ବିବାହ ପୂର୍ବରୁ ଜୀବନସାଥୀଙ୍କ ବିଷୟରେ ଏହି ୫ କଥା ଜାଣିନିଅନ୍ତୁ, ନଚେତ..

ମହାନ ରାଜନେତା ତଥା କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ବାଳକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ଭାରତର ସମ୍ରାଟ କରିଥିଲେ। ତାଙ୍କର ନୀତି ମନୁଷ୍ୟ ଜୀବନକୁ ସରସ ସୁନ୍ଦର କରିବା ଲାଗି ମଧ୍ୟ ବହୁତ ସହାୟକ ହୋଇଥାଏ। ଚାଣକ୍ୟ ନୀତିରେ ଗୃହସ୍ଥ ଜୀବନର ଛୋଟରୁ ବଡ଼ ସମସ୍ୟା ଓ ତାର ନିରାକରଣ ବିଷୟ ବର୍ଣ୍ଣନା କରାଯାଇଛି। ଏହାଛଡ଼ା ନୀତିଶାସ୍ତ୍ରରେ ଜୀବନସାଥୀ ବାଛିବାକୁ ନେଇ ଅନେକ କଥା ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା ସେହି ନୀତିଗୁଡିକ ବିଷୟରେ …

वरयेत् कुलजां प्राज्ञो विरूपामपि कन्यकाम्।

रूपशीलां न नीचस्य विवाह: सदृशे कुले।।

– ଜଣେ ଆଭିମୁଖ୍ୟବାଦୀ ଝିଇ ଅସୁନ୍ଦର ହୋଇଥିଲେ ହେଁ ଜଣେ ପଣ୍ଡିତ ଏବଂ ଜ୍ଞାନୀ ବ୍ୟକ୍ତିଙ୍କ ପାଇଁ ସର୍ବୋତ୍ତମ। ଏଣୁ ବ୍ୟକ୍ତିଙ୍କୁ ସମାନ ଆଭିଜାତ୍ୟ ଦେଖି ବିବାହ କରିବା ଉଚିତ। ସର୍ବଦା ସମାନ ସ୍ତର ଏବଂ ଗୁଣ ଥିବା ଝିଅକୁ ବିବାହ କରିବା ଉଚିତ୍‌ ବୋଲି ଚାଣକ୍ୟ କହିଛନ୍ତି।

-ଚାଣକ୍ୟ କୁହନ୍ତି, କେବଳ ସାଥୀକୁ ନୁହେଁ, ତାଙ୍କ ପରିବାର, ଗୁଣ ଏବଂ ଚରିତ୍ର ଆଧାରରେ ଜୀବନସାଥୀ ଚୟନ କରାଯିବା ଉଚିତ। ଏହା ଝିଅମାନଙ୍କ ପାଇଁ ମଧ୍ୟ ସମାନ ଭାବେ ପ୍ରଯୁଜ୍ୟ। ସେମାନେ ପୁଅର ଗୁଣ, ଚରିତ୍ର ଏବଂ ପରିବାର ଦେଖିବା ପରେ ବିବାହ କରିବା ଉଚିତ।

– ଚାଣକ୍ୟ କହିଛନ୍ତି, ଜୀବନସାଥୀଙ୍କ ମଧ୍ୟରେ ଧୌର୍ଯ୍ୟ ଭଳି ଗୁଣ ରହିବା ଜରୁରୀ। ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ଧୌର୍ଯ୍ୟ ଥିଲେ ଜୀବନ ଅଧିକ ଖୁସି ହୋଇଯାଏ। ଏହି ଗୁଣ ଯୋଗୁ ଦୁହେଁ କଠିନ ପରିସ୍ଥିତିରେ ମଧ୍ୟ ପରସ୍ପର ସହିତ ରହି ଅସୁବିଧାରୁ ମୁକ୍ତି ପାଇପାରିବେ।

– ଯେଉଁ ବ୍ୟକ୍ତି ଯିଏ ଧର୍ମ ଏବଂ କର୍ମରେ ବିଶ୍ୱାସ କରେ ସେ ଭଲ। ବିବାହ ପୂର୍ବରୁ, ଏହା ମଧ୍ୟ ଜାଣିବା ଉଚିତ୍‌ ଯେ ଜୀବନସାଥୀଙ୍କ ଧର୍ମ ଉପରେ କେତେ ବିଶ୍ୱାସ ଅଛି। କାରଣ ଚାଣକ୍ୟଙ୍କ ଅନୁଯାୟୀ ପରିବାରକୁ ସଠିକ ଦିଗ ଦେବା ପାଇଁ ମନୁଷ୍ୟର ଧର୍ମ ଏବଂ କର୍ମ ଉପରେ ବିଶ୍ୱାସ ରହିବା ଆବଶ୍ୟକ।

-ଶ୍ଲୋକ ଶେଷରେ ଚାଣକ୍ୟ କୁହନ୍ତି ରାଗ ମଣିଷକୁ ଶେଷ କରିଦିଏ। ଏଣୁ ଜୀବନସାଥୀ ରାଗି ହୋଇଥିଲେ ଜୀବନ ସୁଖମୟ ହେବା କଠିନ ହୋଇପଡେ। ଏଣୁ ବିବାହ ପୂର୍ବରୁ ବ୍ୟକ୍ତିଙ୍କୁ ଜୀବନସାଥୀ କେତେ ରାଗି ସେ ବିଷୟରେ ଜାଣିନେବା ଉଚିତ। କାରଣ ରାଗ ପରିବାରପାଇଁ ବେଶ କ୍ଷତିକାରକ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଗୋଲମରିଚ

ଭୋଜନରେ ଗୋଲମରିଚର ବ୍ୟବହାର ଯେ କେବଳ ସ୍ବାଦ ବଢ଼ାଇବା ପାଇଁ ହୁଏ ଭାବିବା ସମ୍ପୂର୍ଣ୍ଣ ଭୁଲ୍‌। ଅନେକ କ୍ଷେତ୍ରରେ ଏହାର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ...

ଅପମାନ ଦେଇଥିବା ଲୋକକୁ କିପରି କରିବେ ପରାସ୍ତ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା...

କାଞ୍ଜିବରମ୍‌ ଇଡ୍‌ଲି

ଆବଶ୍ୟକ ସାମଗ୍ରୀ- ୩ କପ୍‌ ବିରି ଡାଲି, ୫ କପ୍‌ ଇଡ୍‌ଲି ଚାଉଳ, ଭୁର୍ସୁଙ୍ଗପତ୍ର, ହେଙ୍ଗୁ, ଜିରା, କଟା ଅଦା ଓ ଗୋଲମରିଚ ଗୁଣ୍ଡ ଆବଶ୍ୟକ...

ଦାନ୍ତ ବିନ୍ଧା

ଦାନ୍ତ ବିନ୍ଧା ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ଏଥିରୁ ଉପଶମ ପାଇବା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବା ଦରକାର। ହେଲେ...

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ମେଥି ଶାଗ

ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଯେମିତିକି;...

ଟ୍ରେଣ୍ଡି ଓ୍ବିଣ୍ଟର ଫ୍ୟାଶନ

ଶୀତଦିନେ କେଉଁଭଳି ନିଜକୁ ସଜାଇଲେ ଶୀତରୁ ରକ୍ଷା  ପାଇବା ସହ ଷ୍ଟାଇଲିଶ୍‌ ଲାଗିବେ, ସେ ନେଇ ଅନେକଙ୍କର ଚିନ୍ତା ବଢିଯାଇଥାଏ। ହେଲେ ଏବେ ତ ମାର୍କେଟ୍‌କୁ...

ଜୀବନରେ ଖୁସି ଚାହୁଁଛନ୍ତି କି? ମାନନ୍ତୁ ଚାଣକ୍ୟଙ୍କ ଏହି ୫ କଥା, ପାଖ ମାଡ଼ିବନି ଅସୁବିଧା…

ମଣିଷମାନଙ୍କ ପାଇଁ ସୁଖର ଅର୍ଥ ଶାରୀରିକ ସମ୍ବଳ ନୁହେଁ। ସୁଖର ପ୍ରକୃତ ଅର୍ଥ ହେଉଛି ଆତ୍ମସନ୍ତୋଷ ଏବଂ ଆତ୍ମା ସହ ଜଡିତ ବୋଲି ଚାଣକ୍ୟ କହିଛନ୍ତି।...

ଏହି ୪ ରାଶିର ଯୁବତୀ ହୋଇଥାନ୍ତି ବେଶ୍‌ ରୋମାଣ୍ଟିକ୍‌; ଜୀବନସାଥୀଙ୍କୁ ରଖିଥାନ୍ତି ଖୁସିରେ…

କିଛି ଲୋକଙ୍କ ପାଇଁ ପ୍ରେମର ସମ୍ପର୍କ ବହୁତ ଗୁରୁତ୍ୱ ରଖିଥାଏ। ଏମାନେ ନିଜ ପାର୍ଟନରଙ୍କୁ ବେଶ ଭଲପାଇଥାନ୍ତି। ତାଙ୍କର ଛୋଟବଡ଼ କଥା ପ୍ରତି ଯତ୍ନବାନ ହୋଇଥାନ୍ତି।...

Advertisement
Archives

Model This Week