Posted inଜାତୀୟ

ରାଜଧାନୀରେ ୨ ଦିନିଆ ଲକଡାଉନ୍‌ ପାଇଁ ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ…

ନୂଆଦିଲ୍ଲୀ,୧୩।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ପ୍ରଧାନ ବିଚାରପତି ଏନ୍‌.ଭି. ରମନା ପରାମର୍ଶ ଦେଇଛନ୍ତି ଯେ, କେନ୍ଦ୍ର ସରକାର ରାଜଧାନୀ ଦିଲ୍ଲୀରେ ୨ ଦିନିଆ ଲକଡାଉନ୍‌ ଘୋଷଣା ପାଇଁ ବିଚାର କରିବା ଆବଶ୍ୟକ। ଏକ ବାୟୁ ପ୍ରଦୂଷଣ ମାମଲାର ବିଚାର ସମୟରେ ରମନା ଏଭଳି କହିଛନ୍ତି।

କେନ୍ଦ୍ର ସରକାର ଶୀଘ୍ର ସ୍ଥିତି ଅନୁଧ୍ୟାନ କରିବା ସହିତ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଲାଗି ପ୍ରଧାନବିଚାରପତି ରମନା ଏବଂ ବିଚାରପତି ଡି.ଓ୍ବାଇ. ଚନ୍ଦଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଏନ.ଭି ରମନା ଶନିବାର କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଘରେ ମଧ୍ୟ ମାସ୍କ ପିନ୍ଧି ବସିବାକୁ ପଡିବ। ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଏକ ଉପାୟ ବାହାର କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏହି ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ସିଧାସଳଖ ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। ପରିସ୍ଥିତି କେତେ ବିପଜ୍ଜନକ ସେ ନେଇ ଅବଗତ କରାଇଥିଲେ। ଲୋକଙ୍କୁ ମାସ୍କ ପିନ୍ଧି ଘରେ ବସିବାକୁ ପଡିବ। ସରକାରଙ୍କ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଉଛି? ଖଣ୍ଡପୀଠଙ୍କ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ବାୟୁ ପ୍ରଦୂଷଣର ପ୍ରଥମ କାରଣ ହେଉଛି ଚାଷୀମାନେ ନଡ଼ା ଜାଳିବା। ସୋଲିସିଟର ଜେନେରାଲ କହିଛନ୍ତି, ଚାଷୀଙ୍କୁ ନଡ଼ା ଜାଳିବା ପାଇଁ କିଛି ନିୟମ ରହିବା ଉଚିତ, ଯାହା ଦ୍ୱାରା ରାଜ୍ୟ ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

ତେବେ ସୋଲିସିଟର ଜେନେରାଲଙ୍କ ଏହି ମନ୍ତବ୍ୟ ଉପରେ ପ୍ରଧାନ ବିଚାରପତି ପ୍ରଶ୍ନ ଉଠାଇ କହିଥିଲେ, ଆପଣ କହୁଛନ୍ତି ଯେ ସମସ୍ତ ପ୍ରଦୂଷଣ ପାଇଁ କୃଷକମାନେ ଦାୟୀ। ଏହାକୁ ରୋକିବାର କୌଣସି ବ୍ୟବସ୍ଥା ଅଛି କି ନାହିଁ ତାହା ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।
ଖଣ୍ଡପୀଠ କହିଛନ୍ତି, ସରକାରଙ୍କ ସହ ଆମର କୌଣସି ସମ୍ପର୍କ ନାହିଁ। ପ୍ରଶ୍ନ ହେଉଛି ଏହି ସମସ୍ୟାର ମୁକାବିଲା କିପରି ହେବ। କୌଣସି ଜରୁରୀକାଳୀନ ପଦକ୍ଷେପ, କିଛି ସ୍ବଳ୍ପକାଳୀନ ଯୋଜନା, ଏହାକୁ କିପରି ନିୟନ୍ତ୍ରଣ କରାଯିବା ସେ ନେଇ କାର୍ଯ୍ୟକାରୀ ହେବା ଉଚିତ।
ପ୍ରଧାନ ବିଚାରପତି କହିଛନ୍ତି ଯେ ପ୍ରଦୂଷଣର କିଛି ଅଂଶ ନଡ଼ା ଜଳିବା କାରଣରୁ ହୋଇପାରେ, କିନ୍ତୁ ଦିଲ୍ଲୀର ବୃଦ୍ଧି ପାଉଥିବା ପ୍ରଦୂଷଣ ପାଇଁ ବାଣଫୁଟା, ଶିଳ୍ପ ଏବଂ ଧୂଳି ଓ ଧୂଆଁ ମଧ୍ୟ ଦାୟୀ। ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପଡିବ। ଯଦି ଆବଶ୍ୟକ ହୁଏ ତେବେ ଦୁଇ ଦିନିଆ ଲକଡାଉନ୍‌ କିମ୍ବା ଅନ୍ୟ କିଛି ପଦକ୍ଷେପ ନିଅନ୍ତୁ। ଲୋକମାନେ ଏଭଳି ପରିସ୍ଥିତିରେ କିପରି ରହିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ, କରୋନା ମହାମାରୀ ପରେ ସ୍କୁଲ ମଧ୍ୟ ଖୋଲାଯାଇଛି। ଏହି ପରିସ୍ଥିତିରେ ଆମେ ଆମ ପିଲାମାନଙ୍କୁ ଖୋଲା ଛାଡିଛୁ। ଡାକ୍ତର ଗୁଲେରିଆ କହିଛନ୍ତି ଯେ ଯେଉଁଠାରେ ପ୍ରଦୂଷଣ ଅଛି, ସେଠାରେ ଏହି ମହାମାରୀ ଅଛି।” ତେବେ ଏହା ଉପରେ ସୋଲିସିଟର ଜେନେରାଲ କହିଛନ୍ତି ଯେ ଆଜି ସରକାରଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରସଙ୍ଗରେ ସରକାର ବେଶ୍‌ ସଜାଗ ଅଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?