ନର୍ସିଂ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର ଅଫିସ, ୯।୭ ଭୁବନେଶ୍ୱରସ୍ଥିତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବାଲେଶ୍ୱର ସଦର ଥାନା କୁରୁଡ଼ାସ୍ଥିତ ଜ୍ୟୋତି ହସ୍ପିଟାଲର ଜଣେ ନର୍ସିଂ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପଛରେ ହସ୍ପିଟାଲ କର୍ତ୍ତୃପକ୍ଷ ଓ ତାଙ୍କ ସାଙ୍ଗମାନେ ସମ୍ପୃକ୍ତ ଥାଇପାରନ୍ତି। ଏହାକୁ ଆମତ୍ହତ୍ୟା ରୂପ ଦିଆଯାଉଥିବା ପରିବାର ଲୋକ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୋର ଥାନା ଅଧୀନ ସବିରା ଅଞ୍ଚଳର ଗାୟତ୍ରୀ ଓ ଗଙ୍ଗାଧର ବେହେରାଙ୍କ ଝିଅ ଲିପ୍‌ସା ଜ୍ୟୋତି ହସ୍ପିଟାଲରେ ବର୍ଷେ ହେଲା ନର୍ସିଂଛାତ୍ରୀ ଭାବେ ଟ୍ରେନିଂ ନେଇଆସୁଥିଲେ। ଗତ ୩ ତାରିଖ ସନ୍ଧ୍ୟାରେ ହସ୍ପିଟାଲ ଅଡିଟୋରିୟମ୍‌ରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଲିପ୍‌ସା ସେହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। କିଛି ସମୟ ପରେ କୌଣସି କାରଣରୁ ଲିପ୍‌ସା ସେଠାରୁ ଉଠିଯାଇ ହସ୍ପିଟାଲ ଉପରମହଲାରେ ଥିବା ନିଜ ରୁମ୍‌କୁ ଯାଇ ଭିତରପଟୁ କବାଟ ବନ୍ଦ କରି ପିନ୍ଧିଥିବା ଆପ୍ରନ୍‌ରେ ଫାଶୀ ଲଗାଇ ଆମତ୍ହତ୍ୟା ଉଦ୍ୟମ କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ଓ ତାଙ୍କ ସାଙ୍ଗମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରିଥିଲେ। ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ପହଞ୍ଚତ୍ବା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ରାତାରାତି ତାଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କୁ ଲାଇଫସପୋର୍ଟ ବ୍ୟବସ୍ଥାରେ ରଖାଯାଇଥିବା ବେଳେ ଗତ ଗୁରୁବାର ପୂର୍ବାହ୍ନରେ ମୃତ ଘୋଷଣା କରାଯାଇଥିଲା। ଏନେଇ କଟକ ମଙ୍ଗଳାବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ କଟକ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ଲିପ୍‌ସାଙ୍କ ମା’ ଗାୟତ୍ରୀ ବେହେରା ବାଲେଶ୍ୱର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗତ ୩ ତାରିଖ ସନ୍ଧ୍ୟା ସାଢ଼େ ୭ଟା ସମୟରେ ଲିପ୍‌ସା ତାଙ୍କ ମା’-ବାପାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ୯ଟା ବେଳେ ତାଙ୍କ ଘରକୁ ହସ୍ପିଟାଲ କର୍ତ୍ତୃପକ୍ଷ ଫୋନ କରି ଲିପ୍‌ସା ଅବସ୍ଥା ବହୁତ ଗୁରୁତର ଏବଂ ସେ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣାଇଥିଲେ। ଘର ଲୋକ ୨ଘଣ୍ଟା ଭିତରେ ହସ୍ପିଟାଲରେ ପହଞ୍ଚତ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ପଚାରିବା ସହ ତାଙ୍କ ରୁମ୍‌କୁ ଯିବା ପାଇଁ ଚାହଁିଥିଲେ। ହେଲେ ସେମାନଙ୍କୁ ସେଠାକୁ ଆଦୌ ଛଡ଼ା ଯାଇ ନ ଥିଲା। ତାଙ୍କ ଝିଅ ସବୁ ପରିସ୍ଥିତି ଓ ଅସୁବିଧାକୁ ସାମ୍ନା କରି ଶିଖିଛି। ସେ କେବେ ବି ଆମତ୍ହତ୍ୟା କରିବ ନାହଁି ବୋଲି ପରିବାର ଲୋକେ କହିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରି ଘଟଣା ପଛର ଥିବା ସତ ସାମ୍ନାକୁ ଆଣିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏ ସମ୍ପର୍କରେ ସଦର ଥାନା ଆଇଆଇସି ଅଶୋକ ନାୟକ କହିଛନ୍ତି, ଗତ ୩ ତାରିଖ ରାତିରେ ଖବରପାଇ ଜ୍ୟୋତି ହସ୍ପିଟାଲ ପହଞ୍ଚିଥିଲୁ। ସେତେବେଳକୁ ଲିପ୍‌ସା ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଅଧିକ ଗୁରୁତର ହେବାରୁ ପରିବାର ଲୋକଙ୍କ ସହ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଲିପ୍‌ସା ମୋବାଇଲ ଯୋଗେ ବାରମ୍ବାର କଥା ହେବାର ଦେଖି ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ପରିବାରଙ୍କୁ ଜଣାଇଥିଲେ। ଏପରି କି ତାଙ୍କ ମୋବାଇଲକୁ ମଧ୍ୟ ଜବତ କରି ରଖାଯାଇଥିଲା। ସେ ଅନ୍ୟ ମୋବାଇଲ୍‌ ସଂଗ୍ରହ କରି ବାରମ୍ବାର କଥା ହେଉଥିଲେ। ଘଟଣା ଦିନ ଗୋଟିଏ ନମ୍ବରକୁ ୨୦ଥରରୁ ଅଧିକ ଫୋନ୍‌ କରି କଥା ହୋଇଥିବା ଜଣାପଡ଼ିଛି। ଏହା ଏକ ପ୍ରେମଜନିତ ଘଟଣା ବୋଲି ତଦନ୍ତ ପରିସରଭୁକ୍ତ ରହିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପରେ ରକ୍ତଦାନ

ବଲାଙ୍ଗୀର ଅଫିସ,୧୯ା୧: ବିବାହକୁ ସ୍ମରଣୀୟ ଓ ନିଆରା କରି ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବଲାଙ୍ଗୀର ସହର ଚିମିନିଭାଟିର ସୁବ୍ରତ ଖଣ୍ଡୁଆଲ। ସୋମବାର ଥିଲା...

ଘରଭଙ୍ଗା ସହାୟତା: ୮୫୦ କ୍ଷତିଗ୍ରସ୍ତଙ୍କ ଖାତାକୁ ଗଲା ୨୫ ଲକ୍ଷ

ପୁରୀ ଅଫିସ, ୧୫ା୬: ବାତ୍ୟାରେ ପୁରୀ ଜିଲାରେ ବହୁ ଘର ସମ୍ପୂର୍ଣ୍ଣ ଓ ଆଉ କେତେକ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରଶାସନ ପକ୍ଷରୁ ଘରଭଙ୍ଗା...

ବାର୍ଡ ଫ୍ଲୁ ଆଶଙ୍କା: ଭିତରକନିକାରୁ ୧୮୦ ନମୁନା ସଂଗ୍ରହ

ରାଜନଗର,୧୨ା୧୧(ଡି.ଏନ୍‌.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଭିଡ଼ ଜମାଇଥିବା ବେଳେ ବିଦେଶାଗତ ପକ୍ଷୀଙ୍କ ଆସିବା ଆରମ୍ଭ ହୋଇଛି। ବିଦେଶାଗତ ପକ୍ଷୀ ଆସିବା ଆରମ୍ଭ କରିଥିବା...

ଗର୍ଭଗୃହରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ ମନା

ପୁରୁଣା ଭୁବନେଶ୍ୱର, ୧୭।୩(ଡି.ଏନ୍‌.ଏ.): ମହାମାରୀ କରୋନା ପାଇଁ ଶ୍ରୀ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି କରାଯାଇଛି। ଶ୍ରୀ ଲିଙ୍ଗରାଜ ମନ୍ଦିର...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି

ଭୁବନେଶ୍ୱର, ୧୩।୧: ରାୟଗଡାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାୟଗଡାରେ ଘରୋଇ...

ବଢ଼ିଲା ନଦୀ ଜଳସ୍ତର

ଭୁବନେଶ୍ୱର, ୨୦।୮(ବ୍ୟୁରୋ):ଦୁଇଦିନ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟରେ ପୁଣି ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଉପରମୁଣ୍ଡରେ ବର୍ଷା ହେବାରୁ ହୀରାକୁଦର ଜଳସ୍ତର ପୁଣି...

ଚଳିତବର୍ଷ ୧ ଲକ୍ଷ ହେକ୍ଟରରେ ଅଣଧାନ ଚାଷ

ଭୁବନେଶ୍ୱର,୮।୬(ବ୍ୟୁରୋ): ୨୦୨୨-୨୩ରେ ରାଜ୍ୟରେ ୧ ଲକ୍ଷ ହେକ୍ଟରରେ ଅଣଧାନ ତଥା ପନିପରିବା, ଡାଲିଜାତୀୟ, ତୈଳବୀଜ, ନଡ଼ିଆ, ଫଳଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଚାଷ ପାଇଁ...

ନୂଆ ଚିହ୍ନଟ ୧୪୩ ଆକ୍ରାନ୍ତ ମଧ୍ୟରେ ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟରେ ବୁଧବାର ଚିହ୍ନଟ ନୂଆ ୧୪୩ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। କେନ୍ଦ୍ରାପଡ଼ାରୁ ଚିହ୍ନଟ ସମସ୍ତ ୯ କ୍ୱାରାଣ୍ଟାଇନ୍‌ ସେଣ୍ଟରର। ସେଥିରୁ...

Advertisement
Archives

Model This Week