Advertisement

ରୁଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ

ରାୟଗଡ଼ା,୨୩।୧୨(ସ୍ବ.ପ୍ର.): ରାୟଗଡ଼ା ଜିଲା ବୁଲିବାକୁ ଆସିଥିବା ଜଣେ ରୁଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେହେଲେ ରୁଷିଆର ଭ୍ଲାଡ଼ିମିର ବିଦାନୋଭ(୬୨)। ଗତ ୨୧ ତାରିଖରେ ବିଦାନୋଭ ୪ ଜଣ ପର୍ଯ୍ୟଟକଙ୍କ ସହ ଦାରିଙ୍ଗବାଡିରୁ ରାୟଗଡ଼ା ଆସିଥିଲେ। ଗାଇଡ ଜିତେନ୍ଦ୍ର ସିଂଙ୍କ କହିବା ଅନୁସାରେ ସେମାନେ ୧୯ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରୁ ଦାରିଙ୍ଗବାଡ଼ି ଆସିଥିଲେ। ଗୁରୁବାର ବିଦାନୋଭଙ୍କ ମୃତ୍ୟୁ ଘଟିଥିବା ବେଳେ ଶୁକ୍ରବାର ଲୋକଲୋଚନକୁ ଆସିଛି।
ସୂଚନାଯୋଗ୍ୟ, ଗୁରୁବାର ବିଦାନୋଭଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଫଳରେ ତାଙ୍କୁ ହୋଟେଲ କର୍ମଚାରୀ ଏବଂ ଗାଇଡ୍‌ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଏନେଇ ପୋଲିସକୁ ମଧ୍ୟ ସୂଚନା ଦିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଗାଇଡ କହିଛନ୍ତି। ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଶବସଂରକ୍ଷିତ ଗୃହରେ ରଖିଛି। ଶନିବାର ମୃତ ବିଦାନୋଭଙ୍କ ପରିବାର ଲୋକେ ରାୟଗଡ଼ା ପହଞ୍ଚିବା ପରେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ହେଲେ ମଦ୍ୟପାନ ଯୋଗୁ ତାଙ୍କର ମୃତ୍ୟୁ ଘଟିଥାଇପାରେ ବୋଲି ଗାଇଡ ଜିତେନ୍ଦ୍ର ସୂଚନା ଦେଇଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ପଡିଲା ହ୍ବେଲ୍‌ସାର୍କ: ଉଦ୍ଧାର ପରେ ସମୁଦ୍ରରେ ଛଡ଼ାଗଲା

ଗୋପାଳପୁର,୧୯ା୨: ଗୋପାଳପୁର ଏନ୍‌ଏସିର କେତେଜଣ ମତ୍ସ୍ୟଜୀବୀ ବୁଧବାର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ଜାଲ ଟାଣୁଥିବାବେଳେ ସେଥିରେ ଏକ ବଡ ମାଛ ଲାଗିଥିଲା। ଜାଲ କୂଳକୁ...

ଆଶଙ୍କାରେ ଚଣ୍ଡିଖୋଲ ଭୂତଳ ତୈଳଭଣ୍ଡାର

ଚଣ୍ଡିଖୋଲ,୧୦।୧୧(ଡି.ଏନ.ଏ.): ଯାଜପୁର ଜିଲା ଚଣ୍ଡିଖୋଲଠାରେ ପ୍ରସ୍ତାବିତ ଭୂତଳ ତୈଳ ଭଣ୍ଡାର ନିର୍ମାଣ ନେଇ ୨୦୧୬-୧୭ରୁ ଘୋଷଣା କରାଯାଇଥିଲେ ବି ଏ ପର୍ଯ୍ୟନ୍ତ କାର୍ଯ୍ୟ ପାଦେ ବି...

ଫସର ଫାଟିଲା ଗ୍ୟାଙ୍ଗଷ୍ଟର ରବିଙ୍କ ଅପହରଣ ଯୋଜନା: ବାଙ୍କୁଆଳରୁ ୫ ସହଯୋଗୀ ଗିରଫ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଏନ୍‌କାଉଣ୍ଟର ତଥା ବିଭିନ୍ନ ଆପରାଧିକ ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଗ୍ୟାଙ୍ଗଷ୍ଟର ରବି ରାଓଙ୍କ ଅପହରଣ ଯୋଜନା...

ଯୁବକଙ୍କୁ ନିର୍ମମ ହତ୍ୟା

ଢେଙ୍ଗାନାଳ ଅଫିସ୍‌, ୧୩।୧୨: ଢେଙ୍କାନାଳ ଜିଲା ଗୋଣ୍ଡିଆ ବ୍ଲକ ନିହାଲପ୍ରସାଦ ଥାନା ନିତ୍ୟାନନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ନାମକ...

ଦରବୃଦ୍ଧି ପ୍ରତିବାଦରେ ସବୁ ଜିଲାରେ ଆନ୍ଦୋଳନ ପ୍ରସ୍ତୁତି

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ବିରୋଧରେ ସୋମବାର କଂଗ୍ରେସ...

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୃଦ୍ଧଙ୍କୁ ହତ୍ୟା

ସାରସକଣା,୧୪।୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ଭୂରୁଷାଣି ଗ୍ରାମ ନିକଟସ୍ଥ ଏକ ନାଳରୁ ସୋମବାର ଜଣେ ବୃଦ୍ଧଙ୍କ ମୃତଦେହ ପୋଲିସ ଜବତ କରିଛି ।...

ଭୁବନେଶ୍ୱରରୁ ୧୦୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୮।୪(ବ୍ୟୁରୋ): ରାଜ୍ୟରେ ଲଗାତାର ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ରାଜ୍ୟରୁ ୮୭୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ...

ଦିଲ୍ଲୀ ଏମ୍‌ସ ଆକାଉଣ୍ଟରୁ ୪.୭୬ କୋଟି ଠକେଇ ଘଟଣା: ବ୍ୟାଙ୍କ କର୍ତ୍ତୃପକ୍ଷ ସାମିଲ ସୂଚନା

ଫୁଲବାଣୀ ଅଫିସ, ୨୭ା୧୧-ଦିଲ୍ଲୀ ଏମ୍‌ସ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ର ଆକାଉଣ୍ଟରୁ ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ ଟଙ୍କା ଚେକ୍‌...

Advertisement
Archives

Model This Week