Posted inଜାତୀୟ

ସୁପ୍ରିମକୋର୍ଟ ଗଲେ ସୁଶାନ୍ତଙ୍କ ପରିବାର

ନୂଆଦିଲ୍ଲୀ,୩୦।୭: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏବେ ବିହାର ପୋଲିସ ଯାଞ୍ଚ୍‌ ଆରମ୍ଭ କରିଛି। ଏହି ମାମଲାର ସିବିଆଇ ଯାଞ୍ଚ ଦାବିକୁ ନେଇ କରାଯାଇଥିବା ଜନସ୍ବାର୍ଥ ମାମଲା ଗୁରୁବାର ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ଏବେ ସୁଶାନ୍ତଙ୍କ କଥିତ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ବିରୋଧ ରୁଜୁ କରାଯାଇଥିବା ମାମଲାର ଶୁଣାଣି ସୁପ୍ରିମକୋର୍ଟରେ କରାଯାଉ ବୋଲି ସୁଶାନ୍ତଙ୍କ ପରିବାର ଦାବି କରିଛନ୍ତି। ଏନେଇ ସେମାନେ ସୁପ୍ରିମକୋର୍ଟରେ ଏକ କେଭିଏଟ୍‌ ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ଦୁଇ ଦିନ ତଳେ ସୁଶାନ୍ତଙ୍କ ପିତା ରିଆଙ୍କ ବିରୋଧରେ ଏକ ମାମଲାରେ ରୁଜୁ କରିଥିଲେ। ରିଆ ହିଁ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିଲେ ବୋଲି ମାମଲାରେ ଦର୍ଶାଯାଇଥିଲା। ବିହାର ପୋଲିସ ଏନେଇ ଅଧିକ ତଦନ୍ତ ଆରମ୍ଭ କରି ସୁଶାନ୍ତଙ୍କ ଭଉଣୀ ଏବଂ ସାଙ୍ଗଙ୍କୁ ପଚରାଉଚରା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସକେ ମୁଭିଜ୍‌ ଷ୍ଟୁଡିଓରେ ଅଗ୍ନିକାଣ୍ଡ…

କୋଲକାତା,୧୩।୧୦ : କୋଲକାତାର କୁଦଘାଟ ଅଞ୍ଚଳରେ ଥିବା ଏସକେ ମୁଭିଜ୍‌ ଷ୍ଟୁଡିଓରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ...

ଇଭିଏମ୍‌ ଚୋରି କଲେ ବି ଆସାମରେ କଂଗ୍ରେସକୁ ହରାଇ ହେବ ନାହିଁ

ଗୁଆହାଟି,୨।୪- ଆସାମବାସୀ କଂଗ୍ରେସର ବୃହତ୍‌ ବିଜୟ ନିଶ୍ଚିତ କରିସାରିଛନ୍ତି। ଏପରି କି ଇଭିଏମ୍‌ ଚୋରାଇଲେ ମଧ୍ୟ ଫଳାଫଳକୁ ପ୍ରଭାବିତ କରିହେବ ନାହିଁ। ଏଭଳି ଦୃଢ଼ୋକ୍ତି ଦେଇଛନ୍ତି...

ସ୍ବାଭାବିକ ହେବ ମନ୍ତ୍ରଣାଳୟ କାର୍ଯ୍ୟ

ନୂଆଦିଲ୍ଲୀ,୧୩ା୪: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶରେ ଜାରି ରହିଥିବା ୨୧ ଦିନିଆ ଲକ୍‌ଡାଉନ ଅବଧି ଆସନ୍ତା ୧୪ ତାରିଖ ଯାଏ ରହିଛି। ଇତିମଧ୍ୟରେ...

ଭାରତର ନୂଆ ଯୋଜନା: ଚାଇନା-ପାକିସ୍ତାନ ସୀମାରେ ମୁତୟନ ହେବ ରକେଟ ଲଞ୍ଚର

ନୂଆଦିଲ୍ଲୀ, ୧।୯: ସୀମାରେ ଉତ୍ତେଜନା ବଢୁଥିବାର ଭାରତ ନୂଆ ଯୋଜନା ପ୍ରସ୍ତୁତ କରିଛି। ପାକିସ୍ତାନ ସୀମା ଏବଂ ଚାଇନା ସୀମାରେ ପିନାକା ରକେଟ ଲଞ୍ଚର ମୁତୟନ...

ଆଜିଠୁ କଶ୍ମୀରରେ ମୋବାଇଲ ଏସ୍‌ଏମ୍‌ଏସ୍‌ ସେବା

ଜମ୍ମୁ,୧ା୧: ମଙ୍ଗଳବାର ମଧ୍ୟରାତ୍ରରୁ ଜମ୍ମୁ-କଶ୍ମୀରରେ ମୋବାଇଲ ଏସ୍‌ଏମ୍‌ଏସ୍‌ ସେବା ସୁବିଧା ଉପଲବ୍ଧ ହୋଇଛି। ଏଥିସହ ସମସ୍ତ ସରକାରୀ ହସ୍ପିଟାଲରେ ବ୍ରୋଡବ୍ୟାଣ୍ଡ ଇଣ୍ଟରନେଟ ସେବାକୁ ପୁନଃ ଚାଲୁ...

କରୋନା ସଂକ୍ରମଣ: ଦେଶରେ ୩୧.୬ ଲକ୍ଷ ଲୋକ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୧୭।୭: କରୋନା ସଂକ୍ରମଣ ବେଳକୁ ବେଳ ଉଗ୍ର ରୂପ ନେଉଥିବା ବେଳେ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରି ସାରିଲାଣି।...

ନର୍ସଙ୍କୁ ଏମିତି ପ୍ରଶ୍ନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲ (ଆରଏମଏଲ) ପରିଦର୍ଶନ କରିଛନ୍ତି। ଦେଶରେ ୧ ବିଲିୟନରୁ ଅଧିକ ଡୋଜ ଆଣ୍ଟି-କରୋନା...

ପାର୍ଲାମେଣ୍ଟରେ ଶାସକ- ବିରୋଧୀ ଧସ୍ତାଧସ୍ତି

ନୂଆଦିଲ୍ଲୀ,୩ା୩: ପାର୍ଲାମେଣ୍ଟର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ସୋମବାର ଆରମ୍ଭ ହୋଇଥିବା ବେଳେ ଦିଲ୍ଲୀ ଦଙ୍ଗାକୁ ନେଇ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି।...

Advertisement
Archives

Model This Week