Posted inଖେଳ

ସୂର୍ଯ୍ୟକୁମାର-ଈଶାନ ବିଶ୍ୱକପ୍‌ ଟିମ୍‌ରେ ସ୍ଥାନ ପାଇବାକୁ ଯୋଗ୍ୟ ବୋଲି କହିଲେ ଏହି ଲୋକପ୍ରିୟ କ୍ରିକେଟର

ନୂଆଦିଲ୍ଲୀ,୨୫।୩: ଚଳିତ ବର୍ଷ ଶେଷରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଖେଳାଳି ଚୟନକୁ ନେଇ ଆଲୋଚନା ଜାରି ରହିଛି। ଏପରି ସମୟରେ ଭାରତର ପୂର୍ବ ବ୍ୟାଟ୍ସମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣ ଦୁଇଜଣ କ୍ରିକେଟର ବିଶ୍ୱକପ୍‌ ଦଳରେ ସାମିଲ ହେବାର ଯୋଗ୍ୟତା ରଖିଥିବା କହିଛନ୍ତି। ସେମାନେ ହେଲେ ଈଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବ। ଉଭୟ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପଦାର୍ପଣ କରି ସମସ୍ତଙ୍କୁ ଚମକାଇଛନ୍ତି। ଈଶାନ ଇଂଲଣ୍ଡ ବିପକ୍ଷରେ ୩୨ ବଲ୍‌ରେ ୫୬ ରନ୍‌ ଏବଂ ଯାଦବ ଚତୁର୍ଥ ଏବଂ ପଞ୍ଚମ ଟି୨୦ ମୁକାବିଲାରେ କ୍ରମଶଃ ୩୧ ବଲ୍‌ରେ ୫୭ ଏବଂ ୧୭ ବଲ୍‌ରେ ୩୨ ରନ୍‌ କରିଛନ୍ତି।

ଷ୍ଟାର ସ୍ପୋଟ୍ସର ଏକ କାର୍ଯ୍ୟକ୍ରମରେ ଲକ୍ଷ୍ମଣ କହିଛନ୍ତି, ଚଳିତ ଶୃଙ୍ଖଳାରେ ଅନେକ ଯୁବ କ୍ରିକେଟର ନିଜ ନିଜର ପ୍ରତିଭାକୁ ବେଶ ଭଲ ଭାବେ ପ୍ରଦର୍ଶନ କରିଛନ୍ତି। ମିଳିଥିବା ସୁଯୋଗର ଭରପୂର ଫାଇଦା ସେମାନେ ଉଠାଇଛନ୍ତି। ହେଲେ ଈଶାନ ଏବଂ ସୂର୍ଯ୍ୟକୁମାର ଯେଉଁଭଳି ନିଜର ପ୍ରଥମ ପାଳିରେ ଖେଳିଛନ୍ତି, ଲାଗୁଛି ୧୫ ସଦସ୍ୟ ବିଶିଷ୍ଟ ବିଶ୍ୱକପ୍‌ ଟିମ୍‌ରେ ସେମାନେ ସ୍ଥାନ ପାଇବେ। ଏହା ଚୟନ କରିବା କଷ୍ଟକର ହେଲେ ହେଁ ଉଭୟ ଏଥିପାଇଁ ଯୋଗ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭୁଲ୍‌ କରିଦେଲେ କି କୋହଲି, ପନ୍ତ କହିଲେ ଏମିତି

ଲିଡ୍ସ,୨୬।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ହେଡିଙ୍ଗଲେରେ ଖେଳାଯାଉଛି। ଭାରତ ପ୍ରଥମ ଦିନ ମାତ୍ର ୭୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଟସ ଜିତିବା...

ବଲିଉଡ୍‌ ଷ୍ଟାରଙ୍କଠାରୁ କମ୍‌ ନୁହନ୍ତି ଆଇପିଏଲ୍‌ର ଏହି କ୍ରିକେଟର: ୧୩୫ ମିଟର ଉଚ୍ଚ ଏୟାର ସୁଇଙ୍ଗରେ କରିଥିଲେ ପ୍ରେମ ନିବେଦନ

ଆଇପିଏଲ୍‌ ୨୦୨୦ରେ ରବିବାର ରାଜସ୍ଥାନ ରୟାଲ୍ସ, କିଙ୍ଗସ୍‌ ୧୧ ପଞ୍ଜାବକୁ ୪ ଓ୍ବିକେଟରେ ହରାଇଥିଲା। ପଞ୍ଜାବର ଓପନିଂ ବ୍ୟାଷ୍ଟମ୍ୟାନ ମୟଙ୍କ ଅଗ୍ରଓ୍ବାଲ ୪୫ ବଲରେ ୧୦୦...

