ସରପ୍ରାଇଜ୍‌ ଗିଫ୍ଟ

ଏବେ ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ଓ୍ବିକ୍‌। କେଉଁ ଦିନ ଗୋଲାପ ତ ଆଉ କେଉଁ ଦିନ ଟେଡି ଏବଂ ଚକୋଲେଟ୍‌ ଦେଇ ନିଜ ପାର୍ଟନରଙ୍କୁ ଖୁସି କରିବାରେ ଲାଗି ପଡ଼ିଛନ୍ତି ଅନେକେ । ତେବେ ଦିବସ ଅନୁଯାୟୀ ଏହିସବୁ ଗିଫ୍ଟ ତ ଜଣାଶୁଣା, ତେଣୁ ଭାଲେଣ୍ଟାଇନ୍ସ ଡେ’ରେ ନିଜ ପାର୍ଟନରଙ୍କୁ କ’ଣ ସରପ୍ରାଇଜ୍‌ ଗିଫ୍ଟ ଦେବେ ତା’କୁ ନେଇ ଅନେକେ ଦ୍ୱନ୍ଦ୍ୱରେ। ଯଦି ଆପଣ ବି ଏମିତି ଭାବୁଛନ୍ତି, ତେବେ ଜାଣିରଖନ୍ତୁ କିଛି ଗିଫ୍ଟ ଆଇଡିଆ…

ମ୍ୟାଜିକ୍‌ କଫି ମଗ୍‌: ଯଦି ଆପଣଙ୍କ ପାର୍ଟନର ଚା କିମ୍ବା କଫି ପିଇବାକୁ ଭଲପାଆନ୍ତି, ତେବେ ତାଙ୍କୁ କପଲ୍‌ ଫଟୋ ପ୍ରିଣ୍ଟ କଫି ମଗ୍‌ ଗିଫ୍ଟ କରନ୍ତୁ, ଦେଖିବେ ତାଙ୍କୁ ଖୁବ୍‌ ପସନ୍ଦ ଆସିବ। ଏହାକୁ ଆହୁରି ମଜାଦାର କରିବାକୁ ଚାହୁଁଥିଲେ ମ୍ୟାଜିକ୍‌ କଫି ମଗ୍‌ ଦିଅନ୍ତୁ, ଯାହାକି ଦେଖିବାକୁ ସିଙ୍ଗଲ୍‌ କଲରର ହୋଇଥିବା ବେଳେ ଏଥିରେ ଗରମ ଚା, କଫି ଭର୍ତ୍ତି ହେବା ମାତ୍ରେ ଧୀରେ ଧୀରେ ଫଟୋ ଦେଖାଯାଇଥାଏ।
ଫଟୋ ପ୍ରିଣ୍ଟ ଟି-ଶାର୍ଟ: ଉଭୟଙ୍କ ଫଟୋ ପ୍ରିଣ୍ଟ ଟି-ଶାର୍ଟ ସର୍‌ପ୍ରାଇଜ୍‌ ଭାଲେଣ୍ଟାଇନ୍ସ ଡେ ଗିଫ୍ଟ ପାଇଁ ବେଷ୍ଟ ଅପ୍ସନ। ଏହି ଗିଫ୍ଟ ପାଇବା ପରେ ଆପଣଙ୍କ ପାର୍ଟନର୍‌ଙ୍କୁ ଯେତିକି ଖୁସି ନ ମିଳିବ, ଏହାକୁ ପିନ୍ଧି କପଲ୍‌ ଫଟୋ ଶୁଟ୍‌ କରିବାରେ ତା’ଠୁ ଅଧିକ ଆନନ୍ଦ ମିଳିବ। ଯାହାକି ଆପଣଙ୍କ ଭାଲେଣ୍ଟାଇନ୍ସ ଡେ ସେଲିବ୍ରେଶନ୍‌କୁ ଆହୁରି ସ୍ପେଶାଲ କରିଦେବ।
କପଲ୍‌ ରିଙ୍ଗ୍‌/ ଲକେଟ୍‌: ଦିନକୁ ଦିନ ବିଭିନ୍ନ କପଲ୍‌ ଗିଫ୍ଟ ଆଇଟମ୍‌ର ବଢ଼ୁଥିବା ଡିମାଣ୍ଡକୁ ଆଖି ଆଗରେ ରଖି ଜୁଏଲେରି ଶପ୍‌ଗୁଡ଼ିକରେ ମଧ୍ୟ କପଲ୍‌ ରିଙ୍ଗ୍‌ ସେଟ୍‌ ଏବଂ ଲକେଟ୍‌ ବା ପେଣ୍ଡେଣ୍ଟ ଆଦିର ଏକାଧିକ କଲେକ୍ସନ ରଖୁଛନ୍ତି। ଯାହାକି ନିର୍ବନ୍ଧ, ବିବାହ ଆଦି ସମୟ ବ୍ୟତୀତ ଭାଲେଣ୍ଟାଇନ୍ସ ଡେ’ରେ ସର୍ବାଧିକ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ହାର୍ଟସେପ୍‌ ପେଣ୍ଡେଣ୍ଟରେ ଫଟୋ ରଖିବାର ଅପ୍ସନ ଥିବାରୁ ଏହା ଆଇକ୍ୟାଚି ଲାଗିବା ସହ ସଭିଙ୍କୁ ଖୁବ୍‌ ପସନ୍ଦ ମଧ୍ୟ ଆସିବ। ପାର୍ଟନରଙ୍କୁ ଏଭଳି ଗିଫ୍ଟ ଦେଇ ଭାଲେଣ୍ଟାଇନ୍ସ ଡେକୁ ଅଧିକ ଖାସ୍‌ କରିପାରିବେ।
ଗିଫ୍ଟ ଭାଉଚର୍‌: ବେଳେବେଳେ କ’ଣ ଗିଫ୍ଟ ଦେଲେ ପାର୍ଟନର ଖୁସି ହେବେ ଭାବିବା ଭିତରେ ଭାଲେଣ୍ଟାଇନ୍ସ ଡେ’ ଆସି ପହଞ୍ଚତ୍ୟାଏ ଏବଂ ସବୁ ପ୍ଲାନିଂ ବେକାର ହୋଇଯାଏ। ହେଲେ ଏଭଳି କ୍ଷେତ୍ରରେ ଗିଫ୍ଟ ଭାଉଚର ଆପଣଙ୍କ ପାଇଁ ସବୁଠୁ ଭଲ ଆଇଡିଆ। କିଶୋରମାନେ କିଶୋରୀଙ୍କୁ ବ୍ୟୁଟିପାର୍ଲର, ସ୍ପା କିମ୍ବା ଶପିଂ ଆଦିରେ ସ୍ପେଶାଲ୍‌ ଭାଉଚର୍‌ ଗିଫ୍ଟ କରିପାରିବେ। ସେହିପରି ଯୁବତୀମାନେ ଗାର୍ମେଣ୍ଟ, ଶୁଜ୍‌, ଓ୍ବାଚ୍‌ କିମ୍ବା ଇ- ଗ୍ୟାଜେଟ୍‌ ଆଦିର ଭାଉଚର ଗିଫ୍ଟ କରିପାରିବେ। ଏହାଦ୍ୱାରା ପାର୍ଟନରଙ୍କୁ ନିଜେ ଉପହାର ଚୟନ କରିବାର ସୁଯୋଗ ମିଳିବା ସହ ମନ ଖୁସି ମଧ୍ୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲ୍‌ରେ ବି ତୁଳସୀ ଗଛ ପାଖରେ ରଖନ୍ତୁ ନାହିଁ ଏହି ୫ ଜିନିଷ, ହୋଇଯିବେ କାଙ୍ଗାଳ…

ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ୱ ରହିଛି। ବିଶ୍ୱାସ ରହିଛି ଯେ ଯେଉଁ ଘରେ ତୁଳସୀ ପୂଜା କରାଯାଏ, ସେଠାରେ ସର୍ବଦା ମା’ ଲକ୍ଷ୍ମୀଙ୍କ...

 କାର୍ଯ୍ୟଦକ୍ଷତା ବୃଦ୍ଧି କରିବାକୁ ଚାହୁଁଥିଲେ …

ସୁସ୍ଥ ଏବଂ ନିରୋଗ ଶରୀର ସମସ୍ତେ ଚାହିଁଥାନ୍ତି। ସେଥିପାଇଁ କିଏ ବ୍ୟାୟାମ କରନ୍ତି ତ ଆଉ କିଏ ଭିଟାମିନ ବଟିକା ଖାଇଥାନ୍ତି। ତେବେ ସୁସ୍ଥ ରହିବା...

ଜାଣନ୍ତି ଭୋଜିଭାତ ପରେ ମିଠା କାହିଁକି ଖାଇବାକୁ ଦିଆଯାଏ

ସାଧାରଣତଃ ଭୋଜିଭାତ ଶେଷରେ ମିଠା ଖାଇବାକୁ ଦିଆଯାଏ। କୁହାଯାଏ, କିଛି ଖାଇବା ପରେ ପାଟି ମିଠା କରିବା ଦରକାର। କିନ୍ତୁ କ’ଣ ପାଇଁ ଖାଇବା ଶେଷରେ...

‘ସାହିତ୍ୟକୁ ଏକ ଅନ୍ବେଷଣ ଭାବେ ଗ୍ରହଣ କରିବା ଆବଶ୍ୟକ’

ଓଡ଼ିଆ ଭାଷା ସାହିତ୍ୟକୁ ସ୍ବତନ୍ତ୍ର ଅବଦାନ ଦେଇଛନ୍ତି ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା। ୧୯୮୫ ଜୁଲାଇ ୧ରେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଗୁରୁଜିଭଟ୍ଟା ଗ୍ରାମରେ ଜନ୍ମଗ୍ରହଣ...

ରୋଗ ପ୍ରତିରୋଧକ ଶକ୍ତି ଓ ଡାଇବେଟିସ୍‌

ଡାଇବେଟିସ ଏପରି ଏକ ସମସ୍ୟା ଯାହା ଥରେ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଯଦି ଦୀର୍ଘ ମାସ ଧରି ଆପଣଙ୍କର ସୁଗାର...

ଏହିସବୁ ରୋଗରୁ ମୁକ୍ତି ଚାହୁଁ ଥିଲେ…

ନଡ଼ିଆ ଖାଇବାକୁ ଯେତିକି ଭଲ ଲାଗିଥାଏ ତା’ର ତେଲ ମଧ୍ୟ ସେତିକି ସ୍ବାସ୍ଥ୍ୟ ଉପକାରୀ। ଏହାକୁ ନିୟମିତ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରିବା ଫଳରେ ହାର୍ଟଠାରୁ...

ଶିଶୁ ଲାଗି ସର୍ବୋତ୍ତମ ଖାଦ୍ୟ

ମା’ କ୍ଷୀର ଅମୃତ, ଯାହାକୁ ପାନ କଲେ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ଓ ସେ ଦୀର୍ଘାୟୁ ହୁଏ। ଏହି କ୍ଷୀର ଶିଶୁ...

ପିଆଜର ଉପକାରୀ ଗୁଣ

ଆୟୁର୍ବେଦ ଅନୁଯାୟୀ ପିଆଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ବେଶ୍‌ ସହାୟକ ହୋଇଥାଏ। ଏଥିରେ ରହିଛି ସଲଫର, ଏମିନୋ ଏସିଡ ଓ ଭିଟାମିନ୍ସ।...

Advertisement
Archives

Model This Week