Posted inଜାତୀୟ

ସୁର୍ଜେଓ୍ବାଲା-ଶ୍ରୀନିବାସ ଅଟକ…

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସୋମବାର ପୂର୍ବାହ୍ନରେ ଟ୍ରାକ୍ଟର ଚଳାଇ ମୌସୁମୀ ଅଧିବେଶନରେ ଯୋଗଦେବା ଲାଗି ସଂସଦ ଭବନରେ ପହଞ୍ଚିଛନ୍ତି। ରାହୁଲଙ୍କ ସହିତ ଟ୍ରାକ୍ଟରରେ କଂଗ୍ରେସ ଜେନେରାଲ ସେକ୍ରେଟାରୀ ରଣଦୀପ୍‌ ସୁର୍ଜେଓ୍ବାଲା, ଯୁବ କଂଗ୍ରେସ ମୁଖ୍ୟ ଶ୍ରୀନିବାସ ବି.ଭିି. , ଦୀପେନ୍ଦ୍ର ହୁଡ୍ଡାଙ୍କ ସମେତ ଅନ୍ୟ ନେତାଙ୍କୁ ଟ୍ରାକ୍ଟରରେ ବସିଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଦିଲ୍ଲୀ ପୋଲିସ ପକ୍ଷରୁ ସୁର୍ଜେଓ୍ବାଲା ଏବଂ ଶ୍ରୀନିବାସଙ୍କ ସମେତ ଅନ୍ୟ କଂଗ୍ରେସ ନେତାଙ୍କୁ ଅଟକ ରଖାଯାଇଛି। ଟ୍ରାକ୍ଟର ମାର୍ଚ୍ଚ ଦ୍ୱାରା ସିଆର୍‌ପିସି ଧାରା ୧୪୪ର ଉଲ୍ଲଂଘନ ହେଉଥିବାରୁ ଦିଲ୍ଲୀ ପୋଲିସ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ବିଜୟ

ନୂଆଦିଲ୍ଲୀ,୪।୬: ପୁରୀର ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ଚାରିପଟେ ଚାଲିଥିବା ନିର୍ମାଣ କାର୍ଯ୍ୟ ଜାରି ରହିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା...

ପେଗାସସ୍‌ ଦ୍ୱାରା ଭଙ୍ଗା ଯାଇଥିଲା କର୍ନାଟକ ସରକାର

ନୂଆଦିଲ୍ଲୀ,୨୦ା୭: ନରେନ୍ଦ୍ର ମୋଦିଙ୍କ କେନ୍ଦ୍ର ସରକାର ୨୦୧୯ରେ କର୍ନାକଟରେ ନିର୍ବାଚିତ କଂଗ୍ରେସ ସରକାରକୁ ଭାଙ୍ଗିବା ପାଇଁ ଇସ୍ରାଏଲର ସ୍ପାଇଓ୍ବେର ପ୍ରୋଗ୍ରାମ ପେଗାସସ୍‌ ବ୍ୟବହାର କରିଥିଲା। ଏଭଳି...

ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ମାମଲାରେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୨।୫: ଦିଲ୍ଲୀରେ ଅଧିକାରୀଙ୍କ ସ୍ଥାନାନ୍ତର ଏବଂ ପୋଷ୍ଟିଂ ପ୍ରସଙ୍ଗରେ ସମ୍ବିଧାନ ବେଞ୍ଚର ନିଷ୍ପତ୍ତିର ପରଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ପୁଣି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି।...

ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ପାଇଁ ପ୍ରାର୍ଥନା ସଭା…

ଅହମଦାବାଦ,୧।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମସ୍ଥାନ ଗୁଜରାଟର ଭଡ଼ନଗରରେ ମା’ ହୀରାବେନଙ୍କ ସ୍ମୃତିରେ ଆୟୋଜିତ ଏକ ପ୍ରାର୍ଥନା ସଭାରେ ରବିବାର ବହୁ ସଂଖ୍ୟାରେ ରାଜନୈତିକ...

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ୫ ଗାଡି ଧକ୍କା, ୩ ମୃତ

ନୂଆଦିଲ୍ଲୀ,୨୯ ।୧୨: ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ସୋମବାର ଏକ ବଡ ଦୁର୍ଘଟଣା ହୋଇଛି । ଏଥିରେ ୮ ଜଣ ଗୁରୁତର ଆହତ ହୋଇଥିବା ବେଳେ ୩...

କିନ୍ନରଙ୍କ ସୁରକ୍ଷା-ଥଇଥାନ ପ୍ରତି ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୩।୧: ବିଭିନ୍ନ ରାଜ୍ୟରେ ଥିବା କିନ୍ନରଙ୍କ ସୁରକ୍ଷା ଏବଂ ଥଇଥାନ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ...

କଟାଗଲା ୧୩୧ କେଜିର କେକ

ମୁମ୍ବାଇ,୧୪ ।୪: ମହାରାଷ୍ଟ୍ରର ଭୋଇୱାଡାରେ ବୁଧବାର ୧୩୧ କିଲୋଗ୍ରମାର ଏକ କେକ୍ କଟାଟାଇଛି । ସମ୍ବିଧାନ ପ୍ରଣେତା ଡ. ବି. ଆର. ଆମ୍ବେଦକରଙ୍କ ୧୩୧ତମ ଜନ୍ମ...

ମୋଦିଙ୍କୁ ହତ୍ୟା ଧମକ

ମୁମ୍ବାଇ,୨ା୪: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମୁମ୍ବାଇ ଶାଖାକୁ ଏକ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଛି। ମେଲ୍‌ ପଠାଇଥିବା ବ୍ୟକ୍ତିଙ୍କ ପାଖରେ ୨୦ କିଲୋଗ୍ରାମ ଆର୍‌ଡିଏକ୍ସ ରହିଥିବା...

Advertisement
Archives

Model This Week