୧୨ ଅଗଷ୍ଟରେ ଆକାଶରେ ବଡ଼ ମହାଜାଗତିକ ଘଟଣା: ଏହି ରାଶି ଉପରେ ମାଡ଼ିଆସୁଛି ବଡ଼ ସଙ୍କଟ! ରୁହନ୍ତୁ ସତର୍କ

୧୨ ଅଗଷ୍ଟ ୨୦୨୬ ରାତିରେ ଆକାଶରେ ଏକ ବଡ଼ ଖଗୋଳୀୟ ଘଟଣା ଘଟିବାକୁ ଯାଉଛି। ଚନ୍ଦ୍ର କିଛି ସମୟ ପାଇଁ ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଢାଙ୍କିଦେବ। ବିଶ୍ୱର ଅନେକ ସ୍ଥାନରେ ଦିନ ସମୟରେ ଅନ୍ଧାର ଛାଇଯିବ। ତେବେ ଭାରତରେ ସେହି ସମୟରେ ରାତି ରହିବ। ତେଣୁ ଭାରତରୁ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ଦେଖିବାକୁ ମିଳିବ ନାହିଁ।

ଭାରତରେ ଗ୍ରହଣ ଦୃଶ୍ୟମାନ ହେବ ନାହିଁ ବୋଲି ଏଠାରେ ସୂତକ ମଧ୍ୟ ମାନ୍ୟ ହେବ ନାହିଁ। ପୂଜାପାଠ, ମନ୍ଦିର ଦର୍ଶନ ଏବଂ ଦୈନନ୍ଦିନ କାର୍ଯ୍ୟ ସାଧାରଣ ଭାବେ କରାଯାଇପାରିବ। ତଥାପି ଜ୍ୟୋତିଷ ବିଶେଷଜ୍ଞମାନେ ଏହି ଗ୍ରହଣକୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବହୀନ ବୋଲି ମାନୁନାହାନ୍ତି।

ଏହାର କାରଣ ହେଉଛି ଏହି ଗ୍ରହଣ କର୍କଟ ରାଶି ଏବଂ ଆଶ୍ଳେଷା ନକ୍ଷତ୍ରରେ ଲାଗିବ। ଗ୍ରହଣ ସମୟରେ ସୂର୍ଯ୍ୟ ଓ ଚନ୍ଦ୍ର ଏକେ ରାଶିରେ ଅବସ୍ଥାନ କରିବେ। ସେହି ସମୟରେ ଅମାବାସ୍ୟା ମଧ୍ୟ ରହିବ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ଏଭଳି ସ୍ଥିତି ବ୍ୟକ୍ତିର ମନ, ପରିବାର, ପଦ-ପ୍ରତିଷ୍ଠା ଏବଂ ନିଷ୍ପତ୍ତି ନେବା କ୍ଷମତା ଉପରେ ପ୍ରଭାବ ପକାଇପାରେ।
ବିଶେଷ ଭାବେ କର୍କଟ, ମକର, ମେଷ ଏବଂ ତୁଳା ରାଶିର ଲୋକମାନଙ୍କୁ ଟିକେ ସତର୍କ ହୋଇ ଚାଲିବାକୁ ପରାମର୍ଶ ଦିଆଯାଉଛି।

ବୈଜ୍ଞାନିକ ଦୃଷ୍ଟିରୁ ପ୍ରତ୍ୟେକ ସୂର୍ଯ୍ୟଗ୍ରହଣ ଅମାବାସ୍ୟା ଦିନରେ ହିଁ ହୋଇଥାଏ। ଅମାବାସ୍ୟା ସମୟରେ ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ ଆସିଥାଏ। କିନ୍ତୁ ପ୍ରତ୍ୟେକ ଅମାବାସ୍ୟାରେ ଏହି ତିନୋଟି ମହାଜାଗତିକ ପିଣ୍ଡ ଗୋଟିଏ ସିଧା ରେଖାରେ ରହନ୍ତି ନାହିଁ। ଏହି କାରଣରୁ ପ୍ରତି ମାସରେ ସୂର୍ଯ୍ୟଗ୍ରହଣ ହୋଇନଥାଏ।

୧୨ ଅଗଷ୍ଟର ଗ୍ରହଣ ଏଥିପାଇଁ ବିଶେଷ, କାରଣ ଏହା ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ହେବ। ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ସ୍ପେନ, ଉତ୍ତର ରୁଷିଆ ଏବଂ ପର୍ତ୍ତୁଗାଲର ଏକ ଛୋଟ ଅଞ୍ଚଳରେ ସୂର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ଢାଙ୍କିଯିବ। ୟୁରୋପ, ଉତ୍ତର ଆମେରିକା ଏବଂ ଆଫ୍ରିକାର କିଛି ଅଞ୍ଚଳରେ ଆଂଶିକ ସୂର୍ଯ୍ୟଗ୍ରହଣ ଦେଖାଯିବ। ଅଧିକାଂଶ ସ୍ଥାନରେ ପୂର୍ଣ୍ଣ ଗ୍ରହଣର ସ୍ଥିତି ଦୁଇ ମିନିଟରୁ କମ ସମୟ ପର୍ଯ୍ୟନ୍ତ ରହିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?