ପୁରୁଷ ବନ୍ଧୁଙ୍କୁ ‘ଲଭ୍ ୟୁ’ କହି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍ ନାୟିକା ସୁସ୍ମିତା ସେନ୍ ତାଙ୍କ ଅଭିନୟ ପାଇଁ ଯେତିକି ପରିଚିତ କିଛି ଦିନ ହେବ ସେ ତାଙ୍କ ରିଲେସନଶିପୁକୁ ନେଇ ଖୁବ୍ ଚର୍ଚ୍ଚତ । ମଡେଲ ରୋହମନ ଶଲଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସବୁଦିନ କିଛି ନା କିଛି ଚର୍ଚ୍ଚା ସାମ୍ନାକୁ ଆସିଥାଏ । ଏମାନେ ଏକାଠି ରହିବା କଥା ବି ପୂର୍ବରୁ ସ୍ୱୀକାର କରି ସାରିଛନ୍ତିି । ତେବେ ରୋହମନଙ୍କ ଜନ୍ମଦିନ ଉପଲକ୍ଷେ ସୁସ୍ମିତା ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ଏକ ସୁନ୍ଦର ମେସେଜ୍ ବି ଦେଇଛନ୍ତି । ସୁସ୍ମିତା ଲେଖିଛନ୍ତି ହାପି ବର୍ଥ ଡେ ମାଇ ବାବୁଶ୍‌, ରୁହ ସେ ରୁହ ତକ୍ ଈଶ୍ୱର ତୁମର ସୁନ୍ଦର ହୃଦୟ ଇଚ୍ଛା କରୁଥିବା ସମସ୍ତ ଆଶୀର୍ବଦ ତୁମକୁ ଦିଅନ୍ତୁ । ତୁମର ସୁନ୍ଦର ଓ ସୁସ୍ଥ ସ୍ୱାସ୍ଥ୍ୟ କାମନା କରୁଛି । ଆଲିଶା, ରିନି ଓ ମୋ ତରଫରୁ ଜନ୍ମଦିନର ଅନେକ ଅନେକ ଅଭିନନ୍ଦନ । ଏହି କ୍ୟାପସନରୁ ସହଜରେ ଅନୁମାନ କରାଯାଇ ପାରେ ଯେ ପକୃତରେ ସୁସ୍ମିତା ରୋହମନଙ୍କୁ କେତେ ଭଲ ପାଆନ୍ତି । ରୋହମନ ସୁସ୍ମିତାଙ୍କଠାରୁ ୧୫ ବର୍ଷ ସାନ ହେଲେ ବି ଉଭୟଙ୍କ ମଧ୍ୟରେ ଭଲପାଇବା ଗଭିର ବୋଲି କୁହାଯାଏ । ବିଭିନ୍ନ ସମୟରେ ସୁସ୍ମିତା ରୋହମନଙ୍କ ସହ ୱାର୍କ ଆଉଟ୍ କରିବାର ଭିଡିଓ ଶେୟାର କରୁଥିବା ବେଳେ ତାଙ୍କର ଦୁଇଝିଅ ଆଲିଶା ଓ ରିନି ବି ରୋହମନଙ୍କୁ ଖୁବ୍ ଭଲ ପାଆନ୍ତି । ବଲିଉଡ୍‌ର ଏହି ସିଙ୍ଗଲ ମଦର ସୁସ୍ମିତା ସେନ୍ ନିଜ ପୁରୁଷ ବନ୍ଧୁ ରୋହମନଙ୍କୁ ନେଇ କୌଣସି ନା କୌଣସି କାରଣ ପାଇଁ ବେଳେ ବେଳେ ଆସିଥାଆନ୍ତି ଚର୍ଚ୍ଚାକୁ ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ହେଲା ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ପ୍ରଥମ ପୋଷ୍ଟର, କିନ୍ନର ଭୂମିକାରେ ନଜର ଆସିବେ ଅକ୍ଷୟ

ମୁମ୍ବାଇ: ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ରେ କିନ୍ନର ଭୂତ ଭୂମିକାରେ ନଜର ଆସିବେ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର। ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ପରେ...

ଏକଦା ପ୍ରେମିକାଙ୍କ ପାଇଁ ସୁନିଲଙ୍କ ଆଗରେ ହାତ ଯୋଡ଼ିଥିଲେ ସଲମାନ୍‌; ଜାଣନ୍ତୁ ପୁରା ଘଟଣା

ବମ୍ବେ: ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀଙ୍କୁ ଇଣ୍ଡଷ୍ଟ୍ରୀର ଅନ୍ନା ବୋଲି କୁହାଯାଏ। ହେଲେ ଯଦି ତାଙ୍କର ବିତୃଷ୍ଣା ଭାବ ଆସେ ତେବେ ସେ ତାଙ୍କ ସହ...

ଶ୍ୱଶୁରଙ୍କ ସହ ଘରେ ବସି ଏହି ଗେମ୍‌ ଖେଳନ୍ତି ଐଶ୍ଚର୍ଯ୍ୟା

ଟିଭିର ଲୋକପ୍ରିୟ ରିଅଲିଟି ଗେମ ଶୋ ‘କୌନ ବନେଗା କରୋଡପତି’ର ୧୩ ତମ ସିଜନ ଆରମ୍ଭ ହୋଇଛି। ଏହି ଶୋ ସହିତ ଅମିତାଭ ବଚ୍ଚନ ଟିଭିରେ...

ଲାଜରେ ୪ ଦିନ ଘରୁ ବାହାରି ନ ଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ରାଧିକା ଆପ୍‌ଟେ ପରଦାରେ ନିଜର ସ୍ବତନ୍ତ୍ରତା ସୃଷ୍ଟି କରିଛନ୍ତି। ନିଜର ବୋଲ୍ଡ ଇମେଜ ପାଇଁ ଜଣାଶୁଣା ରାଧିକା ସିନେମାରେ ନିଖୁଣ ଅଭିନୟ ମଧ୍ୟ...

ଭାଜପା ନେତ୍ରୀଙ୍କ ବିରୋଧରେ ମହିଳା ଆୟୋଗ ଗଲେ ଉର୍ଫି

ଜାନୁୟାରୀ ୪ରେ ଭାଜପା ନେତ୍ରୀ ଚିତ୍ରା କିଶୋର ଓ୍ବାଘ ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ଅଶାଳୀନ ଡ୍ରେସିଂ ସେନ୍ସକୁ ନେଇ ଟୁଇଟର୍‌ରେ ସମାଲୋଚନା କରିଥିଲେ। ଅର୍ଦ୍ଧନଗ୍ନ ମହିଳା...

ଉଲଗ୍ନ ଭିଡିଓ ଶେୟାର କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଆମେରିକୀୟ ଗାୟିକା, ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଜେନିଫର୍‌ ଲୋପେଜ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ...

ବଢିଲା କଙ୍ଗନାଙ୍କ ଅଡୁଆ: କୋର୍ଟରେ ମାମଲା

ପାଟନା,୧୮ ।୧୨: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଆଜିକାଲି ନିଜ ଫିଲ୍ମ ଅପେକ୍ଷା ରାଜନୈତିକ ବୟାନ ବାଜିକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ଏମିତି କେତେଥର...

ଏହି ପ୍ରଶ୍ନର ଉତ୍ତର ଦେଇ ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ଜିତିଲେ ଯୁବତୀ

ଫ୍ଲୋରିଡା,୧୭।୫: ମେକ୍ସିକୋର ଆଣ୍ଡ୍ରିଆ ମେଜା ୬୯ତମ ମିସ ୟୁନିଭର୍ସ ଟାଇଟଲ ଜିତିଛନ୍ତି। ଫ୍ଲୋରିଡାର ସେମିନୋଲ ହାର୍ଡ ରକ ହୋଟେଲ ଆଣ୍ଡ କସିନୋରେ ମିସ ୟୁନିଭସର ଗ୍ରାଣ୍ଡ...

Advertisement
Archives

Model This Week