ଏଆଇଏଫ୍‌ଏଫ୍‌ ହିରୋ ଏଲିଟ ଲିଗ୍‌: ୧୮ ବର୍ଷରୁ କମ୍‌ ଓଡ଼ିଶା ଏଫ୍‌ସିର ବିଜୟ

ନୂଆଦିଲ୍ଲୀ,୨୧।୧୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମର ୨ ନମ୍ବର ଟ୍ରେନିଂ ପିଚ୍‌ରେ ଖେଳାଯାଇଥିବା ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ହିରୋ ଏଲିଟ୍‌ ଲିଗ୍‌ରେ...

ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ ନାଜିବଙ୍କ ମୃତ୍ୟୁ

କାବୁଲ, ୭ା୧୦ (ପି.ଟି.): ଆଫଗାନିସ୍ତାନ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ନାଜିବ ତାରକାଇଙ୍କର ମୃତ୍ୟୁ ଘଟିଛି। ଗତ ୨ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ସେ ଗୁରୁତର ଭାବେ...

ଅଷ୍ଟ୍ରେଲିଆନ୍‌ ଓପନ୍‌: ଓସାକାଙ୍କୁ ଚତୁର୍ଥ ଗ୍ରାଣ୍ଡସ୍ଲାମ ଟାଇଟଲ

ମେଲବୋର୍ନ,୨୧।୨(ଏପି): ଜାପାନ ମହିଳା ଟେନିସ ତାରକା ନାଓମି ଓସାକା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଶନିବାର ଅନୁଷ୍ଠିତ...

କମ୍‌ ବୟସରେ ପ୍ରେମରେ ପଡିଥିଲେ ଏହି କ୍ରିକେଟର୍‌: ଏବେ ଗର୍ଲପ୍ରେଣ୍ଡଙ୍କ ସହ କରୁଛନ୍ତି ମସ୍ତି

କରୋନା ଯୋଗୁ ଆଇପିଏଲ୍‌ ସ୍ଥଗିତ ହେବା ପରେ ଏବେ କ୍ରିକେଟର୍‌ମାନେ ନିଜ ନିଜ ଘରକୁ ଫେରିଛନ୍ତି। କିଛି କ୍ରିକେଟର୍‌ ଗୋଆରେ ଛଟି କାଟୁଛନ୍ତି। ପୃଥ୍ବୀ ଶ’ଙ୍କ...

‘ବିରାଟ କୋହଲି ଜନ୍ମ ହୋଇ ନ ଥିବାବେଳେ ବି ଭାରତ ମ୍ୟାଚ୍‌ ଜିତୁଥିଲା’

କୋଲକାତା, ୨୫।୧୧: ଭାରତୀୟ ଅଧିନାୟକ ବିରାଟ କୋହଲି ଯେତେବେଳେ ଜନ୍ମ ହୋଇ ନ ଥିଲେ ସେତେବେ ବି ଭାରତ ମ୍ୟାଚ୍‌ ଜିତୁଥିଲା ବୋଲି ଲିଟିଲ୍‌ମାଷ୍ଟର ସୁନୀଲ...

ପାକିସ୍ତାନ ହାରିବା ପରେ ଉତ୍ସବ ପାଳିଲେ ବେଲୁଚିସ୍ତାନ ବାସିନ୍ଦା ! ଦେଖନ୍ତୁ ଭିଡିଓ

ଇସଲାମାବାଦ,୧୩।୧୧: ଟି -୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପାକିସ୍ତାନର ପରାଜୟ ପରେ ଲୋକମାନେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏହି ପରାଜୟରେ ପାକିସ୍ତାନୀ କ୍ରିକେଟ ପ୍ରଶଂସକମାନେ...

Advertisement
Archives

Model This Week