Posted inଖେଳ

ସୁଶୀଲ କୁମାର ଚାକିରିରୁ ନିଲମ୍ବିତ

ନୂଆଦିଲ୍ଲୀ, ୨୬।୫-ରେସ୍‌ଲର ସାଗର ଧନକରଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାରଙ୍କୁ ନର୍ଦ୍ଦର୍ନ ରେଲଓ୍ବେ ମଙ୍ଗଳବାର ଚାକିରିରୁ ନିଲମ୍ବିତ କରିଛି। ମେ’ ୨୩ଠାରୁ ଏହା ଲାଗୁ ହେବ ଏବଂ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିଲମ୍ବନ ବଳବତ୍ତର ରହିବ ବୋଲି ଜଣେ ଅଫିସିଆଲ ପ୍ରକାଶ କରିଛନ୍ତି। ରେସ୍‌ଲର ସୁଶୀଲ ନର୍ଦ୍ଦର୍ନ ରେଲଓ୍ବେରେ ଜଣେ ସିନିୟର କମର୍ସିଆଲ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ। ୨୦୧୫ରେ ତାଙ୍କୁ ଡେପୁଟେଶନରେ ନ୍ୟୁ ଦିଲ୍ଲୀ ମ୍ୟୁନିସିପାଲ କାଉନ୍‌ସିଲ (ଏନ୍‌ଡିଏମ୍‌ସି)କୁ ପଠାଯାଇଥିଲା। ସେଠାରେ ସ୍କୁଲ ସ୍ତରରେ କ୍ରୀଡ଼ା ଉନ୍ନୟନର ଅଂଶବିଶେଷଭାବେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ତାଙ୍କୁ ଛତ୍ରସାଲ ଷ୍ଟାଡିୟମରେ ଓଏସ୍‌ଡି (ଅଫିସର ଅନ୍‌ ସ୍ପେଶାଲ ଡ୍ୟୁଟି) ଭାବେ ନିଯୁକ୍ତି ଦିଆଯାଇଥିଲା। ସାଗରଙ୍କ ମୃତ୍ୟୁ ମାମଲାରେ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ସୁଶୀଲ ପାଖାପାଖି ୨ ସପ୍ତାହ ଫେରାର ରହିବା ପରେ ମୁଣ୍ଡକାରୁ ଗିରଫ ହୋଇଥିଲେ। ଗତ ସୋମବାର ଉଭୟ ଏନ୍‌ଡିଏମ୍‌ସି ଓ ରେଲଓ୍ବେ ବୋର୍ଡ ପକ୍ଷରୁ ତାଙ୍କ ଗିରଫ ସମ୍ପର୍କରେ ନର୍ଦ୍ଦର୍ନ ରେଲଓ୍ବେକୁ ଲିଖିତଭାବେ ଅବଗତ କରାଯାଇଥିଲା। ସାଗରଙ୍କ ମୃତ୍ୟୁ ମାମଲାର ତଦନ୍ତ ଚାଲୁ ରହିଥିବାବେଳେ ବର୍ତ୍ତମାନ ଜେଲ୍‌ରେ ଥିବା ଗ୍ୟାଙ୍ଗଷ୍ଟର ନୀରଜ ବାଓ୍ବାନାଙ୍କ କ୍ରାଇମ୍‌ ନେଟ୍‌ଓ୍ବର୍କ ସହ ସୁଶୀଲଙ୍କ ସମ୍ପର୍କ ରହିଛି କି ନାହିଁ ତାହା ପୋଲିସ ଛାନ୍‌ଭିନ୍‌ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

ଭକ୍ତିରେ ବୁଡିଲେ ବିରାଟ କୋହଲି, ଜନ୍ମାଷ୍ଟମୀରେ…

ନୂଆଦିଲ୍ଲୀ,୪।୯: ଜନ୍ମାଷ୍ଟମୀ ଅବସରରେ, ବିରାଟ କୋହଲିଙ୍କୁ ମଧ୍ୟ ଭକ୍ତିର ଭାବନାରେ ବୁଡ଼ ପକାଇଥିବାର ଦେଖାଯାଇଥିଲା। ସେ ପ୍ରଶଂସକମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ, ‘କିଙ୍ଗ କୋହଲି’…

‘ବସ-ଉଠ’ ହେଲେ ଅଭିଷେକ ଶର୍ମା, ଜନ୍ମଦିନରେ ସ୍ବତନ୍ତ୍ର ଭିଡିଓ ଶେୟାର କରି…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଆଜି ତାଙ୍କର ୨୬ତମ ଜନ୍ମଦିନ ପାଳନ କରୁଛନ୍ତି। ୪ ସେପ୍ଟେମ୍ବର ୨୦୦୦ରେ ଜନ୍ମଗ୍ରହଣ କରିଥିବା ଅଭିଷେକ ଟି-୨୦ ଦଳର ଜଣେ…

ବଡ଼ ଘୋଷଣା କଲା BCCI, ଟିମ ଇଣ୍ଡିଆ ପ୍ରଥମ ଥର ପାଇଁ…

ନୂଆଦିଲ୍ଲୀ,୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଶୁକ୍ରବାର ବଡ଼ ଘୋଷଣା କରିଛି। ଏସିଆନ ଗେମ୍ସରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତୀୟ ପୁରୁଷ କ୍ରିକେଟ…

BCCIର ବଡ଼ ଆକ୍ସନ୍‌: ଏକାଥରକେ ୬୪ ଖେଳାଳିଙ୍କୁ ବ୍ୟାନ୍‌, ତାଲିକାରେ…

ନୂଆଦିଲ୍ଲୀ,୪।୯: ବୟସ ସମ୍ପର୍କିତ ଜାଲିଆତି ମାମଲାରେ ବଡ଼ ପଦକ୍ଷେପ ନେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI)। ବୟସରେ ହେରଫେର କରିଥିବା ଅଭିଯୋଗରେ ଏକାଥରକେ ୬୪ ଜଣ…

୪ ବର୍ଷ ପୂର୍ବେ ତିଳକଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଥିଲେ ରୋହିତ, ଏବେ ହେଉଛି ସତ!

ନୂଆଦିଲ୍ଲୀ,୪।୯: ପ୍ରାୟ ଚାରି ବର୍ଷ ପୂର୍ବେ ତିଳକ ବର୍ମା ମାତ୍ର ୧୯ ବର୍ଷର ଥିଲେ। ସେତେବେଳେ ତାଙ୍କ ଖେଳ ଦେଖି ଭାରତୀୟ ଅଧିନାୟକ ରୋହିତ ଶର୍ମା ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri