Posted inTrending, ଖେଳ

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ ଦଳର ଅଧିନାୟକ ଥିବା ସମୟରେ ତାଙ୍କୁ ଚୟନ କରାଯାଇନଥିବା ନେଇ ରାଇନା ଏବେ ନିଜ ମତ ରଖିଛନ୍ତି। ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ସହ ଆଲୋଚନା ବେଳେ ରାଇନା ଏହି ବିଷୟରେ କିଛି କଥା ସେୟାର କରିଛନ୍ତି।

ରାଇନା ଭାରତ ପାଇଁ ୨୨୬ଟି ଦିନିକିଆ ଓ ୭୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ବେଳେ ୧୮ଟି ଟେଷ୍ଟ ମଧ୍ୟ ଖେଳିଛନ୍ତି। ତେବେ ୨୦୧୮ରେ ସେ ଶେଷଥର ପାଇଁ ଭାରତ ପାଇଁ ମ୍ୟାଚ୍ ଖେଳିଥିଲେ। ରାଇନା କହିଛନ୍ତି ଯେ, ଏମ୍‌ଏସ୍‌ ଧୋନିଙ୍କ ପରେ ବିରାଟ କୋହଲି ଅଧିନାୟକ ହେବା ପରେ ଦଳର ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ହେବା ସ୍ୱାଭାବିକ ଥିଲା। ତେବେ ଯୋ-ଯୋ ଫିଟନେସ୍ ଟେଷ୍ଟକୁ ନେଇ ରାଇନା ଓ ଯୁବରାଜ ସିଂଙ୍କ ଉଦାହରଣ ଦେଇ ସେ ନିଜ ଅଭିଜ୍ଞତା ବଖାଣିଛନ୍ତି।

ରାଇନାଙ୍କ କହିବା ଅନୁଯାୟୀ, ସେ ଓ ଯୁବରାଜ ପ୍ରଥମେ ଯୋ-ଯୋ ଟେଷ୍ଟରେ ବିଫଳ ହୋଇଥିଲେ। ପରେ ଉଭୟ ଟେଷ୍ଟ ପାସ୍ କରିଥିଲେ ଏବଂ ଘରୋଇ କ୍ରିକେଟ୍‌ରେ ମଧ୍ୟ ରନ୍ କରିଥିଲେ। ଏହାସତ୍ତ୍ୱେ ଟିମ୍ ଇଣ୍ଡିଆକୁ ଫେରିବାର ସୁଯୋଗ ମିଳିନଥିଲା ବୋଲି ସେ କହିଛନ୍ତି। ଅଧିନାୟକ ଓ କୋଚ୍‌ଙ୍କୁ ଏନେଇ ପ୍ରଶ୍ନ ମଧ୍ୟ କରିଥିଲେ । ଯଦି ଫିଟନେସ୍ ଟେଷ୍ଟ ପାସ୍ କରିଛନ୍ତି ଓ ଘରୋଇ କ୍ରିକେଟ୍‌ରେ ରନ୍ କରୁଛନ୍ତି, ତେବେ ଦଳରେ ସୁଯୋଗ କାହିଁକି ମିଳୁନାହିଁ ବୋଲି ସେ ପଚାରିଥିଲେ। କିନ୍ତୁ ତାଙ୍କୁ କୌଣସି ସ୍ପଷ୍ଟ ଉତ୍ତର ମିଳିନଥିବା ରାଇନା କହିଛନ୍ତି।

୨୦୧୯ ଦିନିକିଆ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳରେ ସ୍ଥାନ ନ ମିଳିବା ତାଙ୍କ କ୍ୟାରିୟରର ଏକ ବଡ଼ ଟର୍ନିଂ ପଏଣ୍ଟ ଥିଲା ବୋଲି ରାଇନା କହିଛନ୍ତି। ତାଙ୍କ ମତରେ, ପ୍ରତ୍ୟେକ ଅଧିନାୟକ ନିଜ ହିସାବରେ ଖେଳାଳି ଚୟନ କରି ଦଳ ଗଠନ କରନ୍ତି । ତେବେ ରାଇନାଙ୍କ ଅନୁସାରେ, ଯଦି ସେ ଓ ଯୁବରାଜ ଦଳରେ ରହିଥାନ୍ତେ, ତେବେ ବିଶ୍ୱକପ୍‌ରେ ଭାରତ ସେମାନଙ୍କ ଅଭିଜ୍ଞତାର ଫାଇଦା ପାଇପାରିଥାନ୍ତା। ଚୟନକର୍ତ୍ତାମାନେ ଅନ୍ୟ ବ୍ୟାଟର୍ ଓ ଅନ୍ୟ ୱିକେଟକିପର୍‌ଙ୍କୁ ସୁଯୋଗ ଦେଇଥିଲେ । ଫଳରେ ତାଙ୍କ ଓ ଯୁବରାଜଙ୍କ ବିଶ୍ୱକପ୍ ଖେଳିବାର ସ୍ୱପ୍ନ ଅଧୁରା ରହିଗଲା ବୋଲି ସେ କହିଛନ୍ତି।

ସୁରେଶ ରାଇନା ମାତ୍ର ୩୩ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ୨୦୨୦ ଅଗଷ୍ଟ ୧୫ରେ ଏମ୍‌ଏସ୍‌ ଧୋନି ଅବସର ଘୋଷଣା କରିବାର କିଛି ସମୟ ପରେ ରାଇନା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବିଦାୟ କହିଥିଲେ। ରାଇନାଙ୍କ ଏହି ବୟାନ ପରେ ବିରାଟ କୋହଲିଙ୍କ ଅଧିନାୟକତ୍ୱ ସମୟର ଚୟନ ପ୍ରକ୍ରିୟାକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?