Posted inଜାତୀୟ

ଅଖିଳେଶଙ୍କ ସାମ୍ନାରେ କେନ୍ଦ୍ର ମନ୍ତ୍ରୀଙ୍କୁ ଛିଡ଼ା କଲା ଭାଜପା

ନୂଆଦିଲ୍ଲୀ,୧।୨: ବିଧାନସଭା ନିର୍ବାଚନରେ ପଦାର୍ପଣ କରିବାକୁ ଯାଉଥିବା ଅଖିଳେଶ ଯାଦବଙ୍କ ଚିରପ୍ରତିଦ୍ୱନ୍ଦ୍ୱୀ ହେବାକୁ ଯାଉଛନ୍ତି କେନ୍ଦ୍ର ମନ୍ତ୍ରୀ ଏସ୍‌ପି ସିଂ ବଘେଲ। ଭାଜପା ପ୍ରାର୍ଥୀ କେନ୍ଦ୍ର ମନ୍ତ୍ରୀ ଏକଦା ସମାଜବାଦୀ ପାର୍ଟି ନେତାଙ୍କ ବାପା ମୁଲାୟମ ସିଂ ଯାଦବଙ୍କ ଘନିଷ୍ଠ ଥିଲେ।

ଆଗ୍ରାରୁ ଏମ୍‌ପି ଥିବା ବଘେଲଙ୍କୁ ଉତ୍ତରପ୍ରଦେଶ ପୂର୍ବାଞ୍ଚଳ କର୍ହାଲ ଆସନରୁ ଭାଜପା ପ୍ରାର୍ଥୀ କରିଛି। ସମାଜବାଦୀ ପାର୍ଟିର ଗଡ଼ ଭାବେ ଜଣାଶୁଣା ଏହି ଆସନରୁ ପ୍ରଥମ ଥର ପାଇଁ ଲଢ଼ିବାକୁ ଯାଉଛନ୍ତି ଅଖିଳେଶ।

ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, କର୍ହାଲରୁ ଯାହାକୁ ବି ଭାଜପା ପ୍ରାର୍ଥୀ କରିବ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିବ। ପୂର୍ବରୁ ଅଖିଳେଶଙ୍କ ସ୍ତ୍ରୀ ଡିମ୍ପଲ ଯାଦବଙ୍କ ସହ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ବଘେଲ। ହେଲେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ ଏବେ ଆଇନ ଏବଂ ନ୍ୟାୟ ରାଜ୍ୟ ମନ୍ତ୍ରୀ ଅଛନ୍ତି।

“ନିର୍ବାଚନରେ ଆଶ୍ଚର୍ଯ୍ୟଜନକ ଏଲିମେଣ୍ଟ ରହିବା ନତହାତି ଆବଶ୍ୟକ। ମୋର ସମସ୍ତ ଶକ୍ତି ସହ ମୁଁ ଲଢ଼େଇ କରିବି। ଏହା କାହାର ଗଡ଼ ନୁହେଁ। କାନ୍ନୁଜ, ଫିରୋଜାବାଦ ଓ ଏଟାଓ୍ବା ଭଳି ସମାଜବାଦୀ ଗଡ଼ର ଧ୍ୱଂସ ହେବା ମୁଁ ଦେଖିଛି” ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଗ୍ରାଫ୍‌ କମିଲେ ବି ଲିଭୁନି ଜୁଇ ନିଆଁ: ୨୪ ଘଣ୍ଟାରେ ୪,୫୨୯ ମୃତ…

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍‌ଡାଉନ୍‌...

ପୂର୍ବତନ ମୁମ୍ବାଇ କମିଶନରଙ୍କ ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ଼

ମୁମ୍ବାଇ,୨୧।୩ : ନିକଟରେ ମୁମ୍ବାଇ କମିଶନର ପଦରୁ ବିଦା ହୋଇଥିଲା ପରମ ବୀର ସିଂଙ୍କ ବୟାନକୁ ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ରାଜ୍ୟର ବରିଷ୍ଠ...

ଥରିଲା ଜମ୍ମୁ କଶ୍ମୀର

ଶ୍ରୀନଗର,୧୭।୨: ଜମ୍ମୁ କଶ୍ମୀରର କାଟ୍‌ରା ୯୭ କିଲୋମିଟର ପୂର୍ବରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର...

କେନ୍ଦ୍ରମନ୍ତ୍ରୀ ସୋମପ୍ରକାଶ ଆଇସିୟୁରେ ଭର୍ତ୍ତି

ଚଣ୍ଡୀଗଡ଼,୨୪।୪: କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ସୋମପ୍ରକାଶ କରୋନା ସଂକ୍ରମିତ ହୋଇଛନ୍ତି। ଏହି ସମ୍ପର୍କରେ ଟୁଇଟ୍‌ କରି ସେ ସୂଚନା ଦେଇଛନ୍ତି। ଶରୀରରେ ଅମ୍ଳଜାନ ଅଭାବ...

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା: ଟୁଇଟରକୁ ଚିଠି ଲେଖିଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୯।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କ ଆତ୍ମହତ୍ୟାର କାରଣ ଖୋଜିବାରେ ଲାଗିଛି। ଏନେଇ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ସାଙ୍ଗ,...

ରାଜସ୍ଥାନରେ ପକ୍ଷୀମଡ଼କ : ସମ୍ଭର ହ୍ରଦରେ ମଲେଣି ୧୦ ହଜାର

ଜୟପୁର,୧୮ା୧୧: ରାଜସ୍ଥାନରେ ପକ୍ଷୀମଡ଼କ ଦେଖାଦେଇଛି। ରାଜଧାନୀ ଜୟପୁର ନିକଟରେ ଥିତ୍ବା ସମ୍ଭର ହ୍ରଦ ପାଖରେ ସପ୍ତାହକ ମଧ୍ୟରେ ୧୦ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ପ୍ରାଣ ହରାଇଲେଣି।...

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ୬ ହଜାର ୫ ଶହ ଅତିଥି

ନୂଆଦିଲ୍ଲୀ,୨୯।୫:  ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଗୁରୁବାର ସନ୍ଧ୍ୟା ୭ଟାରେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନ ପରିସରରେ ହେବାକୁ ଥିବା ଏହି ଉତ୍ସବରେ ୬...

ପନ୍ତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ଧାମି ସରକାର

ଡେରାଡୁନ,୩୦।୧୨: ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ସେ ଗୁରୁତର ହୋଇ ଉତ୍ତରାଖଣ୍ଡର ଡେରାଡୁନରେ ଥିବା ମାକ୍ସ ହସ୍ପିଟାଲରେ...

Advertisement
Archives

Model This Week