କିନ୍ନରଙ୍କ ସନ୍ଦେହଜନକ ମୃତ୍ୟୁ: ଜେଲ ଗଲେ ପୁରୁଷବନ୍ଧୁ, ଥାନା ଘେରାଉ କଲେ କିନ୍ନର ସଂଘ  

ଦିଗପହଣ୍ଡି,୧୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ବୁଲୁ ବିଷୋୟୀଙ୍କ ଘରୁ ଗତ ଶନିବାର ସକାଳେ ଦିଗପହଣ୍ଡି ସ୍ଥିତ ମା’ ଗୌରୀ ଶଙ୍କର ଦଣ୍ଡକାଳୀ ନାଟ୍ୟ ସଂସ୍ଥା ରେ ନୃତ୍ୟ ପରିବେଷଣ କରୁଥିବା କୋଟିନଡା ଗ୍ରାମର କିନ୍ନର ଅଜିତ ବିଷୋୟୀ ଓରଫ ଅର୍ଚ୍ଚିତା ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର  ପର୍ଦ୍ଦାଫାଶ କରିଛି ଦିଗପହଣ୍ଡି ପୋଲିସ।

ଏହି ଘଟଣାରେ ପୋଲିସ ଦିଗପହଣ୍ଡି-ଚିକିଟି ରୋଡର କାଳିଆ ନଗରରେ ରହୁଥିବା ଅଜିତଙ୍କ ପୁରୁଷ ବନ୍ଧୁ ଉମେଶ ମହାଙ୍କୁଡ ଓରଫ ବବୁଲଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଥାନା ମାମଲା ନଂ.୧୪୧/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୁରୁଷ ବନ୍ଧୁ ବବୁଲ କିନ୍ନର ଅଜିତଙ୍କୁ ମାନସିକ ଯନ୍ତ୍ରଣା ଓ ମାରପିଟ କରିବାରୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।

ଅଭିଯୁକ୍ତ ବବୁଲ ଓ କିନ୍ନର ଅଜିତ ଉଭୟେ ଦଣ୍ଡନାଚରେ ଗତ ୨୦୨୧ ରୁ ଅଭିନୟ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ସ୍ବାମୀ – ସ୍ତ୍ରୀ ଭଳି ଉଭୟେ ବ୍ରହ୍ମପୁର  ଗାନ୍ଧୀ ନଗର – ୧୦ ରେ ଥିବା ଏକ ଭଡା ଘରେ ଉଭୟେ ରହୁଥିଲେ। ଉଭୟଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ରହିଥିଲେ ମଧ୍ୟ ଅଭିଯୁକ୍ତ ଜଣକ ବିଭିନ୍ନ ସମୟରେ ଅଜିତଙ୍କୁ ଟଙ୍କା ମାଗୁଥିଲେ। ଅଜିତ ଟଙ୍କା ଯୋଗାଡ କରି ଦେଉଥିଲେ ମଧ୍ୟ ବବୁଲ ସନ୍ତୁଷ୍ଟ ନ ହୋଇ ବିଭିନ୍ନ ସମୟରେ ତାଙ୍କୁ ମାରପିଟ୍ କରିବା ସହ ମାନସିକ ଯନ୍ତ୍ରଣା ଦେଇ ଆସୁଥିଲେ ।

ଗତ ଗୁରୁବାର ଅଜିତ କନିଷି ଗାଁ ରେ ନାଟକ ପରିବେଷଣ ପରେ ବିଶ୍ରାମ ନେଉଥିବା ସମୟରେ ସନ୍ଧ୍ଯାରେ  ବବୁଲ ସେଠାରେ ପହଞ୍ଚି ତାଙ୍କ ସହ ଯୁକ୍ତିତର୍କ କରିବା ସହ ସହକର୍ମୀ ସମ୍ମୁଖରେ  ମାଡ଼ ମାରିଥିଲେ। ଘଟଣା ପରଠାରୁ ସେ ଚାପଗସ୍ତ ରହୁଥିଲେ। ଘଟଣାର ପରଦିନ ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମରେ ଦଣ୍ଡନାଚ ଆୟୋଜିତ ହୋଇଥିଲା । ମଧ୍ୟାହ୍ନରେ ଅର୍ଚ୍ଚିତା ଅନ୍ଯ ସହକର୍ମୀଙ୍କ ସହ ଦଣ୍ଡନାଚରେ ନିଜର ନୃତ୍ୟ ପ୍ରଦର୍ଶନ କରିବା ପରେ ବିଶ୍ରାମ ନିମନ୍ତେ ଦିଆଯାଇଥିବା ଘରକୁ ଯାଇଥିଲେ ।

ସନ୍ଧ୍ଯା ଆଳତି ଓ ରାତିରେ ମାଙ୍କ ପ୍ରସାଦ ସେବନ ନିମନ୍ତେ ସହକର୍ମୀ ମାନେ ଅର୍ଚ୍ଚିତାଙ୍କୁ ଡାକି ଥିଲେ ମଧ୍ୟ ଅଜିତ ମନ ଦୁଃଖ ରେ ତାଙ୍କ ଦେହ ଖରାପ ଥିବା କହି ଯାଇନଥିଲେ । ତେବେ ସକାଳୁ ଘର ମାଲିକ ସାଇକେଲ ନେବାକୁ ଘରକୁ ଆସିଥିବା ବେଳେ ଘର କବାଟ ଖୋଲା ରହିଥିଲା । ଘର ଭିତରକୁ ଯାଇ ଦେଖିବା ବେଳେ  ଅଜିତ ବେକରେ ଓଢ଼ଣୀ ବାନ୍ଧି  ଆତ୍ମହତ୍ୟା କରିଥିବା ଦେଖିଥିଲେ ।

ଖବର ପାଇ ଦିଗପହଣ୍ଡି ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ପରେ ଦଣ୍ଡନାଚ  ମ୍ୟାନେଜର ପ୍ରଫୁଲ୍ଲ ପାଣିଗ୍ରାହୀ ଓ ଅଜିତ ଙ୍କ ବାପା ସରୋଜ ବିଷୋୟୀ ପୃଥକ ଏତଲା ଦେଇଥିଲେ । ଅପରପକ୍ଷରେ ଅଜିତଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଥିବା ବବୁଲ ଏବଂ ତାଙ୍କ ପରିବାର ନିକଟରୁ ଟଙ୍କା ଆଦାୟ କରାଯିବା ଏବଂ କ୍ଷତିପୂରଣ ଦାବିରେ କିନ୍ନର ସଂଘର ବହୁ ସଂଖ୍ୟକ ସଦସ୍ୟ ଏବଂ କୋଟିନଡ଼ା ଗ୍ରାମର କିଛି ବ୍ୟକ୍ତି ସନ୍ଧ୍ୟାରେ ଦିଗପହଣ୍ଡି ଥାନା ଘେରାଉ କରିଥିଲେ।ପୋଲିସ ବୁଝାସୁଝା କରିବା ପରେ ସେମାନେ ଫେରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?