ସାଙ୍ଗିଆ ଚୟନ ସ୍ବାଧୀନତା

ପ୍ୟାରିସ୍‌, ୨୨।୧୨: ନାରୀ ସଶକ୍ତୀକରଣର ପ୍ରସଙ୍ଗ ଉଠିଲେ ପ୍ରଥମେ ଆଲୋଚନା ହୁଏ ମହିଳା ସ୍ବାଧୀନତା ଉପରେ। ହେଲେ ଶିଶୁ ଜନ୍ମ ହେବା ପରେ ତା’ର ସାଙ୍ଗିଆ (ସର୍‌ନେମ୍‌) ବାପାଙ୍କ ନାମ ଅନୁଯାୟୀ ନିର୍ଦ୍ଧାରଣ କରାଯିବା କେବଳ ପ୍ରାଚ୍ୟ ନୁହେଁ, ପାଶ୍ଚାତ୍ୟ ଚଳଣିରେ ମଧ୍ୟ କେଉଁ ଆବହମାନ କାଳରୁ ପ୍ରଚଳିତ। ଏଭଳି ପରମ୍ପରା ଲିଙ୍ଗଗତ ବିଭେଦତାକୁ ଊଣା ଅଧିକେ ପ୍ରୋତ୍ସାହନ କରୁଥିବା ଅଭିଯୋଗ ହୋଇଆସୁଛି। ଏହାକୁ ଦୂର କରିବାକୁ ଫ୍ରାନ୍ସ ସରକାର ନୂତନ ନିୟମ ଆଣିବାକୁ ଯାଉଛନ୍ତି। ଏହି ଆଇନ କାର୍ଯ୍ୟକାରୀ ହେଲେ ସନ୍ତାନଙ୍କ ପାଇଁ ସାଙ୍ଗିଆ ଇଚ୍ଛାଧୀନ ହୋଇଯିବ। ଅର୍ଥାତ୍‌ ସେ ଉଭୟ ମା’ କିମ୍ବା ବାପାଙ୍କ ମଧ୍ୟରୁ ଜଣକର ସାଙ୍ଗିଆ ବ୍ୟବହାର କରିପାରିବେ।
ବାପାଙ୍କ ସାଙ୍ଗିଆ ଅନୁଯାୟୀ ପରିଚୟ ପାଇଥାଆନ୍ତି ଜନ୍ମିତ ସନ୍ତାନ। ପୃଥିବୀର ପ୍ରାୟ ସମସ୍ତ ଦେଶରେ ଜଣଙ୍କ ନାମ ଆଗରେ କିମ୍ବା ପଛରେ ତାଙ୍କ ପିତାଙ୍କ ସର୍‌ନେମ୍‌ ଲାଗିଥାଏ। ସିଧାସଳଖ ଭାବେ କହିଲେ ମହିଳାଙ୍କ କ୍ଷେତ୍ରରେ ଏଭଳି ସୌଭାଗ୍ୟ ଜୁଟି ନ ଥାଏ। ଓଲଟି ଭାରତ ଭଳି ଦେଶରେ ବିବାହିତା ମହିଳାମାନେ ନିଜର ସ୍ବାମୀଙ୍କ ସାଙ୍ଗିଆଧାରୀ ପାଲଟିଯାଆନ୍ତି। ହେଲେ ସାମାଜିକ ଜୀବନର ସନ୍ତୁଳନ ରକ୍ଷା ଏବଂ ଲିଙ୍ଗଗତ ତାରତମ୍ୟ କମାଇବା ଦିଗରେ ସର୍ବଦା ଅଭିନବ ପଦକ୍ଷେପ ନେଇ ଚର୍ଚ୍ଚାରେ ରହୁଥିବା ୟୁରୋପୀୟ ରାଷ୍ଟ୍ର ଫ୍ରାନ୍ସରେ ଏବେ ଏହି ଚିରାଚରିତ ନିୟମ ବଦଳିଯିବ। ଜଣେ ଚାହିଁଲେ ନିଜ ଇଚ୍ଛା ଅନୁଯାୟୀ ସାଙ୍ଗିଆ ଚୟନ କରିପାରିବେ। ଖୁବ୍‌ଶୀଘ୍ର ଏଭଳି ଏକ ନିୟମ ଆଣିବାକୁ ଯାଉଛନ୍ତି ସେଠାକାର ସରକାର। ଏହା କାର୍ଯ୍ୟକାରୀ ହେଲେ ୧୮ବର୍ଷରୁ ଊର୍ଦ୍ଧ୍ୱ ସନ୍ତାନ ନିଜ ନାମରେ ମା’ଙ୍କ ସାଙ୍ଗିଆ ବ୍ୟବହାର କରିପାରିବେ। ତେବେ ଏହା ସମ୍ପୂର୍ଣ୍ଣ ଇଚ୍ଛାଧୀନ ହେବ ବୋଲି ସ୍ପଷ୍ଟ କରିଛନ୍ତି ଫ୍ରାନ୍ସର ଆଇନ ମନ୍ତ୍ରୀ ଏରିକ୍‌ ଡୁପୋଣ୍ଡ ମୋରେଟି।
ସୂଚନାଯୋଗ୍ୟ, ସ୍ବାଧୀନତା ପୂର୍ବରୁ ଫ୍ରାନ୍ସରେ ଇଚ୍ଛାଧୀନ ଭାବେ ସାଙ୍ଗିଆ ବଦଳାଇବା ଲାଗି ଅନୁମତି ଦିଆଯାଇଛି। ହେଲେ ଏହି ପ୍ରକ୍ରିୟା ଅଧିକ ଜଟିଳ। ତେବେ ଆସିଥିବା ପ୍ରସ୍ତାବ ଆଇନରେ ପରିଣତ ହେଲେ ଏହା ସରଳ ହୋଇଯିବ। ଫଳରେ ଯେଉଁ ପରିବାରରେ କେବଳ ମା’ମାନେ ସନ୍ତାନର ଲାଳନପାଳନ ଦାୟିତ୍ୱ ନିର୍ବାହ କରୁଛନ୍ତି, ସେମାନଙ୍କୁ ଉଚିତ ନ୍ୟାୟ ମିଳିପାରିବ। ସେହିପରି ପିତାଙ୍କ ବ୍ୟବହାର ଯନ୍ତ୍ରଣାଦାୟକ ହେଲେ ସନ୍ତାନମାନେ ମା’ଙ୍କ ନାମରେ ବଞ୍ଚତ୍ବା ଲାଗି ସ୍ବାଧୀନତା ପାଇପାରିବେ।

