ନାବାଳକଙ୍କୁ ଅପହରଣ, ନୟାଗଡ଼ରେ ବିକ୍ରି

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜଧାନୀ ଇନ୍‌ଫୋସିଟି ଥାନା ଅଞ୍ଚଳରେ ଜଣେ ଶିଶୁକନ୍ୟାକୁ ବିସ୍କୁଟ ଦେଇ ଅପହରଣ କରାଯିବା ଘଟଣାର ୧୦ଦିନ ପରେ ଖଣ୍ଡଗିରି ଥାନା ଅଞ୍ଚଳରେ ଜଣେ ନାବାଳକଙ୍କୁ ଅପହରଣ କରାଯାଇ ବିକ୍ରି କରାଯାଇଥିବା ଜଣାପଡ଼ିଛି। ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ କାବୁ କରି ତାଙ୍କ ସହଯୋଗରେ ନାବାଳକଙ୍କୁ ଖୋର୍ଦ୍ଧା ପୁବୁସାହିରୁ ବୁଧବାର ଉଦ୍ଧାର କରିଛି। ଏଥିସହ ମାଷ୍ଟରମାଇଣ୍ଡଙ୍କ ସହ ବିକ୍ରି ଯୋଜନାରେ ସମ୍ପୃକ୍ତ ଥିବା ଜଣେ ମଧ୍ୟସ୍ଥ ଓ ଜଣେ ମହିଳାଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ଅଖାରିଆ ଅଞ୍ଚଳର ମୁଖ୍ୟ ଅଭିଯୁକ୍ତ ଗୀତାଞ୍ଜଳି ଦାସ(୩୪), ସରୋଜିନୀ ମହାପାତ୍ର(୫୦) ଓ ମଧ୍ୟସ୍ଥ ଗୋବର୍ଦ୍ଧନ ସାହୁ(୪୨)। ଗୁରୁବାର ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଖଣ୍ଡଗିରି ଥାନାଧିକାରୀ ପଦ୍ମନାଭ ପ୍ରଧାନ କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଗୀତାଞ୍ଜଳି ଜାଗମରା ଗ୍ରାମରେ ପରିବାର ସହ ରୁହନ୍ତି। ଓଡ଼ଗାଁ ଅଞ୍ଚଳର ମଧ୍ୟସ୍ଥ ଗୋବର୍ଦ୍ଧନ ଓ ସରୋଜିନୀ ନାମ୍ନୀ ମହିଳାଙ୍କ ସହ ପିଲା ବିକ୍ରି ପାଇଁ ୧ ଲକ୍ଷ ଟଙ୍କା ଡିଲ୍‌ କରିଥିଲେ। ଏଥିପାଇଁ ସେ ମାସେ ପୂର୍ବରୁ ୪୦ ହଜାର ଟଙ୍କା ଅଗ୍ରିମ ଆଣିଥିଲେ। ବୁଧବାର ସାରେ ଗୀତାଞ୍ଜଳି ଘରପାଖରେ ୩ ଜଣ ପିଲାଙ୍କୁ ବହି କିଣେଇବା ସହ ଚକଲେଟ୍‌ ଦେବାକୁ କହି ଡାକିଥିଲେ। ହେଲେ ୩ ଜଣ ପିଲାଙ୍କ ମଧ୍ୟରୁ ପଡ଼ୋଶୀ ମାମା ଜେନାଙ୍କ ୧୦ ବର୍ଷର ପୁଅ ତାଙ୍କ ସହ ଯାଇଥିଲେ। ସେପଟେ ପୂର୍ବ ଯୋଜନା ଅନୁଯାୟୀ ଗୋବର୍ଦ୍ଧନ ଓ ସରୋଜିନୀଙ୍କୁ ଡାକି ଦେଇଥିଲେ। ସେମାନେ ଏକ କାର୍‌ ଯୋଗେ ଭୁବନେଶ୍ୱର ଆସି ଗୀତାଞ୍ଜଳିଙ୍କ ପାଖରେ ପହଞ୍ଚତ୍ଥିଲେ। ସେମାନେ ନାବାଳକଙ୍କୁ କିଛି ନିଶାଦ୍ରବ୍ୟ ଦେବାରୁ ସେ ଶୋଇ ପଡ଼ିଥିଲେ। ପରେ ସେମାନେ ନାବାଳକଙ୍କୁ ନେଇ ରାତିରେ ଓଡ଼ଗାଁ ଚାଲିଯାଇଥିଲେ। ସେଠାରୁ ଗୀତାଞ୍ଜଳି ଭୁବନେଶ୍ୱର ଚାଲି ଆସିଥିଲେ। ଏପଟେ ମା’ ମାମା ତାଙ୍କ ପୁଅଙ୍କୁ ନ ପାଇ ପାଖ ପିଲାଙ୍କୁ ନ ପାଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା(ନଂ.୨୧୪/୨୨) ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଗୀତାଞ୍ଜଳିଙ୍କୁ ଅଟକ ରଖି ପଚରାଉଚରା କରିଥିଲେ ସୁଦ୍ଧା ସେ ପ୍ରଥମେ କିଛି କହି ନ ଥିଲେ। ପରେ ସବୁ କଥା ମାନି ଥିଲେ। ତାଙ୍କଠାରୁ ସବୁ କଥା ଜାଣିବା ପରେ ଅନ୍ୟ ୨ ଅଭିଯୁକ୍ତଙ୍କ ଧରିବାକୁ ଯୋଜନା କରିଥିଲା। ଗୀତାଞ୍ଜଳିଙ୍କ ମାଧ୍ୟମରେ ୨ ଅଭିଯୁକ୍ତ ଗୋବର୍ଦ୍ଧନ ଓ ସରୋଜିନୀଙ୍କୁ ପୁବୁସାହି ନିକଟରୁ ଏକ ବସ୍‌ରୁ କାବୁ କରାଯିବା ସହ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୧ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri