Posted inଜାତୀୟ

ମୋଦିଙ୍କୁ ଆଣ୍ଠୁମାଡି ଦଣ୍ଡବତ କଲେ ୧୨୬ ବର୍ଷୀୟ ବୃଦ୍ଧ: ଜାଣନ୍ତୁ ତାଙ୍କ ଦୀର୍ଘାୟୁ ପଛର ରହସ୍ୟ

ନୂଆଦିଲ୍ଲୀ,୨୨।୩: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଚଳିତବର୍ଷ ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଲୋକଙ୍କୁ ସମ୍ମାନୀତ କରିଛନ୍ତି। ବାରାଣସୀର ୧୨୬ ବର୍ଷ ବୟସ୍କା ସ୍ବାମୀ ଶିବାନନ୍ଦଙ୍କୁ ଭାରତୀୟ ଜୀବନଶୈଳୀ ଏବଂ ଯୋଗର ପ୍ରଚାର ପାଇଁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ସମ୍ମାନ ପାଇବା ପାଇଁ ସେ ରାଷ୍ଟ୍ରୀୟ ଭବନରେ ପହଞ୍ଚିଥିଲେ। ସମସ୍ତଙ୍କ ନଜର ତାଙ୍କ ସରଳତା ଉପରେ ଥିଲା। ପଦ୍ମଶ୍ରୀ ପୁରସ୍କାର ନେବା ପାଇଁ ଶିବାନନ୍ଦ ଖାଲି ପାଦରେ ପହଞ୍ଚିଥିଲେ। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ଆଣ୍ଠୁମାଡି ଦଣ୍ଡବତ ହୋଇଥିଲେ। ପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ସେହିଭଳି ପ୍ରଣାମ କଲେ। ତାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏବେ ସମସ୍ତେ ଶିବାନନ୍ଦଙ୍କ ବିଷୟରେ ଜାଣିବାକୁ ଚାହାଁନ୍ତି। ବିଶେଷକରି ଲୋକମାନେ ତାଙ୍କର ଦୀର୍ଘାୟୁ ହେବାର ରହସ୍ୟ ଜାଣିବାକୁ ଆଗ୍ରହୀ। କିଛି ବର୍ଷ ପୂର୍ବେ, ସେ ଏକ ସାକ୍ଷାତକାରରେ କହିଥିଲେ ଯେ ଦୈନିକ ଯୋଗ କରିବା ବ୍ୟତୀତ ଯୌନ ସମ୍ପର୍କଠାରୁ ଦୂରତା ତାଙ୍କର ଦୀର୍ଘାୟୁ ପଛର ରହସ୍ୟ।


ଶିବାନନ୍ଦ କହିଥିଲେ, ସେ ଯୌନ ସମ୍ପର୍କରୁ ଦୂରେଇ ରୁହନ୍ତି ଏବଂ ମସଲାଯୁକ୍ତ ମଧ୍ୟ ଖାଆନ୍ତି ନାହାଁନ୍ତି। ଏହା ବ୍ୟତୀତ ପ୍ରତିଦିନ ଯୋଗ କରିବା ତାଙ୍କ ଜୀବନର ଏକ ଅଂଶ। ଶିବାନନ୍ଦଙ୍କ ପାସପୋର୍ଟ ଅନୁଯାୟୀ ସେ ଅଗଷ୍ଟ ୮, ୧୮୯୬ରେ ଜନ୍ମଗ୍ରହଣ କରିଥିଲେ। ଏହିପରି ଭାବରେ ତାଙ୍କୁ ଏବେ ୧୨୬ ବର୍ଷ ବୟସ ଏବଂ ସେ ତିନି ଶତାବ୍ଦୀ ଦେଖିଛନ୍ତି। ସେ ଏବେ ବି ଘଣ୍ଟା ଘଣ୍ଟା ପାଇଁ ଯୋଗ କରନ୍ତି। ଅତ୍ୟଧିକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ଶିବାନନ୍ଦ ସନ୍ନ୍ୟାସୀ ରାସ୍ତା ବାଛିଥିଲେ। ଏହା ବ୍ୟତୀତ ସେ ନିଜ ଜୀବନକୁ ଯୋଗ ଏବଂ ଭାରତୀୟ ଜୀବନଶୈଳୀରେ ଉତ୍ସର୍ଗ କରିଥିଲେ। ଶିବାନନ୍ଦ କହନ୍ତି, ମୁଁ ଏକ ସରଳ ଏବଂ ଶୃଙ୍ଖଳିତ ଜୀବନ ବିତାଉଛି। ମୁଁ ସିଝା ଖାଦ୍ୟ ଖାଏ। ଏଥିରେ କୌଣସି ପ୍ରକାରର ତେଲ କିମ୍ବା ମସଲା ଥାଏ। ମୁଁ ସାଧାରଣତଃ ମସୁର ଡାଲି, ଭାତ ଏବଂ କଞ୍ଚା ଲଙ୍କା ଖାଏ। ସେ ସବୁବେଳେ ଚଟାଣ ଉପରେ ଶୁଅନ୍ତି। କେବଳ ଏତିକି ନୁହେଁ, ସେ କ୍ଷୀର ଏବଂ ଫଳ ମଧ୍ୟ ଖାଆନ୍ତି ନାହିଁ କାରଣ ଏଗୁଡ଼ିକ ସ୍ବତନ୍ତ୍ର ଖାଦ୍ୟ ଅଟେ।


ଶିବାନନ୍ଦଙ୍କ ଉଚ୍ଚତା ୫ ଫୁଟ ୨ ଇଞ୍ଚ। ମାତ୍ର ୬ ବର୍ଷ ବୟସରେ ମାତାପିତାଙ୍କୁ ହରାଇଥିଲେ। ତା’ପରେ ତାଙ୍କୁ ତାଙ୍କ ସମ୍ପର୍କୀୟମାନେ ଏକ ଆଧ୍ୟାତ୍ମିକ ଗୁରୁଙ୍କ ନିକଟରେ ଛାଡିଦେଇଥିଲେ। ଗୁରୁଙ୍କ ସହ ସେ ଦେଶ ଭ୍ରମଣ କରିଥିଲେ। ଆଜିର ଟେକ୍ନୋଲୋଜି ଯୁଗ ସହ ତାଳ ଦେବାକୁ ତାଙ୍କର ଆଦୌ ଆଗ୍ରହ ନାହିଁ ଏବଂ ସେ ପୁରୁଣା ଢଙ୍ଗରେ ଜୀବନଯାପନ କରୁଛନ୍ତି। ଶିବାନନ୍ଦ କୁହନ୍ତି, ପୂର୍ବରୁ ଲୋକମାନେ କମ ଜିନିଷରେ ଖୁସି ଥିଲେ। ଆଜି ସବୁ ଜିନିଷ ଥାଇ ମଧ୍ୟ ଲୋକମାନେ ଅସନ୍ତୁଷ୍ଟ, ଅସୁସ୍ଥ। ଲୋକଙ୍କ ମଧ୍ୟରେ ସଚ୍ଚୋଟତା ମଧ୍ୟ ହ୍ରାସ ପାଇଛି। ଏହା ମୋତେ ବହୁତ କଷ୍ଟ ଦିଏ। ମୁଁ ଚାହେଁ ଲୋକମାନେ ଖୁସି, ସୁସ୍ଥ ଏବଂ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ପ୍ରଚାର କରିପାରିବେନି ଏହି କଂଗ୍ରେସ ଏମପି

ନୂଆଦିଲ୍ଲୀ,୧୬।୪: କଂଗ୍ରେସର ଜଣେ ନେତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନର। ରାଜ୍ୟ ସଭା ଏମପି ରଣଦୀପ ସୂର୍ଯ୍ୟେୱାଲଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ...

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି...

ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍‌, ତାଲିକାରେ କେଜରିଓ୍ବାଲଙ୍କ ନାଁ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି।...

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri