Posted inଖେଳ

ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଜମ୍ପ ମାରିଲେ

ଦୁବାଇ,୨୩।୨: ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟଶ ଆୟାର ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଜମ୍ପ ମାରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ ପାଇଁ ଦୁହେଁ ଆଇସିସି ଟି୨୦ ବ୍ୟାଟର ର଼୍ୟାଙ୍କିଙ୍ଗ୍‌ରେ ଯଥାକ୍ରମେ ୨୧ତମ ଓ ୧୧୫ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହା ଦର୍ଶାଇଛି ସଦ୍ୟ ପ୍ରକାଶିତ ଆଇସିସି ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌।

ନିକଟରେ ଶେଷ ହୋଇଥିବା ସିରିଜ୍‌ରେ ସୂର୍ଯ୍ୟ ଭାରତ ପାଇଁ ସର୍ବାଧିକ ରନ୍‌ କରିଥିଲେ। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିଲେ ଆୟାର। ଏଭଳି ପ୍ରଦର୍ଶନ ସହାୟତାରେ ସୂର୍ଯ୍ୟ ୩୫ରୁ ୨୧ତମ ସ୍ଥାନକୁ ଡିଆଁ ମାରିଥିବା ବେଳେ ଆୟାର ୨୦୩ରୁ ୧୧୫ ତମ ସ୍ଥାନ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଲୋକେଶ ରାହୁଲଙ୍କ ମାନ୍ୟତା ଦୁଇଟି ସୋପାନ ତଳକୁ ଖସି ୬ଷ୍ଠ ସ୍ଥାନରେ ପହଞ୍ଚିଛି। କିନ୍ତୁ ପୂର୍ବ ଭଳି ଶ୍ରେଷ୍ଠ ବ୍ୟାଟରଙ୍କ ତାଲିକାରେ ୧୦ମ ସ୍ଥାନରେ ରହିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି। ତେବେ ଟପ୍‌-୧୦ ବୋଲର ଓ ଅଲରାଉଣ୍ଡରଙ୍କ ତାଲିକାରେ ଜଣେ ହେଲେ ଭାରତୀୟ  ସ୍ଥାନ ପାଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ବନ୍ଧନରେ ବାନ୍ଧିହେଲେ ଟିମ୍‌ ଇଣ୍ଡିଆର ଏହି ଅଲ୍‌ରାଉଣ୍ଡର

ଚେନ୍ନାଇ : ଭାରତୀୟ କ୍ରିକେଟର ଦଳର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ବୁଧବାର କୋଭିଡ୍‌ କଟକଣା ମାନି ତାଙ୍କ ପ୍ରେମିକା ବୈଶାଳୀ ବିଶ୍ୱଶ୍ୱରାନଙ୍କୁ ବିବାହ କରିଛନ୍ତି। ଗତବର୍ଷ...

ପୋଲାର୍ଡ ଓ ହାର୍ଦ୍ଦିକଙ୍କଠାରୁ କୌଶଳ ଶିଖିଛନ୍ତି କିଶନ

ଶାରଜା, ୪ା୧୦ (ପି.ଟି.)-କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଅନେକ କୌଶଳ ସେ ହାସଲ କରିପାରିଥିବା କହିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ।...

ରିଦ୍ଧିମାନଙ୍କ ମାଇଲଷ୍ଟୋନ

କୋଲକାତା,୨୨।୧୧(ପି.ଟି.)- ଭାରତୀୟ ଉଇକେଟକିପର ରିଦ୍ଧିମାନ ଶାହା ଶୁକ୍ରବାର କ୍ରିକେଟର ଲମ୍ବା ଫର୍ମାଟରେ କ୍ୟାଚ୍‌ ଓ ଷ୍ଟମ୍ପିଂକୁ ମିଶାଇ ୧୦୦ ଉଇକେଟ ପୂରଣ କରିଛନ୍ତି। ଏହି ସଫଳତା...

ଖୁସିରେ ଗଦଗଦ ହିଟ୍‌ମ୍ୟାନ୍‌

ସାଉଥମ୍ପଟନ୍‌,୮।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଇଂଲଣ୍ଡକୁ ୫୦ ରନରେ ପରାସ୍ତ କରିଛି। ଏହା ସହ ଭାରତ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ...

ପଞ୍ଜାବରେ କବାଡ଼ି ବିଶ୍ୱକପ୍‌

ଚଣ୍ଡିଗଡ଼, ୧୩।୧୧ (ପି.ଟି.):୨୦୧୯ କବାଡ଼ି ବିଶ୍ୱକପ୍‌ ପଞ୍ଜାବରେ ଅନୁଷ୍ଠିତ ହେବ। ଡିସେମ୍ବର ୧ରୁ ୯ ତାରିଖ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ। ସେହିଭଳି ଶିଖ୍‌ ଗୁରୁ...

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ସଫଳତମ ବୋଲର ଅଶ୍ୱିନ

ସାଉଥାମ୍ପଟନ,୨୫।୬ (ପି.ଟି.) : ଭାରତୀୟ ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଉ ଏକ ବଡ଼ଧରଣର ସଫଳତା ହାସଲ କରିଛନ୍ତି। ୨୦୧୯-୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌...

ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫି: ସୁଶ୍ରୀ, ମାଧୁରୀଙ୍କ ଚମତ୍କାର ପ୍ରଦର୍ଶନ; ଇଣ୍ଡିଆ ‘ବି’-‘ସି’ ଫାଇନାଲ

କଟକ ଅଫିସ,୯ା୧-: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ସିନିୟର ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିରେ ଇଣ୍ଡିଆ-ବି ଓ ଇଣ୍ଡିଆ-ସି ଦଳ ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଦୁଇ...

ଟେଲରଙ୍କ ସ୍ବତନ୍ତ୍ର ରେକର୍ଡ

ଓ୍ବେଲିଂଟନ,୨୧।୨(ପି.ଟି.)- ଭେଟେରାନ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରସ ଟେଲର ଶୁକ୍ରବାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ପଡ଼ିଆକୁ ଓହ୍ଲାଇ ଇତିହାସ ରଚିଛନ୍ତି। ପ୍ରତ୍ୟେକ ଫର୍ମାଟରେ ୧୦୦ ମ୍ୟାଚ୍‌...

Advertisement
Archives

Model This Week