ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ: ଛାତ୍ର କଂଗ୍ରେସ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ୫୧ଦିନ ବିତିଯାଇଥିବାବେଳେ ଏହାକୁ ନେଇ ରାଜନୈତିକ ଝଡ଼ ଲାଗି ରହିଛି। ଅଭିଯୁକ୍ତ ପୂର୍ବତନ ଏସ୍‌ଆଇ ଗୋପାଳ ଦାସ ଗିରଫ ହୋଇ ଜେଲରେ ଥିଲେ ମଧ୍ୟ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାର ଉଦ୍ଦେଶ୍ୟ ସଂକ୍ରାନ୍ତରେ କୌଣସି ସୂଚନା ଦିଆଯାଉନାହିଁ। ଏଭଳିସ୍ଥିତିରେ ଏହି ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଲିଙ୍କ୍‌କୁ ନେଇ ଛାତ୍ର କଂଗ୍ରେସ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ସୋମବାର ସୁଶାନ୍ତଙ୍କ ସରକାରୀ ବାସଭବନ ସାମ୍ନାରେ ବିକ୍ଷୋଭ ସହ ଟମାଟୋ ମାଡ଼ କରାଯାଇଛି। ମଧ୍ୟାହ୍ନରେ କଂଗ୍ରେସର ଶତାଧିକ ନେତା ଓ କର୍ମୀ ସୁଶାନ୍ତଙ୍କ ଘର ଆଗରେ ଧାରଣାରେ ବସିଥିଲେ। ନବ ହତ୍ୟା ମାମଲାରେ ବିଧାୟକ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବାକୁ ନାରାବାଜି ଦେବା ସହ ବିକ୍ଷୋଭ କରିଥିଲେ। ଏହି ସମୟରେ ସୁଶାନ୍ତଙ୍କ ବାସଭବନ ଭିତରକୁ କଂଗ୍ରେସ କର୍ମୀମାନେ ଧସେଇ ପଶିବାକୁ ଉଦ୍ୟମ କଲାବେଳେ ପୋଲିସ ସହ ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିଲା। ଏହି ସମୟରେ ଆନ୍ଦୋଳନକାରୀମାନେ ସୁଶାନ୍ତଙ୍କ ଘର ଉପରକୁ ଟମାଟୋ ମାଡ଼ କରିଥିଲେ। ଦୀର୍ଘ ୧ ଘଣ୍ଟା ପର୍ଯ୍ୟନ୍ତ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେଠାରେ ସ୍ଥିତି ନିୟନ୍ତ୍ରଣ ହେବା ପରେ କଂଗ୍ରେସ କର୍ମୀମାନେ ସିଧାସଳଖ ପିଏମ୍‌ଜି ନିକଟକୁ ଆସି ବିଧାନସଭା ଘେରାଉ କରିବା ସହ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ବ୍ୟାରିକେଡ୍‌ ନିକଟରେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ପୁଣି ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ୨୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇ ପରେ ଛାଡ଼ି ଦେଇଥିଲା। ଏନେଇ ୟାସିର ନୱାଜ କହିଛନ୍ତି, ପୂର୍ବତନ ମନ୍ତ୍ରୀ ନବଙ୍କ ହତ୍ୟା ଘଟଣାରେ ସୁଶାନ୍ତଙ୍କ ସମ୍ପୃକ୍ତିକୁ ରାଜ୍ୟ ସରକାର ଘଣ୍ଟ ଘୋଡ଼ାଉଛନ୍ତି। ଅସଲ ଦୋଷୀକୁ ଛାଡ଼ି ଦେବାପାଇଁ କେତେବେଳେ ଅଭିଯୁକ୍ତ ଗୋପାଳଙ୍କୁ ମାନସିକ ବିକାରଗ୍ରସ୍ତ ବୋଲି ସଜେଇ ଦିଆଯାଉଛି ତ ଆଉ କେତେବେଳେ ଲାଟ୍ରିନ ଭିତରେ ତାଙ୍କ ଚିଠିକୁ ଖୋଜାଯାଉଛି। କ୍ରାଇମବ୍ରାଞ୍ଚ ୨୨ବର୍ଷ ଧରି ମିଥ୍ୟା କାହାଣୀ ସୃଷ୍ଟିକରି ବିଭିନ୍ନ ହତ୍ୟା ଓ ବଳାତ୍କାର ଘଟଣାରେ ବିଜେଡି ବିଧାୟକ ଓ ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଆସୁଛି। ତେବେ ନବ ଦାସ ହତ୍ୟା ମାମଲାରେ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସ୍‌ଆଇଟି ତଦନ୍ତ କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି। ଏଥିସହ ସୁଶାନ୍ତଙ୍କ ସହ ତାଙ୍କ ଅନୁଗତଙ୍କ ମୋବାଇଲ ସିଡିଆର୍‌ ଓ ବିଭିନ୍ନ କାର୍ଯ୍ୟକୁ ତଦନ୍ତ କରାଯାଉ। ଅସଲ ମାଷ୍ଟରମାଇଣ୍ଡ୍‌ଙ୍କୁ ଲୁଚେଇ ଦେଇ ଗୋପାଳଙ୍କୁ ହତ୍ୟାକାରୀ କହିବା ଦୁଃଖଦାୟକ। ଗୋପାଳ ଏହି ହତ୍ୟାର ଏକ ମାଧ୍ୟମ ହୋଇଥିବାବେଳେ ସୁଶାନ୍ତ ହେଉଛନ୍ତି ଷଡ଼ଯନ୍ତ୍ରକାରୀ। ସୁଶାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରା ନ ଗଲେ ଛାତ୍ର କଂଗ୍ରେସ ଏହି ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri