Posted inଖେଳ

ଆସନ୍ତାବର୍ଷ ଆଇପିଏଲ୍‌ ଖେଳିବେ କି ସୁରେଶ ରାଇନା, କଲେ ବଡ ଖୁଲାସା

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ସୁରେଶ ରାଇନା ପୁଣିଥରେ ପଡ଼ିଆକୁ ଫେରିବାକୁ ଯାଉଛନ୍ତି। ଖୁବଶୀଘ୍ର ତାଙ୍କୁ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିବ। ରାଇନା ନିଜେ ଏହି ସୂଚନା ଦେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ପାରିବାରିକ କାରଣ ଦର୍ଶାଇ ରାଇନା ଆଇପିଏଲର ୧୩ତମ ସିଜିନ ଖେଳି ନ ଥିଲେ। ଏବଂ ସେ ୟୁଏଇରୁ ଭାରତ ଫେରିଥିଲେ। ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା, କିନ୍ତୁ ସେ ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ବୋଲି କହିଛନ୍ତି। ଉତ୍ତରପ୍ରଦେଶର କାନପୁରରେ ହେବାକୁ ଥିବା ଅଭ୍ୟାସ ଶିବିରରେ ସେ ଯୋଗଦେବେ। ଏହା ସହିତ ସେ ୧୩ରୁ ୧୫ ଡିସେମ୍ବର ପର୍ଯ୍ୟନ୍ତ ଅଭ୍ୟାସ ମ୍ୟାଚ ଖେଳିବେ। ରାଇନା କହିଛନ୍ତି ଯେ ସେ ଚଳିତ ବର୍ଷ ସୟଦ ମୁସ୍ତାକ ଅଲ୍ଲୀ ଟି -୨୦ ଟ୍ରଫିରେ ଉତ୍ତରପ୍ରଦେଶ ଦଳକୁ ପ୍ରତିନିଧିତ୍ୱ କରିବେ। ଏହା ପରେ ଆସନ୍ତା ବର୍ଷ ଆୟୋଜିତ ହେବାକୁ ଥିବା ଆଇପିଏଲ ଉପରେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ରହିବ। ସମ୍ପ୍ରତି ଭାରତର ପୂର୍ବତନ ଅଲରାଉଣ୍ଡର ରାଇନା ଜମ୍ମୁ-କଶ୍ମୀରରେ ନିଜର ୬ଟି କ୍ରିକେଟ ଏକାଡେମୀ ଖୋଲିବାରେ ବ୍ୟସ୍ତ ଅଛନ୍ତି। ନିକଟରେ ସେ କାଶ୍ମୀରରେ ପିଲାମାନଙ୍କ ପରୀକ୍ଷା ମଧ୍ୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଷ୍ଟ୍ରେଲିଆରେ ଗିରଫ ହେବା ପରେ ଏହି କ୍ରିକେଟରଙ୍କୁ ନିଲମ୍ବନ କଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ

କଲମ୍ବୋ,୭।୧୧: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସୋମବାର ଏହାର ଜାତୀୟ ଦଳର ଖେଳାଳି ଦନୁଷ୍କା ଗୁନାଥିଲାକାଙ୍କୁ ସମସ୍ତ ପ୍ରକାର କ୍ରିକେଟ ଫର୍ମାଟରୁ ନିଲମ୍ବିତ କରିଛି। ବିଶ୍ୱକପ୍‌ ସମୟରେ...

କିମ୍ବଦନ୍ତୀ ଶଟଲର ଲିଙ୍କ ଅବସର

ପୁତ୍ରାଜାୟା(ମାଲେସିଆ),୧୩।୬(ଏଏଫପି): କକର୍ଟ ଭଳି ମାରାତ୍ମକ ରୋଗରୁ ମୁକ୍ତ ହେବା ପରେ କିମ୍ବଦନ୍ତୀ ବ୍ୟାଡ୍‌ମିଣ୍ଟନ ଖେଳାଳି ଲି ଚୋଙ୍ଗ ଗୁରୁବାର ଅବସର ନେଇଛନ୍ତି। ଲୁହ ଭରା ଆଖିରେ...

କୋଭିଡ୍‌ ହେଲ୍ପ ଲାଇନ୍‌ରେ କାର୍ଯ୍ୟ କରୁଛନ୍ତି ଭିନିଥ୍‌

ନୂଆଦିଲ୍ଲୀ, ୧୨ା୪ (ପି.ଟି.)-କେରଳ ରାଜ୍ୟର ଲୋକପ୍ରିୟ ଫୁଟ୍‌ବଲର ସି.ଏସ୍‌, ଭିନିଥ୍‌ ସରକାରଙ୍କ ଏକ ହେଲ୍‌ପଲାଇନ୍‌ ସେଣ୍ଟରରେ ଯୋଗ ଦେଇଛନ୍ତି। କୋଭିଡ୍‌-୧୯ ମହାମାରୀ କିଭଳି ସାମ୍ନା କରିବାକୁ...

ସ୍ଲୋ-ଓଭର ରେଟ୍‌ ପାଇଁ ନ୍ୟୁଜିଲାଣ୍ଡକୁ ଜରିମାନା

ଅକ୍‌ଲାଣ୍ଡ, ୯ା୨ (ପି.ଟି.)-ଏଠାରେ ଶନିବାର ଖେଳାଯାଇଥିବା ଭାରତ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ-ଓଭର ରେଟ୍‌ ବୋଲିଂ ପାଇଁ ନ୍ୟୁଜିଲାଣ୍ଡ ଦଳକୁ ସେମାନଙ୍କ...

ଆଇପିଏଲ୍‌ ଆରମ୍ଭରୁ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା

ଅହମ୍ମଦାବାଦ୍‌,୨।୪: ଆଇପିଏଲ୍‌ର ୧୬ତମ ସଂସ୍କରଣର ଆରମ୍ଭରୁ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା ଲାଗିଛି। ଦଳର ବ୍ୟାଟ୍ସମ୍ୟାନ୍‌ କେନ୍‌ ଓ୍ବିଲିୟମସନ ଆହତ ଯୋଗୁ ଚଳିତ ଆଇପିଏଲ୍‌ରୁ ବାଦ୍‌...

ଟସ୍‌ ଜିତିଲା ଅଷ୍ଟ୍ରେଲିଆ; ଲଢ଼ିବା ପାଇଁ ନ୍ୟୁଜିଲାଣ୍ଡକୁ ଅତିକମ୍‌ରେ ୧୮୦ ରନ୍‌ ଦରକାର

ଦୁବାଇ,୧୪।୧୧: ଚଳିତ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ। ପିଚ୍‌ରେ ଟାର୍ଗେଟର ପିଛା...

ଦ୍ୱିତୀୟ ରାଉଣ୍ଡରେ ଭେନସ, ଜେଭରେଭ

ଓ୍ବିମ୍ବେଲଡନ,୩୦।୬: ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଆମେରିକାର ଭେନସ ଓ୍ବିଲିୟମ୍ସ। ଏଥିସହ ସେ କ୍ୟାରିୟରର ୯୦ତମ ଗ୍ରାଣ୍ଡସ୍ଲାମ ମ୍ୟାଚ...

ବିଶ୍ୱକପ୍‌ ଫାଇନାଲ: ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

ଲଡର୍‌ସ,୧୪।୭- ଚଳିତ ବଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ବର୍ଷା ଯୋଗୁ ଟସ୍‌ ବିଳମ୍ବରେ ହୋଇଛି। ଟସ୍‌ ଜିତି ଗତଥରର ଫାଇନାଲିଷ୍ଟ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।...

Advertisement
Archives

Model This Week