୧୫ ବର୍ଷ ସାନ ବୟଫ୍ରେଣ୍ଡଙ୍କ ସହ ବ୍ରେକ୍‌ଅପ୍‌ କଲେ ଏହି ଅଭିନେତ୍ରୀ ! ଇନ୍‌ଷ୍ଟା ପୋଷ୍ଟକୁ ନେଇ…

ବମ୍ବେ: ଦୀର୍ଘ ବର୍ଷ ଧରି ଡେଟ୍‌ କରିବା ପରେ ପ୍ରେମିକଙ୍କଠାରୁ ଅଲଗା ହୋଇଛନ୍ତି ସୁନ୍ଦରୀ ସୁସ୍ମିତା ସେନ। ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିବାରେ ଲାଗିଛି। କାରଣଟି ହେଲା ସୁସ୍ମିତାଙ୍କ ଏକ ପୋଷ୍ଟ। ଜୀବନରେ କୌଣସି ଦୁଃଖରୁ ମୁକୁଳିବା ପାଇଁ ସାଥୀଟିଏ ଖୋଜାପଡେ। ହେଲେ ସେ ମଧ୍ୟ ଆମକୁ କଷ୍ଟ ଏବଂ କେବେ ନ ଭରିବାର କ୍ଷତ ଦେଇଥାନ୍ତି। ହେଲେ ଏଥିପ୍ରତି ନିଜେ ସଚେତନ ରହିବା ଉଚିତ। ଏହା ଅଭିଜ୍ଞତାରୁ କହୁଛି। ଯଦି ଏଥିପ୍ରତି ଜଣେ ସତର୍କ ରୁହେ ତେବେ ଏହି ଦୁଃଖର ଜାଲରେ ଫସି ନ ଥାଏ ବୋଲି ଇନ୍‌ଷ୍ଟାଗ୍ରାମରେ ଏକ ଲମ୍ବା ଚଉଡ଼ା ପୋଷ୍ଟ ଲେଖି ଅଭିନେତ୍ରୀ କହିଛନ୍ତି। ଏବେ ଏହି ପୋଷ୍ଟଟି କେଉଁ ଉଦ୍ଦେଶ୍ୟରେ ଲେଖାଯାଇଛି ତାହା ଜଣାପଡ଼ି ନ ଥିଲେ ହେଁ ପ୍ରେମିକ ରୋହମନଙ୍କ ସହ ତାଙ୍କ ସମ୍ପର୍କକୁ ଇଙ୍ଗିତ କରୁଥିବା କୁହାଯାଉଛି।

 

View this post on Instagram

 

A post shared by Sushmita Sen (@sushmitasen47)

ରୋହମନଙ୍କଠାରୁ ସୁସ୍ମିତା ୧୫ ବର୍ଷ ବଡ଼। ଏହାଜାଣିପାରି ପ୍ରେମିକ ସୁସ୍ମିତାଙ୍କୁ ବୟସ ବିଷୟରେ ଲୁଚାଇ ଆସୁଥିଲେ। କାରଣ ସେମାନଙ୍କର ସମ୍ପର୍କ ବଡ଼ସାନର ତଫାତ ଭିତରେ ହଜିଯାଉ ରୋହମନ ଚାହୁଁ ନ ଥିଲେ। ସୋସିଆଲ ମିଡିଆରେ ଉଭୟ ଉଭୟଙ୍କୁ ଜାଣିବା ପରେ ଧୀରେ ଧୀରେ ସମ୍ପର୍କ ଆଗକୁ ବଢ଼ିଥିଲା। ଉଭୟଙ୍କର ଅନେକ ରୋମାଣ୍ଟିକ୍‌ ଫଟୋ ଏବେ ବି ଇନ୍‌ଷ୍ଟାଗ୍ରାମରେ ଦେଖିବାକୁ ମିଳେ। ସୁସ୍ମିତାଙ୍କ ପାଳିତା କନ୍ୟାମାନଙ୍କ ସହ ରୋହମନଙ୍କ ସମ୍ପର୍କ ବେଶ୍‌ ଭଲ ବୋଲି ଜଣାପଡେ। ମାତ୍ର କିଛି ଦିନ ଧରି ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଖବର ଶୁଣିବାକୁ ମିଳୁଛି। ଏସବୁ ଭିତରେ ସୁସ୍ମିତାଙ୍କ ପୋଷ୍ଟ ଉଭୟଙ୍କ ବ୍ରେକ୍‌ଅପ୍‌ ଉପରେ ମୋହର ଲଗାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଭିନେତାଙ୍କ ପିଲାଦିନର ଫଟୋ, ଚିହ୍ନିଲେ ଦେଖି…

ମୁମ୍ବାଇ: ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଷ୍ଟାର୍‌ଙ୍କ ଜୀବନ ବିଷୟରେ ମଧ୍ୟ ଜାଣିବାକୁ ବହୁ ଆଗ୍ରହୀ ଅଟନ୍ତି। ଷ୍ଟାରମାନେ ମଧ୍ୟ ସେମାନଙ୍କର ପିଲାଦିନର ଫଟୋ ପ୍ରଶଂସକଙ୍କ ପାଇଁ...

୩-୪ ପିଲା ଜନ୍ମ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, ମାତ୍ର ବିବାହ ପ୍ରଶ୍ନ କରିବାରୁ…

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡେନକର ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୂମି ୬ ବର୍ଷର କ୍ୟାରିୟର ମଧ୍ୟରେ ଭିନ୍ନ ଭିନ୍ନ ଚରିତ୍ରରେ...

ଯେବେ ସୁଶାନ୍ତଙ୍କୁ ପଚରା ଯାଇଥିଲା ଇଣ୍ଡଷ୍ଟ୍ରିରେ ଗଡଫାଦରଙ୍କ ଅବଶ୍ୟକତା ରହିଛି.. ଦେଇଥିଲେ ଏଭଳି ଉତ୍ତର

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡରେ ନେପୋଟିଜିମ୍‌ ପ୍ରସଙ୍ଗରେ ବିତର୍କ ଚାଲିଛି। କୁହାଯାଉଛି ଯେ ଷ୍ଟାର କିଡ୍‌ସଙ୍କୁ ସୁଯୋଗ ଦେବା ପାଇଁ ଅନେକ ଚଳଚ୍ଚିତ୍ର...

ତଖ୍‌ତର ଶୁଟିଂ ପୂର୍ବରୁ ଫଟୋ ଶେୟାର କଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର ସିଂଙ୍କୁ ଧର୍ମା ପ୍ରଡକଶନ୍‌ ହାଉସ୍‌ ବାହାରେ ଦେଖିବା ପରେ ଏବେ ଏମାନଙ୍କ ଅଭିନୀତ ଫିଲ୍ମ ‘ତଖ୍‌ତ’କୁ...

ବିଦେଶୀ ପ୍ରେମିକାଙ୍କୁ ଦୁଇଥର ବିବାହ କରିବେ ‘ମସ୍ତରାମ’ ଅଭିନେତା, କିଛି ଏଭଳି…

ବମ୍ବେ: ଓ୍ବେବ୍‌ ସିରିଜ ‘ମସ୍ତରାମ୍‌’ର ଅଭିନେତା ଅଂଶୁମାନ ଝା ତାଙ୍କ ବିଦେଶୀ ପ୍ରେମିକା ସିଆର୍‌ ଓ୍ବିଣ୍ଟର୍ସଙ୍କୁ ବିବାହ କରିବେ। ଚଳିତ ବର୍ଷ ଅକ୍ଟୋବର ୨୯ରେ ଆମେରିକାରେ...

ଅଭିନେତାଙ୍କ ନାଁରେ ଲୁକ୍‌ଆଉଟ ନୋଟିସ

ଯୌନ ନିର୍ଯାତନା ଅଭିଯୋଗରେ ମାଲାୟାଲମ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି କରିଛି କେରଳ କୋଚ୍ଚି ପୋଲିସ। ରିପୋର୍ଟ ଅନୁସାରେ...

ଫଟୋ ପାଇଁ ପ୍ରଶଂସା

ମୁମ୍ବାଇ: ଫଟୋ ଶୁଟ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହନ୍ତି ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ। ନିକଟରେ ସେ କରିଥିବା ଲକ୍‌ଜୁରୀ କ୍ଲଥିଙ୍ଗ ବ୍ରାଣ୍ଡର ଫଟୋଶୁଟ୍‌ର ଫଟୋ...

ଆଜି ରିଲିଜ୍‌ ହେବ ଦୀପିକାଙ୍କ ଫିଲ୍ମ ‘ଗେହରାୟିଆଁ’

ମୁମ୍ବାଇ: ଅପେକ୍ଷାର ଘଟିଲା ଅନ୍ତ। ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଗେହରାଇୟାଁ’ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକ ଆଗ୍ରହର ସହ ଅପେକ୍ଷା...

Advertisement
Archives

Model This Week