ସୁଶାନ୍ତଙ୍କ ଟଙ୍କାରେ ୟୁରୋପ ଯାତ୍ରା କରିଛନ୍ତି ଏହି ଅଭିନେତ୍ରୀ, ଏବେ ଦେଲେ ଏମିତି ଉତ୍ତର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇଆସୁଛି। ସୁଶାନ୍ତଙ୍କ ପିତା କେ.କେ.ସିଂହ ମଧ୍ୟ ରିୟାଙ୍କୁ ଦୋଷାରୋପ କରି କହିଛନ୍ତି ଯେ, ତାଙ୍କ ପୁଅଙ୍କ ଟଙ୍କାରେ ରିୟା ୟୁରୋପ ଯାତ୍ରା କରି ମଉଜ ମଜଲିସ୍‌ କରିଥିଲେ। ଖାଲି ରିୟା ନୁହନ୍ତି, ତାଙ୍କ ପରିବାର ମଧ୍ୟ ସୁଶାନ୍ତଙ୍କ ଟଙ୍କାରେ ୟୁରୋପ ବୁଲିବାକୁ ଯାଇଥିଲେ।
ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଏହି କଥାର ଉତ୍ତର ରଖିଛନ୍ତି ରିୟା। ଏକ ସାକ୍ଷାତକାରେ ସେ କହିଛନ୍ତି, ପ୍ୟାରିସରେ ଏକ କମ୍ପାନୀ ପାଇଁ ମୋ’ର ଶୁଟିଂ ଥିଲା। ଏହି କମ୍ପାନୀର ନାଁ ହେଉଛି ଶିଏନ୍‌। ଯାହା ଏକ କପଡ଼ା କମ୍ପାନୀ। ଏଥିରେ ତାଙ୍କର ଫ୍ୟାଶନ ଶୋ’ ଥିଲା। ଏହା ସହିତ ହୋଇଥିବା କଥାବାର୍ତ୍ତା ଏବଂ ସମସ୍ତ ପ୍ରମାଣ ମଧ୍ୟ ତାଙ୍କ ନିକଟରେ ରହିଛି। ଏହି ଫ୍ୟାଶନ ଶୋ’ରେ ଯୋଗ ଦେବାକୁ ମୋତେ ପ୍ୟାରିସ୍‌ରୁ ଡାକରା ଆସିଥିଲା। ମୋ’ ପାଇଁ ଟିକେଟ୍‌ ଏବଂ ହୋଟେଲ ବୁକ୍‌ ହୋଇଥିଲା। କିନ୍ତୁ ସୁଶାନ୍ତ ଭାବୁଥିଲେ ଏଥିରେ ୟୁରୋପ ଯାତ୍ରା ହୋଇଯିବ। ତେଣୁ ସେ ମୋ’ ଟିକେଟ୍‌ ବାତିଲ କରି ଫାଷ୍ଟ କ୍ଲାସ୍‌ ଟିକେଟ୍‌ ବୁକ୍‌ କରିଥିଲେ। ଯାହାର ପ୍ରମାଣ ଏବେ ବି ମୋ’ ପାଖରେ ଅଛି। ରିୟା ସୁଶାନ୍ତଙ୍କ ଇଚ୍ଛା ସମ୍ପର୍କରେ ମଧ୍ୟ କହିଛନ୍ତି। ସେ କହିଛନ୍ତି, ଏହା ସୁଶାନ୍ତ କରିଥିଲେ। ମୋ’ର ଏଥିରେ କିଛି ଦୋଷ ନ ଥିଲା। ମୁଁ ଚାହଁୁ ନ ଥିଲି ଏତେ ଟଙ୍କା ଖର୍ଚ୍ଚ ହେଉ ବୋଲି। ମାତ୍ର ସୁଶାନ୍ତ ଅୟସପ୍ରିୟ ଥିଲେ। ସେ ରାଜା ପରି ଜୀବନଯାପନ କରି ଟଙ୍କା ଖର୍ଚ୍ଚ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ବାର୍ଷିକ ରୋଜଗାର ଏତିକି ଟଙ୍କା…

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡସମ୍‌ ବ୍ୟାଚଲର ସଲମାନ ଖାନ ଦୀର୍ଘ ବର୍ଷ ଧରି ତାଙ୍କ ପ୍ରଶଂସକଙ୍କର ମନୋରଞ୍ଜନ କରିଆସୁଛନ୍ତି। ତିନି ଦଶନ୍ଧି ଧରି ସେ ତାଙ୍କ କ୍ୟାରିୟରରେ...

ଅମିତାଭ ଲେଖିଲେ ଏମିତି ମଜାଳିଆ କଥା‌, ସୋସିଆଲ ମିଡିଆରେ ଭାଇରାଲ

ମୁମ୍ବାଇ: ଆଜିକାଲି ସୋସିଆଲ ମିଡିଆରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ବହୁତ ଆକ୍ଟ୍ରିଭ୍‌ ରହୁଛନ୍ତି। କେବଳ ଏତିକି ନୁହେଁ, ସେ ପ୍ରତିଦିନ ପ୍ରଶଂସକଙ୍କ ସହ ତାଙ୍କ...

ସୋସିଆଲ ମିଡିଆର ଭାଇରାଲ ଖବରକୁ ନେଇ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ ମମତାଜ

ମୁମ୍ବାଇ,୨୨।୫: ନିକଟରେ ବଲିଉଡ୍‌ ତା’ର ଦୁଇ ଭେଟେରାନ କଳାକାରଙ୍କୁ ହରାଇଥିବା ବେଳେ ଏବେ ଆଉ ଜଣେ ଭେଟେରାନ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ...

ଧରାପଡ଼ିଲେ ସାରା-କାର୍ତ୍ତିକ!

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ତାଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚିତ ତା’ଠାରୁ ଅଧିକ ଚର୍ଚ୍ଚିତ ତାଙ୍କ ରିଲେସନଶିପକୁ ନେଇ। ନିକଟରେ ସାରା ଅଲ୍ଲି ଖାଁ ଓ...

ପରଲୋକରେ ଲୋକପ୍ରିୟ ତେଲୁଗୁ ହାସ୍ୟ କଳାକାର ବେଣୁ ମାଧବ, ଶୋକରେ ବୁଡ଼ିଲା ଟଲିଉଡ୍‌

ମୁମ୍ବାଇ: ପରଲୋକରେ ତେଲୁଗୁ ସିନେମାଜଗତର ଲୋକପ୍ରିୟ ହାସ୍ୟ କଳାକାର ବେଣୁ ମାଧବ। ଦୀର୍ଘଦିନରୁ ଯକୃତ ଏବଂ ବୃକକ୍‌ ସମ୍ପନ୍ଧୀୟ ରୋଗରେ ପୀଡ଼ିତ ଥିବା ବେଣୁଙ୍କର ସ୍ବାସ୍ଥ୍ୟବସ୍ଥା...

ଝିଅ ପାଇଁ ଦ୍ୱାର ବନ୍ଦ କରିଦେଲେ ସଞ୍ଜୟ!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ କେବେ ବି ତାଙ୍କ ପର୍ସନାଲ ଲାଇଫକୁ ନେଇ କିଛି ଚର୍ଚ୍ଚା କରିବା ନଜର ଆସିନାହିଁ। ସେ ସବୁବେଳେ ଏହାଠାରୁ...

ବଲିଉଡ୍‌ ଡେବ୍ୟୁ ଲାଗି ପ୍ରସ୍ତୁତ

ବମ୍ବେ: ହିନ୍ଦୀ ସିନେମାର ପ୍ରଶଂସକ ଏବେ ଦକ୍ଷିଣ ଭାରତୀୟ କଳାକାରଙ୍କୁ ବେଶ ପସନ୍ଦ କରୁଛନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା’ରୁ ତାହା ସ୍ପଷ୍ଟ ଅନୁମେୟ।...

୩୮ ବର୍ଷ ପୂର୍ବେ ଅମିତାଭ୍‌ଙ୍କ ଏପରି କାମରେ ରାଗିଯାଇଥିଲେ ଜୟା

ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଲାଓ୍ବାରିସ୍‌’ ରିଲିଜ୍‌ ହେବା ଇତି ମଧ୍ୟରେ ୩୮ ବର୍ଷ ହୋଇଯାଇଛି। ୨୨ ମେ’ ୧୯୮୧ରେ ମୁକ୍ତିଲାଭ କରିଥିବା...

Advertisement
Archives

Model This Week