ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ବୁଲିବନି ଖଣ୍ଡା

ସମ୍ବଲପୁର,୮ା୪(ବ୍ୟୁରୋ): ସମ୍ବଲପୁର ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ହନୁମାନ ଜୟନ୍ତୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସ୍‌ପି ବାତୁଳା ଗଙ୍ଗାଧର, ଏସ୍‌ଏମ୍‌ସି କମିଶନର ପ୍ରଦୀପ କୁମାର ସାହୁ, ଏଡିଏମ୍‌ ଉମାକାନ୍ତ ରାଜ, ଉପଜିଲାପାଳ ମୟୁର ବିକାଶ ସୂର୍ଯ୍ୟବଂଶୀ, ପିଡି ଦିଲୀପ କୁମାର ବଳ ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଜିଲାପାଳ ପରିଡା ଆସନ୍ତା ୧୪ତାରିଖରେ ସମସ୍ତଙ୍କ ସହଯୋଗ କାମନା କରି ଶାନ୍ତି ଶୃଙ୍ଖଳାରେ ଯେଭଳି ହନୁମାନ ଜୟନ୍ତୀ ପାଳନ ହେବ ସେ ନେଇ କମିଟି ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ।

ଏସ୍‌ପି ଗଙ୍ଗାଧର କହିଥିଲେ, କୋଭିଡ୍‌ କଟକଣା ହଟିବା ପରେ ଚଳିତବର୍ଷ ଜୟନ୍ତୀ ପାଳନ କରାଯାଉଛି। ଏବର୍ଷ ଶୋଭାଯାତ୍ରାରେ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ରୋକ ଲଗାଯାଇଛି। ନିଶାଦ୍ରବ୍ୟ ସେବନ କରି ଶୋଭାଯାତ୍ରାରେ ସାମିଲ ନ ହେବାକୁ କମିଟି ସଦସ୍ୟଙ୍କୁ ସେ ଅନୁରୋଧ କରିଥିଲେ। ଏହାସହ ଶୋଭାଯାତ୍ରା ପୂର୍ବରୁ ଥାନା ଗୁଡିକରେ ରୁଟ୍‌ ବିଷୟରେ ଜଣାଇ ଅନୁମତି ନେବାକୁ କହିଥିଲେ। ଆଖଡାରେ ଯେଉଁମାନେ ସାମିଲ ହେବେ ସେମାନେ ପାରମ୍ପରା ଅନୁସାରେ ପାଳନ କରନ୍ତୁ। ସୁରକ୍ଷା ସୃଷ୍ଟିରୁ ବିଭିନ୍ନ ଛକରେ ଓ ଶୋଭାଯାତ୍ରାରେ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯିବ। ପ୍ରାୟ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତ୍‌ୟନ ରହିବେ ବୋଲି ଏସ୍‌ପି ଗଙ୍ଗାଧର କହିଥିଲେ।

ହନୁମାନ ଜୟନ୍ତୀ ସମନ୍ବୟ ସମିତି ସାଧାରଣ ସମ୍ପାଦକ ସୁଧିର ରଞ୍ଜନ ବହିଦାର କହିଥିଲେ, ବହୁ ବର୍ଷ ହେବ ହନୁମାନ ଜୟନ୍ତୀ ପାଳିତ ହୋଇଆସୁଛି। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ଶୋଭାଯାତ୍ରାରେ ଝଣ୍ଡା ଓ ଆଖଡା କରିବାର ପରମ୍ପରା ରହିଛି। ଭାବନା ସହିତ ଜଡିତ ଥିବାରୁ ଏହାକୁ ଅନୁମତି ଦିଆଯାଉ। ଏହା ସହ ସହରର ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରିବାକୁ ଥିବାରୁ ରାସ୍ତାରେ ପଡିଥିବା ଘର ନିର୍ମାଣ ସାମଗ୍ରୀ ହଟାଇ ଦିଆଯାଉ। ବିଦ୍ୟୁତ କାଟ ନ ହେବା ପାଇଁ ଦାୟିତ୍ୱରେ ଥିବା କମ୍ପାନୀକୁ ତାଗିଦ କରିବା ସହ ଶୋଭାଯାତ୍ରା ସମୟରେ ମେଡିକାଲ ଓ ପାଣି ସୁବିଧା ଯୋଗାଇଦେବାକୁ ଦାବି କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଜୟନ୍ତୀ କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତା ବାନାର୍ଜୀଙ୍କ ପାଇଁ ଚତୁର୍ଥ ଝଟକା: ଚାରି ଦିନରେ ୪ଟି ଇସ୍ତଫା

କୋଲକାତା,୧୧।୬: ବଙ୍ଗଳା ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଦମନକାରୀ ପରାଜୟ ପରେ ତୃଣମୂଳ କଂଗ୍ରେସ ସାମ୍ନାରେ ଥିବା ସଙ୍କଟ ଆହୁରି ଘନିଭୂତ ହେଉଛି। ଦଳ ଭିତରେ ଆରମ୍ଭ…

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ଜୋର୍‌ସୋରରେ ପ୍ରସ୍ତୁତି : ୧୩ରୁ ୧୫ ତାରିଖ ଯାଏ ଚାଲିବ ଏହି ସବୁ କାର୍ଯ୍ୟକ୍ରମ

ଛତ୍ରପୁର, ୧୧।୬ (ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ଦୁଇବର୍ଷର ସଫଳ କାର୍ଯ୍ୟକାଳ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲାରେ ଜିଲା, ବ୍ଲକ ଓ ଗ୍ରାମ ପଞ୍ଚାୟତସ୍ତରରେ ପ୍ରଦର୍ଶନୀ ମେଳା…

ରାଜ୍ୟ ସଭା ନିର୍ବାଚନ ଫଳାଫଳ ଘୋଷଣା; ମଧ୍ୟପ୍ରଦେଶରେ ଝଟକା ମଧ୍ୟରେ କଂଗ୍ରେସ ପାଇଁ ରହିଛି ଭଲ ଖବର

ନୂଆଦିଲ୍ଲୀ,୧୧।୬: ଗୁରୁବାର (ଜୁନ ୧୧, ୨୦୨୬), ମଧ୍ୟପ୍ରଦେଶ, ଗୁଜରାଟ ଏବଂ କର୍ନାଟକରୁ ୧୪ ଜଣ ପ୍ରାର୍ଥୀ ନିରପେକ୍ଷ ଭାବରେ ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହୋଇଥିଲେ; କୌଣସି…

କାଳିଞ୍ଜି ସମାଜର ପ୍ରତିଭା ସମ୍ମାନ ଉତ୍ସବ: ମାଟ୍ରିକ, +୨ର କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସଭାଗୃହଠାରେ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ, କଇଁଣ୍ଡି ଆଞ୍ଚଳିକ ପରିଷଦ, ଭଞ୍ଜନଗର ତରଫରୁ ଗୁରୁବାର ପ୍ରତିଭା…

ତାମିଲନାଡୁକୁ ଚାଲାଣ ଅଭିଯୋଗ, ୨ ଜଣ ବାନ୍ଧିଲା ପୋଲିସ, ଆଦିବାସୀ ଯୁବତୀଯୁବକଙ୍କୁ ପ୍ରଲୋଭନ ଦେଖାଇ…

ହାଟଡିହୀ/ଆନନ୍ଦପୁର/ ବଞ୍ଚୋ/ ଛେନାପଦି , ୧୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ/ ପ୍ରଦୋଷ ବିଶ୍ୱାଳ/ ନିରାକାର ପରିଡା): ଆଦିବାସୀ କିଶୋର କିଶୋରୀ କିଶୋରଙ୍କୁ ପ୍ରଲୋଭନ ଦେଖାଇ ତାମିଲନାଡୁକୁ ଚାଲାଣ…

ଫାଇନାଲରେ ସ୍ଥାନ ପକ୍କା କଲା ଏହି ଦଳ, ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହେଲେ…

ଦିଗପହଣ୍ଡି,୧୧।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଖମାରିଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ଖେଳପଡିଆରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟିଙ୍ଗ କ୍ଳବ ପକ୍ଷରୁ ସ୍ବର୍ଗତ କୃଷ୍ଣଚନ୍ଦ୍ର ଏବଂ…

କାଳବୈଶାଖୀର ତାଣ୍ଡବ : ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ବଞ୍ଚୋ, ୧୧।୬ :(ପ୍ରଦୋଷ ବିଶ୍ୱାଳ ): କାଳବୈଶାଖୀର ପ୍ରଭାବରେ ଆନନ୍ଦପୁର ପୌରାଞ୍ଚଳର ମାଳିସାହି ନିକଟରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିବା ଫଳରେ କରଞ୍ଜିଆଭଦ୍ରକ ରାସ୍ତାରେ କିଛି…

ହାତୀ ଆକ୍ରମଣରେ ଯୁବକ ମୃତ ଘଟଣାରେ ଶବ ଛାଡିଲେନି ଗ୍ରାମବାସୀ, ପ୍ରଶାସନିକ ପ୍ରତିଶ୍ରୁତି ପରେ…

ରିଆମାଳ ୧୧।୬(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ସେକସନ ଚଢ଼େଇମରା ଗ୍ରାମ ପଞ୍ଚାୟତର ସଙ୍ଗାପଶି ଗ୍ରାମରେ ବୁଧବାର ହାତୀ ଆକ୍ରମଣରେ ସୁଶାନ୍ତ ନାୟକ ନାମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri