ନ୍ୟାୟ: ଦ ଜଷ୍ଟିଶର ଶୁଟିଂ ଶେଷ!

ମୁମ୍ବାଇ: ବଲିଉଡ୍ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ନ୍ୟାୟ: ଦ ଜଷ୍ଟିଶ’ର ଶୁଟିଂ ଶେଷ ହୋଇଛି । ଦିଲିପ ଗୁଲାଟିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଜୁବେର ଖାଁ ଓ ଶ୍ରେୟା ଶୁକ୍ଳା । ଏଥିରେ ସୁଶାନ୍ତଙ୍କ ଜୀବନର ସିକ୍ରେଟ ଷ୍ଟୋରୀକୁ ଉପସ୍ଥାପନ କରାଯିବ ବୋଲି ଜଣାପଡିଛି । ଆସନ୍ତା ଏପ୍ରିଲରେ ଏହା ବକ୍ସ ଅଫିସରେ ରିଲିଜ୍ ହେବାର ଯୋଜନା ରହିଛି । ଜୁବେର ସୁଶାନ୍ତଙ୍କ ଭୂମିକାରେ ନଜର ଆସୁଥିବା ବେଳେ ଶ୍ରେୟା ଅପୋଜିଟ୍ ରିୟା ଚକ୍ରବର୍ତ୍ତିଙ୍କ ଭୂମିକାରେ ନଜର ଆସିବେ । ଏଥିରେ ଉଭୟ ସୁଶାନ୍ତ ଓ ରିୟାଙ୍କ ଜୀବନୀ ଏବଂ ସେମାନଙ୍କ ରିଲେସନଶିପକୁ ଦେଖାଯିବ ବୋଲି କୁହାଯାଉଛି । ନିକଟରେ ଜୁବେର ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି, ଫିଲ୍ମ ସୁଶାନ୍ତ ଓ ରିୟାଙ୍କ କେମେଷ୍ଟ୍ରି ଓ ବଣ୍ଡିଂ ଉପରେ ଆଧାରିତ । ଜୁବେଦ ସୁଶାନ୍ତଙ୍କୁ ୨୦୧୫ ମସିହାରୁ ଜାଣିଥିଲେ ଯେତେବେଳେ ସେ ମାର୍ଶାଲ ଆର୍ଟ ଟ୍ରେନିଂ ନେଉଥିଲେ । ଏହାପରେ ସେ ଧାରାବାହିକ ‘ପବିତ୍ର ରିସ୍ତା’ରେ ମୁଖ୍ୟ ଭୂମିକାରେ ଅଭିନୟ ବି କରୁଥିଲେ । ଏବେ ଜୁବେର ସୁଶାନ୍ତଙ୍କ ଚରିତ୍ରରେ ଅଭିନୟ କରୁଥିବାରୁ ନିଜକୁ ଭାଗ୍ୟବାନ ବୋଲି ମନେ କରନ୍ତି । ଯଦିଓ କିଛିଦିନ ହେବ ସେ ସୁଶାନ୍ତଙ୍କ ସମ୍ପର୍କରେ ନ ଥିଲେ ତଥାପି ୫ ବର୍ଷ ପୂର୍ବେ ସେ ତାଙ୍କୁ ଭଲଭାବେ ଜାଣିଥିବା ପ୍ରକାଶ କରିଛନ୍ତି । ଏହା ସୁଶାନ୍ତଙ୍କ ପ୍ରତି ତାଙ୍କର ଶ୍ରଦ୍ଧାଞ୍ଜଳି ବୋଳି ଜୁବେର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଉଠିବା ଆମେ

କରୋନା ମହାମାରୀରେ କବଳିତ ଆମ ଦେଶ। ଏହି ସମୟର ସାମ୍ପ୍ରତିକ ଘଟଣାବଳୀକୁ ନେଇ ପ୍ରସ୍ତୁତ ହୋଇଛି ଏକ ଚାରି ମିନିଟ୍‌ ଅବଧିବିଶିଷ୍ଟ ଏକ କ୍ଷୁଦ୍ର ଚଳଚ୍ଚିତ୍ର।...

‘ଅସହାୟ ଲୋକଙ୍କୁ ସାହାଯ୍ୟ କରିବି’

ମୁମ୍ବାଇ: ଅଭିନେତ୍ରୀ ନିଧି ଅଗ୍ରଓ୍ବାଲ ଟଲିଉଡ୍‌ ଇଣ୍ଡଷ୍ଟ୍ରୀରେ ବେଶ୍‌ ପରିଚିତ। ଦେଖିବାକୁ ଯେମିତି ସୁନ୍ଦରୀ, ଅଭିନୟ ମଧ୍ୟ ସେତିକି ଭଲ। ସମଗ୍ର ଦେଶରେ କରୋନା ପାଇଁ...

ଆହତ ହେଲେ ମୁନ୍ନା ଭାଇ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ତାଙ୍କ ଅଭିନୟକୁ ନେଇ ବେଶ ପରିଚିତ। ଏବେ ସଞ୍ଜୟଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଶୁଟିଂ...

ନିର୍ଦ୍ଦେଶକଙ୍କ କାନ୍ଧ ଉପରେ ପାଦ ରଖିଦେଲେ ଡିମ୍ପଲ

ମୁମ୍ବାଇ: ୮୦ ଦଶକର ଷ୍ଟାଇଲିସ ନାୟିକାଙ୍କ ମଧ୍ୟରେ ଡିମ୍ପଲ କାପାଡିଆ ସବୁଠୁ ଆଗରେ କହିଲେ କିଛି ଭୁଲ୍‌ ହେବନାହିଁ। ଆଉ ଆଜିବି ତାଙ୍କ ଷ୍ଟାଇଲ ଦେଖିଲେ...

ବୋଲ୍ଡ ଡ୍ରେସ୍‌ ପାଇଁ ଟ୍ରୋଲ ହେଲେ ପ୍ରିୟଙ୍କା

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ନିକ୍‌ ଜୋନାସ୍‌ଙ୍କ ହାତ ଧରିବା ପରଠାରୁ ନିଜର ବେଶପୋଷାକ, ଚାଲିଚଳନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। ଚଳିତବର୍ଷ ଆରମ୍ଭରୁ ସେ ଟ୍ରୋଲ...

ପ୍ରେମିକଙ୍କ ସହ ଏମିତି ମଜା କରୁଛନ୍ତି ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଛୋଟ ପରଦାରେ ବେଶ୍‌ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜିକାଲି ସିରିୟଲ ‘ପବିତ୍ର ରିସ୍ତା’ର ସିଜନ-୨କୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ...

ପୃଥ୍ବୀରାଜର ଶୁଟିଂ ଆରମ୍ଭ କଲେ ମାନୁଷୀ, ଅକ୍ଷୟଙ୍କ ସହ ଡେବ୍ୟୁ କରିବାର ମିଳିଛି ସୁଯୋଗ

ବମ୍ବେ: ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ ମାନୁଷୀ ଛିଲ୍ଲର। ୨୦୧୭ରେ ବିଶ୍ୱ ସୁନ୍ଦରୀ ଆଖ୍ୟା ପାଇବା ପରେ ସେ ସୁଯୋଗ ଅପେକ୍ଷାରେ ରହିଥିଲେ। ଶେଷରେ...

୨ ପୁଅଙ୍କୁ ଫିଲ୍ମ ଷ୍ଟାର କରିବାକୁ ଚାହୁଁନାହାନ୍ତି କରୀନା, କାରଣ…

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଏବେ ସାନ ପୁଅ ଜାହାଙ୍ଗୀର ଅର୍ଥାତ୍‌ ଜେହକୁ ନେଇ ଚର୍ଚ୍ଚାରେ ଅନ୍ତି। ବେବୋ ଏବଂ ସ୍ବାମୀ ସୈଫ ଏବଂ...

Advertisement
Archives

Model This Week