Posted inTrending, ଖେଳ

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ ଦଳର ଅଧିନାୟକ ଥିବା ସମୟରେ ତାଙ୍କୁ ଚୟନ କରାଯାଇନଥିବା ନେଇ ରାଇନା ଏବେ ନିଜ ମତ ରଖିଛନ୍ତି। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ସହ ଆଲୋଚନା ବେଳେ ରାଇନା ଏହି ବିଷୟରେ କିଛି କଥା ସେୟାର କରିଛନ୍ତି।

ରାଇନା ଭାରତ ପାଇଁ ୨୨୬ଟି ଦିନିକିଆ ଓ ୭୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ୧୮ଟି ଟେଷ୍ଟ ମଧ୍ୟ ଖେଳିଛନ୍ତି। ତେବେ ୨୦୧୮ରେ ସେ ଶେଷଥର ପାଇଁ ଭାରତ ପାଇଁ ମ୍ୟାଚ୍ ଖେଳିଥିଲେ। ରାଇନା କହିଛନ୍ତି ଯେ, ଏମ୍‌ଏସ୍‌ ଧୋନିଙ୍କ ପରେ ବିରାଟ କୋହଲି ଅଧିନାୟକ ହେବା ପରେ ଦଳର ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ହେବା ସ୍ୱାଭାବିକ ଥିଲା। ତେବେ ଯୋ-ଯୋ ଫିଟନେସ୍ ଟେଷ୍ଟକୁ ନେଇ ରାଇନା ଓ ଯୁବରାଜ ସିଂଙ୍କ ଉଦାହରଣ ଦେଇ ସେ ନିଜ ଅଭିଜ୍ଞତା ବଖାଣିଛନ୍ତି।

ରାଇନାଙ୍କ କହିବା ଅନୁଯାୟୀ, ସେ ଓ ଯୁବରାଜ ପ୍ରଥମେ ଯୋ-ଯୋ ଟେଷ୍ଟରେ ବିଫଳ ହୋଇଥିଲେ। ପରେ ଉଭୟ ଟେଷ୍ଟ ପାସ୍ କରିଥିଲେ ଏବଂ ଘରୋଇ କ୍ରିକେଟ୍‌ରେ ମଧ୍ୟ ରନ୍ କରିଥିଲେ। ଏହାସତ୍ତ୍ୱେ ଟିମ୍ ଇଣ୍ଡିଆକୁ ଫେରିବାର ସୁଯୋଗ ମିଳିନଥିଲା ବୋଲି ସେ କହିଛନ୍ତି। ଅଧିନାୟକ ଓ କୋଚ୍‌ଙ୍କୁ ଏନେଇ ପ୍ରଶ୍ନ ମଧ୍ୟ କରିଥିଲେ । ଯଦି ଫିଟନେସ୍ ଟେଷ୍ଟ ପାସ୍ କରିଛନ୍ତି ଓ ଘରୋଇ କ୍ରିକେଟ୍‌ରେ ରନ୍ କରୁଛନ୍ତି, ତେବେ ଦଳରେ ସୁଯୋଗ କାହିଁକି ମିଳୁନାହିଁ ବୋଲି ସେ ପଚାରିଥିଲେ। କିନ୍ତୁ ତାଙ୍କୁ କୌଣସି ସ୍ପଷ୍ଟ ଉତ୍ତର ମିଳିନଥିବା ରାଇନା କହିଛନ୍ତି।

୨୦୧୯ ଦିନିକିଆ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳରେ ସ୍ଥାନ ନ ମିଳିବା ତାଙ୍କ କ୍ୟାରିୟରର ଏକ ବଡ଼ ଟର୍ନିଂ ପଏଣ୍ଟ ଥିଲା ବୋଲି ରାଇନା କହିଛନ୍ତି। ତାଙ୍କ ମତରେ, ପ୍ରତ୍ୟେକ ଅଧିନାୟକ ନିଜ ହିସାବରେ ଖେଳାଳି ଚୟନ କରି ଦଳ ଗଠନ କରନ୍ତି । ତେବେ ରାଇନାଙ୍କ ଅନୁସାରେ, ଯଦି ସେ ଓ ଯୁବରାଜ ଦଳରେ ରହିଥାନ୍ତେ, ତେବେ ବିଶ୍ୱକପ୍‌ରେ ଭାରତ ସେମାନଙ୍କ ଅଭିଜ୍ଞତାର ଫାଇଦା ପାଇପାରିଥାନ୍ତା। ଚୟନକର୍ତ୍ତାମାନେ ଅନ୍ୟ ବ୍ୟାଟର୍ ଓ ଅନ୍ୟ ୱିକେଟକିପର୍‌ଙ୍କୁ ସୁଯୋଗ ଦେଇଥିଲେ । ଫଳରେ ତାଙ୍କ ଓ ଯୁବରାଜଙ୍କ ବିଶ୍ୱକପ୍ ଖେଳିବାର ସ୍ୱପ୍ନ ଅଧୁରା ରହିଗଲା ବୋଲି ସେ କହିଛନ୍ତି।

ସୁରେଶ ରାଇନା ମାତ୍ର ୩୩ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ୨୦୨୦ ଅଗଷ୍ଟ ୧୫ରେ ଏମ୍‌ଏସ୍‌ ଧୋନି ଅବସର ଘୋଷଣା କରିବାର କିଛି ସମୟ ପରେ ରାଇନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବିଦାୟ କହିଥିଲେ। ରାଇନାଙ୍କ ଏହି ବୟାନ ପରେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ସମୟର ଚୟନ ପ୍ରକ୍ରିୟାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri