ନିଶା ସଙ୍ଗୀତ, ପେସା ଶିକ୍ଷକତା: ଲୋକକଳାର ପ୍ରଚାର ପ୍ରସାରରେ ମଦନ ସୁନ୍ଦର

ଅମରପାଲି,୧୩ା୧୧(ପୀତାମ୍ବର ସାହୁ):ପେଶାରେ ଜଣେ ଶିକ୍ଷକ, ହେଲେ ନିଶା ତାଙ୍କର ସଙ୍ଗୀତ। ଶ୍ରେଣୀଗୃହରେ ପିଲାଙ୍କୁ ଶିକ୍ଷାଦାନ କରୁଥିବାବେଳେ ମଞ୍ଚରେ ସେ ପାଲଟି ଯାଆନ୍ତି ଜଣେ ସୁନ୍ଦର କଣ୍ଠଶିଳ୍ପୀ ଓ ଲୋକକଳାର ସାଧକ। ନିଜର ପ୍ରତିଭା, ନିଷ୍ଠା ଓ ସାଧନା ବଳରେ ପଶ୍ଚିମ ଓଡ଼ିଶାର ସଙ୍ଗୀତ ଜଗତରେ ଏକ ପରିଚିତ ନାମ ମଦନ ସୁନ୍ଦର ଭୋଇ (୩୬) ହୋଇପାରିଛନ୍ତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମର ମଦନ ୨୦୧୧ରୁ ଶିକ୍ଷକତା ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ଘିଚାପାଲି ସରକାରୀ ୟୁପି ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ। ପିଲାଙ୍କୁ ପାଠ ପଢ଼ାଇବା ସହ ସଙ୍ଗୀତ ସାଧନାକୁ ମଧ୍ୟ ସେ ସମାନ ଗୁରୁତ୍ୱ ଦେଇଆସୁଛନ୍ତି। ତାଙ୍କ ସ୍ତ୍ରୀ ସୁକାନ୍ତି ଜଗଦଲା ଜଣେ ଗୃହିଣୀ। ୨ ଯାଅଁାଳା ଝିଅ ସିଦ୍ଧି ବୈଷ୍ଣବୀ ଓ ଶକ୍ତି ବୈଷ୍ଣବୀଙ୍କୁ ନେଇ ତାଙ୍କ ପରିବାର। ମଦନଙ୍କ ସଙ୍ଗୀତ ପ୍ରତି ଆକର୍ଷଣ ପଛରେ ରହିଛି ଏକ ସୁନ୍ଦର ପାରିବାରିକ ପ୍ରେରଣା। ତାଙ୍କ ସ୍ବର୍ଗତ ପିତା ମହେନ୍ଦ୍ର ଭୋଇ ଜଣେ ସଙ୍କୀର୍ତ୍ତନ ଗାୟକ ଥିଲେ। ପିଲାଦିନେ ବାପାଙ୍କ ମୁହଁରୁ ସଙ୍କୀର୍ତ୍ତନ ଶୁଣିବା ସହ ଅଞ୍ଚଳର ବିଭିନ୍ନ ଗ୍ରାମରେ ଆୟୋଜିତ ନାମଯଜ୍ଞକୁ ତାଙ୍କ ସହ ଯାଇ ସଙ୍କୀର୍ତ୍ତନ ଦେଖିବାର ସୁଯୋଗ ପାଉଥିଲେ। ଏହି ପରିବେଶ ତାଙ୍କ ମନରେ ସଙ୍ଗୀତ ପ୍ରତି ଗଭୀର ଆଗ୍ରହ ସୃଷ୍ଟି କରିଥିଲା। ବାପା ମହେନ୍ଦ୍ର ହିଁ ଥିଲେ ତାଙ୍କର ପ୍ରଥମ ସଙ୍ଗୀତ ଗୁରୁ। ସେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ସମୟରେ ଗଁା ସ୍କୁଲରେ ଆୟୋଜିତ ସଙ୍ଗୀତ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନ ହାସଲ କରିଥିଲେ। ଏହି ସଫଳତା ତାଙ୍କ ମନରେ ସଙ୍ଗୀତ ପ୍ରତି ଆଗ୍ରହକୁ ଆହୁରି ବଢ଼ାଇ ଦେଇଥିଲା। ପରବର୍ତ୍ତୀ ସମୟରେ ସ୍କୁଲ, କଲେଜ, ପ୍ରଶିକ୍ଷଣ କେନ୍ଦ୍ର ଏବଂ ଶିକ୍ଷକତା ସମୟରେ ବିଭିନ୍ନ ତାଲିମ କାର୍ଯ୍ୟକ୍ରମରେ ତାଙ୍କ ସଙ୍ଗୀତ ପରିବେଷଣକୁ ସହପାଠୀ ଓ ସହକର୍ମୀମାନେ ବେଶ ପସନ୍ଦ କରିବା ସହ ଉତ୍ସାହିତ କରିଥିଲେ। ସଙ୍ଗୀତ ପ୍ରତି ଏହି ଆଗ୍ରହକୁ ନେଇ ମଦନ ‘ଭୀମଭୋଇ କଳା ନିକେତନ’ ନାମକ ଏକ ଲୋକନୃତ୍ୟ ଦଳ ଗଢ଼ିଛନ୍ତି। ଏହି ଦଳରେ ପ୍ରାୟ ୨୦ ଜଣ କଳାକାର ରହିଛନ୍ତି। ଦଳ ମାଧ୍ୟମରେ ସେ ନିଜେ ରୋଜଗାର କରିବା ସହ ଅନ୍ୟ କଳାକାରମାନଙ୍କୁ ମଧ୍ୟ ଜୀବିକା ନିର୍ବାହର ସୁଯୋଗ ଯୋଗାଇ ଦେଇପାରିଛନ୍ତି। ଏହି ଦଳକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ରାଜ୍ୟ ବାହାରକୁ ଯାଇ ପଶ୍ଚିମ ଓଡ଼ିଶାର ଲୋକଗୀତ ଓ ଲୋକନୃତ୍ୟର ପ୍ରଚାର ପ୍ରସାର କରୁଛନ୍ତି। ସୁବର୍ଣ୍ଣପୁର ଜିଲା ସମେତ ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଖୋର୍ଦ୍ଧା, ଭୁବନେଶ୍ୱର, ସୁନ୍ଦରଗଡ଼ ଓ କୋରାପୁଟ ଆଦି ଅଞ୍ଚଳରେ ସେ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଛନ୍ତି। ଏଥିସହ ସଙ୍ଗୀତ ଓ ଲୋକନୃତ୍ୟ ପରିବେଷଣ କରି ସେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି। କେବଳ ମଞ୍ଚରେ ସଙ୍ଗୀତ ପରିବେଷଣ ନୁହେଁ, ସଙ୍ଗୀତ ରଚନା ଓ ନିର୍ଦ୍ଦେଶନା କ୍ଷେତ୍ରରେ ମଧ୍ୟ ତାଙ୍କର ରୁଚି ରହିଛି। ସମ୍ବଲପୁରୀ ଓ କୋଶଳୀ ଭାଷାରେ ୧୦ରୁ ଅଧିକ ଗୀତରେ ସେ କଣ୍ଠଦାନ କରିଛନ୍ତି। ତାଙ୍କର ଲୋକପ୍ରିୟ ଗୀତ ମଧ୍ୟରେ ‘ନୂଆଁଖାଇ ତିହାର’, ‘ମହିଷା ମର୍ଦ୍ଦିନୀ’, ‘୫୦୫ ଦେଇ ଦେଲାନ’, ‘ସେଟିଙ୍ଗ ହେବୁ’ ଓ ‘ଚିକିନି ଗାଲି’ ଆଦି ରହିଛି। ନିଜର ସଙ୍ଗୀତ ସାଧନା ସହ ନୂଆ ପିଢ଼ିକୁ ଲୋକକଳା ଓ ସଙ୍ଗୀତ ପ୍ରତି ଆକୃଷ୍ଟ କରିବା ମଧ୍ୟ ମଦନଙ୍କ ଅନ୍ୟତମ ଲକ୍ଷ୍ୟ। ଏଥିପାଇଁ ସେ ଅଞ୍ଚଳର ଛୋଟ ଛୋଟ ପିଲାଙ୍କୁ ବିନା ପାରିଶ୍ରମିକରେ ସଙ୍ଗୀତ ଶିକ୍ଷା ପ୍ରଦାନ କରୁଛନ୍ତି। ଜଣେ ଶିକ୍ଷକ ଭାବେ ଶିକ୍ଷାଦାନ ଓ ଜଣେ କଳାକାର ଭାବେ ଲୋକକଳାର ସୁରକ୍ଷା ତଥା ପ୍ରଚାର ପ୍ରସାରରେ ତାଙ୍କର ଏହି ଉଦ୍ୟମ ନିଶ୍ଚିତ ଭାବେ ପ୍ରଶଂସନୀୟ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସ୍ତରରେ ସମ୍ମାନିତ ହେଲେ ଲାଞ୍ଜିଗଡ଼ର ଚାଷୀ ବୁଦ୍ରି ମାଝୀ

ଲାଞ୍ଜିଗଡ଼,୧୩ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ କର୍ଣ୍ଣମୁଣ୍ଡା ଗ୍ରାମର ବୁଦ୍ରି ମାଝୀ ଦୃଢ଼ ଇଚ୍ଛାଶକ୍ତି, ନିଷ୍ଠା ଓ ଅକ୍ଳାନ୍ତ ପରିଶ୍ରମ…

ଦାରିଙ୍ଗବାଡିରେ ପାରଦ ତଳମୁହାଁ: ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଉଛି। ପାରଦ ତଳମୁହାଁ ହୋଇ ଶୁକ୍ରବାର ସକାଳ…

ଦେବାଳୟ ଉପରେ ଦୁର୍ବୃତ୍ତଙ୍କ ଲୋଲୁପଦୃଷ୍ଟି: ମୂଲ୍ୟବାନ ସାମଗ୍ରୀ ଗାଏବ

ଅମରପାଲି,୧୩୧୧(ପୀତାମ୍ବର ସାହୁ):ଦେବଦେବୀଙ୍କ ପୀଠ ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ। ରାତିର ଅନ୍ଧାରରେ ମନ୍ଦିରର ତାଲା ଭାଙ୍ଗି କେଉଁଠି ହୁଣ୍ଡି ଲୁଟ ହେଉଛି ତ ଆଉ କେଉଁଠି ବିରଳ ମୂର୍ତ୍ତି,…

ଯୋଡାରେ ଚାଞ୍ଚଲ୍ୟ, ଭଡ଼ା ଘରୁ ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର,୧୩।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ଯୋଡା ସହର କଣ୍ଟ୍ରାକ୍ଟର କଲୋନୀରେ ଅଭାବନୀୟ ଘଟଣା । ଏକ ଭଡ଼ା ଘରୁ ଉଦ୍ଧାର…

ଚିତ୍ରସେନ ଦାଶଙ୍କୁ ମିଳିଲା ମହାବୀର ସମ୍ମାନ: ଲୋକନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ

କର୍ଲାମୁଣ୍ଡା, ୧୩।୧୧ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ଅନୁଷ୍ଠାନ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଭବାନୀପାଟଣାଠାରେ ୬୨ତମ ମହାବୀର ମହୋତ୍ସବ ଆୟୋଜିତ ହୋଇଯାଇଛି। ଏହି…

ଅବିନାଶଙ୍କୁ ଧକ୍କା ଦେଲା କାର୍‌: ଜାତୀୟ ରାଜପଥ ଉପରେ ଘଟିଲା…

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ଗ୍ରାମର ୫୯ ନଂ ଜାତୀୟ ରାଜପଥ ଉପରେ ଶୁକ୍ରବାର ଗୋଟିଏ କାର ସହ ବାଇକର…

ଦୃଷ୍ଟି ଆଢୁଆଳରେ ତଳକିଲାବାଡ଼ି ଗାଁ: ଧାନ ଚାଷ ପାଇଁ ଜୀବନ ବାଜିରେ ୧୮ ପରିବାର

ଦାରିଙ୍ଗବାଡ଼ି, ୧୩।୧୧ (ଅରୁଣ ସାହୁ):ଚାରିପଟେ ପାହାଡ଼, ଘଞ୍ଚ ଜଙ୍ଗଲ, ନଦୀ ଓ ନାଳ। ଏହାରି ମଧ୍ୟରେ ରହିଛି ଏକ ଦୁର୍ଗମ ଗାଁ ତଳକିଲାବାଡ଼ି । ଯେଉଁଠି ବିକାଶର…

ଭଦ୍ରକରେ ଭୟଙ୍କର ଦୁର୍ଘଟଣା; ଟ୍ରଲରକୁ ପିଟିଲା ପୋଲିସ ଗାଡ଼ି; ମୃୃତ୍ୟୁ ସଂଖ୍ୟା…

ବାସୁଦେବପୁର,୧୩।୧୧(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲାର ବାସୁଦେବପୁର, ଧାମରା ରାସ୍ତାର ବିରସ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁବାର ବିଲମ୍ବିତ ରାତିରେ ପୋଲିସ ଗାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?