ସନ୍ଦେହ କରି ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା

କପ୍ତିପଦା,୭ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଶରତ ଥାନା ଅଧୀନ କାଠଚୁଆ ଗ୍ରାମରେ ଏକ ଅଘଟଣ ଘଟିଛି। ଜଣେ ଯୁବକ ନିଜ ସାଙ୍ଗଙ୍କୁ ପଥରରେ ଛେଚି ହତ୍ୟା ପରେ ମୃତଦେହ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ରତନା ସାମାଡ଼ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଥାନାରେ ଏକ ମାମଲା(ନଂ.୭୬/୨୨) ରୁଜୁ ହୋଇଛି। ମୃତକ ହେଲେ ଲାଲା ବିରୁଲି।

ପୋଲିସ ସୂଚନା ମୁତାବକ, କେନ୍ଦୁଝର ଜିଲା ଆନନ୍ଦପୁର ଥାନା ପଣସଡ଼ିହା ପଞ୍ଚାୟତ ଅଧୀନ କୁନ୍ତିଡ଼ିହା ଗ୍ରାମର ରତନା ତାଙ୍କ ସାଙ୍ଗ ଲାଲାଙ୍କୁ ଧରି ଗତ ୧ ତାରିଖରେ ଶ୍ୱଶୁର ଘର ଶରତ ଥାନା ଅଧୀନ କାଠଚୁଆ ଗ୍ରାମକୁ ଯାଇଥିଲେ। ସେଠାରେ ସ୍ତ୍ରୀଙ୍କ ସହ ଲାଲାଙ୍କର ସମ୍ପର୍କ ଥିବା ସନ୍ଦେହ କରିଥିଲେ। ତେଣୁ ସେ ୩ ତାରିଖ ରାତିରେ ଠେଙ୍ଗାରେ ଆକ୍ରମଣ କରିବେ ସହ ଲାଲାଙ୍କ ମୁହଁକୁ ପଥରରେ ଛେଚି ହତ୍ୟା କରିଥିଲେ। ପରେ ମୃତଦେହକୁ ନଦୀରେ ଫିଙ୍ଗି ଦେଇଥିଲେ। ମୃତଦେହ ନଦୀରେ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ପରେ ଅଭିଯୁକ୍ତ ହତ୍ୟାକାଣ୍ଡକୁ ସ୍ବୀକାର କରିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୁନ୍ଦୁଲି ମାମଲା: କୋରାପୁଟରେ ପହଞ୍ଚିଲା ଏସଆଇଟି ଟିମ୍‌

କୋରାପୁଟ, ୨।୧୨(ସ୍ବ.ପ୍ର.): କୁନ୍ଦୁଲି ଗଣବଳାତ୍କାର ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏସଆଇଟି ଟିମ୍‌ ସୋମବାର କୋରାପୁଟ୍‌ରେ ପହଞ୍ଚିଛନ୍ତି। ଏହି ଟିମ୍‌ କୋରାପୁଟ ଡିଆଇଜି କାର୍ଯ୍ୟାଳୟରେ ପହଞ୍ଚି...

ଭୁବନେଶ୍ୱରରୁ ଏୟାର ଏସିଆ ଉଡ଼ାଇବ ଆଉ ୪ ବିମାନ

ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ଭୁବନେଶ୍ୱରରୁ ଆଉ ୪ ବିମାନ ଉଡ଼ାଇବ ଏୟାର ଏସିଆ। ଖୁବ୍‌ଶୀଘ୍ର ତିନୋଟି ରୁଟ୍‌ରେ ଏହି ବିମାନଗୁଡିକ ଚଳାଚଳ କରିବ ବୋଲି ପର୍ଯ୍ୟଟନ ସଚିବ...

ଅଖାବସ୍ତାରୁ ମା’ ଝିଅଙ୍କ ମୃତଦେହ ଜବତ

ନିରାକାରପୁର,୬ା୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଭୁଷଣ୍ଡପୁର ଫାଣ୍ଡି ଅଧୀନ ଅଭିମାନପୁର ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଘରର ବାରିପଟରେ...

ସୁକିନ୍ଦା ମେଗା ଜଳଯୋଗାଣ ପ୍ରକଳ୍ପ:୭ଦିନ ମଧ୍ୟରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଯାଜପୁର ଅଫିସ,୧୦।୧୨: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଖଣି ପ୍ରଭାବିତ ଅଞ୍ଚଳରେ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରେ ନିର୍ମାଣାଧୀନ ମେଗା ଜଳ ଯୋଗାଣ ପ୍ରକଳ୍ପରେ ବ୍ୟାପକ...

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ: ୮ ଗିରଫ

ବରଗଡ଼ ଅଫିସ,୨୮।୯: ବରଗଡ଼ ସଦର ଥାନା ପୋଲିସ ବୁଧିଆପାଲିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଛି। ଚଢ଼ାଉରେ ଜୁଆଖେଳରେ ବ୍ୟବହୃତ ସାମଗ୍ରୀ ସହିତ...

ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ଆନନ୍ଦପୁର,୨୮।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁରରେ ବିଧାୟକଙ୍କ ଦ୍ୱାରା ରବିବାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଆନନ୍ଦପୁର ପୌରପରିଷଦର ଜଳଯୋଗାଣ ହୋଇ ନ ଥିବା ଅବଶିଷ୍ଟାଂଶକୁ...

୧୩୨ ଏସ୍‌ଆଇଙ୍କ ପଦୋନ୍ନତି

କଟକ ଅଫିସ,୩୦।୪: ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଗୁରୁବାର ରାଜ୍ୟର ବିଭିନ୍ନ ଜିଲାର ୧୩୨ଜଣ ଏସ୍‌ଆଇଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏନେଇ ରାଜ୍ୟ ଗୃହ...

ଆହାର କେନ୍ଦ୍ରରେ ଖାଇଲେ ମନ୍ତ୍ରୀ

ଢେଙ୍କାନାଳ ଅଫିସ,୨୯ା୧୦ ଢେଙ୍କାନାଳ ପୌରସଂସ୍ଥା କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଅଚାନକ ଗସ୍ତରେ ଆସିଥିବା ରାଜ୍ୟ ପଞ୍ଚାୟତିରାଜ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ...

Advertisement
Archives

Model This Week