ମହିଳାଙ୍କ ମୃତଦେହ ରଖି ହସ୍ପିଟାଲ ସମ୍ମୁଖରେ ଧାରଣା

ବଲାଙ୍ଗୀର ଅଫିସ,୩୦ା୭: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଗୁରୁବାର ସକାଳେ ଉତ୍ତେଜନା ଦେଖାଦେଇଥିଲା। ଜଣେ ପ୍ରସୂତିଙ୍କ ମୃତ୍ୟୁ ପରେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ହସ୍ପିଟାଲ ସମ୍ମୁଖରେ ମୃତଦେହ ରଖି ଧାରଣାରେ ବସିଥିଲେ ପରିବାର ଏବଂ ସ୍ଥାନୀୟ ଲୋକେ। ବୁଧବାର ମାଲଗୋଦାମ ପଡ଼ାର ପପୁ ହରିପାଲଙ୍କ ସ୍ତ୍ରୀ ପ୍ରମିଳାଙ୍କୁ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳୁ ନର୍ମାଲ ଡେଲିଭରିରେ ଝିଅଟିଏ ଜନ୍ମ ହୋଇଥିଲା ା ଏହା ପରେ ପ୍ରମିଳାଙ୍କ ପ୍ରଚୁର ରକ୍ତସ୍ରାବ ହୋଇ ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ। ଏହା ସହିତ ଡେଲିଭରୀ ପାଇଁ ନର୍ସମାନେ ୨ ହଜାର ଟଙ୍କା ଲାଞ୍ଚ ମାଗିଥିବା ଏବଂ ୫ ଶହ ନେଇଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ଆନ୍ଦୋଳନକାରୀ। ପୋଲିସ ଉପସ୍ଥିତିରେ ମେଡିକାଲ କଲେଜର ଅଧ୍ୟକ୍ଷ ମହେନ୍ଦ୍ର ନାୟକ ଏବଂ ଉପଜିଲାପାଳ ସଞ୍ଜୟ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ରେଡକ୍ରସ ପାଣ୍ଠିରୁ ସାହାଯ୍ୟ ଏବଂ ପୌରସଂସ୍ଥା ପକ୍ଷରୁ ମୃତଦେହ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରୁ କ୍ଷତିପୂରଣ ପ୍ରଦାନ ଏବଂ ଅଭିଯୋଗ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ଆନ୍ଦୋଳନରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଦଙ୍ଗା, ଭଙ୍ଗାରୁଜା କଲେ ଅଭିଭାବକ ଗଣିବେ ଟଙ୍କା! ନୂଆ ଆଇନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୨୬।୧୦: ୟୁରୋପର ଅନେକ ଦେଶରେ ଏବେ ଯୁବପିଢ଼ି ଓ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ ରାସ୍ତାଘାଟରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଫ୍ରାନ୍ସରୁ ଆରମ୍ଭ ହୋଇଥିବା ବିରୋଧର ନିଆଁ…

ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ ଜୀବନ ଗଲା, ଜଣେ ଗୁରୁତର

ଢେଙ୍କାନାଳ,୨୬ା୧୦(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ପୁରୁଣା କଟକ-ସମ୍ବଲପୁର ରାସ୍ତାର କୋତ୍ତମଠାରେ ରବିବାର ବିଳମ୍ବିତ ରାତିରେ ଏକ ପିକଅପ୍‌ ଧକ୍କାରେ ବିପରୀତ ଦିଗରୁ…

ତୃତୀୟ ଟି-୨୦ରୁ ବାଦ୍‌ ପଡ଼ିଲେ ଇଶାନ କିଶନ, ବୈଭବ ନୁହେଁ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ!

ନୂଆଦିଲ୍ଲୀ, ୨୬।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଭାରତୀୟ ଦଳର ଷ୍ଟାର୍‌ ଖେଳାଳି ଇଶାନ କିଶନ ତୃତୀୟ…

ଜଙ୍ଗଲରୁ ମିଳିଲା କବିରାଜଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇ…

ବାରିପଦା,୨୬ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଅନ୍ତର୍ଗତ ଖେଜୁରୀ ଓ କାକୁଡ଼ିରୁମା ଜଙ୍ଗଲ ମଧ୍ୟବର୍ତ୍ତୀ ଅଞ୍ଚଳରୁ ଜଣେ କବିରାଜଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ଆଗକୁ ଦେଖିବାକୁ ପଡ଼ିବ ଅନେକ ପ୍ରାକୃତିକ ବିପର୍ଯ୍ୟୟ

ଭୁବନେଶ୍ୱର,୨୬ା୧୦: ଆମ ଚାରିପାଖରେ ପଡି ରହିଥିବା ଜିନିଷ ହିଁ ପ୍ରଦୂଷଣ ବଢାଉଛି। ଏଥିପାଇଁ ଆମେ ସମସ୍ତେ ହିଁ ଦାୟୀ। ଆମେ ବଜାରରୁ ପ୍ଲାଷ୍ଟିକ ଓ ପଲିଥିନରେ ଜିନିଷ…

ଗ୍ରାମ୍ୟ ନିର୍ମାଣ ବିଭାଗ କେନ୍ଦ୍ରାପଡ଼ା-ଯାଜପୁର ସର୍କଲ: ପିସି କାରବାରରୁ ବଢ଼ୁଛି ଦୁର୍ନୀତି, ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୬ା୧୦(ହର୍ଷବର୍ଦ୍ଧନ ବେହେରା): ପ୍ରଶାସନରେ ସ୍ବଚ୍ଛତା ଏବଂ ପରସେଣ୍ଟ (ପିସି) କାରବାରର ମୂଳୋପତ୍ାଟନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗର…

ଛତ୍ରପୁରରେ ପୂଜା ପାଉଛନ୍ତି ମା’ ଗଜଲକ୍ଷ୍ମୀ, ଆଳତି ଦର୍ଶନ କରି ଆଶୀର୍ବାଦ ଲାଭ କଲେ ଜିଲାପାଳ-ଏସ୍‌ପି

ଛତ୍ରପୁର,୨୬ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୁମାର ପୂର୍ଣ୍ଣିମା ଅବସରରେ ଛତ୍ରପୁର ଲୋୟର ବସ୍‌ଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ଆରମ୍ଭ ହୋଇଛି। ପ୍ରତିବର୍ଷ…

ସୃଷ୍ଟି ହେଲା ବାତ୍ୟା: ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ

ଭୁବନେଶ୍ୱର,୨୬ା୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା । ଫଳରେ ଏହି ବାତ୍ୟାକୁ ନେଇ ଏବେ ଉପକୂଳବର୍ତ୍ତୀ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଗଭୀର ଅବପାତରୁ ରୂପ ନେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?