ସିଆର୍‌ପିଏଫ୍‌ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ

ସୋନପୁର,୯।୧୦:ସିଆର୍‌ପିଏଫ୍‌ରେ କାର୍ଯ୍ୟରତ ସୁବର୍ଣ୍ଣପୁର ସହର ମଝିପଡ଼ାର ପ୍ରତାପ କୁମାର ନାଏକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମାଆଙ୍କ ଶ୍ରାଦ୍ଧବାର୍ଷିକୀ ପାଇଁ ପ୍ରତାପ ନିଜ ଘରକୁ ଫେରୁଥିଲେ। ସେ ଗତ ୧ ତାରିଖରେ ନାଗାଲାଣ୍ଡରୁ ତିନିଶୁକିଆ-ବାଙ୍ଗାଲୋର ସୁପରଫାଷ୍ଟ ଟ୍ରେନ୍‌ରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ତେବେ ଗୁରୁବାର ତାଙ୍କ ମୃତ୍ୟୁ ଖବର ଘରେ ପହଞ୍ଚତ୍ ଥିବାବେଳେ ଶୁକ୍ରବାର ମଧ୍ୟାହ୍ନରେ ସିଆରପିଏଫ୍‌ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇ ନାଗାଲାଣ୍ଡରେ ଶବ ସତ୍କାର କରାଯାଇଛି।
ମଝିପଡ଼ାର ତ୍ରିଲୋଚନ ନାଏକଙ୍କ ମଝିଆ ପୁଅ ପ୍ରତାପ ୨୦୦୭ ମସିହାରେ ସିଆର୍‌ପିଏଫ୍‌ରେ ଯୋଗ ଦେଇଥିଲେ। ସିଆର୍‌ପିଏଫ୍‌ ୮୨ ବାଟାଲିୟନରେ ଗତ ଦେଢ ବର୍ଷ ଧରି ସେ ନାଗାଲାଣ୍ଡରେ କାର୍ଯ୍ୟରତ ଥିଲେ। ଗତବର୍ଷ ଜାନୁୟାରୀ ୨୩ ତାରିଖରେ ତାଙ୍କ ବାପାଙ୍କ ହୃଦ୍‌ଘାତରେ ଏବଂ ଠିକ୍‌ ୯ ମାସ ପରେ ମା’ଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ଅକ୍ଟୋବର ୧୨ ତାରିଖରେ ମାଆଙ୍କ ଶ୍ରାଦ୍ଧବାର୍ଷିକୀ ଥିଲା। ତେଣୁ ପ୍ରତାପ ଛୁଟି ନେଇ ଘରକୁ ଆସୁଥିଲେ। ନାଗାଲାଣ୍ଡର ଦିମାପୁର ରେଳଷ୍ଟେଶନରେ ସିଆର୍‌ପିଏଫ୍‌ ସୁରକ୍ଷା ଗାଡି ଅକ୍ଟୋବର ୧ ତାରିଖରେ ତାଙ୍କୁ ଛାଡିଥିଲା। ରାତି ୧୧ଟା ୩୩ ମିନିଟରେ ଦିମାପୁର ଷ୍ଟେଶନରେ ସେ ଟ୍ରେନ୍‌ ଚଢିଥିଲେ। କିନ୍ତୁ ପ୍ରତାପ ଭୁବନେଶ୍ୱରରେ ପହଞ୍ଚତ୍ଲେ ନାହିଁ କି ସକାଳୁ ସ୍ତ୍ରୀଙ୍କ ଫୋନ୍‌ ଉଠାଇ ନ ଥିଲେ। ତେଣୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା । ପ୍ରତାପଙ୍କ ନିଖୋଜ ନେଇ ପରିବାର ଲୋକେ ଭୁବନେଶ୍ୱର ସିଆର୍‌ପିଏଫ୍‌ରେ ଅଭିଯୋଗ କରିଥିଲେ। ତେବେ ୬ ତାରିଖ ପର୍ଯ୍ୟନ୍ତ କିଛି ଖବର ମିଳି ନ ଥିଲା। ୭ ତାରିଖରେ ପ୍ରତାପଙ୍କ ସାଙ୍ଗମାନେ ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ, ସିଆର୍‌ପିଏଫ୍‌ ନାଗାଲାଣ୍ଡ ଓ ଓଡ଼ିଶା ପୋଲିସ ଡିଜିଙ୍କୁ ଟୁଇଟ୍‌ କରିଥିଲେ। ପରେ ପ୍ରତାପଙ୍କ ଭାଇ ପ୍ରଦୀପଙ୍କ ନିକଟକୁ ନାଗାଲାଣ୍ଡ ସିଆରପିଏଫ୍‌ କଣ୍ଟ୍ରୋଲ ରୁମ୍‌ରୁ ଏକ ଫଟୋ ପଠାଇ ଚିହ୍ନିବା ପାଇଁ କୁହାଯାଇଥିଲା। ପ୍ରଦୀପ ନିଜ ଭାଇଙ୍କୁ ଚିହ୍ନିବା ପରେ ପ୍ରତାପଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଥିଲା । ପ୍ରତାପଙ୍କୁ ଟଙ୍କା ପାଇଁ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଆକ୍ରମଣ କରି ଟ୍ରେନ୍‌ରୁ ତଳକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ପ୍ରତାପ ଦେଢ ବର୍ଷ ପୂର୍ବରୁ ବିବାହ କରିଛନ୍ତି। ସେ ଟ୍ରେନ୍‌ ଧରିବା ପୂର୍ବରୁ ନିଜ ସ୍ତ୍ରୀଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। କିଛି ଅସାମାଜିକ ଲୋକ ତାଙ୍କ ପିଛା କରୁଥିବା ଓ ଟ୍ରେନ୍‌ର ସେହି ବଗିକୁ ଉଠିଥିବା ପ୍ରତାପ ସ୍ତ୍ରୀଙ୍କୁ ଜଣାଇଥିଲେ। ଅନ୍ୟପକ୍ଷେ ପ୍ରତାପ ସାଙ୍ଗରେ ଧରି ଆସୁଥିବା କିଛି ବ୍ୟାଗ୍‌ ୪ ତାରିଖ ବାଙ୍ଗାଲୋର ଷ୍ଟେଶନରୁ ଜିଆରପିକୁ ମିଳିଛି। ପ୍ରତାପଙ୍କ ମୋବାଇଲ ୨ ତାରିଖ ପରଠାରୁ ବନ୍ଦ ରହିଛି। ତେଣୁ ପ୍ରତାପଙ୍କୁ ହତ୍ୟାକରି ଲମଟିଙ୍ଗ୍‌ ଷ୍ଟେଶନ ନିକଟରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri