Posted inଖେଳ

ଡୋପିଂ ଅଭିଯୋଗରେ ନାଇଜେରିଆନ ସ୍ପ୍ରିଣ୍ଟର ସସ୍‌ପେଣ୍ଡ

ଟୋକିଓ, ୧ା୮ (ଏପି)-ଡୋପିଂ ପାଇଁ ନାଇଜେରିଆନ ସ୍ପ୍ରିଣ୍ଟର ବ୍ଲେସିଂ ଓକାଗବାରେଙ୍କୁ ଶନିବାର ସାମୟିକ ସସ୍‌ପେଣ୍ଡ କରାଯାଇଛି। ଅଲିମ୍ପିକ୍ସ ମହିଳା ୧୦୦ମିଟର ସେମିଫାଇନାଲ ପୂର୍ବରୁ ତାଙ୍କ ଡୋପ୍‌ ଟେଷ୍ଟ ଫଳାଫଳ ଖବର ଆସିଥିଲା। ଜୁଲାଇ ୧୯ରେ ପ୍ରତିଯୋଗିତା ବାହାରେ ଓକାଗବାରେଙ୍କ ଡୋପ୍‌ ଟେଷ୍ଟ ହୋଇଥିଲା। ତାଙ୍କଠାରୁ ସଂଗ୍ରହ କରାଯାଇଥିବା ନମୁନାରେ ମାନବ ବିକାଶ ହରମୋନ ଠାବ କରାଯାଇଥିଲା। ଯାହାଫଳରେ ନିୟମାନୁସାରେ ଆଥ୍‌ଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ) ତାଙ୍କୁ ତୁରନ୍ତ ସାମୟିକ ସସ୍‌ପେଣ୍ଡ କରିଥିଲା। ଡୋପ୍‌ ଟେଷ୍ଟର ଫଳାଫଳ ଶୁକ୍ରବାର ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଣ୍ଟି ଡୋପିଂ ପରିଷଦର ହସ୍ତଗତ ହୋଇଥିଲା। ସେତେବେଳକୁ ଟୋକିଓସ୍ଥିତ ଅଲିମ୍ପିକ ଷ୍ଟାଡିୟମରେ ଟ୍ର୍ରାକ୍‌ ପ୍ରତିଯୋଗିତାର ପ୍ରଥମ ଦିବସରେ ୧୦୦ମିଟର ହିଟ୍‌ ଦୌଡ଼ ଶେଷ ହୋଇସାରିଥିଲା। ଓକାଗବାରେ ୧୧.୦୫ ସେକେଣ୍ଡ ଟାଇମିଂରେ ହିଟ୍‌ ଜିତିଥିଲେ। ନାଇଜେରିଆନ ଆଥ୍‌ଲେଟ ଜଣକ ଚାହିଁଲେ ତାଙ୍କ ବି’ ସାମ୍ପୁଲ ପରୀକ୍ଷା ପାଇଁ ଆବେଦନ କରିପାରିବେ। ୩୨ ବର୍ଷୀୟା ଓକାଗବାରେ ୨୦୦୮ ବେଜିଂ ଅଲିମ୍ପିକ୍ସ ଓ ୨୦୧୩ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ଜିତିଥିଲେ। ସେ ଆହୁରି ମଧ୍ୟ ମସ୍କୋଠାରେ ୨୦୧୩ ବିଶ୍ୱ ଚାମ୍ପିୟନଶିପ୍‌ ୨୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ବିଜୟିନୀ ଶେଲି ଆନ୍‌ ଫ୍ରେଜର ପ୍ରାଇସ୍‌ଙ୍କ ପଛରେ ବ୍ରୋଞ୍ଜ ଜିତିଥିଲେ। ଟୋକିଓରେ ସେ ୧୦୦ ମିଟର ଟାଇଟଲ ଫେଭରାଇଟ୍‌ ଥିଲେ। ଆଥ୍‌ଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ ୩ ଦିନ ପୂର୍ବେ ଘୋଷଣା କରିଥିଲା ଯେ, ବିଭିନ୍ନ ଦେଶର ୨୦ଜଣ ଆଥ୍‌ଲେଟଙ୍କୁ ଅଲିମ୍ପିକ୍ସରେ ଅଂଶଗ୍ରହଣ ପାଇଁ ଅଯୋଗ୍ୟ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ନାଇଜେରିଆର ୧୦ ଟ୍ରାକ୍‌ ଆଣ୍ଡ୍‌ ଫିଲ୍ଡ ଆଥ୍‌ଲେଟ ରହିଥିଲେ। କାରଣ ଏମାନେ ସମସ୍ତେ ଡୋପିଂ ଟେଷ୍ଟର ସମସ୍ତ ଆବଶ୍ୟକତକୁ ପୂରଣ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri