ଫ୍ରି-ଫାୟାର ଗେମ୍‌ ପାଇଁ ମୃତ୍ୟୁ ସନ୍ଦେହ

ଭୁବନେଶ୍ୱର,୪।୫(ବ୍ୟୁରୋ): ଖାରବେଳନଗର ଥାନା ଅନ୍ତର୍ଗତ ରାଜକୁମାର ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ବନ୍ଦ କୋଠରୀରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକଙ୍କ ମୃତଦେହକୁ ପୋଲିସ ଜବତ କରିଛି। ଉକ୍ତ ଘରେ ତାଙ୍କ ସାଙ୍ଗ ଶୋଇଥିବାବେଳେ ମୃତଦେହ ନିକଟରେ ଏକ ମୋବାଇଲ୍‌ ଫୋନ୍‌ ମିଳିଛି। ମୋବାଇଲ୍‌ରେ ଫ୍ରି-ଫାୟାର ଗେମ୍‌ ଅନ୍‌ ରହିଥିବାରୁ ବାଳକଙ୍କ ମୃତ୍ୟୁ ସହ ଏହାର ଲିଙ୍କ୍‌ ରହିଥିବା ପୋଲିସ ସନ୍ଦେହ କରୁଛି। ଏପଟେ ପରିବାର ଲୋକେ ମଧ୍ୟ ସମାନ ଆଶଙ୍କା କରୁଛନ୍ତି। ଗେମ୍‌ ପାଇଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ବୟାନ ରେକର୍ଡବେଳେ ପୋଲିସକୁ କହିଛନ୍ତି। ପୋଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଏକ ଅପମୃତ୍ୟୁ ମାମଲା (ନଂ.୧୪/୨୧) ରୁଜୁ କରି ଅନ୍ୟସବୁ ଦିଗକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି।
ମୃତ ନାବାଳକ ହେଲେ ଯଶୋବନ୍ତ ରାଉତରାୟ। ବୟସ ମାତ୍ର ୧୨ ବର୍ଷ। ସେ ଜାଭିୟର ସ୍କୁଲ୍‌ର ଛାତ୍ର। ତାଙ୍କ ବାପାଙ୍କ କହିବାନୁସାରେ, ସ୍କୁଲ୍‌ ଛୁଟି ଥିବାରୁ ଯଶୋବନ୍ତ ସବୁବେଳେ ମୋବାଇଲ୍‌ ଫୋନ୍‌ରେ ଫ୍ରି-ଫାୟାର ଗେମ୍‌ ଖେଳନ୍ତି। ରବିବାର ରାତିରେ ତା’ର ଜଣେ ସାଙ୍ଗ ଘରକୁ ଆସିଥିଲେ। ଖାଇସାରିବା ପରେ ଦୁହେଁ ଏକାଠି ଗୋଟିଏ ଘରେ ଶୋଇଥିଲେ। ସକାଳ ହେବାରୁ ବାପା ଘର କବାଟ ବାଡ଼େଇଥିଲେ। ହେଲେ କେହି କବାଟ ଫିଟାଇ ନ ଥିଲେ। ସନ୍ଦେହରେ କବାଟ ଭାଙ୍ଗିଦେଇଥିଲେ। ଭିତରେ ପୁଅ ବେକରେ ଗାମୁଛା ବାନ୍ଧି ଫ୍ୟାନ୍‌ରେ ଝୁଲୁଥିବା ଦେଖି ହତବାକ ହୋଇଯାଇଥିଲେ। ଏଥିସହିତ ନାବାଳକଙ୍କ ସାଙ୍ଗ ବେଡ୍‌ରେ ନିଦରେ ଶୋଇଥିଲେ। ତୁରନ୍ତ ଘଟଣା ସମ୍ପର୍କରେ ଖାରବେଳନଗର ଥାନାକୁ ଫୋନ୍‌ କରି ଜଣାଇବା ପରେ ପୋଲିସ ଟିମ୍‌ ପହଞ୍ଚତ୍ଥିଲା। ପରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ଛାନ୍‌ଭିନ୍‌ କରିଥିଲା। ପୋଲିସ ପରିବାର ଲୋକଙ୍କ ବୟାନ ରେକର୍ଡ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା କହିଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସ୍କୁଲ୍‌ ବନ୍ଦ ରହିଥିବାରୁ ପିଲାମାନେ ଏବେ ଘରେ ରହୁଛନ୍ତି। ଅଧିକାଂଶ ପିଲା ପାଠପଢ଼ା ପରେ ମୋବାଇଲ୍‌ ଫୋନ୍‌ ସହ ସମୟ ବିତାଉଛନ୍ତି। ଇଣ୍ଟରନେଟ୍‌ରେ ମନଇଚ୍ଛା ସାଇଟ୍‌ ଖୋଲି ଦେଖୁଛନ୍ତି। ଅଧିକାଂଶ ବିଭିନ୍ନ ଗେମ୍‌ରେ ନିଜକୁ ନିମଗ୍ନ ରଖୁଛନ୍ତି। ଫଳରେ ଗେମ୍‌ ଦ୍ୱାରା ପିଲାଙ୍କ କୋମଳ ମନ ପ୍ରଭାବିତ ହୋଇ ଆତ୍ମହତ୍ୟା ଭଳି ପନ୍ଥାକୁ ଆପଣାଉଥିବା ପୂର୍ବରୁ ନଜିର ରହିଛି। ତେଣୁ ପିଲାଙ୍କୁ ମୋବାଇଲ୍‌ ଦେବା ପୂର୍ବରୁ ଅଭିଭାବକମାନେ ଗାଇଡ୍‌ କରିବା ସହ ନଜର ରଖିବା ଆବଶ୍ୟକ ବୋଲି ମନସ୍ତତ୍ତ୍ୱବିତ୍‌ମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri