Posted inରାଜ୍ୟ

କେହି କାହାରିକୁ ଛାଡିଲେନି, ରାହୁଲଙ୍କ ଭାଷଣ ଶୁଣି ଚିହିଁକି ଉଠିଲେ ସୁରେଶ ପୂଜାରୀ

ଓଡ଼ିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଜୋରସୋରରେ ଭାଜପା ଉପରେ ବର୍ଷିଛନ୍ତି ରାହୁଲ। ଭାଜପାକୁ ଟାର୍ଗେଟ୍‌ କରି ରାହୁଲ କହିଛନ୍ତି, ଗରିବଙ୍କୁ ଲୁଟୁଛନ୍ତି ସରକାର। ଭାଜପା ସାରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି। ବିହାରରେ ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି। ମହାରାଷ୍ଟ୍ରରେ ନୂଆ ୧ ଲକ୍ଷ ଭୋଟର୍‌ କିପରି ଆସିଲେ। ମହାରାଷ୍ଟ୍ର ଭଳି ଏବେ ବିହାରରେ ବି ନିର୍ବାଚନ ଚୋରି ଉଦ୍ୟମ ଚାଲିଛି।

ଯାହାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ଭାଜପା ମନ୍ତ୍ରୀ ସୁରେଶ ପୂଜାରୀ। ସୁରେଶ ପୂଜାରୀ କହିଛନ୍ତି, ସମ୍ବିଧାନକୁ ରକ୍ତାକ୍ତ କରିଥିବା ଓ ବିପଦରେ ପକାଇଥିବା ଦଳ ହେଉଛି କଂଗ୍ରେସ। ଜରୁରୀ ପରିସ୍ଥିତି ଘୋଷଣା କରି ସମସ୍ତଙ୍କ କଣ୍ଠରୋଧ କରାଗଲା। ରାଜନୈତିକ ଦଳକୁ ବ୍ୟାନ କରାଗଲା, କର୍ମକର୍ତ୍ତାଙ୍କୁ ଜେଲ୍‌ରେ ପୂରାଇଲେ। ରାହୁଲଙ୍କ କଥା ’ଶୋ ଚୁହା ଖାକେ ବିଲି ହଜକୋ ଚଲି ଭଳି। ଶହେ ମୂଷା ଖାଇବା ପରେ ବିଲେଇ ତୀର୍ଥ ଗଲା ଭଳି।

ଅନ୍ୟପଟେ ରାହୁଲ ଓ ଖାର୍ଗେଙ୍କ ସମାଲୋଚନା ପରେ ପ୍ରଦୀପ ପୁରୋହିତ ମଧ୍ୟ କଡ଼ା ଜବାବ ଦେଇ କହିଛନ୍ତି, ଦିନ ଥିଲା, କଂଗ୍ରେସ ବ୍ୟତୀତ ଆଉ କୌଣସି ଦଳକୁ ଲୋକେ ଚିହ୍ନି ନଥିଲେ। ଓଡ଼ିଶାରେ ଲମ୍ବା ସମୟ ଧରି କଂଗ୍ରେସ ଶାସନ କରିଥିଲା। କିନ୍ତୁ ଛବିରାଣୀ ଓ ଅନ୍ୟ ନିର୍ଯାତନା ଘଟଣା ସେତେବଳେ ଘଟିଥିଲା। ଆଜି କଂଗ୍ରେସ ତୃତୀୟ ସ୍ଥାନକୁ ଖସିଆସିଛି। ଆଜି ସେମାନଙ୍କ କୃତକର୍ମର ଫଳ ପାଉଛି କଂଗ୍ରେସ। ଓଡ଼ିଶାର ଲୋକେ ସେମାନଙ୍କ କଥା ଶୁଣିବା ସ୍ଥିତିରେ ନାହାନ୍ତି। ଡ୍ରାଇଭରଙ୍କ ଦାବି କିପରି ପୂରଣ କରାଯିବ ସେନେଇ ଉଦ୍ୟମ ଚାଲିଛି। ରଥ ଅଘଟଣକୁ ଗୁରୁତର ସହ ନେଇଛନ୍ତି ସରକାର। ତଦନ୍ତ ହେବ, କେଉଁଠି ତ୍ରୁଟି ରହିଲା ତର୍ଜମା ହେବ। ସର୍ବସାଧାରଣରେ ରିପୋର୍ଟ ପ୍ରକାଶ କରାଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଜେଲ୍‌ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୮ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍‌ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି…

୨୧୬ କିମି ବେଗରେ ମାଡ଼ି ଆସୁଛି ଭୟଙ୍କର ବାତ୍ୟା! ଜାରି ହେଲା ହାଇ ଆଲର୍ଟ, ଏଇଠି କରିବ ଲ୍ୟାଣ୍ଡଫଲ

ଟୋକିଓ, ୮।୮: ଜାପାନରେ ଗତ କିଛି ମାସ ଧରି ଲଗାତାର ଭୟଙ୍କର ଭୂକମ୍ପର ଝଟକା ଆତଙ୍କ ସୃଷ୍ଟି କରିଛି। ସମୁଦ୍ରରେ ଉଠୁଥିବା ଉଚ୍ଚ ଲହରୀ ଏବଂ ସୁନାମି…

ଅବସର ପରେ ମଧ୍ୟ, ବିରାଟ-ଧୋନିଙ୍କୁ ଟକ୍କର ଦେଉଛନ୍ତି ସଚିନ

ନୂଆଦିଲ୍ଲୀ,୮।୮: ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି; ସେ ନଭେମ୍ବର ୧୬, ୨୦୧୩ରେ ଖେଳକୁ ବିଦାୟ ଦେଇଥିଲେ। ବର୍ଷ…

ଜଣେ ଶିକ୍ଷକରେ ଚାଲୁଥିବା ସ୍କୁଲ୍‌ ପାଇଁ ଆସିଲା ବଡ଼ ନିର୍ଦ୍ଦେଶ: ଏଣିକି ହେବ…

ଭୁବନେଶ୍ୱର,୮।୮: ରାଜ୍ୟରେ ଜଣେ ମାତ୍ର ଶିକ୍ଷକରେ ଚାଲୁଥିବା ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ଅଭାବ ଦୂର କରିବାକୁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏଭଳି ବିଦ୍ୟାଳୟଗୁଡ଼ିକୁ ଚିହ୍ନଟ କରି…

ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ଶେଷଯାତ୍ରାରେ ବିଧାୟକ ଯୋଗ ଦେଇ…

ସୋହେଲା,୮ା୮(ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସୋହେଲାର ରୋଶନ ଅଗ୍ରଓ୍ବାଲ (୪୮) ଏବଂ ତାଙ୍କ ପୁଅ ତରୁଣ(୧୨)ଙ୍କ ମୃତ୍ୟୁ ହୋଇଯାଇଛି।…

କେବଳ ଜଣେ ନୁହେଁ ଏକାବେଳେ ଦୁଇ ଯୁବକଙ୍କ ସହ ରଖିଥିଲେ ପ୍ରେମ ସମ୍ପର୍କ, ଏମିତି କ‘ଣ ହେଲା ରାତିରେ ଝୁଲିପଡ଼ିଲେ ଯୁବତୀ

ନୂଆପଡ଼ା, ୮।୭ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା ଅଧୀନ ସଦର ଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ସହାୟିକା ଶୁକ୍ରବାର ରାତିରେ ବେକରେ…

ନାବାଳିକାଙ୍କୁ ଓଡ଼ିଶାରୁ ଅପହରଣ କରି କେରଳରେ ବଳାତ୍କାର , ଅଭିଯୋଗ ପରେ ବନ୍ଧାହେଲେ ଯୁବକ

ଜମନକିରା,୮ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଳି ଅଞ୍ଚଳର ଜନୈକା ନାବାଳିକାଙ୍କୁ ଅପହରଣ କରି କେରଳ ନେଇ ବଳାତ୍କାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ…

୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri