Posted inଜାତୀୟ

ରାଜଧାନୀରେ ୨ ଦିନିଆ ଲକଡାଉନ୍‌ ପାଇଁ ସୁପ୍ରିମ୍‌କୋର୍ଟଙ୍କ ପରାମର୍ଶ…

ନୂଆଦିଲ୍ଲୀ,୧୩।୧୧: ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଚିନ୍ତା ବ୍ୟକ୍ତ କରାଯାଇଛି। ପ୍ରଧାନ ବିଚାରପତି ଏନ୍‌.ଭି. ରମନା ପରାମର୍ଶ ଦେଇଛନ୍ତି ଯେ, କେନ୍ଦ୍ର ସରକାର ରାଜଧାନୀ ଦିଲ୍ଲୀରେ ୨ ଦିନିଆ ଲକଡାଉନ୍‌ ଘୋଷଣା ପାଇଁ ବିଚାର କରିବା ଆବଶ୍ୟକ। ଏକ ବାୟୁ ପ୍ରଦୂଷଣ ମାମଲାର ବିଚାର ସମୟରେ ରମନା ଏଭଳି କହିଛନ୍ତି।

କେନ୍ଦ୍ର ସରକାର ଶୀଘ୍ର ସ୍ଥିତି ଅନୁଧ୍ୟାନ କରିବା ସହିତ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଲାଗି ପ୍ରଧାନବିଚାରପତି ରମନା ଏବଂ ବିଚାରପତି ଡି.ଓ୍ବାଇ. ଚନ୍ଦଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ଏନ.ଭି ରମନା ଶନିବାର କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଘରେ ମଧ୍ୟ ମାସ୍କ ପିନ୍ଧି ବସିବାକୁ ପଡିବ। ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଏକ ଉପାୟ ବାହାର କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଏହି ମାମଲାର ଶୁଣାଣି ସମୟରେ ଖଣ୍ଡପୀଠ ସିଧାସଳଖ ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। ପରିସ୍ଥିତି କେତେ ବିପଜ୍ଜନକ ସେ ନେଇ ଅବଗତ କରାଇଥିଲେ। ଲୋକଙ୍କୁ ମାସ୍କ ପିନ୍ଧି ଘରେ ବସିବାକୁ ପଡିବ। ସରକାରଙ୍କ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଉଛି? ଖଣ୍ଡପୀଠଙ୍କ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ବାୟୁ ପ୍ରଦୂଷଣର ପ୍ରଥମ କାରଣ ହେଉଛି ଚାଷୀମାନେ ନଡ଼ା ଜାଳିବା। ସୋଲିସିଟର ଜେନେରାଲ କହିଛନ୍ତି, ଚାଷୀଙ୍କୁ ନଡ଼ା ଜାଳିବା ପାଇଁ କିଛି ନିୟମ ରହିବା ଉଚିତ, ଯାହା ଦ୍ୱାରା ରାଜ୍ୟ ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

ତେବେ ସୋଲିସିଟର ଜେନେରାଲଙ୍କ ଏହି ମନ୍ତବ୍ୟ ଉପରେ ପ୍ରଧାନ ବିଚାରପତି ପ୍ରଶ୍ନ ଉଠାଇ କହିଥିଲେ, ଆପଣ କହୁଛନ୍ତି ଯେ ସମସ୍ତ ପ୍ରଦୂଷଣ ପାଇଁ କୃଷକମାନେ ଦାୟୀ। ଏହାକୁ ରୋକିବାର କୌଣସି ବ୍ୟବସ୍ଥା ଅଛି କି ନାହିଁ ତାହା ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।
ଖଣ୍ଡପୀଠ କହିଛନ୍ତି, ସରକାରଙ୍କ ସହ ଆମର କୌଣସି ସମ୍ପର୍କ ନାହିଁ। ପ୍ରଶ୍ନ ହେଉଛି ଏହି ସମସ୍ୟାର ମୁକାବିଲା କିପରି ହେବ। କୌଣସି ଜରୁରୀକାଳୀନ ପଦକ୍ଷେପ, କିଛି ସ୍ବଳ୍ପକାଳୀନ ଯୋଜନା, ଏହାକୁ କିପରି ନିୟନ୍ତ୍ରଣ କରାଯିବା ସେ ନେଇ କାର୍ଯ୍ୟକାରୀ ହେବା ଉଚିତ।
ପ୍ରଧାନ ବିଚାରପତି କହିଛନ୍ତି ଯେ ପ୍ରଦୂଷଣର କିଛି ଅଂଶ ନଡ଼ା ଜଳିବା କାରଣରୁ ହୋଇପାରେ, କିନ୍ତୁ ଦିଲ୍ଲୀର ବୃଦ୍ଧି ପାଉଥିବା ପ୍ରଦୂଷଣ ପାଇଁ ବାଣଫୁଟା, ଶିଳ୍ପ ଏବଂ ଧୂଳି ଓ ଧୂଆଁ ମଧ୍ୟ ଦାୟୀ। ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପଡିବ। ଯଦି ଆବଶ୍ୟକ ହୁଏ ତେବେ ଦୁଇ ଦିନିଆ ଲକଡାଉନ୍‌ କିମ୍ବା ଅନ୍ୟ କିଛି ପଦକ୍ଷେପ ନିଅନ୍ତୁ। ଲୋକମାନେ ଏଭଳି ପରିସ୍ଥିତିରେ କିପରି ରହିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ, କରୋନା ମହାମାରୀ ପରେ ସ୍କୁଲ ମଧ୍ୟ ଖୋଲାଯାଇଛି। ଏହି ପରିସ୍ଥିତିରେ ଆମେ ଆମ ପିଲାମାନଙ୍କୁ ଖୋଲା ଛାଡିଛୁ। ଡାକ୍ତର ଗୁଲେରିଆ କହିଛନ୍ତି ଯେ ଯେଉଁଠାରେ ପ୍ରଦୂଷଣ ଅଛି, ସେଠାରେ ଏହି ମହାମାରୀ ଅଛି।” ତେବେ ଏହା ଉପରେ ସୋଲିସିଟର ଜେନେରାଲ କହିଛନ୍ତି ଯେ ଆଜି ସରକାରଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ପ୍ରସଙ୍ଗରେ ସରକାର ବେଶ୍‌ ସଜାଗ ଅଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri