ସ୍ବେଟର୍‌ ଡ୍ରେସ୍‌

ସ୍ବେଟର୍‌ ଡ୍ରେସ୍‌ ଶରୀରକୁ ଉଷ୍ମତା ପ୍ରଦାନ
କରିବା ସହ ଷ୍ଟାଇଲିଶ୍‌
ଲୁକ୍‌ ଦେଉଥିବାରୁ ଶୀତଦିନେ ଏହାର ଚାହିଦା ଖୁବ୍‌ ବଢିଯାଏ। ସେଥିପାଇଁ ମାର୍କେଟ୍‌ରେ ଏହାର
ଅନେକ ଭେରାଇଟି ଦେଖିବାକୁ ମିଳିଥାଏ। ସେମିତି କେତୋଟି ଟ୍ରେଣ୍ଡି ସ୍ବେଟର୍‌ ଡ୍ରେସ୍‌ ସମ୍ପର୍କରେ…

ଶୀତଦିନେ ଶୀତରୁ ରକ୍ଷା ପାଇବା ସହ ଷ୍ଟାଇଲିଶ୍‌ ଦେଖାଯିବା ପାଇଁ ଯୁବତୀମାନେ ଆଉଟ୍‌ଫିଟ୍‌କୁ ନେଇ ଅନେକ ପ୍ରକାରର ଏକ୍ସପେରିମେଣ୍ଟ କରିଥାନ୍ତି। ଏମିତିରେ ଯଦି କଥା ସ୍ବେଟର୍‌ ଡ୍ରେସ୍‌ର ଉଠେ, ତା’ହେଲେ ଶୀତଦିନ ପାଇଁ ଏହାଠୁ ଭଲ ଅପ୍ସନ ଆଉ କ’ଣ ହୋଇପାରେ। କାରଣ ଏହା ଷ୍ଟାଇଲିଶ୍‌ ଲାଗିବା ସହ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ। ତା’ଛଡ଼ା ଏହି ପାଟର୍ନର ଡ୍ରେସ୍‌କୁ ସବୁ ଅକେଜନ୍‌ରେ ମଧ୍ୟ ପିନ୍ଧାଯାଇପାରେ। ଖାସ୍‌କରି ସ୍ବେଟର୍‌ ଡ୍ରେସ୍‌ ସହ ମ୍ୟାଚିଂ ବୁଟ୍ସ, ଉଲ୍‌ର ସକ୍ସ କିମ୍ବା ଶୁଜ୍‌ ପେୟାର୍‌ କରି ପିନ୍ଧିଲେ ଅଧିକ ଆକର୍ଷଣୀୟ ଲାଗିଥାଏ। ଆସନ୍ତୁ ଜାଣିବା କେତୋଟି ଟ୍ରେଣ୍ଡି ସ୍ବେଟର୍‌ ଡ୍ରେସ୍‌ ସମ୍ପର୍କରେ…
ମ୍ୟାକ୍ସି ସ୍ବେଟର୍‌ ଡ୍ରେସ୍‌: ଏହି ଟାଇପ୍‌ର ସ୍ବେଟର ଡ୍ରେସ୍‌ କ୍ଲାସି ଲୁକ୍‌ ଦେଇଥାଏ। ଏହାର ଲମ୍ବା ପାଦ ପର୍ଯ୍ୟନ୍ତ ରହୁଥିବାରୁ ଶୀତଦିନେ ଏହାକୁ ପିନ୍ଧିଲେ ଶରୀରକୁ ବେଶ୍‌ ଉଷ୍ମତା ମିଳିଥାଏ। ମୁଖ୍ୟତଃ ଶୀତଦିନିଆ ଇଭିନିଂ ପାର୍ଟି ପାଇଁ ଏ ଟାଇପ୍‌ର ଡ୍ରେସ୍‌ ପୂରା ପରଫେକ୍ଟ। ଟିକେ ଡିଫ୍‌ରେଣ୍ଟ ଲୁକ୍‌ ପାଇବା ପାଇଁ ଯୁବତୀମାନେ ଚାହିଁଲେ ଏହି ଡ୍ରେସ୍‌କୁ ପ୍ରଥମେ ପିନ୍ଧି ତା’ଉପରେ ମ୍ୟାଚିଂ ସ୍ଲିଭ୍‌ ଲେସ୍‌ ଜ୍ୟାକେଟ୍‌ ମଧ୍ୟ ପିନ୍ଧିପାରିବେ।
