ଫ୍ରି-ଫାୟାର ଗେମ୍‌ ପାଇଁ ମୃତ୍ୟୁ ସନ୍ଦେହ

ଭୁବନେଶ୍ୱର,୪।୫(ବ୍ୟୁରୋ): ଖାରବେଳନଗର ଥାନା ଅନ୍ତର୍ଗତ ରାଜକୁମାର ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି। ସୋମବାର ବନ୍ଦ କୋଠରୀରୁ ଝୁଲନ୍ତା ଅବସ୍ଥାରେ ଜଣେ ନାବାଳକଙ୍କ ମୃତଦେହକୁ ପୋଲିସ ଜବତ କରିଛି। ଉକ୍ତ ଘରେ ତାଙ୍କ ସାଙ୍ଗ ଶୋଇଥିବାବେଳେ ମୃତଦେହ ନିକଟରେ ଏକ ମୋବାଇଲ୍‌ ଫୋନ୍‌ ମିଳିଛି। ମୋବାଇଲ୍‌ରେ ଫ୍ରି-ଫାୟାର ଗେମ୍‌ ଅନ୍‌ ରହିଥିବାରୁ ବାଳକଙ୍କ ମୃତ୍ୟୁ ସହ ଏହାର ଲିଙ୍କ୍‌ ରହିଥିବା ପୋଲିସ ସନ୍ଦେହ କରୁଛି। ଏପଟେ ପରିବାର ଲୋକେ ମଧ୍ୟ ସମାନ ଆଶଙ୍କା କରୁଛନ୍ତି। ଗେମ୍‌ ପାଇଁ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ବୟାନ ରେକର୍ଡବେଳେ ପୋଲିସକୁ କହିଛନ୍ତି। ପୋଲିସ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଏକ ଅପମୃତ୍ୟୁ ମାମଲା (ନଂ.୧୪/୨୧) ରୁଜୁ କରି ଅନ୍ୟସବୁ ଦିଗକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି।
ମୃତ ନାବାଳକ ହେଲେ ଯଶୋବନ୍ତ ରାଉତରାୟ। ବୟସ ମାତ୍ର ୧୨ ବର୍ଷ। ସେ ଜାଭିୟର ସ୍କୁଲ୍‌ର ଛାତ୍ର। ତାଙ୍କ ବାପାଙ୍କ କହିବାନୁସାରେ, ସ୍କୁଲ୍‌ ଛୁଟି ଥିବାରୁ ଯଶୋବନ୍ତ ସବୁବେଳେ ମୋବାଇଲ୍‌ ଫୋନ୍‌ରେ ଫ୍ରି-ଫାୟାର ଗେମ୍‌ ଖେଳନ୍ତି। ରବିବାର ରାତିରେ ତା’ର ଜଣେ ସାଙ୍ଗ ଘରକୁ ଆସିଥିଲେ। ଖାଇସାରିବା ପରେ ଦୁହେଁ ଏକାଠି ଗୋଟିଏ ଘରେ ଶୋଇଥିଲେ। ସକାଳ ହେବାରୁ ବାପା ଘର କବାଟ ବାଡ଼େଇଥିଲେ। ହେଲେ କେହି କବାଟ ଫିଟାଇ ନ ଥିଲେ। ସନ୍ଦେହରେ କବାଟ ଭାଙ୍ଗିଦେଇଥିଲେ। ଭିତରେ ପୁଅ ବେକରେ ଗାମୁଛା ବାନ୍ଧି ଫ୍ୟାନ୍‌ରେ ଝୁଲୁଥିବା ଦେଖି ହତବାକ ହୋଇଯାଇଥିଲେ। ଏଥିସହିତ ନାବାଳକଙ୍କ ସାଙ୍ଗ ବେଡ୍‌ରେ ନିଦରେ ଶୋଇଥିଲେ। ତୁରନ୍ତ ଘଟଣା ସମ୍ପର୍କରେ ଖାରବେଳନଗର ଥାନାକୁ ଫୋନ୍‌ କରି ଜଣାଇବା ପରେ ପୋଲିସ ଟିମ୍‌ ପହଞ୍ଚତ୍ଥିଲା। ପରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ଛାନ୍‌ଭିନ୍‌ କରିଥିଲା। ପୋଲିସ ପରିବାର ଲୋକଙ୍କ ବୟାନ ରେକର୍ଡ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା କହିଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସ୍କୁଲ୍‌ ବନ୍ଦ ରହିଥିବାରୁ ପିଲାମାନେ ଏବେ ଘରେ ରହୁଛନ୍ତି। ଅଧିକାଂଶ ପିଲା ପାଠପଢ଼ା ପରେ ମୋବାଇଲ୍‌ ଫୋନ୍‌ ସହ ସମୟ ବିତାଉଛନ୍ତି। ଇଣ୍ଟରନେଟ୍‌ରେ ମନଇଚ୍ଛା ସାଇଟ୍‌ ଖୋଲି ଦେଖୁଛନ୍ତି। ଅଧିକାଂଶ ବିଭିନ୍ନ ଗେମ୍‌ରେ ନିଜକୁ ନିମଗ୍ନ ରଖୁଛନ୍ତି। ଫଳରେ ଗେମ୍‌ ଦ୍ୱାରା ପିଲାଙ୍କ କୋମଳ ମନ ପ୍ରଭାବିତ ହୋଇ ଆତ୍ମହତ୍ୟା ଭଳି ପନ୍ଥାକୁ ଆପଣାଉଥିବା ପୂର୍ବରୁ ନଜିର ରହିଛି। ତେଣୁ ପିଲାଙ୍କୁ ମୋବାଇଲ୍‌ ଦେବା ପୂର୍ବରୁ ଅଭିଭାବକମାନେ ଗାଇଡ୍‌ କରିବା ସହ ନଜର ରଖିବା ଆବଶ୍ୟକ ବୋଲି ମନସ୍ତତ୍ତ୍ୱବିତ୍‌ମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri