ଚୁପ୍‌ ରହିଲେ ମିଳିବ ୧ଲକ୍ଷ ଡଲାର…ଏହି ମହିଳାଙ୍କୁ ମସ୍କ କାହିଁକି ଦେଲେ ଏମିତି ସାଂଘାତିକ ଅଫର୍‌

ନୂଆଦିଲ୍ଲୀ,୧୬।୪: ଆମେରିକୀୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଆଶ୍ଲେଷ୍ଟ କ୍ଲେୟାର (୨୬) ଦାବି କରିଛନ୍ତି ଯେ ଟେସଲା ଓ ସ୍ପେସଏକ୍ସ ମୁଖ୍ୟ ଏଲନ ମସ୍କ (୫୩) ତାଙ୍କ ପିଲାର ବାପା। ସେ ଅଭିଯୋଗ କରିଛନ୍ତି ଯେ ମସ୍କ ତାଙ୍କୁ ଏହି ବିଷୟରେ ଚୁପ ରହିବା ପାଇଁ ୧୫ ନିୟୁତ ଡଲାର ଓ ପ୍ରତି ମାସ ୧ ଲକ୍ଷ ଡଲାର ଅଫର କରିଥିଲେ। ଆଶ୍ଲେଷ୍ଟ କହିଛନ୍ତି, ତାଙ୍କ ପୁଅ ରୋମୁଲସ ଫେବୃଆରୀ ୨୦୨୪ରେ ଜନ୍ମ ହୋଇଥିଲା ଓ ଡିଏନଏ ଟେଷ୍ଟରେ ମସ୍କଙ୍କ ପିତୃତ୍ୱ ୯୯.୯୯୯୯% ନିଶ୍ଚିତ ହୋଇଛି।

ଆଶ୍ଲେଷ୍ଟ ଦାବି କରିଛନ୍ତି ଯେ ମସ୍କଙ୍କ ଉପଦେଷ୍ଟା ଜାରେଡ ବିରଚାଲ ତାଙ୍କୁ ଏକ ଚୁକ୍ତି ପାଇଁ ପ୍ରସ୍ତାବ ଦେଇଥିଲେ, ଯେଉଁଥିରେ ସେ ମସ୍କଙ୍କ ନାଁ ଗୋପନ ରଖିବାକୁ ବାଧ୍ୟ ହେବେ। କିନ୍ତୁୁ ସେ ଏହା ମାନି ନଥିଲେ, କାରଣ ସେ ଚାହୁଁନଥିଲେ ତାଙ୍କ ପୁଅ ଗୁପ୍ତ ରହୁ। ମସ୍କ ଏ ପର୍ଯ୍ୟନ୍ତ ଏହି ପିଲାକୁ ସ୍ବୀକାର କରି ନାହାନ୍ତି।

ଏହା ପୂର୍ବରୁ ଆଶ୍ଲେ ଫେବୃଆରୀ ୨୦୨୫ରେ ମସ୍କଙ୍କ ବିରୋଧରେ ନ୍ୟୁୟର୍କ ସୁପ୍ରିମ କୋର୍ଟରେ ଏକ ମାମଲା ଦାୟର କରି ଏକମାତ୍ର ଅଭିଭାବକତ୍ୱ ଦାବି କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ମସ୍କ ତାଙ୍କ ପୁଅକୁ ମାତ୍ର ୩ ଥର ଦେଖିଛନ୍ତି ଓ ପିଲାର ଯତ୍ନରେ କୌଣସି ଭୂମିକା ନେଇ ନାହାନ୍ତି। ମସ୍କ ଦାବି କରିଛନ୍ତି ଯେ ସେ ଆଶ୍ଲେଙ୍କୁ ୨.୫ ନିୟୁତ ଡଲାର ଓ ବାର୍ଷିକ ୫ ଲକ୍ଷ ଡଲାର ଦେଇଛନ୍ତି, କିନ୍ତୁ ପିତୃତ୍ୱ ନେଇ ନିଶ୍ଚିତ ନୁହନ୍ତି।

ଏହି ଘଟଣା ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି। କେହି ଆଶ୍ଲେଙ୍କୁ ଧନ ଲୋଭୀ କହୁଛନ୍ତି, ତ କେହି ମସ୍କଙ୍କ କାର୍ଯ୍ୟକୁ ନୈତିକ ଦୃଷ୍ଟିରୁ ପ୍ରଶ୍ନ ଉଠାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Ind Vs NZ: ODI ସିରିଜ ପରାଜୟ ଉପରେ ଆସିଲା ଅଧିନାୟକ ଗିଲଙ୍କ ବୟାନ – ‘ବିରାଟଙ୍କ ବ୍ୟାଟିଂ ଏକ ‘ପ୍ଲସ ପଏଣ୍ଟ’ କିନ୍ତୁ…’

ନୂଆଦିଲ୍ଲୀ,୧୯।୧: ଭାରତୀୟ ଅଧିନାୟକ ଶୁବମନ ଗିଲ, ଜାନୁଆରୀ ୧୮, ୨୦୨୬ ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ହାରିବା ପରେ କହିଛନ୍ତି ଯେ ବିରାଟ କୋହଲିଙ୍କ...

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ

ବରଗଡ଼,୧୯ା୧(ପ୍ରେମାନନ୍ଦ ଖମାରୀ): ସୋମବାର ସ୍ବାଧୀନତା ସଂଗ୍ରାମୀ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ। ଏହି ଅବସରରେ ବରଗଡ଼ରେ ବହ୍ନିକନ୍ୟାଙ୍କ ଜନ୍ମ ଶତବାର୍ଷିକୀକୁ ଜିଲା ପ୍ରଶାସନ ଏବଂ...

ଭାଜପା ଅଧ୍ୟକ୍ଷ ନିର୍ବାଚନ ପାଇଁ ଭୋଟର ତାଲିକାରୁ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କ ନାମ ଆଉଟ, ଜାଣନ୍ତୁ କ’ଣ ଏହାର କାରଣ

ନୂଆଦିଲ୍ଲୀ,୧୯।୧: ମଙ୍ଗଳବାର (ଜାନୁଆରୀ ୨୦) ରେ ଭାଜପାକୁ ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ମିଳିବ, କିନ୍ତୁ ଏଥର ଆଗାମୀ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନରେ ଏକ ଐତିହାସିକ...

ଅଟୋରେ ପେଟିପେଟି ମଦ ଆଣି ବ୍ୟବସାୟ କରୁଛନ୍ତି ଦମ୍ପତି, ଭିଡିଓ ଭାଇରାଲ ପରେ…

ଦାରିଙ୍ଗବାଡ଼ି,୧୯ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ିରେ ବେଧଡ଼କ ଚାଲିଛି ଚୋରା ମଦକାରବାର ଓ ଜୁଆ ଆଡ୍ଡା। ସିମନବାଡ଼ିଠାରୁ ରାଇକିଆକୁ ସଂଯୋଗ କରୁଥିବା ତେଲି...

ଚିପ୍‌ସ ପ୍ୟାକେଟ୍‌ରେ ଲୁଚିଛି ମୃତ୍ୟୁ: ୨ ମାସରେ ଗଲାଣି ୩ ଶିଶୁଙ୍କ ଜୀବନ, ଖୁବ୍‌ଶୀଘ୍ର ସରକାର…

ଭୁବନେଶ୍ୱର,୧୯ା୧(ତ୍ରିନାଥ ମହାନ୍ତି): ଖାଦ୍ୟ ସହ ଖେଳ ଖେଳୁଛନ୍ତି ଚିପ୍‌ସ କମ୍ପାନୀ। ବେପାର ବଢାଇବା ପାଇଁ ଚିପ୍‌ସ ପ୍ୟାକେଟ୍‌ ଭିତରେ ଛୋଟ ଖେଳନା, ବେଲୁନ ଆଦି ବିଭିନ୍ନ...

ଆତଙ୍କବାଦୀଙ୍କୁ କ୍ରିପ୍ଟୋ ପାଣ୍ଠି

ଶ୍ରୀନଗର/ନୂଆଦିଲ୍ଲୀ,୧୯ା୧,(ପି.ଟି./ଏଜେନ୍ସି): କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ସୀମାପାର ଆତଙ୍କବାଦ ଉପରେ ଲଗାମ କଷିବା ପାଇଁ ପୋଲିସ ଓ ସେନା ପକ୍ଷରୁ ଘନଘନ ଚଢ଼ାଉ ସହ ତଲାସି ଅଭିଯାନ...

ଟ୍ରମ୍ପଙ୍କ ଗାଜା ଶାନ୍ତି ବୋର୍ଡରେ ଭାରତ ସହିତ ପାକିସ୍ତାନ ମଧ୍ୟ ସାମିଲ, କ’ଣ ଏହାର ଅର୍ଥ? ଜାଣନ୍ତୁ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୯।୧: ଗାଜା ସଙ୍କଟର ସମାଧାନ ପାଇଁ ଗଠିତ ‘ଶାନ୍ତି ବୋର୍ଡ’ରେ ଯୋଗଦେବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ନିମନ୍ତ୍ରଣ କରିଛନ୍ତି। ଏହି ସୂଚନା ରବିବାର...

ସେବା ଓ ସମର୍ପଣର ବହ୍ନିଶିଖା ପାର୍ବତୀ ଗିରି

ଆଜି ସ୍ବାଧୀନତାର ଅମୃତ ଲଗ୍ନରେ ଯେତେବେଳେ ଆମେ ଅଶ୍ରୁତ ବୀରାଙ୍ଗନାମାନଙ୍କ କଥା ମନେପକାଉଛୁ, ଶହେ ବର୍ଷ ତଳେ ଜନ୍ମଲାଭ କରିଥିବା ମହୀୟସୀ ପାର୍ବତୀ ଗିରିଙ୍କ ନାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri