Posted inଖେଳ

ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦: ଶୁଭ୍ରାଂଶୁଙ୍କ ଅର୍ଦ୍ଧଶତକ, ଓଡ଼ିଶାର ପ୍ରଥମ ବିଜୟ

କୋଲକାତା, ୧୯ା୧: ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ନାମେଣ୍ଟ ଏଲିଟ୍‌ ଗ୍ରୁପ୍‌ ବି’ର ସୋମବାର ଖେଳାଯାଇଥିବା ଏକ ମ୍ୟାଚରେ ଓଡ଼ିଶା ୪ ଉଇକେଟରେ ଆସାମକୁ ହରାଇ ଦେଇଛି। କ୍ରମାଗତ ୪ଟି ମ୍ୟାଚରେ ପରାଜୟ ପରେ ଦଳର ଏହା ହେଉଛି ପ୍ରଥମ ବିଜୟ। ସ୍ଥାନୀୟ ଯାଦବପୁର ୟୁନିଭର୍ସିଟି କ୍ୟାମ୍ପସରେ ଅନୁଷ୍ଠିତ ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ଆସାମ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ବିନିମୟରେ ୧୪୮ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରିୟାନ୍‌ ପରାଗ ସର୍ବାଧିକ ୪୨ ରନ (୨୬ ବଲ୍‌, ୩ ଚୌକା ଓ ୨ ଛକା) କରିଥିଲେ। ସେ ଗୋବିନ୍ଦ ପୋଦ୍ଦାରଙ୍କ ବଲ୍‌ରେ ସୁକେଶ ହୀରାଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜାକୁଦ୍ଦିନ ୩୨, ସାହିଲ ଜୈନ ୨୪ ଓ ପଲ୍ଲଭ କୁମାର ଦାସ ୨୧ ରନ କରିଥିଲେ। ଓଡ଼ିଶା ପକ୍ଷରୁ ଗୋବିନ୍ଦ ପୋଦ୍ଦାର ୨୮ରନ ବିନିମୟରେ ୨ଟି ଉଇକେଟ ଅକ୍ତିଆର କରିଥିବାବେଳେ ପପୁ ରୟ ଓ ସର୍ବେଶ୍ୱର ମହାନ୍ତି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପଦାର୍ପଣକାରୀ ବୋଲର ଆଶିଷ ରାୟଙ୍କୁ ଉଇକେଟ ସଫଳତା ମିଳି ନ ଥିଲା।
୧୪୯ ରନର ବିଜୟ ଲକ୍ଷ୍ୟକୁ ନେଇ ବ୍ୟାଟିଂ କରିଥିବା ଓଡ଼ିଶାର ଆରମ୍ଭ ଭଲ ନ ଥିଲା। ପ୍ରଥମ ଓଭରରେ ଦଳ ପଦାର୍ପଣକାରୀ ବ୍ୟାଟ୍ସମ୍ୟାନ ସୁକେଶ ହୀରାଙ୍କ ଉଇକେଟ ହରାଇଥିଲା। ସେ କୌଣସି ରନ ନ କରି ପ୍ରୀତମ ଦାସଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ। କିନ୍ତୁ ପରେ ଓପନର ଗୌରଭ ଚୌଧୁରୀଙ୍କ ସହ ବ୍ୟାଟିଂରେ ଯୋଗ ଦେଇଥିବା ଶୁଭ୍ରାଂଶୁ ସେନାପତି କ୍ରିଜ୍‌ରେ ଅଧିକ ସମୟ ମହଜୁଦ ରହି ଦଳର ସ୍କୋରକୁ ଆଗେଇ ନେଇଥିଲେ। ସେ ଓଡ଼ିଶା ପକ୍ଷରୁ ସର୍ବାଧିକ ୬୪ ରନ ସଂଗ୍ରହ କରିଥିଲେ। ସେ ୪୮ ବଲ୍‌ ସାମ୍ନା କରି ୪ ଚୌକା ଓ ୩ ଛକା ଲଗାଇଥିଲେ। ଦଳର ସ୍କୋର ୧୨୧ ଥିବାବେଳେ ସେ ୬ଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ପ୍ରତୀକ ଦାସ ଓ ସୂର୍ଯ୍ୟକାନ୍ତ ପ୍ରଧାନ ଯଥାକ୍ରମେ ୨୦ ଓ ୧୩ ରନ କରି ଅପରାଜିତ ରହିଥିଲେ। ୭ମ ଉଇକେଟ ଭାଗୀଦାରିରେ ଏହି ଦୁଇ ଖେଳାଳି ଅପରାଜିତ ୨୭ ରନ ଯୋଗ କରିଥିଲେ। ଦଳ ୧୯ ଓଭରରେ ୬ଉଇକେଟ ବିନିମୟରେ ୧୫୪ରନ କରି ମ୍ୟାଚ ଜିତିନେଇଥିଲା। ଆସାମ ପକ୍ଷରୁ ପ୍ରୀତମ ଦାସ ଓ ରିୟାନ ପରାଗ ୨ଟି ଲେଖାଏ ଏବଂ ରାଜାକୁଦ୍ଦିନ ଅହମ୍ମଦ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର ବୋର୍ଡ
ଆସାମ: ୨୦ ଓଭରରେ ୧୪୮/୫ (ରିୟାନ ପରାଗ-୪୨, ରାଜାକୁଦ୍ଦିନ-୩୨, ସାହିଲ ଜୈନ-୨୪, ଗୋବିନ୍ଦ ପୋଦ୍ଦାର-୨/୨୮, ପପୁ ରୟ-୧/୨୦, ସର୍ବେଶ୍ୱର ମହାନ୍ତି-୧/୨୪)।
ଓଡ଼ିଶା:୧୯ ଓଭରରେ ୧୫୪/୬ (ଶୁଭ୍ରାଂଶୁ ସେନାପତି-୬୪, ପ୍ରତୀକ ଦାସ-୨୦*, ପ୍ରୀତମ ଦାସ-୨/୧୯, ର଼୍ୟାନ ପରାଗ-୨/୨୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଧର୍ମଶାଳାରେ ଇତିହାସ ରଚି…

ଧର୍ମଶାଳା,୧୩ା୬: ରୋହିତ ଶର୍ମା ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଓଡିଆଇ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି। ସେ ମୋହିନ୍ଦର ଅମରନାଥଙ୍କ ୩୭…

ଅଧିନାୟକ ହେବା ପରେ, ମୁମ୍ବାଇର ୱର୍ଲିରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନେଲେ ଶ୍ରେୟସ ଆୟର; ଭଡା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୧୩।୬: ଶ୍ରେୟସ ଆୟରଙ୍କୁ ସମ୍ପ୍ରତି ଭାରତୀୟ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ, ସେ ମୁମ୍ବାଇର ହାଇକଷ୍ଟ ୱାର୍ଲି ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଡା…

ମାତ୍ର ୧୦ ବର୍ଷ ବୟସରେ କମାଲ କଲେଣି ବୈଭବ ସୂର୍ଯ୍ୟବଂଶୀଙ୍କ ସାନ ଭାଇ

ପାଟନା,୧୩।୬: ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବ୍ୟାଟିଂରେ ଚହଳ ସୃଷ୍ଟି କରି ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ ଏବଂ ଏବେ ତାଙ୍କ ସାନ ଭାଇ ସମାନ ପ୍ରଭାବ ପକାଇବାକୁ…

ଷ୍ଟାର୍‌ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପିତାଙ୍କୁ କାହିଁକି ସାବଧାନ କଲେ ଏହି ପୂର୍ବତନ କ୍ରିକେଟର? ଜାଣନ୍ତୁ କ’ଣ ରହିଛି ବଡ଼ କାରଣ

ନୂଆଦିଲ୍ଲୀ, ୧୨।୬: ଭାରତୀୟ କ୍ରିକେଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଆଜିକାଲି କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛି । ଅଣ୍ଡର-୧୯ କ୍ରିକେଟ ଏବଂ ଆଇପିଏଲ (IPL) ରେ ଚମତ୍କାର…

କମ୍‌ ବୟସରେ ଟଳିପଡ଼ିଲେ ଭାରତର ପ୍ରସିଦ୍ଧ ଶୁଟର: ଜିତିଥିଲେ ସ୍ବର୍ଣ୍ଣପଦକ

ନୂଆଦିଲ୍ଲୀ,୧୨।୬:ପ୍ରସିଦ୍ଧ ଶୁଟର ତଥା ଭାରତୀୟ ଅଲିମ୍ପିକ ଷ୍ଟାର ମନୁ ଭାକରଙ୍କ କୋଚ ଜସପାଲ ରାଣାଙ୍କ ଦେହାନ୍ତ ହୋଇଛି। ମ୍ୟୁନିଚ୍‌ରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ ପରେ ଭାରତ ଫେରିବା…

ବିଳମ୍ବ ହୋଇପାରେ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ? ଭାରତର ଆୟରଲ୍ୟାଣ୍ଡ ଗସ୍ତକୁ ନେଇ ଲାଗି ରହିଛି ଅନିଶ୍ଚିତତା…

ନୂଆଦିଲ୍ଲୀ,୧୨।୬: ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି। ଏହି ୧୫ ବର୍ଷୀୟ ବିସ୍ଫୋରକ ବ୍ୟାଟସମ୍ୟାନଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ ଯେଉଁମାନେ ଉତ୍ସାହର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri