Posted inଜାତୀୟ

ସ୍କୋର୍ପିଓରୁ ୮୯ ଖଣ୍ଡା ଜବତ, ରାଜସ୍ଥାନରୁ ଆସୁଥିଲା ମହାରାଷ୍ଟ୍ର…

ଧୁଲେ, ୨୮।୪ : ମହାରାଷ୍ଟ୍ରର ଧୁଲେ ଜିଲାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଧୁଲେରେ ଏକ ସ୍କୋର୍ପିଓରୁ ୮୯ଟି ଖଣ୍ଡା ଏବଂ ଗୋଟିଏ ଛୁରୀ ଜବତ କରାଯାଇଛି। କୁହାଯାଉଛି ଯେ ଏସବୁ ରାଜସ୍ଥାନର ଚିତ୍ତରଗଡରୁ ଆସୁଥିଲା ଏବଂ ଏହାକୁ ମହାରାଷ୍ଟ୍ରର ଜାଲନାକୁ ନିଆଯାଇଥାନ୍ତା।

ଆସନ୍ତା କିଛି ଦିନ ମଧ୍ୟରେ ଜାଲନା ନିକଟ ଔରଙ୍ଗାବାଦରେ ମହାରାଷ୍ଟ୍ର ନବନିର୍ମାନ ସେନା ମୁଖ୍ୟ ରାଜ ଠାକରେଙ୍କ ଏକ ସାଧାରଣ ସଭା ହେବାକୁ ଯାଉଛି। ରାଜ୍‌ ଏବେ ଲାଉଡ ସ୍ପିକର ବିବାଦକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି।

ସୂଚନାନୁସାରେ, ରାଜସ୍ଥାନରୁ ମହାରାଷ୍ଟ୍ରକୁ ଏକ ବଡ଼ ଧରଣର ଅସ୍ତ୍ରଶସ୍ତ୍ର ଆସୁଥିବା ସମ୍ପର୍କରେ ଧୁଲେ ପୋଲିସ ଗୁପ୍ତ ସୂଚନା ପାଇଥିଲା। ସୂଚନା ପାଇବା ମାତ୍ରେ ଧୁଲେ ପୋଲିସ ସମସ୍ତ ପ୍ରସ୍ତୁତି କରି ୪ ଜଣ ଅଭିଯୁକ୍ତଙ୍କୁ ଅସ୍ତ୍ରଶସ୍ତ୍ର ସହ ଧରିଥିଲା।

ମୁମ୍ବାଇ-ଆଗ୍ରା ରାଜପଥରେ ଥିବା ସୋନଗୀର ଗ୍ରାମ ନିକଟରୁ ଧୁଲେ ପୋଲିସ ଏହାକୁ ଜବତ କରିଛି। ଧୁଲେ ଏସପି ପ୍ରବୀଣ ପାଟିଲ କହିଛନ୍ତି ଯେ ଜାଲନା ଅଭିମୁଖେ ଯାଉଥିବା ସ୍କୋର୍ପିଓ କାରରୁ ପୋଲିସ ଏସବୁକୁ ଜବତ କରିଛି। ଏହା ସହିତ ୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଆଇପିସି ଏବଂ ଆର୍ମସ ଆକ୍ଟ ଅନୁଯାୟୀ ପୋଲିସ ଏହି ଚାରିଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

ତେବେ ଏସବୁକୁ ରାଜସ୍ଥାନରୁ ମହାରାଷ୍ଟ୍ରକୁ ଏତେ ପରିମାଣରେ କାହିଁକି ଅଣାଯାଉଥିଲା, ତାହା ଏପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି। ତଦନ୍ତ ଜାରି ରହିଛି। ଗିରଫ ୋହାଇଥିବା ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଉଛି। ମହାରାଷ୍ଟ୍ରରେ ଲାଉଡ ସ୍ପିକର ଏବଂ ହନୁମାନ ଚାଳିସା ପାଠ ବିବାଦକୁ ନେଇ ରାଜନୀତି ଜାରି ରହିଛି। ଏହା ଦ୍ୱାରା ସାମାଜିକ ସୌହାର୍ଦ୍ଦ୍ୟର ବ୍ୟାଘାତ ହେବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ଏତେ ପରିମାଣର ଖଣ୍ଡା ଜବତ ହେବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି। କିଏ ଏସବୁକୁ ଆଣୁଥିଲା ଏବଂ କାହିଁକି ି ପୋଲିସ ଏବେ ତାହାର ଖୋଳତାଡ଼ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri