ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ: ଛାତ୍ର କଂଗ୍ରେସ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ୫୧ଦିନ ବିତିଯାଇଥିବାବେଳେ ଏହାକୁ ନେଇ ରାଜନୈତିକ ଝଡ଼ ଲାଗି ରହିଛି। ଅଭିଯୁକ୍ତ ପୂର୍ବତନ ଏସ୍‌ଆଇ ଗୋପାଳ ଦାସ ଗିରଫ ହୋଇ ଜେଲରେ ଥିଲେ ମଧ୍ୟ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାର ଉଦ୍ଦେଶ୍ୟ ସଂକ୍ରାନ୍ତରେ କୌଣସି ସୂଚନା ଦିଆଯାଉନାହିଁ। ଏଭଳିସ୍ଥିତିରେ ଏହି ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଲିଙ୍କ୍‌କୁ ନେଇ ଛାତ୍ର କଂଗ୍ରେସ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ସୋମବାର ସୁଶାନ୍ତଙ୍କ ସରକାରୀ ବାସଭବନ ସାମ୍ନାରେ ବିକ୍ଷୋଭ ସହ ଟମାଟୋ ମାଡ଼ କରାଯାଇଛି। ମଧ୍ୟାହ୍ନରେ କଂଗ୍ରେସର ଶତାଧିକ ନେତା ଓ କର୍ମୀ ସୁଶାନ୍ତଙ୍କ ଘର ଆଗରେ ଧାରଣାରେ ବସିଥିଲେ। ନବ ହତ୍ୟା ମାମଲାରେ ବିଧାୟକ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବାକୁ ନାରାବାଜି ଦେବା ସହ ବିକ୍ଷୋଭ କରିଥିଲେ। ଏହି ସମୟରେ ସୁଶାନ୍ତଙ୍କ ବାସଭବନ ଭିତରକୁ କଂଗ୍ରେସ କର୍ମୀମାନେ ଧସେଇ ପଶିବାକୁ ଉଦ୍ୟମ କଲାବେଳେ ପୋଲିସ ସହ ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିଲା। ଏହି ସମୟରେ ଆନ୍ଦୋଳନକାରୀମାନେ ସୁଶାନ୍ତଙ୍କ ଘର ଉପରକୁ ଟମାଟୋ ମାଡ଼ କରିଥିଲେ। ଦୀର୍ଘ ୧ ଘଣ୍ଟା ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରେ ସ୍ଥିତି ନିୟନ୍ତ୍ରଣ ହେବା ପରେ କଂଗ୍ରେସ କର୍ମୀମାନେ ସିଧାସଳଖ ପିଏମ୍‌ଜି ନିକଟକୁ ଆସି ବିଧାନସଭା ଘେରାଉ କରିବା ସହ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ବ୍ୟାରିକେଡ୍‌ ନିକଟରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ପୁଣି ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ୨୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇ ପରେ ଛାଡ଼ି ଦେଇଥିଲା। ଏନେଇ ୟାସିର ନୱାଜ କହିଛନ୍ତି, ପୂର୍ବତନ ମନ୍ତ୍ରୀ ନବଙ୍କ ହତ୍ୟା ଘଟଣାରେ ସୁଶାନ୍ତଙ୍କ ସମ୍ପୃକ୍ତିକୁ ରାଜ୍ୟ ସରକାର ଘଣ୍ଟ ଘୋଡ଼ାଉଛନ୍ତି। ଅସଲ ଦୋଷୀକୁ ଛାଡ଼ି ଦେବାପାଇଁ କେତେବେଳେ ଅଭିଯୁକ୍ତ ଗୋପାଳଙ୍କୁ ମାନସିକ ବିକାରଗ୍ରସ୍ତ ବୋଲି ସଜେଇ ଦିଆଯାଉଛି ତ ଆଉ କେତେବେଳେ ଲାଟ୍ରିନ ଭିତରେ ତାଙ୍କ ଚିଠିକୁ ଖୋଜାଯାଉଛି। କ୍ରାଇମବ୍ରାଞ୍ଚ ୨୨ବର୍ଷ ଧରି ମିଥ୍ୟା କାହାଣୀ ସୃଷ୍ଟିକରି ବିଭିନ୍ନ ହତ୍ୟା ଓ ବଳାତ୍କାର ଘଟଣାରେ ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଆସୁଛି। ତେବେ ନବ ଦାସ ହତ୍ୟା ମାମଲାରେ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ତଦନ୍ତ କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି। ଏଥିସହ ସୁଶାନ୍ତଙ୍କ ସହ ତାଙ୍କ ଅନୁଗତଙ୍କ ମୋବାଇଲ ସିଡିଆର୍‌ ଓ ବିଭିନ୍ନ କାର୍ଯ୍ୟକୁ ତଦନ୍ତ କରାଯାଉ। ଅସଲ ମାଷ୍ଟରମାଇଣ୍ଡ୍‌ଙ୍କୁ ଲୁଚେଇ ଦେଇ ଗୋପାଳଙ୍କୁ ହତ୍ୟାକାରୀ କହିବା ଦୁଃଖଦାୟକ। ଗୋପାଳ ଏହି ହତ୍ୟାର ଏକ ମାଧ୍ୟମ ହୋଇଥିବାବେଳେ ସୁଶାନ୍ତ ହେଉଛନ୍ତି ଷଡ଼ଯନ୍ତ୍ରକାରୀ। ସୁଶାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରା ନ ଗଲେ ଛାତ୍ର କଂଗ୍ରେସ ଏହି ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?