ଭୋଟିଂ ପରେ ସ୍ପଷ୍ଟ ହେବ ଚିତ୍ର

ଫ୍ରାନ୍ସର କ୍ଷମତାସୀନ ଏଲ୍‌ଆର୍‌ଇଏମ୍‌ ପାର୍ଟିର ସଦସ୍ୟ ପେଟ୍ରିକ୍‌ ବିଗ୍‌ନଲ ଇଚ୍ଛାଧୀନ ସାଙ୍ଗିଆ ପରିବର୍ତ୍ତନ ଲାଗି ପ୍ରସ୍ତାବ ଆଣିଛନ୍ତି। ଖୁବ୍‌ଶୀଘ୍ର ଏଥିଲାଗି ଭୋଟିଂ ହେବ। ଏହାର ପରିଣାମ ସକାରାତ୍ମକ ହେଲେ ପ୍ରସ୍ତାବ ଆଇନରେ ପରିଣତ ହେବ ଏବଂ ସାଙ୍ଗିଆ ବଦଳାଇବା ଲାଗି ପିଲାମାନଙ୍କୁ ଅନୁମତି ମିଳିବ। ଏଥିଲାଗି ସେମାନଙ୍କୁ କୌଣସି କାରଣ ଦର୍ଶାଇବା ବାଧ୍ୟତାମୂଳକ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

ମା ‘ ରତ୍ନେଶ୍ୱରୀ ମନ୍ଦିର ପରିସରରୁ  ଶିଶୁପୁତ୍ର ଉଦ୍ଧାର

​ଦିଗପହଣ୍ଡି,୨୬|୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟରେ ଥିବା ମା’ ରତ୍ନେଶ୍ୱରୀ ମନ୍ଦିର ପରିସରର ପରିତ୍ୟକ୍ତ ଜମିରୁ  ଶୁକ୍ରବାର ସନ୍ଧ୍ୟାରେ ଏକ…

ଯୋଜନା ଅପହଞ୍ଚ, ସମସ୍ୟା ଘେରରେ ଟୁମୋନିଖୋଲ: ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଆଦିବାସୀ ଗାଁ

ଥୁଆମୂଳ ରାମପୁର,୨୬/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ଆଦିବାସୀ ବହୁଳ ତୁମୋନିଖୋଲ ଗ୍ରାମରେ ସରକାରୀ ଯୋଜନା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri