୧୫ ବର୍ଷ ସାନ ବୟଫ୍ରେଣ୍ଡଙ୍କ ସହ ବ୍ରେକ୍‌ଅପ୍‌ କଲେ ଏହି ଅଭିନେତ୍ରୀ ! ଇନ୍‌ଷ୍ଟା ପୋଷ୍ଟକୁ ନେଇ…

ବମ୍ବେ: ଦୀର୍ଘ ବର୍ଷ ଧରି ଡେଟ୍‌ କରିବା ପରେ ପ୍ରେମିକଙ୍କଠାରୁ ଅଲଗା ହୋଇଛନ୍ତି ସୁନ୍ଦରୀ ସୁସ୍ମିତା ସେନ। ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିବାରେ ଲାଗିଛି। କାରଣଟି ହେଲା ସୁସ୍ମିତାଙ୍କ ଏକ ପୋଷ୍ଟ। ଜୀବନରେ କୌଣସି ଦୁଃଖରୁ ମୁକୁଳିବା ପାଇଁ ସାଥୀଟିଏ ଖୋଜାପଡେ। ହେଲେ ସେ ମଧ୍ୟ ଆମକୁ କଷ୍ଟ ଏବଂ କେବେ ନ ଭରିବାର କ୍ଷତ ଦେଇଥାନ୍ତି। ହେଲେ ଏଥିପ୍ରତି ନିଜେ ସଚେତନ ରହିବା ଉଚିତ। ଏହା ଅଭିଜ୍ଞତାରୁ କହୁଛି। ଯଦି ଏଥିପ୍ରତି ଜଣେ ସତର୍କ ରୁହେ ତେବେ ଏହି ଦୁଃଖର ଜାଲରେ ଫସି ନ ଥାଏ ବୋଲି ଇନ୍‌ଷ୍ଟାଗ୍ରାମରେ ଏକ ଲମ୍ବା ଚଉଡ଼ା ପୋଷ୍ଟ ଲେଖି ଅଭିନେତ୍ରୀ କହିଛନ୍ତି। ଏବେ ଏହି ପୋଷ୍ଟଟି କେଉଁ ଉଦ୍ଦେଶ୍ୟରେ ଲେଖାଯାଇଛି ତାହା ଜଣାପଡ଼ି ନ ଥିଲେ ହେଁ ପ୍ରେମିକ ରୋହମନଙ୍କ ସହ ତାଙ୍କ ସମ୍ପର୍କକୁ ଇଙ୍ଗିତ କରୁଥିବା କୁହାଯାଉଛି।

 

View this post on Instagram

 

A post shared by Sushmita Sen (@sushmitasen47)

ରୋହମନଙ୍କଠାରୁ ସୁସ୍ମିତା ୧୫ ବର୍ଷ ବଡ଼। ଏହାଜାଣିପାରି ପ୍ରେମିକ ସୁସ୍ମିତାଙ୍କୁ ବୟସ ବିଷୟରେ ଲୁଚାଇ ଆସୁଥିଲେ। କାରଣ ସେମାନଙ୍କର ସମ୍ପର୍କ ବଡ଼ସାନର ତଫାତ ଭିତରେ ହଜିଯାଉ ରୋହମନ ଚାହୁଁ ନ ଥିଲେ। ସୋସିଆଲ ମିଡିଆରେ ଉଭୟ ଉଭୟଙ୍କୁ ଜାଣିବା ପରେ ଧୀରେ ଧୀରେ ସମ୍ପର୍କ ଆଗକୁ ବଢ଼ିଥିଲା। ଉଭୟଙ୍କର ଅନେକ ରୋମାଣ୍ଟିକ୍‌ ଫଟୋ ଏବେ ବି ଇନ୍‌ଷ୍ଟାଗ୍ରାମରେ ଦେଖିବାକୁ ମିଳେ। ସୁସ୍ମିତାଙ୍କ ପାଳିତା କନ୍ୟାମାନଙ୍କ ସହ ରୋହମନଙ୍କ ସମ୍ପର୍କ ବେଶ୍‌ ଭଲ ବୋଲି ଜଣାପଡେ। ମାତ୍ର କିଛି ଦିନ ଧରି ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଖବର ଶୁଣିବାକୁ ମିଳୁଛି। ଏସବୁ ଭିତରେ ସୁସ୍ମିତାଙ୍କ ପୋଷ୍ଟ ଉଭୟଙ୍କ ବ୍ରେକ୍‌ଅପ୍‌ ଉପରେ ମୋହର ଲଗାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri