Posted inଫୁରସତ

ଏ ହେଉଛି ପ୍ରେମ; କ୍ୟାନ୍‌ସର ସହ ଲଢ଼ୁଥିବା ସ୍ତ୍ରୀଙ୍କୁ ବଞ୍ଚାଇବା ଲାଗି ୧୭ ବର୍ଷ ହେଲାଣି ଭାଓଲିନ୍‌ ବଜାଉଛନ୍ତି ଏହି ବ୍ୟକ୍ତି…

ତ୍ୟାଗର ଅନ୍ୟନାମ ପ୍ରେମ। କିଛି ଶବ୍ଦରେ ତାକୁ ରୂପ ଦେବା ଅସମ୍ଭବ। ହେଲେ ପଶ୍ଚିମବଙ୍ଗରେ ରହୁଥିବା ସ୍ବପନ ସେଟ ପ୍ରେମର ନୂତନ ପରିଭାଷା ସୃଷ୍ଟି କରିଛନ୍ତି। କୋଲକାତାର ବଳରାମ ଡେ ଷ୍ଟ୍ରିଟ୍‌ରେ ରୁହନ୍ତି ସ୍ବପନ। ତାଙ୍କ ସ୍ତ୍ରୀ ୨୦୦୨ରୁ କ୍ୟାନ୍‌ସରରେ ପୀଡ଼ିତ। ଏହି ରୋଗ ବିଷୟରେ ଜଣାପଡ଼ିବା ପରେ ସ୍ବପନଙ୍କ ଜୀବନ ବଦଳିଯାଇଥିଲା। ସେ ତାଙ୍କ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଏଭଳି କିଛି ନିଷ୍ପତ୍ତି ନେଇଥିଲେ ଯାହା ଶୁଣିଲେ ଆପଣଙ୍କ ଆଖି ଓଦା ହୋଇପାରେ। ଏପରିକି ଭଲପାଇବା ହେବ ତ ଏମିତି ବୋଲି ଆପଣ କହିପାରିବେ।

ସ୍ବପନ୍‌ ଭଲ ଭାଓଲିନ୍‌ ବଜାଇଥାନ୍ତି। ଏହାଛଡ଼ା ତାଙ୍କର ଚିତ୍ରକଳା ଏବଂ ମୂର୍ତ୍ତୀ ନିର୍ମାଣ ଆଦିରେ ଅଭିଜ୍ଞତା ରହିଛି। ଯେତେବେଳେ ସ୍ତ୍ରୀଙ୍କୁ କ୍ୟାନ୍‌ସର ହେବା କଥା ସେ ଜାଣିବାକୁ ପାଇଥିଲେ, ସେ ଅଧିକ ଟଙ୍କା ରୋଜଗାର କରିବାକୁ ଚାହିଁଥିଲେ। ଶେଷରେ ସେ ନିଜର କଳାକୁ ବ୍ୟବହାର କରି ସ୍ତ୍ରୀଙ୍କ ଜୀବନ ବଞ୍ଚାଇବାକୁ ଚାହିଁଥିଲେ। ଧଳା କୁର୍ତ୍ତା ଏବଂ ଧୋତୀ ପିନ୍ଧିବାକୁ ପସନ୍ଦ କରୁଥିବା ସ୍ବପନ ଭାଓଲିନ୍‌ରେ ହିଁ ତାଙ୍କର ଖୁସି ରହିଛି ବୋଲି ଜାଣିଥିଲେ। ଶେଷରେ ସେ କଲିକତାର ରାସ୍ତାରେ ଭାଓଲିନ ବଜାଇବା ଆରମ୍ଭ କରିଥିଲେ। ଏବେ ସେ ଦେଶର ଭିନ୍ନ ଭିନ୍ନ ଅଞ୍ଚଳକୁ ଯାଇ ଭାଓଲିନ୍‌ ବଜାଇ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଟଙ୍କା ଯୋଗାଡ଼ କରିଆସୁଛନ୍ତି। ଦୀର୍ଘ ୧୭ ବର୍ଷ ଧରି ସେ ଏଭଳି କରି ସ୍ତ୍ରୀଙ୍କ ଆରୋଗ୍ୟ ପାଇଁ ସମସ୍ତ ଖର୍ଚ୍ଚ ବହନ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସ୍‌ମାସ୍‌ ଟ୍ରି ହେୟାରଷ୍ଟାଇଲ୍‌

କେଶକୁ ବିଭିନ୍ନ ପ୍ରକାର ଢଙ୍ଗରେ ସଜାଇବାକୁ ସବୁ ନାରୀ ଭଲ ପାଆନ୍ତି। କାରଣ ଚେହେରାକୁ ସୁନ୍ଦର ଓ ଆକର୍ଷକ କରିବାରେ କେଶସଜ୍ଜା ବା ହେୟାର ଷ୍ଟାଇଲ୍‌ର...

ଛେଳିପଲ କରୁଛନ୍ତି ଡିସ୍କୋ ଡ୍ୟାନ୍ସ: ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମାଙ୍କଡ ମୁହିଁରେ କପଡା ଗୁଡାଇ ହୋଇ ବୁଲୁଛି ତ ଆଉ କେତେବେଳେ ନଳକୂପ ହାଣ୍ଡେଲ...

କେବଳ ଯୋଗ ନୁହେଁ ବିୟର ପିଇ ଏଠାରେ ଫିଟ୍‌ ରୁହନ୍ତି ଲୋକେ

ଫିଟ୍‌ ରହିବା ପାଇଁ ଯୋଗର ଆବଶ୍ୟକତା ରହିଛି। ହେଲେ ଜର୍ମାନୀର ଏକ ଯୋଗ ସେଣ୍ଟରରେ ଲୋକେ ଯୋଗ କରିବା ସହିତ ବିୟର ପିଇଥାନ୍ତି। ଏହାଦ୍ୱାରା ଶରୀର...

ବିଶ୍ୱର ସବୁଠାରୁ ଭୟଙ୍କର ଲ୍ୟାବ

କରୋନା ବା କୋଭିଡ-୧୯ ଭାଇରସକୁ ନେଇ ଚାଇନର ଏକ ଲ୍ୟାବ କନ୍ସିରେସି ଥିଓରିକୁ ନେଇ ଚର୍ଚ୍ଚାରେ ରହିଛି । ଉହାନ ସ୍ଥିତ ଏହି ଲ୍ୟାବକୁ ନେଇ...

୨,୫୦୦ ବର୍ଷର ପୁରୁଣା କଙ୍କାଳ ଠାବ

ଲଣ୍ଡନ: ମାନବ ସଭ୍ୟତାର କ୍ରମବିକାଶ ସହିତ ଆପରାଧିକ କାର୍ଯ୍ୟ ବଢ଼ିଥିବା ନେଇ ଏବେ ଗବେଷଣାରୁ ଜଣାପଡ଼ିଛି। ଇଂଲଣ୍ଡର ଦକ୍ଷିଣପୂର୍ବରେ ଥିବା ଚଲର୍ଟନ ହିଲ୍‌ ଅଞ୍ଚଳ ଅନ୍ତର୍ଗତ...

ସ୍କାଏ ପୁଲ୍‌

ଖରାଦିନେ ସୁଇମିଂ ପୁଲ୍‌ର ମଜା ଉଠାଇବାକୁ କିଏ ବା ନ ଚାହାନ୍ତି। ପ୍ରବଳ ତାତିରୁ ନିସ୍ତାର ଦିଏ ପୁଲ୍‌। ତେବେ ବ୍ରିଟେନରେ ନିର୍ମାଣ ହେଉଥିବା ଏକ...

ବିଶ୍ୱର ପ୍ରଥମ କ୍ଲୋନ୍‌ଡ ଗଧିଆ ମାୟା

ବେଜିଂ: କ୍ଲୋନିଂ ପଦ୍ଧତି ବ୍ୟବହାର କରି ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି ଚାଇନା। ବେଜିଂର ଏକ ଜିନ୍‌ ଫାର୍ମ ଜୁନ୍‌ ୧୦ରେ କ୍ଲୋନିଂ ଜରିଆରେ ଏକ...

ଶୀତରୁ ରକ୍ଷା ପାଇବା ପାଇଁ ଜଳନ୍ତା ଚୁଲିରେ କରୁଥିଲେ ଏମିତି, ଲୋକେ କହିଲେ…

ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ...

Advertisement
Archives

Model This Week