ସିଆର୍‌ପିଏଫ୍‌ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

ସୋନପୁର,୯।୧୦:ସିଆର୍‌ପିଏଫ୍‌ରେ କାର୍ଯ୍ୟରତ ସୁବର୍ଣ୍ଣପୁର ସହର ମଝିପଡ଼ାର ପ୍ରତାପ କୁମାର ନାଏକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମାଆଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ ପ୍ରତାପ ନିଜ ଘରକୁ ଫେରୁଥିଲେ। ସେ ଗତ ୧ ତାରିଖରେ ନାଗାଲାଣ୍ଡରୁ ତିନିଶୁକିଆ-ବାଙ୍ଗାଲୋର ସୁପରଫାଷ୍ଟ ଟ୍ରେନ୍‌ରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ତେବେ ଗୁରୁବାର ତାଙ୍କ ମୃତ୍ୟୁ ଖବର ଘରେ ପହଞ୍ଚତ୍ ଥିବାବେଳେ ଶୁକ୍ରବାର ମଧ୍ୟାହ୍ନରେ ସିଆରପିଏଫ୍‌ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇ ନାଗାଲାଣ୍ଡରେ ଶବ ସତ୍କାର କରାଯାଇଛି।
ମଝିପଡ଼ାର ତ୍ରିଲୋଚନ ନାଏକଙ୍କ ମଝିଆ ପୁଅ ପ୍ରତାପ ୨୦୦୭ ମସିହାରେ ସିଆର୍‌ପିଏଫ୍‌ରେ ଯୋଗ ଦେଇଥିଲେ। ସିଆର୍‌ପିଏଫ୍‌ ୮୨ ବାଟାଲିୟନରେ ଗତ ଦେଢ ବର୍ଷ ଧରି ସେ ନାଗାଲାଣ୍ଡରେ କାର୍ଯ୍ୟରତ ଥିଲେ। ଗତବର୍ଷ ଜାନୁୟାରୀ ୨୩ ତାରିଖରେ ତାଙ୍କ ବାପାଙ୍କ ହୃଦ୍‌ଘାତରେ ଏବଂ ଠିକ୍‌ ୯ ମାସ ପରେ ମା’ଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ଅକ୍ଟୋବର ୧୨ ତାରିଖରେ ମାଆଙ୍କ ଶ୍ରାଦ୍ଧବାର୍ଷିକୀ ଥିଲା। ତେଣୁ ପ୍ରତାପ ଛୁଟି ନେଇ ଘରକୁ ଆସୁଥିଲେ। ନାଗାଲାଣ୍ଡର ଦିମାପୁର ରେଳଷ୍ଟେଶନରେ ସିଆର୍‌ପିଏଫ୍‌ ସୁରକ୍ଷା ଗାଡି ଅକ୍ଟୋବର ୧ ତାରିଖରେ ତାଙ୍କୁ ଛାଡିଥିଲା। ରାତି ୧୧ଟା ୩୩ ମିନିଟରେ ଦିମାପୁର ଷ୍ଟେଶନରେ ସେ ଟ୍ରେନ୍‌ ଚଢିଥିଲେ। କିନ୍ତୁ ପ୍ରତାପ ଭୁବନେଶ୍ୱରରେ ପହଞ୍ଚତ୍ଲେ ନାହିଁ କି ସକାଳୁ ସ୍ତ୍ରୀଙ୍କ ଫୋନ୍‌ ଉଠାଇ ନ ଥିଲେ। ତେଣୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ପ୍ରତାପଙ୍କ ନିଖୋଜ ନେଇ ପରିବାର ଲୋକେ ଭୁବନେଶ୍ୱର ସିଆର୍‌ପିଏଫ୍‌ରେ ଅଭିଯୋଗ କରିଥିଲେ। ତେବେ ୬ ତାରିଖ ପର୍ଯ୍ୟନ୍ତ କିଛି ଖବର ମିଳି ନ ଥିଲା। ୭ ତାରିଖରେ ପ୍ରତାପଙ୍କ ସାଙ୍ଗମାନେ ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ, ସିଆର୍‌ପିଏଫ୍‌ ନାଗାଲାଣ୍ଡ ଓ ଓଡ଼ିଶା ପୋଲିସ ଡିଜିଙ୍କୁ ଟୁଇଟ୍‌ କରିଥିଲେ। ପରେ ପ୍ରତାପଙ୍କ ଭାଇ ପ୍ରଦୀପଙ୍କ ନିକଟକୁ ନାଗାଲାଣ୍ଡ ସିଆରପିଏଫ୍‌ କଣ୍ଟ୍ରୋଲ ରୁମ୍‌ରୁ ଏକ ଫଟୋ ପଠାଇ ଚିହ୍ନିବା ପାଇଁ କୁହାଯାଇଥିଲା। ପ୍ରଦୀପ ନିଜ ଭାଇଙ୍କୁ ଚିହ୍ନିବା ପରେ ପ୍ରତାପଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିଲା । ପ୍ରତାପଙ୍କୁ ଟଙ୍କା ପାଇଁ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଆକ୍ରମଣ କରି ଟ୍ରେନ୍‌ରୁ ତଳକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପ୍ରତାପ ଦେଢ ବର୍ଷ ପୂର୍ବରୁ ବିବାହ କରିଛନ୍ତି। ସେ ଟ୍ରେନ୍‌ ଧରିବା ପୂର୍ବରୁ ନିଜ ସ୍ତ୍ରୀଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। କିଛି ଅସାମାଜିକ ଲୋକ ତାଙ୍କ ପିଛା କରୁଥିବା ଓ ଟ୍ରେନ୍‌ର ସେହି ବଗିକୁ ଉଠିଥିବା ପ୍ରତାପ ସ୍ତ୍ରୀଙ୍କୁ ଜଣାଇଥିଲେ। ଅନ୍ୟପକ୍ଷେ ପ୍ରତାପ ସାଙ୍ଗରେ ଧରି ଆସୁଥିବା କିଛି ବ୍ୟାଗ୍‌ ୪ ତାରିଖ ବାଙ୍ଗାଲୋର ଷ୍ଟେଶନରୁ ଜିଆରପିକୁ ମିଳିଛି। ପ୍ରତାପଙ୍କ ମୋବାଇଲ ୨ ତାରିଖ ପରଠାରୁ ବନ୍ଦ ରହିଛି। ତେଣୁ ପ୍ରତାପଙ୍କୁ ହତ୍ୟାକରି ଲମଟିଙ୍ଗ୍‌ ଷ୍ଟେଶନ ନିକଟରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରୁ ଖସି ପଡ଼ିଲେ, ଚଢ଼ିଗଲା ଟ୍ରକ୍‌

ବନ୍ତ,୮।୭: ଭଦ୍ରକ ଜିଲା ବନ୍ତ ବ୍ଲକ ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ବନ୍ତ ମେଡିକାଲ ଛକଠାରେ ଗୁରୁବାର ଜଣେ ମହିଳା ବାଇକ୍‌ରୁ ଖସି ପଡ଼ିଥିଲେ।...

ଶ୍ରମିକଙ୍କ ଗୋଡ଼ ହାତ କଟା ଘଟଣା: ଥାନାରେ ରୁଜୁ ହେଲା ମାମଲା

ଆର୍‌.ଉଦୟଗିରି,୧୦।୧୦(ଡି.ଏନ୍‌.ଏ.): ଗଜପତି ଜିଲା ଅଡ଼ବା ଥାନା କଲବା ଗାଁର ଦାଦନ ଶ୍ରମିକ ଶାଙ୍କ ମୁର୍ମୁଙ୍କ ଗୋଡ଼ ହାତ କଟା ଘଟଣାର ଦୀର୍ଘଦିନ ପରେ ପୋଲିସ ଏକ...

ଇଏ କି ଶାଳଗ୍ରାମ

ପୁରୀ ଅଫିସ,୧୬।୬: ସନାତନ ପରମ୍ପରାରେ ଶାଳଗ୍ରାମଙ୍କୁ ସ୍ବୟଂ ବିଷ୍ଣୁଙ୍କ ସ୍ବରୂପ ଭାବେ ଉପାସନା କରାଯାଇଥାଏ। ବର୍ତ୍ତମାନ ପ୍ରକୃତ ଶାଳଗ୍ରାମ ପ୍ରାୟତଃ ଆଉ ମିଳୁନାହିଁ। ଶ୍ରୀମନ୍ଦିରରେ ଚିତ୍ରିତ...

ବାଉଁଶ ଲାଠି, ଛିଣ୍ଡା ଚପଲରେ ହକି ଖେଳ

ମହାକାଳପଡ଼ା,୧୩ା୧୨(ଡି.ଏନ.ଏ.): ହକି ଖେଳ ପ୍ରତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ହକିକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍‌...

ବେଆଇନ ମାଟିଖୋଳା ବନ୍ଦ ଦାବି

ଆରଡ଼ି, ୨୮।୪(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ତହସିଲ ଅଧୀନ ଓଳଗ, ସୁନ୍ଦରପୁର, ଆରଡ଼ି, ନାନ୍ଦପୁର ଏବଂ ଧାମନଗର ତହସିଲ ଅନ୍ତର୍ଗତ ପାଳସାହି ଓ ରଇପୁର ପଞ୍ଚାୟତର...

୮ ଦିନରେ ସରିଗଲା ସଂସାର: ନବବଧୂଙ୍କ ମୃତଦେହ ଉଦ୍ଧାର

ବଅଁରପାଳ,୧୧।୫(ଡି.ଏନ.ଏ.)-  ମାତ୍ର ୮ ଦିନ ତଳେ ବିବାହ କରିଥିଲେ। ନୂଆ ଘର, ବରକୁ ନେଇ କେତେ କ’ଣ ସ୍ବପ୍ନ ଦେଖିଥିଲେ। ହେଲେ ୮ ଦିନରେ ସରିଗଲା...

ଶଟ୍‌ଡାଉନ୍‌ ନ ମାନି ଗହଳି

ଅନୁଗୋଳ ଅଫିସ୍‌, ୬ା୭:  କରୋନା ସଂକ୍ରମଣ ରୋକିବା ପାଇଁ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଚଳିତମାସରୁ ପ୍ରତି ଶନିବାର ଓ ରବିବାରକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। କଟକଣା...

ଟେଣ୍ଡରକୁ ନେଇ ଅଧ୍ୟକ୍ଷା-ପୌର ଅଧିକାରୀ ମୁହାଁମୁହିଁ

ଆନନ୍ଦପୁର,୧୮।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌର ପରିଷଦର ପିଛା ଛାଡୁନି ବିବାଦ। ପୂର୍ବରୁ ଫାଇଲ ଚୋରିକୁ ନେଇ ମାମଲା ହୋଇଥିବା ବେଳେ ଏବେ କେତେକ ଉନ୍ନୟନ...

Advertisement
Archives

Model This Week