Posted inଜାତୀୟ

ଗୋଟିଏ ପଦବୀ ଗୋଟିଏ ପେନସନ୍‌ ନୀତିକୁ ସମର୍ଥନ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୬।୩ : ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କ କ୍ଷେତ୍ରରେ ବର୍ତ୍ତମାନ ପ୍ରଚଳିତ ଗୋଟିଏ ପଦବୀ ଗୋଟିଏ ପେନସନ୍‌ (ୱାନ ର଼୍ୟାଙ୍କ ୱାନ ପେନସନ୍‌) ନୀତିକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ଏହି ନୀତିରେ କୌଣସି ସାମ୍ବିଧାନିକ ତ୍ରୁଟି ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଏହି ନୀତିରେ ପାଞ୍ଚ ବର୍ଷ ମଧ୍ୟରେ ପେନସନ୍‌ ସମୀକ୍ଷା ପାଇଁ ବ୍ୟବସ୍ଥା ରହିଛି ବୋଲି କୋର୍ଟ କହିଛନ୍ତି। ତେଣୁ ସରକାର ୨୦୧୯ ଜୁଲାଇ ୧ ତାରିଖରୁ ପେନସନ୍‌ ସମୀକ୍ଷା କରିବା ଉଚିତ। ତିନିମାସ ମଧ୍ୟରେ ବକେୟା ରାଶି ପ୍ରଦାନ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ବିକ୍ରମ ନାଥଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଇଣ୍ଡିଆନ୍‌ ଏକ୍ସ-ସର୍ଭିସ୍‌ ମୁଭମେଣ୍ଟ୍‌ ପକ୍ଷରୁ ଆବେଦନ କରାଯାଇଥିବା ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି।

ପୂର୍ବତନ ସାମରିକ କର୍ମଚାରୀଙ୍କ ସଂଗଠନ ଇଣ୍ଡିଆନ୍‌ ଏକ୍ସ-ସର୍ଭିସ୍‌ ମୁଭମେଣ୍ଟ୍‌ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନରେ ଉଲ୍ଲେଖ ହୋଇଥିଲା ଯେ ୨୦୧୫ରେ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗୋଟିଏ ପଦବୀ ଗୋଟିଏ ପେନସନ୍‌ ନୀତିରେ ମୂଳ ଉଦ୍ଦେଶ୍ୟ ପୂରଣ ହେଉନାହିଁ। ଏହାକୁ ପ୍ରତିବର୍ଷ ସମୀକ୍ଷା କରାଯିବା ଉଚିତ। କିନ୍ତୁ ପାଞ୍ଚ ବର୍ଷ ମଧ୍ୟରେ ଏହାର ସମୀକ୍ଷା କରିବାର ବ୍ୟବସ୍ଥା ଅଛି। ବିଭିନ୍ନ ସମୟରେ ଅବସର ନେଇଥିବା ଲୋକମାନେ ଏବେ ମଧ୍ୟ ଭିନ୍ନ ଭିନ୍ନ ପେନସନ ପାଇଛନ୍ତି ।

 


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ଦିନେ ନିରାଶ୍ରୟଙ୍କ ସାହା ଥିଲେ ମଗନ, ଏବେ ନିଜେ ମାଗୁଛନ୍ତି ସହାୟତା

କେନ୍ଦୁଝର,୨୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହରର କମାରଗୋଡାର ସମାଜସେବୀ ତଥା ବରିଷ୍ଠ ଖବରଦାତା ମଗନ କୁମାର ମଲ୍ଲିକ(୫୭)କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ‘ଏମ୍ସ’ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

ପୁରୀରେ ହେବ BRICS ସମ୍ମିଳନୀ: ଯୋଗଦେବେ ବିଭିନ୍ନ ରାଷ୍ଟ୍ରର…

ଭୁବନେଶ୍ୱର,୨୫।୫: ଓଡ଼ିଶାରେ ପୁଣି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଆସନ୍ତା ଜୁନ ୩ରୁ ପୁରୀରେ ହେବ BRICS ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଏହି ସମ୍ମିଳନୀରେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ମୁଦ୍ରାସ୍ଫୀତି ମଧ୍ୟରେ PNG ଏବଂ LPG ଗ୍ରାହକଙ୍କୁ ଆଶ୍ୱସ୍ତି, ଉପକୃତ ହେବେ ଛାତ୍ରଙ୍କଠୁ ଆରମ୍ଭ କରି…

ନୂଆଦିଲ୍ଲୀ,୨୫।୫: କେନ୍ଦ୍ର ସରକାର ପାଇପ ମାଧ୍ୟମରେ ପ୍ରାକୃତିକ ଗ୍ୟାସ (PNG) ସଂଯୋଗ କରିଥିବା LPG ଗ୍ରାହକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର LPG ଯୋଗାଣ…

ଅଭିଷେକଙ୍କ ଘରେ ପଶିଲା ପୋଲିସ: ଥମୁନି ଦିଦିଙ୍କ ଅଡ଼ୁଆ

କୋଲକାତା,୨୫।୫: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ କୋଲକାତାସ୍ଥିତ ବାସଭବନରେ ପୋଲିସ ପହଞ୍ଚିଛି। ତାଙ୍କ ଘର ବାହାରେ ପ୍ରବଳ ପୋଲିସ ଫୋର୍ସ ମୁତୟନ କରାଯାଇଛି।…

ଧନୁଯାତ୍ରା ତୋରଣ ଭାଙ୍ଗିବାକୁ ନେଇ ବଢୁଛି ଅସନ୍ତୋଷ: ଘଟଣା: ଥାନାରେ ଏତଲା ଦେଲେ ପୌରାଧ୍ୟକ୍ଷା

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡବତାସରେ ବରଗଡ଼ ସହର ଥାନା ଛକରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଧନୁଯାତ୍ରା ତୋରଣ ଭାଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri