ନର୍ସିଂ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର ଅଫିସ, ୯।୭ ଭୁବନେଶ୍ୱରସ୍ଥିତ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ବାଲେଶ୍ୱର ସଦର ଥାନା କୁରୁଡ଼ାସ୍ଥିତ ଜ୍ୟୋତି ହସ୍ପିଟାଲର ଜଣେ ନର୍ସିଂ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ପଛରେ ହସ୍ପିଟାଲ କର୍ତ୍ତୃପକ୍ଷ ଓ ତାଙ୍କ ସାଙ୍ଗମାନେ ସମ୍ପୃକ୍ତ ଥାଇପାରନ୍ତି। ଏହାକୁ ଆମତ୍ହତ୍ୟା ରୂପ ଦିଆଯାଉଥିବା ପରିବାର ଲୋକ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୋର ଥାନା ଅଧୀନ ସବିରା ଅଞ୍ଚଳର ଗାୟତ୍ରୀ ଓ ଗଙ୍ଗାଧର ବେହେରାଙ୍କ ଝିଅ ଲିପ୍‌ସା ଜ୍ୟୋତି ହସ୍ପିଟାଲରେ ବର୍ଷେ ହେଲା ନର୍ସିଂଛାତ୍ରୀ ଭାବେ ଟ୍ରେନିଂ ନେଇଆସୁଥିଲେ। ଗତ ୩ ତାରିଖ ସନ୍ଧ୍ୟାରେ ହସ୍ପିଟାଲ ଅଡିଟୋରିୟମ୍‌ରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଲିପ୍‌ସା ସେହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। କିଛି ସମୟ ପରେ କୌଣସି କାରଣରୁ ଲିପ୍‌ସା ସେଠାରୁ ଉଠିଯାଇ ହସ୍ପିଟାଲ ଉପରମହଲାରେ ଥିବା ନିଜ ରୁମ୍‌କୁ ଯାଇ ଭିତରପଟୁ କବାଟ ବନ୍ଦ କରି ପିନ୍ଧିଥିବା ଆପ୍ରନ୍‌ରେ ଫାଶୀ ଲଗାଇ ଆମତ୍ହତ୍ୟା ଉଦ୍ୟମ କରିଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷ ଓ ତାଙ୍କ ସାଙ୍ଗମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରିଥିଲେ। ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ପହଞ୍ଚତ୍ବା ପରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ରାତାରାତି ତାଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କୁ ଲାଇଫସପୋର୍ଟ ବ୍ୟବସ୍ଥାରେ ରଖାଯାଇଥିବା ବେଳେ ଗତ ଗୁରୁବାର ପୂର୍ବାହ୍ନରେ ମୃତ ଘୋଷଣା କରାଯାଇଥିଲା। ଏନେଇ କଟକ ମଙ୍ଗଳାବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ କଟକ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ ଲିପ୍‌ସାଙ୍କ ମା’ ଗାୟତ୍ରୀ ବେହେରା ବାଲେଶ୍ୱର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗତ ୩ ତାରିଖ ସନ୍ଧ୍ୟା ସାଢ଼େ ୭ଟା ସମୟରେ ଲିପ୍‌ସା ତାଙ୍କ ମା’-ବାପାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ୯ଟା ବେଳେ ତାଙ୍କ ଘରକୁ ହସ୍ପିଟାଲ କର୍ତ୍ତୃପକ୍ଷ ଫୋନ କରି ଲିପ୍‌ସା ଅବସ୍ଥା ବହୁତ ଗୁରୁତର ଏବଂ ସେ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣାଇଥିଲେ। ଘର ଲୋକ ୨ଘଣ୍ଟା ଭିତରେ ହସ୍ପିଟାଲରେ ପହଞ୍ଚତ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ପଚାରିବା ସହ ତାଙ୍କ ରୁମ୍‌କୁ ଯିବା ପାଇଁ ଚାହଁିଥିଲେ। ହେଲେ ସେମାନଙ୍କୁ ସେଠାକୁ ଆଦୌ ଛଡ଼ା ଯାଇ ନ ଥିଲା। ତାଙ୍କ ଝିଅ ସବୁ ପରିସ୍ଥିତି ଓ ଅସୁବିଧାକୁ ସାମ୍ନା କରି ଶିଖିଛି। ସେ କେବେ ବି ଆମତ୍ହତ୍ୟା କରିବ ନାହଁି ବୋଲି ପରିବାର ଲୋକେ କହିଛନ୍ତି। ଏହାର ବିଧିବଦ୍ଧ ତଦନ୍ତ କରି ଘଟଣା ପଛର ଥିବା ସତ ସାମ୍ନାକୁ ଆଣିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏ ସମ୍ପର୍କରେ ସଦର ଥାନା ଆଇଆଇସି ଅଶୋକ ନାୟକ କହିଛନ୍ତି, ଗତ ୩ ତାରିଖ ରାତିରେ ଖବରପାଇ ଜ୍ୟୋତି ହସ୍ପିଟାଲ ପହଞ୍ଚିଥିଲୁ। ସେତେବେଳକୁ ଲିପ୍‌ସା ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଅଧିକ ଗୁରୁତର ହେବାରୁ ପରିବାର ଲୋକଙ୍କ ସହ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଲିପ୍‌ସା ମୋବାଇଲ ଯୋଗେ ବାରମ୍ବାର କଥା ହେବାର ଦେଖି ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ପରିବାରଙ୍କୁ ଜଣାଇଥିଲେ। ଏପରି କି ତାଙ୍କ ମୋବାଇଲକୁ ମଧ୍ୟ ଜବତ କରି ରଖାଯାଇଥିଲା। ସେ ଅନ୍ୟ ମୋବାଇଲ୍‌ ସଂଗ୍ରହ କରି ବାରମ୍ବାର କଥା ହେଉଥିଲେ। ଘଟଣା ଦିନ ଗୋଟିଏ ନମ୍ବରକୁ ୨୦ଥରରୁ ଅଧିକ ଫୋନ୍‌ କରି କଥା ହୋଇଥିବା ଜଣାପଡ଼ିଛି। ଏହା ଏକ ପ୍ରେମଜନିତ ଘଟଣା ବୋଲି ତଦନ୍ତ ପରିସରଭୁକ୍ତ ରହିଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri