ଆଜି ରିଲିଜ ହେବ ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର: ଜାଣନ୍ତୁ କେମିତି, କେଉଁଠାରେ ଦେଖିବେ ‘ଦିଲ ବେଚାରା’

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପ୍ରଶଂସକମାନେ ତାଙ୍କର ଶେଷ ଚଳଚ୍ଚିତ୍ର ଦିଲ ବେଚାରାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଆଜି ସୁଶାନ୍ତଙ୍କ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ଏହି ଅପେକ୍ଷାରେ ଆଉ କିଛି ଘଣ୍ଟା ବାକି ଅଛି।

ଆଜି ସା ୭ ଟା ୩୦ ମିନିଟ୍‌ରେ ସୁଶାନ୍ତଙ୍କ ଫିଲ୍ମ ଦିଲ ବେଚାରା ଓଟିଟି ପ୍ଲାଟଫର୍ମ ଡିଜନି + ହଟଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଛି। ସୁଶାନ୍ତଙ୍କ ପାଇଁ ପ୍ରଶଂସକଙ୍କ ଭାବନାକୁ ବଜାୟ ରଖି ଏହି ଚଳଚ୍ଚିତ୍ରଟି ମାଗଣା କରାଯାଇଛି। ବର୍ତ୍ତମାନ ସମସ୍ତେ ଏହି ଚଳଚ୍ଚିତ୍ରକୁ ମାଗଣାରେ ଦେଖିପାରିବେ।

ସୁଶାନ୍ତଙ୍କ ଫିଲ୍ମକୁ ଅନେକ ସେଲିବ୍ରିଟି ମଧ୍ୟ ପ୍ରମୋଟ କରିଛନ୍ତି। ମୁକେଶ ଛାବ୍ରା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ସୁଶାନ୍ତଙ୍କ ଫିଲ୍ମରେ ନାୟିକା ସଞ୍ଜନା ସାଙ୍ଗୀ ଏବଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଏହି ଚଳଚ୍ଚିତ୍ର ସହ ଜଡିତ ସ୍ମୃତି ବାଣ୍ଟୁଛନ୍ତି।

‘ଦିଲ ବେଚାରା’ ହେଉଛି ୨୦୧୪ ହଲିଉଡ ଚଳଚ୍ଚିତ୍ର ‘ଦ ଫଲ୍ଟ ଇନ ଆଓ୍ବାର ଷ୍ଟାର୍ସ’ର ରିମେକ। ଏହି ଚଳଚ୍ଚିତ୍ର ଜନ ଗ୍ରୀନଙ୍କ ପୁସ୍ତକ ଉପରେ ଆଧାରିତ ଥିଲା। ଫିଲ୍ମର ଅନେକ ଗୀତ ରିଲିଜ ହୋଇସାରିଛି। ଏହା ସହିତ ଫିଲ୍ମର ଟ୍ରେଲର ଏକ ନୂଆ ରେକର୍ଡ ସୃଷ୍ଟି କରିଛି।

ସୋସିଆଲ ମିଡିଆରେ ପ୍ରଶଂସକମାନେ କହିଛନ୍ତି ଯେ ଆଜି ସମସ୍ତଙ୍କ ଆଖିରୁ ଲୁହ ଝରିବ । କେହିକେହି କହୁଛନ୍ତି ଏହି ଭଲପାଇବା ଦେଖିବାକୁ ସୁଶାନ୍ତ ଆମ ସମସ୍ତଙ୍କ ମଧ୍ୟରେ ଥାନ୍ତେ କି। ଏହି ପୋଷ୍ଟର ସେୟାର କରି ଚଳଚ୍ଚିତ୍ରର ନିର୍ଦ୍ଦେଶକ ମୁକେଶ ଲେଖିଛନ୍ତି, ‘ଆମେ ତୁମ ସମସ୍ତଙ୍କ ପାଇଁ ଏହାକୁ ଅଧିକ ସ୍ବତନ୍ତ୍ର କରିବାକୁ ଚାହୁଁଛୁ, ତେଣୁ ଏହି ତାରିଖ ଏବଂ ସମୟକୁ ଲକ କର। ଆସନ୍ତୁ ସମସ୍ତେ ଏକାଠି ଦେଖିବା। ଏକାସାଙ୍ଗରେ, ବିଭିନ୍ନ ସ୍ଥାନରୁ, ଦର୍ଶକ ହେବା।ଏହା ସୁଶାନ୍ତଙ୍କ ପାଇଁ ଅଟେ ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ରୁମରେ ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କୁ ଦେଖିଲେ ସ୍ତ୍ରୀ; ତା’ପରେ ହୋଟେଲରୁ ପୋଲିସ ଷ୍ଟେଶନ…

ଇନ୍ଦୋର,୧୩।୭: ମଧ୍ୟପ୍ରଦେଶର ରେୱାର ସମନ ପୋଲିସ ଷ୍ଟେଶନ ଅଞ୍ଚଳର ଏକ ହୋଟେଲରେ ଜଣେ ମହିଳା ପହଞ୍ଚି ତାଙ୍କ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ଥିବା ଅଭିଯୋଗ କରି…

ମହାକାଳପଡ଼ା ବିଡିଓ ଓ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି: ଆମରଣ ଅନଶନରେ ସରପଞ୍ଚ ଚାମେଲୀ ଓଝା

ଭୁବନେଶ୍ୱର,୧୨।୭: କେନ୍ଦ୍ରାପଡ଼ା ଜିଲା  ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝା ନିଜର ବିଭିନ୍ନ ଦାବି ପୂରଣ ଦାବିରେ ଭୁବନେଶ୍ୱର ଲୋୟର ପିଏମଜିଠାରେ…

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି। ୨୦୨୫ରେ…

ମଦ ନିଶା ଛାଡ଼ିବାର ସରଳ ଚିକିତ୍ସା, ବିନା କଷ୍ଟରେ…

ମଦ ଛାଡ଼ିଲେ ଯେଉଁ କଷ୍ଟଦାୟକ ଲକ୍ଷଣମାନ ଦେଖା ଦେଇଥାଏ, ସେଗୁଡିକୁ ରୋକିବା ପାଇଁ କେତେକ ନିର୍ଦ୍ଦିଷ୍ଟ ମେଡିସିନ୍‌ ବ୍ୟବହାର କରାଯାଇଥାଏ। ଏହାଦ୍ୱାରା ରୋଗୀ ବିନା କଷ୍ଟରେ ବା…

୧୮ ବର୍ଷ ପରେ CSKର ହାତ ଛାଡିଲେ ଏହି ଖେଳାଳି, ପାରସ୍ପରିକ ସହମତିରେ ଦଳରୁ ହେଲେ ଅଲଗା

ନୂଆଦିଲ୍ଲୀ,୧୩।୭: ୧୮ ବର୍ଷର ସହଭାଗିତା ପରେ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସୋମବାର ଇଣ୍ଡିଆନ ପ୍ରିମିୟର…

ଦାନ୍ତବିନ୍ଧା ତାଲିକାରେ ଯୋଡ଼ା ହେଲା ଆଉ ଏକ କାରଣ…

ସାଧାରଣତଃ ଥଣ୍ଡାଜନିତ ସମସ୍ୟା କିମ୍ବା ଦାନ୍ତ ମୂଳରେ ସଂକ୍ରମଣ ହେଲେ ଦାନ୍ତ ବିନ୍ଧିଥାଏ। ତେବେ ଏହି ତାଲିକାରେ ଏବେ ଆଉ ଏକ କାରଣକୁ ଯୋଡ଼ାଯାଇଛି। ଦାନ୍ତ ବିନ୍ଧା…

ବିଡିଓଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗ୍ରାମବାସୀ, ଦାବିପତ୍ର ପ୍ରଦାନ କରି…

କର୍ଲାମୁଣ୍ଡା:୧୩।୭,(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ଗ୍ରାମ ପଞ୍ଚାୟତ ସିଲେଟପଡ଼ା ଗ୍ରାମରେ, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗାଁର ଜନୈକ ବ୍ୟକ୍ତି…

କୂଅରୁ ମିଳିଲା ଯୁବକଙ୍କ ମୃତଦେହ: ଗାଁରେ ପଡିଛି ଚହଳ…

ଦିଗପହଣ୍ଡି,୧୩।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗାଁ ମା’ ମାଣିକେଶରୀ ମନ୍ଦିର ନିକଟ ଶ୍ରୀ ମଦନ ମୋହନ ମନ୍ଦିର ପରିସରରେ ଥିବା କୂଅରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri