ଚିତ୍ରସେନ ଦାଶଙ୍କୁ ମିଳିଲା ମହାବୀର ସମ୍ମାନ: ଲୋକନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ

କର୍ଲାମୁଣ୍ଡା, ୧୩।୧୧ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ଅନୁଷ୍ଠାନ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଭବାନୀପାଟଣାଠାରେ ୬୨ତମ ମହାବୀର ମହୋତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଲୋକନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାଟ୍ୟକାର ଚିତ୍ରସେନ ଦାଶଙ୍କୁ ‘ମହାବୀର ସମ୍ମାନ’ରେ ସମ୍ମାନିତ କରାଯାଇଛି।
ଚିତ୍ରସେନ ଦାଶ ଦୀର୍ଘଦିନ ଧରି ଲୋକନାଟକ ଓ ଗୀତିନାଟ୍ୟ ରଚନା କରି ଗ୍ରାମାଞ୍ଚଳରେ ଲୋକକଳାର ପ୍ରଚାର ଓ ପ୍ରସାରରେ ଅବଦାନ ରଖିଆସୁଛନ୍ତି। ତାଙ୍କ ରଚିତ ‘ଲକ୍ଷ୍ମୀ ସୁଆଙ୍ଗ’, ‘କୃଷ୍ଣଲୀଳା’, ‘ନାଗାର୍ଜୁନ’, ‘ତ୍ରିନାଥ ମେଳା’, ‘ଶନିଶ୍ଚର ମେଳା’, ‘ଜଳନ୍ଧର ବଧ’, ‘ପଶାଖେଳ’, ‘ଉତ୍ତରାବାଳି ବିବାହ’, ‘ପତି ପାଦ ଧରି କାନ୍ଦୁଛି ସତୀ’ ଓ ‘ରାହୁ ଗିଳିଦେଲା ପୁନେଇଁ ଜହ୍ନ’ ଆଦି ନାଟକ ବିଭିନ୍ନ ଗ୍ରାମରେ ଶତାଧିକ ଥର ମଞ୍ଚସ୍ଥ ହୋଇ ଦର୍ଶକଙ୍କ ଉଚ୍ଚ ପ୍ରଶଂସା ସାଉଁଟିଛି।

ମହାବୀର ସାଂସ୍କୃତିକ ଅନୁଷ୍ଠାନ ଭଳି ଏକ ଅଗ୍ରଣୀ ଅନୁଷ୍ଠାନ ପକ୍ଷରୁ ତାଙ୍କ ପ୍ରତିଭା ଓ କଳାସାଧନାକୁ ସମ୍ମାନ ଜଣାଇବା ଲୋକକଳାର ସୁରକ୍ଷା ଓ ପ୍ରସାର ଦିଗରେ ନୂତନ ପ୍ରେରଣା ଯୋଗାଇଛି।

ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ଡ. ଅଜୟ କୁମାର ମିଶ୍ର ସଭାପତିତ୍ୱ କରିଥିବାବେଳେ ଅତିଥି ଭାବେ କଳାହାଣ୍ଡିର ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ ଓ ଜିଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଯୋଗଦେଇଥିଲେ ସୂଚନାଯୋଗ୍ୟ, ଚିତ୍ରସେନ ଦାଶ କଳାହାଣ୍ଡି ଜିଲାର କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମର ବାସିନ୍ଦା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନିଶା ସଙ୍ଗୀତ, ପେସା ଶିକ୍ଷକତା: ଲୋକକଳାର ପ୍ରଚାର ପ୍ରସାରରେ ମଦନ ସୁନ୍ଦର

ଅମରପାଲି,୧୩ା୧୧(ପୀତାମ୍ବର ସାହୁ):ପେଶାରେ ଜଣେ ଶିକ୍ଷକ, ହେଲେ ନିଶା ତାଙ୍କର ସଙ୍ଗୀତ। ଶ୍ରେଣୀଗୃହରେ ପିଲାଙ୍କୁ ଶିକ୍ଷାଦାନ କରୁଥିବାବେଳେ ମଞ୍ଚରେ ସେ ପାଲଟି ଯାଆନ୍ତି ଜଣେ ସୁନ୍ଦର କଣ୍ଠଶିଳ୍ପୀ ଓ…

ଦାରିଙ୍ଗବାଡିରେ ପାରଦ ତଳମୁହାଁ: ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଉଛି। ପାରଦ ତଳମୁହାଁ ହୋଇ ଶୁକ୍ରବାର ସକାଳ…

ଦେବାଳୟ ଉପରେ ଦୁର୍ବୃତ୍ତଙ୍କ ଲୋଲୁପଦୃଷ୍ଟି: ମୂଲ୍ୟବାନ ସାମଗ୍ରୀ ଗାଏବ

ଅମରପାଲି,୧୩୧୧(ପୀତାମ୍ବର ସାହୁ):ଦେବଦେବୀଙ୍କ ପୀଠ ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ। ରାତିର ଅନ୍ଧାରରେ ମନ୍ଦିରର ତାଲା ଭାଙ୍ଗି କେଉଁଠି ହୁଣ୍ଡି ଲୁଟ ହେଉଛି ତ ଆଉ କେଉଁଠି ବିରଳ ମୂର୍ତ୍ତି,…

ଯୋଡାରେ ଚାଞ୍ଚଲ୍ୟ, ଭଡ଼ା ଘରୁ ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର,୧୩।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ଯୋଡା ସହର କଣ୍ଟ୍ରାକ୍ଟର କଲୋନୀରେ ଅଭାବନୀୟ ଘଟଣା । ଏକ ଭଡ଼ା ଘରୁ ଉଦ୍ଧାର…

ଅବିନାଶଙ୍କୁ ଧକ୍କା ଦେଲା କାର୍‌: ଜାତୀୟ ରାଜପଥ ଉପରେ ଘଟିଲା…

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ଗ୍ରାମର ୫୯ ନଂ ଜାତୀୟ ରାଜପଥ ଉପରେ ଶୁକ୍ରବାର ଗୋଟିଏ କାର ସହ ବାଇକର…

ଦୃଷ୍ଟି ଆଢୁଆଳରେ ତଳକିଲାବାଡ଼ି ଗାଁ: ଧାନ ଚାଷ ପାଇଁ ଜୀବନ ବାଜିରେ ୧୮ ପରିବାର

ଦାରିଙ୍ଗବାଡ଼ି, ୧୩।୧୧ (ଅରୁଣ ସାହୁ):ଚାରିପଟେ ପାହାଡ଼, ଘଞ୍ଚ ଜଙ୍ଗଲ, ନଦୀ ଓ ନାଳ। ଏହାରି ମଧ୍ୟରେ ରହିଛି ଏକ ଦୁର୍ଗମ ଗାଁ ତଳକିଲାବାଡ଼ି । ଯେଉଁଠି ବିକାଶର…

ଭଦ୍ରକରେ ଭୟଙ୍କର ଦୁର୍ଘଟଣା; ଟ୍ରଲରକୁ ପିଟିଲା ପୋଲିସ ଗାଡ଼ି; ମୃୃତ୍ୟୁ ସଂଖ୍ୟା…

ବାସୁଦେବପୁର,୧୩।୧୧(ନାରାୟଣ ପ୍ରସାଦ ବାରିକ୍): ଭଦ୍ରକ ଜିଲାର ବାସୁଦେବପୁର, ଧାମରା ରାସ୍ତାର ବିରସ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଗୁରୁବାର ବିଲମ୍ବିତ ରାତିରେ ପୋଲିସ ଗାଡ଼ି…

ଖଣି ଅଞ୍ଚଳ: ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌

ଖଣିଜ ସମ୍ପଦରେ ଭରପୂର ଯାଜପୁର ଜିଲା ଏବେ ଜଳବାୟୁ ପରିବର୍ତ୍ତନର ନୂଆ ହଟ୍‌ସ୍ପଟ୍‌ ପାଲଟିଛି। ଖଣି ଖନନ, ଜଙ୍ଗଲ କ୍ଷୟ, ପାହାଡ଼ କଟା, ଶିଳ୍ପ ପ୍ରଦୂଷଣ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?