ସାଙ୍ଗିଆ ଚୟନ ସ୍ବାଧୀନତା

ପ୍ୟାରିସ୍‌, ୨୨।୧୨: ନାରୀ ସଶକ୍ତୀକରଣର ପ୍ରସଙ୍ଗ ଉଠିଲେ ପ୍ରଥମେ ଆଲୋଚନା ହୁଏ ମହିଳା ସ୍ବାଧୀନତା ଉପରେ। ହେଲେ ଶିଶୁ ଜନ୍ମ ହେବା ପରେ ତା’ର ସାଙ୍ଗିଆ (ସର୍‌ନେମ୍‌) ବାପାଙ୍କ ନାମ ଅନୁଯାୟୀ ନିର୍ଦ୍ଧାରଣ କରାଯିବା କେବଳ ପ୍ରାଚ୍ୟ ନୁହେଁ, ପାଶ୍ଚାତ୍ୟ ଚଳଣିରେ ମଧ୍ୟ କେଉଁ ଆବହମାନ କାଳରୁ ପ୍ରଚଳିତ। ଏଭଳି ପରମ୍ପରା ଲିଙ୍ଗଗତ ବିଭେଦତାକୁ ଊଣା ଅଧିକେ ପ୍ରୋତ୍ସାହନ କରୁଥିବା ଅଭିଯୋଗ ହୋଇଆସୁଛି। ଏହାକୁ ଦୂର କରିବାକୁ ଫ୍ରାନ୍ସ ସରକାର ନୂତନ ନିୟମ ଆଣିବାକୁ ଯାଉଛନ୍ତି। ଏହି ଆଇନ କାର୍ଯ୍ୟକାରୀ ହେଲେ ସନ୍ତାନଙ୍କ ପାଇଁ ସାଙ୍ଗିଆ ଇଚ୍ଛାଧୀନ ହୋଇଯିବ। ଅର୍ଥାତ୍‌ ସେ ଉଭୟ ମା’ କିମ୍ବା ବାପାଙ୍କ ମଧ୍ୟରୁ ଜଣକର ସାଙ୍ଗିଆ ବ୍ୟବହାର କରିପାରିବେ।
ବାପାଙ୍କ ସାଙ୍ଗିଆ ଅନୁଯାୟୀ ପରିଚୟ ପାଇଥାଆନ୍ତି ଜନ୍ମିତ ସନ୍ତାନ। ପୃଥିବୀର ପ୍ରାୟ ସମସ୍ତ ଦେଶରେ ଜଣଙ୍କ ନାମ ଆଗରେ କିମ୍ବା ପଛରେ ତାଙ୍କ ପିତାଙ୍କ ସର୍‌ନେମ୍‌ ଲାଗିଥାଏ। ସିଧାସଳଖ ଭାବେ କହିଲେ ମହିଳାଙ୍କ କ୍ଷେତ୍ରରେ ଏଭଳି ସୌଭାଗ୍ୟ ଜୁଟି ନ ଥାଏ। ଓଲଟି ଭାରତ ଭଳି ଦେଶରେ ବିବାହିତା ମହିଳାମାନେ ନିଜର ସ୍ବାମୀଙ୍କ ସାଙ୍ଗିଆଧାରୀ ପାଲଟିଯାଆନ୍ତି। ହେଲେ ସାମାଜିକ ଜୀବନର ସନ୍ତୁଳନ ରକ୍ଷା ଏବଂ ଲିଙ୍ଗଗତ ତାରତମ୍ୟ କମାଇବା ଦିଗରେ ସର୍ବଦା ଅଭିନବ ପଦକ୍ଷେପ ନେଇ ଚର୍ଚ୍ଚାରେ ରହୁଥିବା ୟୁରୋପୀୟ ରାଷ୍ଟ୍ର ଫ୍ରାନ୍ସରେ ଏବେ ଏହି ଚିରାଚରିତ ନିୟମ ବଦଳିଯିବ। ଜଣେ ଚାହିଁଲେ ନିଜ ଇଚ୍ଛା ଅନୁଯାୟୀ ସାଙ୍ଗିଆ ଚୟନ କରିପାରିବେ। ଖୁବ୍‌ଶୀଘ୍ର ଏଭଳି ଏକ ନିୟମ ଆଣିବାକୁ ଯାଉଛନ୍ତି ସେଠାକାର ସରକାର। ଏହା କାର୍ଯ୍ୟକାରୀ ହେଲେ ୧୮ବର୍ଷରୁ ଊର୍ଦ୍ଧ୍ୱ ସନ୍ତାନ ନିଜ ନାମରେ ମା’ଙ୍କ ସାଙ୍ଗିଆ ବ୍ୟବହାର କରିପାରିବେ। ତେବେ ଏହା ସମ୍ପୂର୍ଣ୍ଣ ଇଚ୍ଛାଧୀନ ହେବ ବୋଲି ସ୍ପଷ୍ଟ କରିଛନ୍ତି ଫ୍ରାନ୍ସର ଆଇନ ମନ୍ତ୍ରୀ ଏରିକ୍‌ ଡୁପୋଣ୍ଡ ମୋରେଟି।
ସୂଚନାଯୋଗ୍ୟ, ସ୍ବାଧୀନତା ପୂର୍ବରୁ ଫ୍ରାନ୍ସରେ ଇଚ୍ଛାଧୀନ ଭାବେ ସାଙ୍ଗିଆ ବଦଳାଇବା ଲାଗି ଅନୁମତି ଦିଆଯାଇଛି। ହେଲେ ଏହି ପ୍ରକ୍ରିୟା ଅଧିକ ଜଟିଳ। ତେବେ ଆସିଥିବା ପ୍ରସ୍ତାବ ଆଇନରେ ପରିଣତ ହେଲେ ଏହା ସରଳ ହୋଇଯିବ। ଫଳରେ ଯେଉଁ ପରିବାରରେ କେବଳ ମା’ମାନେ ସନ୍ତାନର ଲାଳନପାଳନ ଦାୟିତ୍ୱ ନିର୍ବାହ କରୁଛନ୍ତି, ସେମାନଙ୍କୁ ଉଚିତ ନ୍ୟାୟ ମିଳିପାରିବ। ସେହିପରି ପିତାଙ୍କ ବ୍ୟବହାର ଯନ୍ତ୍ରଣାଦାୟକ ହେଲେ ସନ୍ତାନମାନେ ମା’ଙ୍କ ନାମରେ ବଞ୍ଚତ୍ବା ଲାଗି ସ୍ବାଧୀନତା ପାଇପାରିବେ।

ଭୋଟିଂ ପରେ ସ୍ପଷ୍ଟ ହେବ ଚିତ୍ର

ଫ୍ରାନ୍ସର କ୍ଷମତାସୀନ ଏଲ୍‌ଆର୍‌ଇଏମ୍‌ ପାର୍ଟିର ସଦସ୍ୟ ପେଟ୍ରିକ୍‌ ବିଗ୍‌ନଲ ଇଚ୍ଛାଧୀନ ସାଙ୍ଗିଆ ପରିବର୍ତ୍ତନ ଲାଗି ପ୍ରସ୍ତାବ ଆଣିଛନ୍ତି। ଖୁବ୍‌ଶୀଘ୍ର ଏଥିଲାଗି ଭୋଟିଂ ହେବ। ଏହାର ପରିଣାମ ସକାରାତ୍ମକ ହେଲେ ପ୍ରସ୍ତାବ ଆଇନରେ ପରିଣତ ହେବ ଏବଂ ସାଙ୍ଗିଆ ବଦଳାଇବା ଲାଗି ପିଲାମାନଙ୍କୁ ଅନୁମତି ମିଳିବ। ଏଥିଲାଗି ସେମାନଙ୍କୁ କୌଣସି କାରଣ ଦର୍ଶାଇବା ବାଧ୍ୟତାମୂଳକ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?