ରାଜ୍ୟରେ ଶଶୀକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୯ା୮(ସୁନିତ୍‌ ମିଶ୍ର):ଗଣତନ୍ତ୍ରରେ ମର୍ଯ୍ୟାଦା ଓ ପରମ୍ପରାର ନିଜସ୍ବ ସ୍ଥାନ ଅଛି। ଓଡ଼ିଶାରେ ଗତ ମେ ମାସରୁ ଶଶୀକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି। ତେବେ ଗଣତନ୍ତ୍ରର ଲକ୍ଷ୍ମଣରେଖା ଭିତରେ ସମସ୍ତେ ରହିବା ଜରୁରୀ। ଦମ୍ଭ ଦେଖାଇ ସମ୍ବିଧାନକୁ ନିଜ ଢଙ୍ଗରେ ଚଲାଇବା ପାଇଁ ଯେଉଁମାନେ ଭାବିଛନ୍ତି ସେମାନେ ଭୁଲ୍‌ ଭାବୁଛନ୍ତି। ଏହି ଭ୍ରମକୁ ସେମାନେ ଦୂର କରନ୍ତୁ ବୋଲି ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଧର୍ମେନ୍ଦ୍ର କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାରେ ଗଣତନ୍ତ୍ରର ସୀମା ଉଲ୍ଲଂଘନ ହେଉଛି। ଭୁବନେଶ୍ୱର ଏମ୍‌ପିଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀ ଗସ୍ତ କରିବା ବେଳେ ତଥାକଥିତ ବିରୋଧ କରିବାର ପ୍ରାୟୋଜିତ ଯୋଜନା କରାଯାଉଛି। ଗଣତନ୍ତ୍ରରେ ଯାହା ପାଖରେ ସଂଖ୍ୟାବଳ ଅଛି, ସେମାନେ ଯଦି ଦମ୍ଭ ଦେଖାଇ ପ୍ରତିପକ୍ଷ ଓ ଅସହମତ ଥିବା ଲୋକଙ୍କୁ ଅପମାନିତ କରିବେ ତେବେ ଏହାଠୁ ବଳି କିଛି ଜଘନ୍ୟ କଥା ହୋଇ ନ ପାରେ। ବ୍ରିଟିଶରାଜ ବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀର ଦମ୍ଭ ମଧ୍ୟ ଏହିଭଳି ଥିଲା। ଓଡ଼ିଶାରେ ପଲ୍ଲିସଭା ନ କରିବା ପାଇଁ ସରକାରୀ ନିର୍ଦ୍ଦେଶ ଥିବା କୁହାଯାଉଛି। ସରକାରୀ ନିର୍ଦ୍ଦେଶ ସମ୍ବିଧାନର ପରିଧି ଭିତରେ ନା ବାହାରେ ବୋଲି ସେ ପ୍ରଶ୍ନ କରିଛନ୍ତି। ଆମ ପୂର୍ବଜମାନେ ଏଠାରେ ସଂଘର୍ଷ କରି ଦେଶ ପାଇଁ ସ୍ବତନ୍ତ୍ରତା ଆଣିଥିଲେ। ସମ୍ବିଧାନ ବ୍ୟବସ୍ଥା ଲାଗୁ କରିଥିଲେ। କିନ୍ତୁ ସମ୍ବିଧାନକୁ ଦମ୍ଭ ଦେଖାଇ ତାଙ୍କ ଢଙ୍ଗରେ ଚଲାଇବେ ଓ ଲମ୍ବା ସମୟ ସାମ୍ବିଧାନିକ ଅବ୍ୟବସ୍ଥାରୁ ସୁରକ୍ଷା ଦେଇଦେବେ ବୋଲି ଯେଉଁ ବରିଷ୍ଠ ଅଧିକାରୀମାନେ ଭାବୁଛନ୍ତି, ସେମାନେ ଭ୍ରମରେ ଅଛନ୍ତି। ଗଣତନ୍ତ୍ରରେ ଆଇନକାନୁନ ଓ ସାମ୍ବିଧାନିକ ମର୍ଯ୍ୟାଦା ଅଛି। ଗଣତନ୍ତ୍ରର ସବୁଠୁ ଊର୍ଦ୍ଧ୍ୱରେ ଲୋକମତ ଅଛି। ମୁଖ୍ୟମନ୍ତ୍ରୀ ଅଗଣତାନ୍ତ୍ରିକ କାମକୁ ପ୍ରଶ୍ରୟ ଦେବେନି ବୋଲି ରାଜନୈତିକ ବିରୋଧୀ ଦଳଭାବେ ତାଙ୍କଠାରୁ ମୋର ଅପେକ୍ଷା ରହିଛି। ଓଡ଼ିଶାରେ ଆଲୋଚନା, ସମାଲୋଚନା ହେଉ। ବିରୋଧ ରାଜନୈତିକ ସ୍ତରରେ କରାଯାଉ। ଗଣତନ୍ତ୍ରକୁ ସମ୍ମାନ ଦିଆଯାଉ। କିଛି ସରକାରୀ ଅଧିକାରୀ ଯେଉଁଭଳି ହାତବାରିସି ହେଉଛନ୍ତି, ସେମାନେ ଏପ୍ରକାର ଅଗଣତାନ୍ତ୍ରିକ ଓ ବେଆଇନ କାମରୁ ନିବୃତ ରୁହନ୍ତୁ। ସାଢେ ୪ କୋଟି ଓଡ଼ିଆଙ୍କ ତରଫରୁ ଏହି ନିବେଦନ କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri