Posted inଖେଳ

ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଜମ୍ପ ମାରିଲେ

ଦୁବାଇ,୨୩।୨: ଭାରତୀୟ କ୍ରିକେଟ ଦଳର ମଧ୍ୟକ୍ରମର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟଶ ଆୟାର ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ଜମ୍ପ ମାରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ ପାଇଁ ଦୁହେଁ ଆଇସିସି ଟି୨୦ ବ୍ୟାଟର ର଼୍ୟାଙ୍କିଙ୍ଗ୍‌ରେ ଯଥାକ୍ରମେ ୨୧ତମ ଓ ୧୧୫ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହା ଦର୍ଶାଇଛି ସଦ୍ୟ ପ୍ରକାଶିତ ଆଇସିସି ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌।

ନିକଟରେ ଶେଷ ହୋଇଥିବା ସିରିଜ୍‌ରେ ସୂର୍ଯ୍ୟ ଭାରତ ପାଇଁ ସର୍ବାଧିକ ରନ୍‌ କରିଥିଲେ। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିଲେ ଆୟାର। ଏଭଳି ପ୍ରଦର୍ଶନ ସହାୟତାରେ ସୂର୍ଯ୍ୟ ୩୫ରୁ ୨୧ତମ ସ୍ଥାନକୁ ଡିଆଁ ମାରିଥିବା ବେଳେ ଆୟାର ୨୦୩ରୁ ୧୧୫ ତମ ସ୍ଥାନ ହାସଲ କରିଛନ୍ତି। ଅନ୍ୟପକ୍ଷରେ ଲୋକେଶ ରାହୁଲଙ୍କ ମାନ୍ୟତା ଦୁଇଟି ସୋପାନ ତଳକୁ ଖସି ୬ଷ୍ଠ ସ୍ଥାନରେ ପହଞ୍ଚିଛି। କିନ୍ତୁ ପୂର୍ବ ଭଳି ଶ୍ରେଷ୍ଠ ବ୍ୟାଟରଙ୍କ ତାଲିକାରେ ୧୦ମ ସ୍ଥାନରେ ରହିଛନ୍ତି ପୂର୍ବତନ ଅଧିନାୟକ ବିରାଟ କୋହଲି। ତେବେ ଟପ୍‌-୧୦ ବୋଲର ଓ ଅଲରାଉଣ୍ଡରଙ୍କ ତାଲିକାରେ ଜଣେ ହେଲେ ଭାରତୀୟ  ସ୍ଥାନ ପାଇ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଉ ସାଧୁଛି ମହାନଦୀ ବନ୍ୟା: ନଷ୍ଟ ହେଉଛି ଫସଲ, ଆନ୍ଦୋଳନ ଚେତାବନୀ ଦେଇ ଚାଷୀ କହିଲେ…

ମଜାକାଳପଡ଼ା,୩୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଖଡ଼ାଶାଳୀ ସ୍ଲୁଇସ୍‌କ୍ରିକ ଖୋଲାପଡିଛି। ଏହାଦ୍ୱାରା ମହାନଦୀରେ ଆସିଥିବା ଚତୁର୍ଥ ବନ୍ୟା ଜଳ ପ୍ରବେଶ କରି ଚାଷୀଙ୍କ ଧାନ…

୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି: ୧୧ ଡିସେମ୍ୱର ପର୍ଯ୍ୟନ୍ତ ରହିବାକୁ ହେବ ସତର୍କ, ଆରମ୍ଭ ହେଲା ଘୋର ଶନିଦଶା!

ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ଏବେ ୧୧ ଡିସେମ୍ୱରରେ ଶନି ମାର୍ଗୀ ହେବେ। ଏହି ସମୟ ମଧ୍ୟରେ ଶନିଙ୍କର ବକ୍ରୀ ଚଳନ ୫ଟି…

ଭୟାବହ ଅଗ୍ନିକାଣ୍ଡ: ଶୋ-ରୁମରେ ୫୦ରୁ ଅଧିକ ବାଇକ ଭସ୍ମ

ବାଲେଶ୍ୱର, ୩୦।୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ବୁଧବାର ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ସହଦେବଖୁଣ୍ଟା ମ୍ୟୁନିସିପାଲ ହାଇସ୍କୁଲ ସମ୍ମୁଖରେ ଥିବା ଏକ ହିରୋ ବାଇକ ଶୋ-ରୁମରେ ପୂର୍ବାହ୍ନରେ…

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?