ଟର୍ଟଲ ନେକ୍‌ ସ୍ବେଟର୍‌ ଡ୍ରେସ୍‌: ଏହି ଟାଇପ୍‌ର ଡ୍ରେସ୍‌ ଯୁବତୀଙ୍କୁ ଗ୍ଲାମର୍ସ ଲୁକ୍‌ ଦେଇଥାଏ। ଖାସ୍‌ କରି ଏହି ଡ୍ରେସ୍‌ର ବେକ ପାଖରେ ହୋଇଥିବା ଟର୍ଟଲ ବା କଇଁଛ ଶେପ୍‌ର ଡିଜାଇନ୍‌ ଅଧିକ ସୁନ୍ଦର ଲାଗିଥାଏ। ମୁଖ୍ୟତଃ ଏହି ଡିଜାଇନ୍‌ର ବ୍ରାଇଟ୍‌ କଲର୍‌ର ଡ୍ରେସ୍‌ ବେଶ୍‌ ଆକର୍ଷଣୀୟ ଲାଗେ। ତା’ଛଡ଼ା ଏ ଡ୍ରେସ୍‌ର ଲମ୍ବା ଜଙ୍ଘ ପର୍ଯ୍ୟନ୍ତ ରହୁଥିବାରୁ ଏହା ସହିତ ମ୍ୟାଚିଂ ଆଙ୍କେଲ୍‌ ଲେଙ୍ଗ୍‌ଥ ବୁଟ୍‌ ହେଉ ଅବା ନି ଲେଙ୍ଗ୍‌ଥ ବୁଟ୍‌କୁ କମ୍ବାଇନ୍‌ କରି ପିନ୍ଧିଲେ ସ୍ମାର୍ଟ ଲୁକ୍‌ ମିଳିଥାଏ।
ନିଟେଡ୍‌ ଶାର୍ଟ ସ୍ବେଟର୍‌ ଡ୍ରେସ୍‌: ନିଟେଡ୍‌ ଶାର୍ଟ ସ୍ବେଟର୍‌ ଡ୍ରେସ୍‌କୁ ଜିନ୍ସ ସହ କମ୍ବାଇନ୍‌ କଲେ ଷ୍ଟାଇଲିଶ୍‌ ଲୁକ୍‌ ମିଳିଥାଏ। ଏହାକୁ ପିନ୍ଧିଲେ ଉଭୟ ଶାର୍ଟ ଓ ସ୍ବେଟର୍‌ର ଲୁକ୍‌ ମିଳେ। ଖାସ୍‌ କରି ଏହି ଡ୍ରେସ୍‌କୁ ଟିକେ ଢିଲା ପିନ୍ଧିଲେ ହିଁ ଭଲ ମାନିଥାଏ। ଆପଣ ଚାହିଁଲେ ଲଙ୍ଗ୍‌ ସ୍କର୍ଟ ସହ ମଧ୍ୟ ଏହାକୁ ଟ୍ରାଏ କରିପାରିବେ। ତେବେ ଏହାକୁ ପିନ୍ଧିଲାବେଳେ ପାଦରେ ଉଲ୍‌ର ସକ୍ସ ସହ ବୁଟ୍‌ କିମ୍ବା ସ୍ନିକର୍ସକୁ ପେୟାର୍‌ କରି ପିନ୍ଧିଲେ ଆକର୍ଷଣୀୟ ଲାଗିଥାଏ।
ବଡିକନ୍‌ ସ୍ବେଟର୍‌ ଡ୍ରେସ୍‌: ଶୀତଦିନେ କୌଣସି ପାର୍ଟି, ଫଙ୍କଶନ୍‌କୁ ଯିବାର ଥିଲେ, ଆପଣ ବଡିକନ୍‌ ସ୍ବେଟର୍‌ ଡ୍ରେସ୍‌ ପିନ୍ଧିକି ଯାଇପାରିବେ; ଦେଖିବେ ଆପଣଙ୍କ ଲୁକ୍‌କୁ ଏହା କେମିତି ଗ୍ଲାମ୍‌-ଅପ୍‌ କରିବ। ଖାସ୍‌କରି ବ୍ରାଇଟ୍‌ କଲର୍‌ ଅପେକ୍ଷା ଲାଇଟ୍‌ କଲର୍‌ର ଏହି ଡ୍ରେସ୍‌ ଅଧିକ ଆକର୍ଷଣୀୟ ଲାଗିଥାଏ। ଏହା ସହିତ ମ୍ୟାଚିଂ ବୁଟ୍‌ ପିନ୍ଧିଲେ ବି ବେଶ୍‌ ଭଲ ମାନିଥାଏ।
ଫ୍ରକ୍‌ ଷ୍ଟାଇଲ୍‌ ସ୍ବେଟର୍‌ ଡ୍ରେସ୍‌: ଘେର ଥିବା ନି ଲେଙ୍ଗ୍‌ଥ ଫ୍ରକ୍‌ ଯୁବତୀଙ୍କୁ ମଡର୍ନ ଲୁକ୍‌ ଦେଇଥାଏ। ଏବେ ଫ୍ରକ୍‌ ଷ୍ଟାଇଲ୍‌ର ସ୍ବେଟର୍‌ ଡ୍ରେସ୍‌ ବି ମାର୍କେଟକୁ ଆସିଲାଣି। ଏହି ଷ୍ଟାଇଲ୍‌ର ଡ୍ରେସ୍‌ରେ ଲଙ୍ଗ୍‌ ସ୍ଲିଭ୍‌ ରହିବା ସହ ଘେର ବି ରହିଥାଏ। ତା’ଛଡ଼ା ସ୍ବେଟର ଫ୍ରକ୍‌ ହୋଇଥିବାରୁ ଶୀତଦିନେ ଏହାକୁ ପିନ୍ଧିଲେ ଥଣ୍ଡାରୁ ମୁକ୍ତି ମିଳିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଧଳା କେଶ ପୁଣି ହେବ କଳା…

କଲମ୍ବିଆ,୨୪।୬: ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅବସାଦ ବୃଦ୍ଧି ଯୋଗୁ କେତେକଙ୍କର ଧଳାର କେଶ ଧଳା ହୋଇଯାଇଥାଏ। ତେବେ ଏହା ପୁଣି ଥରେ କଳା ହୋଇ ପାରିବ।...

ବରଫରେ ଡିମ୍ବାଣୁ ସଂରକ୍ଷଣ

‘କେତେକ ଯୁବତୀଙ୍କର ଡିମ୍ବାଶୟରେ ଥିବା ଅଣ୍ଡାଗୁଡ଼ିକ ଆକାରରେ ଛୋଟ ଓ ଭ୍ରୂଣ ସୃଷ୍ଟି କରିବାକୁ ଅକ୍ଷମ। ଏପରି ଶୁକ୍ରକୀଟ ସହିତ ସଂଯୋଗ କରି ଲାବରେଟୋରିରେ ଭ୍ରୂଣ...

ଏହି ୪ ଅକ୍ଷର ନାମଧାରୀ ଯୁବତୀଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି ଯୁବକ; ଜାଣନ୍ତୁ କ’ଣ କୁହେ ଜ୍ୟୋତିଷଶାସ୍ତ୍ର

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିର ନାମରୁ ତାର ଜୀବନ ଏବଂ ସ୍ବଭାବ ବିଷୟରେ ବହୁତ କିଛି ଜାଣିବାକୁ ମିଳିଥାଏ। କାରଣ ପ୍ରତିଟି ଅକ୍ଷର କୌଣସି ନା...

ବିଜ୍ଞାନ କଥାଶିଳ୍ପୀ ଗୋକୁଳାନନ୍ଦ

ଓଡ଼ିଆ ବିଜ୍ଞାନ ସାହିତ୍ୟକୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ କରିବାରେ ଯେଉଁ କେତେଜଣ ଯୋଗଜନ୍ମା କର୍ମଯୋଗୀମାନଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିବେ...

ଜୀବନରେ ଖୁସି ଚାହୁଁଛନ୍ତି କି? ମାନନ୍ତୁ ଚାଣକ୍ୟଙ୍କ ଏହି ୫ କଥା, ପାଖ ମାଡ଼ିବନି ଅସୁବିଧା…

ମଣିଷମାନଙ୍କ ପାଇଁ ସୁଖର ଅର୍ଥ ଶାରୀରିକ ସମ୍ବଳ ନୁହେଁ। ସୁଖର ପ୍ରକୃତ ଅର୍ଥ ହେଉଛି ଆତ୍ମସନ୍ତୋଷ ଏବଂ ଆତ୍ମା ସହ ଜଡିତ ବୋଲି ଚାଣକ୍ୟ କହିଛନ୍ତି।...

ଏପରି ସ୍ତ୍ରୀଙ୍କୁ ବିବାହ କଲେ ପୁରୁଷ ଜୀବନ ହୁଏ ଧନ୍ୟ; ଜାଣନ୍ତୁ କାହାକୁ ଏପରି କହିଛନ୍ତି ଚାଣକ୍ୟ

ବିବାହକୁ ସମସ୍ତଙ୍କର ଭିନ୍ନ ଚିନ୍ତାଧାରା ଥାଏ। ହେଲେ ବହୁତ ଭଲପାଉଥିବା ଏବଂ ମନର କଥାକୁ ସହଜରେ ବୁଝିପାରୁଥିବା ଜୀବନସାଥୀଟିଏ ଲୋଡିଥାନ୍ତି ସମସ୍ତେ। ଚାଣକ୍ୟ ନୀତିରେ ଏପରି...

ଦୂରହେବ ଅସରପା ସମସ୍ୟା

ଘରେ ଅସରପା ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ତେବେ ଏହାକୁ ନେଇ ବ୍ୟସ୍ତ ହେବା ପରିବର୍ତ୍ତେ କେତୋଟି ଛୋଟ ଉପାୟରେ ଆପଣଙ୍କ ଘରୁ ଏହାକୁ ଦୂରେଇ...

କଫଜନିତ ସମସ୍ୟା ନେଇ ଚିନ୍ତିତ କି ?

ଯଦି ହଁ, ତେବେ ଏହାର କେତେକ ଘରୋଇ ଉପଚାର ରହିଛି। ଅଧା ଚାମଚ ପିଆଜ ରସରେ ଏକ ଚାମଚ ମହୁ ମିଶାଇ ପିଇଲେ ଏହି ସମସ୍ୟ...

Advertisement
Archives

Model This Week