ଦେବାଳୟ ଉପରେ ଦୁର୍ବୃତ୍ତଙ୍କ ଲୋଲୁପଦୃଷ୍ଟି: ମୂଲ୍ୟବାନ ସାମଗ୍ରୀ ଗାଏବ

ଅମରପାଲି,୧୩୧୧(ପୀତାମ୍ବର ସାହୁ):ଦେବଦେବୀଙ୍କ ପୀଠ ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟରେ। ରାତିର ଅନ୍ଧାରରେ ମନ୍ଦିରର ତାଲା ଭାଙ୍ଗି କେଉଁଠି ହୁଣ୍ଡି ଲୁଟ ହେଉଛି ତ ଆଉ କେଉଁଠି ବିରଳ ମୂର୍ତ୍ତି, ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ଗାଏବ ହୋଇଯାଉଛି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ଏଭଳି ଚୋରି ଘଟଣା ବାରମ୍ବାର ଘଟୁଥିବାରୁ ମନ୍ଦିରଗୁଡ଼ିକର ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଅନେକ ଘଟଣାରେ ଚୋରି ସାମଗ୍ରୀ ଉଦ୍ଧାର ହୋଇପାରୁ ନ ଥିବାବେଳେ ଅଭିଯୁକ୍ତଙ୍କ ପତ୍ତା ମିଳୁନାହିଁ। ଫଳରେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ରାଜାରାଜୁଡ଼ା ଅମଳର ଅନେକ ପ୍ରାଚୀନ ଓ ପ୍ରସିଦ୍ଧ ମନ୍ଦିର ରହିଛି। କୋଟସମଲାଇର ପାତାଳୀ ଶ୍ରୀକ୍ଷେତ୍ର, କୁତମେଣ୍ଡାର ମା’ ମେଟାକାନୀ, ଚମ୍ପାମାଳର ଚମ୍ପେଶ୍ୱର, ଗୋଧନେଶ୍ୱର ଶିବ ମନ୍ଦିର, ତେଲେଣ୍ଡାର ରଣେଶ୍ୱର ରାମଚଣ୍ଡୀ ଓ ସୁନାରିବେର୍ଣ୍ଣୀର ସ୍ବପ୍ନେଶ୍ୱର ମନ୍ଦିର ସମେତ ବିଭିନ୍ନ ଦେବାଳୟ ଅଞ୍ଚଳର ଆସ୍ଥା ଓ ସଂସ୍କୃତିର ପ୍ରତୀକ। ଏହି ମନ୍ଦିରଗୁଡ଼ିକରେ ପୁରାତନ ଧାତୁ ନିର୍ମିତ ମୂର୍ତ୍ତି, ଅଳଙ୍କାର, ପାଟବସ୍ତ୍ର ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ରହିଛି। କୋଟସମଲାଇସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରରୁ ୨୦୨୪ ଅଗଷ୍ଟ ୨୧ରେ ବଡ଼ଧରଣର ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ମନ୍ଦିରର ତାଲା କାଟି ହୁଣ୍ଡି, ୩ଟି ଆମ୍ପ୍ଲିଫାୟର ଓ ମହାପ୍ରଭୁଙ୍କ ପାଟଶାଢ଼ି ସମେତ ମୂଲ୍ୟବାନ ବସ୍ତ୍ର ଚୋରି କରିଥିଲେ। ଏ ନେଇ ବୀରମହାରାଜପୁର ଥାନାରେ ନଂ.୨୨/୨୪ରେ ମାମଲା ରୁଜୁ ହୋଇଥିଲା। ଏହା ପୂର୍ବରୁ ୨୦୨୩ ଓ ୨୦୨୧ରେ ମଧ୍ୟ ଏହି ମନ୍ଦିରରୁ ହୁଣ୍ଡି ଚୋରି ହୋଇଥିବା ଅଭିଯୋଗ ରହିଛି। ସେହିପରି ୨୦୨୪ ଡିସେମ୍ବର ୨୦ରେ ଗୋଧନେଶ୍ୱର ଶିବ ମନ୍ଦିରରୁ ୬ଟି ପିତଳ ମୂର୍ତ୍ତି ଚୋରି ହୋଇଥିଲା। ଏ ନେଇ ନଂ. ୩୪୫/୨୪ରେ ମାମଲା ରୁଜୁ ହୋଇଥିଲା। ପରେ ପୋଲିସ ଏକ ଡକାୟତ ଦଳକୁ ଧରି ୭ଟି ବିରଳ ମୂର୍ତ୍ତି ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା। ତେବେ ଜବତ ମୂର୍ତ୍ତି ଗୋଧନେଶ୍ୱର ମନ୍ଦିରର ବୋଲି ପୋଲିସ କହୁଥିବାବେଳେ ସେବାୟତମାନେ ଏହାକୁ ଅସ୍ବୀକାର କରିଛନ୍ତି। ଫଳରେ ମୂର୍ତ୍ତି ଉଦ୍ଧାରକୁ ନେଇ ଦ୍ୱନ୍ଦ୍ୱ ରହିଛି। ଏପରିକି ବୀରମହାରାଜପୁର ସହରର ତ୍ରିବେଣୀ ଛକସ୍ଥିତ ଦୁର୍ଗା ମନ୍ଦିରରୁ ଅକ୍ଟୋବର ୨୫ରେ ହୁଣ୍ଡି ଲୁଟ ହୋଇଥିଲା। ଥାନାଠାରୁ ମାତ୍ର ଶହେ ମିଟର ଦୂରରେ ଏହି ଘଟଣା ଘଟିଥିବାବେଳେ ନଂ. ୨୫୮/୨୬ରେ ମାମଲା ରୁଜୁ ହୋଇଛି। ଏହାର ଦୁଇଦିନ ପରେ ତ୍ରିକୂଟ ପାହାଡ଼ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ରକୁ ଟଣାଯାଇଥିବା ପ୍ରାୟ ୧୦ଲକ୍ଷ ଟଙ୍କାର ବିଦ୍ୟୁତ୍‌ ତାର ଚୋରି ହୋଇଥିଲା। ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କୁତମେଣ୍ଡାର ମେଟାକାନୀ ମନ୍ଦିରରୁ ମଧ୍ୟ ପୂର୍ବରୁ ୨ ଥର ଚୋରି ହୋଇଥିବା ଅଭିଯୋଗ ରହିଛି। ପାତାଳୀ ଟ୍ରଷ୍ଟର ଟ୍ରଷ୍ଟି ସଭ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ କହିବାନୁଯାୟୀ, ମନ୍ଦିରରେ ପୋଲିସ ମୂତୟନ ପାଇଁ ଦାବି ପରେ କିଛିଦିନ ରାତ୍ରିକାଳୀନ ସୁରକ୍ଷା ବ୍ୟବସ୍ଥା ହୋଇଥିଲା। ମାତ୍ର ଏବେ ତାହା ବନ୍ଦ ହୋଇଯାଇଛି। ଫଳରେ ଟ୍ରଷ୍ଟ ପକ୍ଷରୁ ଜଣେ ଜଗୁଆଳି ନିଯୁକ୍ତ କରାଯାଇଛି। ଗୋଧନେଶ୍ୱର ମନ୍ଦିରର ପୂଜକ ବାବୁଲୁ ବିଶି ମଧ୍ୟ ମନ୍ଦିରଗୁଡ଼ିକରେ ରାତ୍ରିକାଳୀନ ପହରା ଓ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଦାବି କରିଛନ୍ତି। ଏ ନେଇ ଉପଖଣ୍ଡୀୟ ପୋଲିସ ଅଧିକାରୀ ହେମନ୍ତ ରାଓ କହିଛନ୍ତି, ମନ୍ଦିର ସୁରକ୍ଷା ପାଇଁ ପୋଲିସ ସଜାଗ ରହିଛି। ସୀମିତ ପୋଲିସ କର୍ମଚାରୀଙ୍କୁ ନେଇ ରାତ୍ରିକାଳୀନ ପାଟ୍ରୋଲିଂ କରାଯାଉଛି। ମନ୍ଦିର ପରିଚାଳନା କମିଟିଗୁଡ଼ିକ ମଧ୍ୟ ସିସିଟିଭି କ୍ୟାମେରା ଲଗାଇ ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ଆବଶ୍ୟକ। ତେବେ ବାରମ୍ବାର ଚୋରି ଘଟଣା ପରେ ମଧ୍ୟ ମନ୍ଦିରଗୁଡ଼ିକର ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା କେବେ ହେବ, ତାହା ଏବେ ବଡ଼ ପ୍ରଶ୍ନ। କେବଳ ଚୋରି ପରେ ତଦନ୍ତ ନୁହେଁ, ଚୋରି ରୋକିବାକୁ ନିୟମିତ ପୋଲିସ ପାଟ୍ରୋଲିଂ, ସିସିଟିଭି, ରାତ୍ରି ଜଗୁଆଳି ନିଯୁକ୍ତି ଓ ମନ୍ଦିର ସମ୍ପତ୍ତିର ସଠିକ ତାଲିକା ପ୍ରସ୍ତୁତି ଜରୁରୀ। ନଚେତ ଅଞ୍ଚଳର ଐତିହ୍ୟ ଓ ଆସ୍ଥାର ପ୍ରତୀକ ଏହି ଦେବାଳୟଗୁଡ଼ିକ ଦୁର୍ବୃତ୍ତଙ୍କ ଟାର୍ଗେଟରେ ରହିବା ଆଶଙ୍କା ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପବନରେ ଉଡ଼ି କ୍ୟାଚ ଧରିଲେ ରୋହିତ, ଫିଲ୍ଡିଂ ଦେଖି ତାଜୁବ କ୍ରିକେଟ ଫ୍ୟାନ୍ସ! ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ, ୧୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ନିଜ ଫିଲ୍ଡିଂର ମାନଦଣ୍ଡକୁ ଉଚ୍ଚସ୍ତରକୁ ନେଇଯାଇଛନ୍ତି ରୋହିତ ଶର୍ମା। ଚତୁର୍ଥ ଦିନିକିଆ ମ୍ୟାଚରେ ଆକାଶକୁ ଡେଇଁ ଫିନ ଆଲେନଙ୍କ…

ସୁନା-ରୁପା ଦରରେ ବଡ଼ ହ୍ରାସ, ୧ ଲକ୍ଷ ପାଖେଇଲା….

ନୂଆଦିଲ୍ଲୀ,୧୩।୧୧: ସୁନା ଓ ରୁପା ଦରରେ ହ୍ରାସ ଜାରି ରହିଛି । ସୁନା ଦରରେ ବଡ଼ ହ୍ରାସ ପରେ ୧୮ କ୍ୟାରେଟ୍‌ ସୁନାର ମୂଲ୍ୟ ମଧ୍ୟ ୧…

ଅଘୋଷିତ ନିର୍ଦ୍ଦେଶ: ଏଣିକି ମହିଳାଙ୍କ ଚିକିତ୍ସା କରିପାରିବେ ନାହିଁ ପୁରୁଷ ଡାକ୍ତର; ଏମରଜେନ୍ସିରେ ଜଣେ ପୁରୁଷ ଅଭିଭାବକଙ୍କ ଉପସ୍ଥିତି ବାଧ୍ୟତାମୂଳକ

କାବୁଲ,୧୩।୧୧: ଆଫଗାନିସ୍ତାନରେ, ତାଲିବାନj ଅଘୋଷିତ କଟକଣା ଯୋଗୁ ମହିଳାମାନଙ୍କ ପାଇଁ ମୌଳିକ ସ୍ବାସ୍ଥ୍ୟସେବା ପାଇବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ‘ଦି ଗାର୍ଡିଆନ’ (The Guardian) ଏବଂ ‘ଜାନ…

ନିଶା ସଙ୍ଗୀତ, ପେସା ଶିକ୍ଷକତା: ଲୋକକଳାର ପ୍ରଚାର ପ୍ରସାରରେ ମଦନ ସୁନ୍ଦର

ଅମରପାଲି,୧୩ା୧୧(ପୀତାମ୍ବର ସାହୁ):ପେଶାରେ ଜଣେ ଶିକ୍ଷକ, ହେଲେ ନିଶା ତାଙ୍କର ସଙ୍ଗୀତ। ଶ୍ରେଣୀଗୃହରେ ପିଲାଙ୍କୁ ଶିକ୍ଷାଦାନ କରୁଥିବାବେଳେ ମଞ୍ଚରେ ସେ ପାଲଟି ଯାଆନ୍ତି ଜଣେ ସୁନ୍ଦର କଣ୍ଠଶିଳ୍ପୀ ଓ…

ଦାରିଙ୍ଗବାଡିରେ ପାରଦ ତଳମୁହାଁ: ଛୁଟୁଛି ପର୍ଯ୍ୟଟକଙ୍କ ସୁଅ

ଦାରିଙ୍ଗବାଡି, ୧୩।୧୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୨ ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଉଛି। ପାରଦ ତଳମୁହାଁ ହୋଇ ଶୁକ୍ରବାର ସକାଳ…

ଯୋଡାରେ ଚାଞ୍ଚଲ୍ୟ, ଭଡ଼ା ଘରୁ ଶିକ୍ଷୟିତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କେନ୍ଦୁଝର,୧୩।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ଯୋଡା ସହର କଣ୍ଟ୍ରାକ୍ଟର କଲୋନୀରେ ଅଭାବନୀୟ ଘଟଣା । ଏକ ଭଡ଼ା ଘରୁ ଉଦ୍ଧାର…

ଚିତ୍ରସେନ ଦାଶଙ୍କୁ ମିଳିଲା ମହାବୀର ସମ୍ମାନ: ଲୋକନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ

କର୍ଲାମୁଣ୍ଡା, ୧୩।୧୧ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ଅନୁଷ୍ଠାନ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଭବାନୀପାଟଣାଠାରେ ୬୨ତମ ମହାବୀର ମହୋତ୍ସବ ଆୟୋଜିତ ହୋଇଯାଇଛି। ଏହି…

ରୋହିତ-ଇଶାନଙ୍କ ଭୁଲ ଭାରତକୁ ପଡ଼ିଲା ମହଙ୍ଗା, ବଡ଼ ଫାଇଦା ଉଠାଇଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୧୩।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚରେ ୱିଲ ୟଙ୍ଗ ଚମତ୍କାର ଶତକୀୟ ପାଳି ଖେଳିଛନ୍ତି। ତେବେ ତାଙ୍କୁ ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?