୍ରମଣ କାରଣରୁ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ନେେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ମେଗା ଇଭେଣ୍ଟକୁ ସ୍ଥଗିତ ରଖିବା...

Advertisement
Archives

Model This Week