Posted inଜାତୀୟ

ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ନେଲେ ବଡ଼ ନିଷ୍ପତ୍ତି, ଅନ୍‌ଲାଇନରେ ଚାଲିବ କୋର୍ଟ

ନୂଆଦିଲ୍ଲୀ,୧୯।୧୧: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନେଲେ ବଡ଼ ନିଷ୍ପତ୍ତି। ସବୁ କୋର୍ଟଙ୍କୁ ଯଥାସମ୍ଭବ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବାକୁ ଆଇନଜୀବୀ ଏବଂ ଲୋକଙ୍କୁ ଅନୁମତି ଦେଇଛନ୍ତି। ଏନେଇ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ସୂଚନା ଦେଇଛନ୍ତି। ଯେତେବେଳେ କିଛି ବରିଷ୍ଠ ଆଇନଜୀବୀ ତାଙ୍କ ନିକଟକୁ ଆସି ଅନଲାଇନ ମୋଡରେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ଏହା ଉପରେ ବିଚାର କରି ସଞ୍ଜୀବ ଖାନ୍ନା ନିଷ୍ପତ୍ତି ନେଇଛନ୍ତି।

ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ବେଞ୍ଚରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି କପିଲ ସିବଲ ଏବଂ ବରିଷ୍ଠ ଓକିଲ ଗୋପାଳ ଶଙ୍କରନାରାୟଣ ହାଜର ହୋଇଥିଲେ। ଦିଲ୍ଲୀ ଏନସିଆରରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସେ ସମସ୍ତ କୋର୍ଟର କାର୍ଯ୍ୟ ଅନଲାଇନ ମୋଡରେ କରିବାକୁ ଅନୁରୋଧ କରିଥିଲେ। ଏହା ଉପରେ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା କହିଛନ୍ତି ଯେ, ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କୁ ଯଥାସମ୍ଭବ ଭର୍ଚୁଆଲ ଶୁଣାଣି କରିବାକୁ ସେ କହିଛନ୍ତି।

ନାଗରିକଙ୍କୁ ପ୍ରଦୂଷଣମୁକ୍ତ ପରିବେଶ ଯୋଗାଇଦେବା ସରକାରଙ୍କ ସାମ୍ବିଧାନିକ ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌) ଅନ୍ତର୍ଗତ ସମସ୍ତ ରାଜ୍ୟରେ ଗ୍ରେଡେଡ୍‌ ରେସ୍ପନ୍ସ ଆକ୍ସନ ପ୍ଲାନ୍‌ (ଜିଆର୍‌ଏପି) ଚତୁର୍ଥ ପର୍ଯ୍ୟାୟ ତୁରନ୍ତ ଲାଗୁ କରିବା ପାଇଁ ସୋମବାର ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆର୍‌) ୪୫୦ରୁ ତଳକୁ ଖସିଲେ ମଧ୍ୟ ଉକ୍ତ କଟକଣା ଜାରି ରହିବ। ନିର୍ଦ୍ଦେଶନାମା ଅନୁପାଳନ ସମ୍ପର୍କରେ ସତ୍ୟପାଠ ଜରିଆରେ ଜଣାଇବା ପାଇଁ ଖଣ୍ଡପୀଠ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ ଜିଆର୍‌ଏପି ୪ ପର୍ଯ୍ୟାୟ କଟକଣା ଉଲ୍ଲଂଘନ ଅଭିଯୋଗର ସମାଧାନ ପାଇଁ ବ୍ୟବସ୍ଥା ଗ୍ରହଣ କରିବାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ କହିଛନ୍ତି। ସେହିପରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀଗୃହ ପାଠପଢ଼ା ବନ୍ଦ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ ଦିଲ୍ଲୀ-ଏନ୍‌ସିଆର୍‌ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ବାୟୁ ମାନ ଅତ୍ୟନ୍ତ ଗମ୍ଭୀର ସ୍ଥିତିକୁ ଆସିଥିଲେ ମଧ୍ୟ ସରକାର ଏହାର ପ୍ରତିକାର ପାଇଁ କଠୋର ପଦକ୍ଷେପ ନେବାରେ ବିଳମ୍ବ କରିଥିବାରୁ ଜଷ୍ଟିସ୍‌ ଅଭୟ ଏସ୍‌. ଓକା ଏବଂ ଅଗଷ୍ଟାଇନ୍‌ ଜର୍ଜ ମସିହଙ୍କ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜିଆର୍‌ଏପିର ବିଭିନ୍ନ ପର୍ଯ୍ୟାୟ ଲାଗୁ କରିବାରେ ବିଳମ୍ବ କ’ଣ ପାଇଁ ହେଲା ବୋଲି ଖଣ୍ଡପୀଠ ଦିଲ୍ଲୀ ସରକାର ଏବଂ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍‌)ଙ୍କୁ ପ୍ରଶ୍ନ କରିଛନ୍ତି। ସୋମବାରଠାରୁ ଜିଆର୍‌ଏପି ଚତୁର୍ଥ ପର୍ଯ୍ୟାୟ ଲାଗୁ ହୋଇଥିବା ଦିଲ୍ଲୀ ସରକାରଙ୍କ ଓକିଲ କହିବାରୁ ଏକ୍ୟୁଆଇ ବିପଜ୍ଜନକ ସ୍ତରରେ ପହଞ୍ଚତ୍ବାମାତ୍ରେ ଏହା ଲାଗୁ କରାଯିବା ଆବଶ୍ୟକ ଥିଲା ବୋଲି ଖଣ୍ଡପୀଠ କହିଥିଲେ। ଏକ୍ୟୁଆଇ ୩୦୦ରୁ ୪୦୦ ମଧ୍ୟରେ ପହଞ୍ଚତ୍ବା ପରେ ଜିଆର୍‌ଏପିର ଚତୁର୍ଥ ପର୍ଯ୍ୟାୟ ଲାଗୁ କରାଯିବା କଥା। ପ୍ରଦୂଷଣ ରୋକିବା ପାଇଁ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିବା ପ୍ରତିକାରମୂଳକ ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଜରିଆରେ ୨୨ ତାରିଖ ସୁଦ୍ଧା ଜଣାଇବା ପାଇଁ ଖଣ୍ଡପୀଠ ଦିଲ୍ଲୀ ସରକାର ଏବଂ ଏନ୍‌ସିଆର୍‌ ରାଜ୍ୟଗୁଡ଼ିକୁ କହିଛନ୍ତି।

ବାୟୁ ପ୍ରଦୂଷଣ ରୋକିବା ପାଇଁ ଜିଆର୍‌ଏପି ପ୍ରଥମେ ୨୦୧୭ରେ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଲାଗୁ ହୋଇଥିଲା। ବାୟୁ ଗୁଣବତ୍ତା ଅନୁଯାୟୀ ଏହାର ବିଭିନ୍ନ ପର୍ଯ୍ୟାୟ ଲାଗୁ କରାଯାଇଥାଏ। ଏକ୍ୟୁଆଇ ୨୦୧ରୁ ୩୦୦ ମଧ୍ୟରେ ରହିଲେ ଜିଆର୍‌ଏପିର ପ୍ରଥମ ପର୍ଯ୍ୟାୟ ଲାଗୁ ହେଉଥିବାବେଳେ ଏହି ସ୍ତର ୩୦୧ରୁ ୪୦୦ ରହିଲେ ଦ୍ୱିତୀୟ ପର୍ଯ୍ୟାୟ, ୪୦୧ରୁ ୪୫୦ ରହିଲେ ତୃତୀୟ ପର୍ଯ୍ୟାୟ ଏବଂ ୪୫୦ ଟପିଲେ ଚତୁର୍ଥ ପର୍ଯ୍ୟାୟ ଲାଗୁ ହୋଇଥାଏ। ରବିବାର ବାୟୁମାନ ୪୫୭ରେ ପହଞ୍ଚତ୍ବା ପରେ ସୋମବାର ସକାଳ ୮ରୁ ଜିଆର୍‌ଏପି ଚତୁର୍ଥ ପର୍ଯ୍ୟାୟ ଲାଗୁ କରିବା ପାଇଁ ସିଏକ୍ୟୁଏମ୍‌ ନିର୍ଦ୍ଦେଶନାମା ଜାରି କରିଥିଲେ। ଉକ୍ତ ନିର୍ଦ୍ଦେଶନାମା ଅନୁଯାୟୀ ଅତ୍ୟାବଶ୍ୟକ ସାମଗ୍ରୀ କିମ୍ବା ସ୍ବଚ୍ଛ ଇନ୍ଧନ ପରିବହନ କରୁଥିବା ଯାନକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଟ୍ରକ୍‌କୁ ଦିଲ୍ଲୀରେ ପ୍ରବେଶ ଅନୁମତି ଦିଆଯିବ ନାହଁ। ଦିଲ୍ଲୀ ବାହାରେ ପଞ୍ଜୀକୃତ ଅତିଜରୁରୀ ନ ଥିବା ହାଲୁକା ବ୍ୟବସାୟିକ ଯାନ ଉପରେ ମଧ୍ୟ କଟକଣା ଜାରି ହୋଇଛି। କେବଳ ବିଦ୍ୟୁତ୍‌, ସିଏନ୍‌ଜିରେ ଚାଲୁଥିବା ଗାଡ଼ି ଏବଂ ବିଏସ୍‌-୬ ଡିଜେଲ ଗାଡ଼ିକୁ ଅନୁମତି ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

ଲୁଟେରାଙ୍କଠାରୁ ନଗଦ ଟଙ୍କା-ବାଇକ୍‌ ସହ ଛୁରି ଜବତ, ପୁଣି ଜଣେ ଯୁବକ ଧରାପଡ଼ି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?